ମେରୁଦଣ୍ଡ ହାଡ଼ରେ ହେଉଥିବା ଅସହନୀୟ ଦରଜ ପଛରେ ରହିଥାଏ ଏହି ୫ଟି କାରଣ, ଜାଣନ୍ତୁ ଦୁର୍ବଳତା ହେବାର କାରଣ କଣ ।

Spread the love

ଆଜିର ସମୟ ମନୁଷ୍ୟ ପାଇଁ ଦୌଡ଼ ପ୍ରତିଯୋଗିତା ଭଳି ହୋଇଯାଇଛି, ସକାଳୁ ଉଠି ଅଫିସ ଏବଂ ସାରାଦିନ ବସି କାମ କରିବା ଏହାପରେ ଘରକୁ ଆସିବା ପରେ ପାର୍ଟଟାଇମ କାମକରିବା ବହୁତ ଘାତକ ହୋଇଥାଏ । ଏହାଦ୍ବାରା ନା କେବଳ ବ୍ୟକ୍ତି ରୋଗାଗ୍ରସ୍ତ ହୋଇଥାଏ, ତାକୁ ଶାନ୍ତି ମଧ୍ୟ ମିଳିନଥାଏ ଏବଂ ମେଣ୍ଟାଲ୍ ମଧ୍ୟ ଲୋକମାନେ ଚିନ୍ତା ଗ୍ରସ୍ତ ରହିଥାଏ । ଏମାନଙ୍କ ମଧ୍ୟରେ ଏକ ସାଧାରଣ ସମସ୍ୟା ହେଉଛି ପିଠିର ଦରଜ ଯାହାକି ପଛର ଗଳା ଠାରୁ ଆରମ୍ଭ କରି ଅଣ୍ଟାର ହାଡ଼ ପର୍ଯ୍ୟନ୍ତ ହୋଇଥାଏ, କିନ୍ତୁ କଣ ଆପଣ ଜାଣିଛନ୍ତି କି ମେରୁଦଣ୍ଡ ହାଡ଼ରେ ହେଉଥିବା ଅସହନୀୟ ଦରଜ ପଛରେ ରହିଥାଏ ଏହି ୫ଟି କାରଣ , ଏହାକୁ ଆପଣ ନିଶ୍ଚୟ ଜାଣିବା ଉଚିତ ଯଦିଓ ଆପଣଙ୍କ କାମ ବସି କରିବାକୁ ହୋଇଥାଏ ।

ମେରୁଦଣ୍ଡ ହାଡ଼ରେ ହେଉଥିବା ଅସହନୀୟ ଯନ୍ତ୍ରଣା ପଛରେ ରହିଥାଏ ଏହି ୫ଟି କାରଣ :

ପିଠି ଏବଂ ଅଣ୍ଟା ବ୍ୟଥା ହେବାର ଏକ ବଡ଼ କାରଣ ହେଉଛି; ମେରୁଦଣ୍ଡର ହାଡ଼ ଦୁର୍ବଳ ହେବାରୁ ହୋଇଥାଏ । ଆମର କିଛି ଦୈନିକ ଅଭ୍ୟାସ ରହିଛି ଯାହାକି ମେରୁଦଣ୍ଡ ହାଡକୁ ଦୁର୍ବଳ କରିବାର କାମ କରିଥାଏ । ଯଦିଓ ଆପଣ ଏହି ଦୈନିକ ଅଭ୍ୟାସ ଦ୍ଵାରା ପରିଚିତ ହେବେ ତୋ ଆପଣ ଏହି ଦରଜରୁ ବଞ୍ଚିଯିବେ ତେବେ ଚାଲନ୍ତୁ ଜଣାଇ ଦେଉଛୁ ଏମିତି ଦରଜ ହେବାର କଣ କାରଣ ହୋଇଥାଏ ।

ଅଧିକ ସମୟ ପର୍ଯ୍ୟନ୍ତ ବସିବା :

ଲମ୍ବା ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସୁଥିବା ବ୍ୟକ୍ତିଙ୍କ ଶରୀରରେ ଅଧିକ ଚାପ ପଡ଼ିଥାଏ, ଏବଂ ଏଥିପାଇଁ ଯଦି ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ରହିଥାନ୍ତି, ତେବେ ଆପଣଙ୍କ ବେକ ଏବଂ ଅଣ୍ଟାରେ ରକା ରହିଯାଇଥିବ। ଅଧିକ ଘଣ୍ଟା ପର୍ଯ୍ୟନ୍ତ ବସିବା ଆପଣଙ୍କ ମେରୁଦଣ୍ଡର ହାଡ଼ ଉପରେ ପ୍ରଭାବ ପଡ଼ିପାରେ ।

ଅଧିକ ଚିନ୍ତା ଗ୍ରସ୍ତ ରହିବା :

ଯେତେବେଳେ ମଧ୍ୟ ଆମେ ଚିନ୍ତାରେ ରହିଥାଉ ଶରୀରର ସମସ୍ତ ପୂର୍ଜା ଗ୍ରସିତ ହୋଇଥାଏ । ଏହାଦ୍ବାରା ବେକ, ପିଠି ଏବଂ ଶରୀରର ମାଂସପେଶୀ ଗୁଡ଼ିକ ଉପରେ ମଧ୍ୟ ଚାପ ପଡ଼ିଥାଏ । ଯଦିଓ ଆପଣ ଅଧିକ ସମୟ ଚିନ୍ତାରେ ରହିଥାନ୍ତି ତେବେ ଆପଣଙ୍କ ମେରୁଦଣ୍ଡର ହାଡ଼ ଦୁର୍ବଳ ହୋଇପାରେ ।

ଗାଡି ଅଥବା ଶେଜ କାରଣରୁ :

ଆପଣଙ୍କ ମେରୁଦଣ୍ଡର ହାଡ଼ ଦୁର୍ବଳ ହେବାରେ ଲାଗିଥାଏ, କାହିଁକି ନା ଆପଣଙ୍କ ଶେଜ ଅଧିକ ପୁରୁଣା ହୋଇପାରେ । ୫ରୁ ୭ବର୍ଷ ପରେ ଆପଣଙ୍କ ଶୋଇବା ଶେଜକୁ ବଦଳାଇ ଦେବା ଉଚିତ । ଏହାର ଫଳାଫଳ ଏହା ହୋଇଥାଏ କି ଶୋଇବା ସମୟରେ ଶରୀରକୁ ଭଲଭାବରେ ଆରାମ ମିଳିନଥାଏ, ଏବଂ ବ୍ୟଥା ହୋଇଥାଏ ।

ହିଲ୍ସ ପିନ୍ଧିବା କାରଣରୁ :

ଯଦିଓ ଆପଣଙ୍କୁ ହିଲ୍ସ ପିନ୍ଧିବାର ଅଭ୍ୟାସ ରହିଛି ତେବେ ମେରୁଦଣ୍ଡର ହାଡ଼ ବହୁତ ବ୍ୟଥା ହୋଇପାରେ । ହାଇହିଲ ସେଣ୍ଡେଲ ପିନ୍ଧିବାଦ୍ଵାରା ଆପଣଙ୍କ ପାଦର ମାଂସପେଶୀ ଦବିଯାଉଛି ଓ ଏହାଦ୍ବାରା ପିଠି ଉପରେ ପ୍ରଭାବ ପଡ଼ିଥାଏ । ଧ୍ୟାନ ରଖନ୍ତୁକି ଆପଣଙ୍କ ସେଣ୍ଡେଳ ହାଲୁକା ହେବା ଦରକାର ।

ଅଧିକ ଧୁମ୍ରପାନ କରିବା :

ସିଗାରେଟ ପିଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ, ଏହି କଥା ସମସ୍ତେ ଜାଣିଥାନ୍ତି କିନ୍ତୁ ଏହାକୁ ଅଧିକାଂଶ ଲୋକ ପିଇଥନ୍ତି । ସିଗାରେଟ ପିଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏହା ସବୁଠାରୁ ବଡ଼ କଥା ହୋଇଥାଏ କି ଧୀରେ ଧୀରେ ତାଙ୍କର ମେରୁଦଣ୍ଡର ହାଡ଼ ଦୁର୍ବଳ ହୋଇଯାଇଥାଏ । ନିକୋଟିନ ମେରୁଦଣ୍ଡକୁ ଅମ୍ଳଜାନ ପରିବହନ କରିବାକୁ ରୋକିଥାଏ । ଅମ୍ଳଜାନ ନ ମିଳିବା କାରଣରୁ ମେରୁଦଣ୍ଡର ହାଡ଼ ଦୁର୍ବଳ ହେବାରେ ଲାଗିଥାଏ ।