ଶାରୀରିକ ସମସ୍ୟାରେ ପୀଡିତ ଅଛନ୍ତି ଏହି ୫ଜଣ ତାରକା । କେହି ୨ଟି ଆଙ୍ଗୁଠି ଜନିତ ସମସ୍ୟାରେ ପୀଡିତ ଥିବା ବେଳେ କେହି ଚେହେରାରେ…

Spread the love

ଶାରୀରିକ ସମସ୍ୟାରେ ପୀଡିତ ଅଛନ୍ତି ଏହି ୫ଜଣ ତାରକା । କେହି ୨ଟି ଆଙ୍ଗୁଠି ଜନିତ ସମସ୍ୟାରେ ପୀଡିତ ଥିବା ବେଳେ କେହି ଚେହେରାରେ ଦାଗ ଜନିତ ସମସ୍ୟାରେ ପୀଡିତ ଅଛନ୍ତି ।

ସମସ୍ତଙ୍କ କିଛି ନା କିଛି ଶାରୀରିକ ସମସ୍ୟା ନିଶ୍ଚିତ ରହିଥାଏ । କେହି ମଧ୍ୟ ସଠିକ୍ ଭାବରେ ପରିପୂର୍ଣ୍ଣ ନଥାନ୍ତି । କିନ୍ତୁ ବଲିଉଡ ତାରକାମାନଙ୍କୁ ସେମାନଙ୍କର ସୁନ୍ଦର ଚେହେରା ଏବଂ ଶୈଳି ପାଇଁ ପ୍ରସିଦ୍ଧି ହୋଇଥାନ୍ତି । ଯେତେବେଳେ ଆପଣ ଏକ ବଲିଉଡ ତାରକାଙ୍କ ବିଷୟରେ ଭାବିବେ, ସେତେବେଳେ ଆପଣଙ୍କ ମନରେ ତାଙ୍କର ଏକ ସୁନ୍ଦର ଏବଂ ଆକର୍ଷକ ଛବି ତିଆରି ହେଉଛି । କିନ୍ତୁ ସବୁବେଳେ ଯେପରି ଦେଖାଯାଏ ସେହିପରି ହୋଇନଥାଏ । ସବୁ ସମୟରେ ସୁନ୍ଦର ଏବଂ ଆକର୍ଷକ ଦେଖାଯାଉଥିବା ଏହି ତାରକା ମାନଙ୍କର ମଧ୍ୟ କିଛି ନା କିଛି ସମସ୍ୟା ରହିଥାଏ । ଏହି ଅଭାବକୁ କିଛି ତାରକାମାନେ ସମସ୍ତଙ୍କ ସମ୍ନାରେ କୁହନ୍ତି, ଆଉ କେତେ ଜଣ ଲୁଚାଇ ରଖନ୍ତି । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ବଲିଉଡର ୫ଜଣ ତାରକାଙ୍କ ବିଷୟରେ କହିବୁ, ଯେଉଁମାନେ ଶାରୀରିକ ସମସ୍ୟାରେ ପୀଡିତ ଅଛନ୍ତି । କିନ୍ତୁ ତାଙ୍କର ଏହି ସମାସ୍ୟା କ୍ୟାମେରା ସମ୍ମୁଖରେ ଦେଖା ଯାଇନଥାଏ । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଛି ।

ହ୍ରିତିକ ରୋଶନ :

ହ୍ରିତିକ ରୋଶନ ବଲିଉଡର ସବୁଠାରୁ ସୁନ୍ଦର ଅଭିନେତା ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଏବଂ ତାଙ୍କୁ ବଲିଉଡର ଟମ କ୍ରୁଜ କୁହାଯାଏ । ହ୍ରିତିକ ଏକ ସୁପରଷ୍ଟାରଙ୍କ ଭଲ ଉଦାହରଣ ଅଟନ୍ତି । ସେ ସୁନ୍ଦର ସହିତ ତାଙ୍କର ବଳିଷ୍ଠ ଅଭିନୟ ମଧ୍ୟ ଦର୍ଶକକୁ ପସନ୍ଦ ଆସିଥାଏ । ଆଜିକାଲି ସେ ‘ସୁପର ୩୦’ର ଶୁଟିଂରେ ବ୍ୟସ୍ତ ଅଟନ୍ତି । ଏଥିରେ ସେ ସୁପର ୩୦ର ସଂସ୍ଥାପକ ଆନନ୍ଦ କୁମାରଙ୍କ ଭୂମିକାରେ ଦେଖାଦେବେ । ହ୍ରିତିକ ପରଦାରେ ପରିପୂର୍ଣ୍ଣ ଦେଖା ଯାଆନ୍ତି କିନ୍ତୁ ଆପଣମାନେ ଜାଣିଛନ୍ତି ତାଙ୍କର ଗୋଟିଏ ହାତରେ ଦୁଇଟି ଆଙ୍ଗୁଠି ଅଛି । ତାଙ୍କର ହାତର ଦୁଇଟି ଆଙ୍ଗୁଠି ଅନେକ ଥର କ୍ୟାମେରାରେ ଦେଖାଯାଇଛି ।

ଇଲୀଆନା ଡିକ୍ରୁଜ :

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଇଲୀଆନା ଡିକ୍ରୁଜ ଆଜିକାଲି ବଲିଉଡରେ ମଧ୍ୟ ଅଭିନୟ କରୁଛନ୍ତି । ସେ ନିଜର ସୁନ୍ଦରତା ସହ ଆକର୍ଷଣୀୟ ଶରୀର ପାଇଁ ମଧ୍ୟ ଜଣାଯାଆନ୍ତି । କିଛିଦିନ ତଳେ ଇଲୀଆନା କହିଥିଲେ ଯେ, ସେ ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । ଏହି ରୋଗରେ ଶରୀରର ତଳ ଅଂଶ ଆପଣାଛାଏଁ ଓଜନିଆ ହୋଇ ଯାଇଥାଏ । ସେ କହିଥିଲେ ଯେ, ଏହି ସମସ୍ୟା ତାଙ୍କୁ ପିଲା ଦିନରୁ ଅଛି ଏବଂ ଏହି ରୋଗ ପାଇଁ ସେ ଚିନ୍ତିତ ମଧ୍ୟ ରହୁଥିଲେ । କିନ୍ତୁ ବର୍ତ୍ତମାନ ସେ ନିଜକୁ ଏଡ଼ଜଷ୍ଟ କରି ସାରିଛନ୍ତି ।

ଅର୍ଜୁନ କପୁର :

ଏକ ସମୟରେ ଅର୍ଜୁନ ବହୁତ ମୋଟା ଦେଖା ଯାଉଥିଲେ । ତାଙ୍କର ଓଜନ ଏତେ ଅଧିକ ଥିଲା ଯେ, ସେ କ୍ୟାମେରା ସାମ୍ନାକୁ ଆସିବା ପାଇଁ ଭୟ କରୁଥିଲେ । ନିଜର ପରିଶ୍ରମ ଫଳରେ ସେ ଏହି ମୋଟପଣରୁ ରକ୍ଷା ପାଇ ଯାଇଛନ୍ତି ଏବଂ ବର୍ତ୍ତମାନ ସେ ପୂର୍ଵ ଅପେକ୍ଷା ସୁସ୍ଥ ଏବଂ ସୁନ୍ଦର ଦେଖା ଯାଉଛନ୍ତି । ବର୍ତ୍ତମାନ ସେ ମଲାଇକା ଆରୋରାଙ୍କ ସହ ଚର୍ଚ୍ଚାରେ ଅଛନ୍ତି ।

ଅର୍ଶୀ ଖାନ :

“ବିଗ ବସ”ରେ ଚର୍ଚ୍ଚାକୁ ଆସିଥିବା ଅର୍ଶୀ ଖାନ ନିଜର ହଟ୍ ଏବଂ ସୁନ୍ଦରତା ପାଇଁ ଜଣା ଯାଆନ୍ତି । ଆଜିକାଲି ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜର ସୁନ୍ଦର ଫୋଟୋକୁ ପୋଷ୍ଟ କରୁଛନ୍ତି । ଯଦି ଆପଣ ତାଙ୍କର ପ୍ରଶଂସକ ଅଛନ୍ତି କିମ୍ବା ଆପଣ କେବେ ତାଙ୍କୁ ନିରୀକ୍ଷଣ କରିଥିବେ, ତେବେ ଦେଖିବେ ତାଙ୍କର କେଶ ସବୁବେଳେ ଆଗ ଆଡ଼କୁ ଆଖି ଉପରେ ପଡିଥାଏ । ତାଙ୍କର ଚେହେରାରେ ଗୋଟେ କଳା ଦାଗ ଅଛି, ଯାହାକୁ ଲୁଚାଇବା ପାଇଁ ସେ ନିଜର କେଶର ବ୍ୟବହାର କରନ୍ତି ।

ରାଜ କୁମାର :

ରାଜକୁମାର ନିଜ ସମୟରେ ପ୍ରସିଦ୍ଧ ଅଭିନେତା ଥିଲେ । ସେ “ନିଲ କମଲ”, “ତିରଙ୍ଗା”, “ସୌଦାଗର” ଭଳି ସୁପରହିଟ ଫିଲ୍ମରେ କାମ କରିଛନ୍ତି । ତାଙ୍କର ବଳିଷ୍ଟ ସ୍ଵର ଏବଂ ଡାଇଲଗକୁ ଲୋକେ ଆଜି ମଧ୍ୟ ମନେ ରଖିଛନ୍ତି । କିନ୍ତୁ ଆପଣମାନେ ଜାଣନ୍ତି ତାଙ୍କୁ କଣ୍ଠରେ କର୍କଟ ରୋଗ ହୋଇଥିଲା, ସେ ଚାହୁଁ ନ ଥିଲେ ଯେ, ଏହି କଥା ଫିଲ୍ମ ଇଣ୍ଡଷ୍ଟ୍ରିରେ କାହାକୁ ଜାଣାପଡୁ । ସେଥିପାଇଁ ସେ ଡାଇଲଗ କହୁଥିବା ସମୟରେ ନିଜର ବେକକୁ ହଲାଉ ଥାଆନ୍ତି, ଯେପରି ତାଙ୍କ ବେକରେ କୌଣସି କଷ୍ଟ ନ ହେବ । କର୍କଟ ରୋଗ ପାଇଁ ୩ ଜୁଲାଇ ୧୯୯୬ରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।