୧ ମଇରୁ ୫ଟି ପରିବର୍ତ୍ତନ ଦେଖାଯିବ ! SBI ଏବଂ PNB ଗ୍ରାହକ ଆର୍ଲାଟ ହୋଇଯାଅନ୍ତୁ ।

Spread the love

ନୂତନ ଆର୍ଥିକ ବର୍ଷ ୨୦୧୯-୨୦ର ପ୍ରଥମ ମାସ ଶେଷ ହେବାକୁ ଯାଉଛି । ଏପ୍ରିଲର ଏହି ମାସରେ ବହୁତ ନୂଆ ନିୟମ ଲାଗୁହୋଇଛି ଏବଂ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ସେହିପରି ମଇ ମାସରେ ମଧ୍ୟ ଅନେକ ଗୁଡିଏ ନିୟମ ଲାଗୁ ହେବ ଏବଂ ଅନେକ ନିୟମରେ କିଛି ପରିବର୍ତ୍ତନ ହୋଇପାରେ । ଏହି ନିୟମ ଗୁଡିକ ମଧ୍ୟରେ ବ୍ୟାକିଙ୍ଗ କ୍ଷେତ୍ରରେ ଅନେକ ନିୟମ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

SBI ଗ୍ରାହକଙ୍କ ପାଇଁ ପରିବର୍ତ୍ତନ :

ଯଦି ଆପଣ SBIର ଗ୍ରାହକ ଅଟନ୍ତି, ତେବେ ଜାଣି ରଖନ୍ତୁ SBI ସଞ୍ଚୟ ଏବଂ ଋଣ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ । କାରଣ SBI, RBI ସହ ଯୋଡି ହେବା ପାଇଁ ଯାଉଛି ଯାହା ଫଳରେ RBIର ରେପୋ ରେଟ୍ ବଢିବା ଏବଂ କମିବା ଉପରେ SBIର ଋଣ ଓ ସଞ୍ଚୟର ସୁଧ ହାର ବଢିବ ଏବଂ କମିବ ।

ଏହି ନିୟମ ଲାଗୁ ହେବା ପରେ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା କମ ସୁଧ ମିଳିବ । ଏକ ଲକ୍ଷରୁ ଅଧିକ ସଞ୍ଚୟ କିମ୍ବା ଋଣ ଉପରେ ଏହି ନିୟମ ଲାଗୁ ହେବ ।

PNB ଗ୍ରାହକଙ୍କ ପାଇଁ ପରିବର୍ତ୍ତନ :

ଯଦି ଆପଣ PNBର ଗ୍ରାହକ ଅଟନ୍ତି ଏବଂ ଆପଣ ଡିଜିଟାଲ ୱାଲେଟର ବ୍ୟବହାର କରୁଛନ୍ତି ତେବେ ମଇ ୧ ରୁ ଆପଣଙ୍କୁ ଝଟକା ଲାଗିପାରେ । PNB ନିଜ ଗ୍ରାହକଙ୍କୁ କହି ସାରିଛି, ୩୦ ଏପ୍ରିଲ ପୂର୍ବରୁ ନିଜ ବଲେଟରେ ଥିବା ଟଙ୍କାକୁ ଟ୍ରାନ୍ସଫର୍ମର କରିନିଆନ୍ତୁ କିମ୍ବା ଖର୍ଚ୍ଚ କରିଦିଅନ୍ତୁ ।

୧ ମଇରୁ ହୋଇଥାଇ ପରେ ଆପଣଙ୍କୁ ନିଜ କିଟି ୱାଲେଟ ବଦଳରେ ଅନ୍ୟ କୌଣସି ୱାଲେଟ ବ୍ୟବହାର କରିବା ପାଇଁ ପଡିପାରେ । ଯଦି ୱାଲେଟରେ ଥିବା ଟଙ୍କାକୁ ଆପଣ ଖର୍ଚ୍ଚ କରି ନାହାନ୍ତି କିମ୍ବା ଟ୍ରାନ୍ସଫର କରିନାହାନ୍ତି ତେବେ ଆପଣ କ୍ଷତି ସହି ପାରନ୍ତି ।

ରେଳ ଯାତ୍ରୀଙ୍କ ପାଇଁ ପରିବର୍ତ୍ତନ :

୧ ମଇରୁ ଯାତ୍ରୀଙ୍କୁ ଏକ ସୁବିଧା ମିଳିପାରେ । ଏହି ନିୟମ ଅନୁସାରେ ରେଳ ଛାଡିବାର ୪ ଘଣ୍ଟା ପୂର୍ବରୁ ଆପଣ ନିଜର ବୋଡିଂ ଷ୍ଟେସନ ବଦଳାଇ ପାରିବେ ।

ଏହାର ଅର୍ଥ ହେଉଛି ଟିକଟ୍ ବୁକିଙ୍ଗ ସମୟରେ ଆପଣ ଯେଉଁ ସ୍ଥାନରୁ ଯାତ୍ରା କରିବା ପାଇଁ ଚାହୁଁଛନ୍ତି; ସେହି ସ୍ଥାନକୁ ଆପଣ ୪ ଘଣ୍ଟା ପୂର୍ବରୁ ବଦଳାଇ ପାରିବେ । କିନ୍ତୁ ଏଥିରେ ଏକ ଅସୁବିଧା ରହିଛି ଆପଣଙ୍କୁ ଟିକଟ୍ କ୍ୟାନ୍ସଲେସନ୍ ଟଙ୍କା ମିଳିବ ନାହିଁ ।

ଉଡାଜାହାଜରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ ପରିବର୍ତ୍ତନ :

ମଇ ମାସରୁ ଅନେକ ନୂତନ ସ୍ଥାନରୁ ବିମାନ ଉଡିବାର ସମ୍ଭାବନା ରହିଛି । ଜେଟ୍ ଏୟାରବେଜର ଅସ୍ଥାୟୀ ରୂପେ ବିମାନ ସେବା ବନ୍ଦ କରିବା କାରଣରୁ ସ୍ପାଇସ ଜେଟ୍, ଗୋ-ଏୟାର ଏବଂ ଇଣ୍ଡିଗୋ ନିଜର ରାସ୍ତାକୁ ବଦଳାଇ ବିମାନ ସେବା ଆରମ୍ଭ କରିବା ପାଇଁ କହିଛି ।

ଏହିଫଳରେ ବିମାନ ଯାତ୍ରା ସମୟରେ ଯାତ୍ରୀମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ, ସେଥିରୁ ମୁକ୍ତି ମିଳି ପାରିବ । ଏହା ଛଡା ୧ ମଇରେ ଜେଟ୍ ଏୟାରବେଜ ଯାତ୍ରୀଙ୍କ ଟିକଟ ଟଙ୍କା ଫେରାଇବାର ଶୁଣାଣି ହେବାର ଅଛି । ଦିଲ୍ଲୀର ହାଇକୋର୍ଟ ଏହି ଶୁଣାଣି କରିବ ।

ମୋବାଇଲ ଉପଭୋକ୍ତାଙ୍କ ପାଇଁ ପରିବର୍ତ୍ତନ :

ବିନା ଆଧାର କାର୍ଡ ଜରିଆରେ ଆପଣମାନେ ନୂଆ ସିମ୍ କିଣି ପାରିବେ । ନୂଆ ସିମ କାର୍ଡ ପାଇଁ ବର୍ତ୍ତମାନ ଆଧାର ଭଳି ଡିଜିଟାଲ କେୟାସୀ (KYC) ସିଷ୍ଟମ୍ ପ୍ରସ୍ତୁତ ହୋଇସାରିଛି । ବର୍ତ୍ତମାନ ଏହାର ପରୀକ୍ଷଣ ଚାଲିଛି । ଏହି ପ୍ରଣାଳୀ ଅନୁସାରେ ନୂଆ ସିମ୍ କାର୍ଡ କିଣିବା ପାଇଁ ଗ୍ରାହକଙ୍କ ଭେରୀଫିକେସନ୍ ପରେ ୧ ରୁ ୨ ଘଣ୍ଟା ମଧ୍ୟରେ ସିମ୍ ଚାଲୁ ହୋଇପାରିବ । ସୁପ୍ରିମକୋର୍ଟର ଆଦେଶ ପରେ ହିଁ ଏହି ନୂତନ ନିୟମ ୧ ମଇରୁ ଲାଗୁ ହେବ ।