ସେପ୍ଟେମ୍ବର ୧ ତାରିଖରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି ଏହି ୫ଟି ନୂଆ ନିୟମ ! ଜାଣି ନିଅନ୍ତୁ ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

Spread the love

ବର୍ତ୍ତମାନ ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି ଏବଂ ଆଉ ଗୋଟିଏ ଦିନ ପରେ ସେପ୍ଟେମ୍ବର ମାସି ଆସିବ । ସେପ୍ଟେମ୍ବର ମାସ ପ୍ରାରମ୍ଭରୁ ହିଁ ସାରା ଦେଶରେ ଅନେକ ଗୁଡ଼ିଏ ନିୟମ ପରିବର୍ତ୍ତନ ହୋଇଯିବ । ତେଣୁ ସେ ସମସ୍ତ ନିୟମ ବିଷୟରେ ଆପଣମାନେ ସମସ୍ତେ ଅବଗତ ହେବା ଏକାନ୍ତ ଆବଶ୍ୟକ । ଆଜି ଆମେ ଆମର ଏହି ପୋଷ୍ଟରେ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବାକୁ ଥିବା ନୂତନ ନିୟମ ଗୁଡିକ ବିଷୟରେ ଆପଣମାନଙ୍କୁ ଅବଗତ କରାଇବୁ ।

୧. ପ୍ରଥମ ନିୟମଟି ହେଲା ଗାଡି ଚଲାଉଥିବା ବ୍ୟକ୍ତିମାନଙ୍କ ପାଇଁ । ଯେଉଁ ବ୍ୟକ୍ତିମାନେ ଗାଡି ଚଲାଉଛନ୍ତି; ତେବେ ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ । କାରଣ ସେପ୍ଟେମ୍ବର ୧ ତାରିଖରୁ ନୂଆ ନିୟମ ଲାଗୁ ହେବ ଏବଂ ସେହି ନିୟମ ଅନୁଯାୟୀ ଯଦି ଆପଣ ଗାଡି ଚଲାଇଲା ବେଳେ ଫୋନରେ କଥା ହୁଅନ୍ତି କିମ୍ବା ମଦ ପିଇ ଗାଡି ଚଲାନ୍ତି; ତେବେ ପୂର୍ବ ଅପେକ୍ଷା ଅଧିକ ବର୍ଦ୍ଧିତ ଜରିମାନା ଦେବାକୁ ହେବ ।

୨. ଦ୍ଵିତୀୟ ନିୟମ ସେହି ବ୍ୟକ୍ତିମାନଙ୍କ ପାଇଁ ଯେଉଁମାନେ କି ଟିକସ ପଇଠ କରୁନାହାନ୍ତି । ଦ୍ଵିତୀୟ ନିୟମ ଅନୁସାରେ ଭାରତରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ କି ଅନେକ ଦିନ ଧରି ଇନକମ୍ ଟ୍ୟାକ୍ସ ଭାରି ଅର୍ଥାତ ପଇଠ କରିନାହାନ୍ତି । ତେଣୁ ସେମାନଙ୍କ ପାଇଁ ଏକ ସ୍କିମ ଲାଗୁ କରାଯାଇଛି, ଯାହାକି ସେମାନେ ସେପ୍ଟେମ୍ବର ୧ରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ପୂରଣ କରିବେ ।

୩. ତୃତୀୟ ନିୟମ ଅନୁସାରେ ଯଦି ଆପଣ ତମାଖୁ ବ୍ୟବହାର କରୁଛନ୍ତି କିମ୍ବା ତମାଖୁ କିଣୁଛନ୍ତି; ତେବେ ଆପଣଙ୍କ ପାଇଁ ଏହି ନିୟମଟି ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ଯଦି ଆପଣ ତମାଖୁ କିଣିବା ପାଇଁ ଯାଆନ୍ତି; ତେବେ ସେହି ତମାଖୁ ଦବା ବା ପ୍ୟାକେଜ ରେ ଆପଣଙ୍କୁ ସତର୍କତାର ସୂଚନା ମିଳିବ ଯେ ତମାଖୁ ବ୍ୟବହାର ଦ୍ୱାରା ଆପଣଙ୍କର କଣ କ୍ଷତି ହେବ ଏବଂ ସେଥିରୁ ଦୁରେଇ ରହିବା ପାଇଁ ଆପଣଙ୍କୁ ସାବଧାନ କରାଯିବ ।

୪. ଚତୁର୍ଥ ନିୟମଟି ହେଲା ଏସବିଆଇ ବ୍ୟାଙ୍କର ଗ୍ରାହକମାନଙ୍କ ପାଇଁ ଖୁସି ଖବର । ଏହି ନିୟମ ଅନୁଯାୟୀ ହୋମ ଲୋନରେ ଆପଣଙ୍କୁ ୦.୨୦% ହ୍ରାସ କରାଯାଇଛି । ଏସବିଆଇ ଗ୍ରାହକମାନଙ୍କ ପାଇଁ ସେପ୍ଟେମ୍ବର ୧ ତାରିଖରୁ ହୋମ ଲୋନର ସୁଧ ଦର ଶତକଡ଼ା ୮.୨ ରହିବ ।

୫. ପଞ୍ଚମ ନିୟମଟି ହେଲା ଗାଡି ଚଲାଉଥିବା ସେହି ବ୍ୟକ୍ତିମାନଙ୍କ ପାଇଁ । ଯଦି ଆପଣ ଗାଡି ଚଳାଇଲା ବେଳେ କୌଣସି କାରଣରୁ ଦୁର୍ଭାଗ୍ୟ ବଶତଃ ଦୁର୍ଘଟଣାର ଶିକାର ହୁଅନ୍ତି କିମ୍ବା ଭୂମିକମ୍ପ ଓ ବନ୍ୟା ଭଳି ଦୈବ ଦୁର୍ବିପାକରେ କ୍ଷତିଗ୍ରସ୍ତ ହୁଏ; ତେବେ ସେପ୍ଟେମ୍ବର ମାସ ୧ ତାରିଖରେ ଲାଗୁ ହେବାକୁ ଥିବା ନୂଆ ନିୟମ ଅନୁଯାୟୀ ଆପଣଙ୍କୁ ଉକ୍ତ ଗାଡି ପାଇଁ ପୂର୍ବ ଅପେକ୍ଷା ଅଧିକ ବୀମା ରାଶି ଦିଆଯିବ ।