ଏକ ମାସ ନିରନ୍ତର କିସମିସ୍ ସେବନ କରିଲେ ମିଳିଥାଏ ଏହି ୫ଟି ଅଦ୍ଭୁତ ଫାଇଦା ! କେବଳ ସେବନ କରିବା ନିୟମ ଜାଣିବା ଆବଶ୍ୟକ ।

Spread the love

ଏକ ମାସ ନିରନ୍ତର କିସମିସ୍ ସେବନ କରିଲେ ମିଳିଥାଏ ଏହି ୫ଟି ଅଦ୍ଭୁତ ଫାଇଦା, ଏଥିପାଇଁ କେବଳ ସେବନ କରିବା ନିୟମ ଜାଣିବା ଆବଶ୍ୟକ । ଆସନ୍ତୁ ସେ ବିଷୟରେ ଜାଣିବା ।

କିସମିସ୍ ଆପଣ ସମସ୍ତେ ସେବନ କରୁଥିବେ । କିସମିସ୍ ମିଠା ଓ ସ୍ୱାଦିଷ୍ଟ ହେବା ସହ ପୌଷ୍ଟିକ ମଧ୍ୟ ଅଟେ ଓ ଶରୀର ପାଇଁ ବହୁତ ଲାଭ ଦାୟକ ଅଟେ । କିସମିସ୍ ସେବନ ଦ୍ୱାରା ଶରୀରକୁ ଫାଇବର, ପ୍ରୋଟିନ, ଭିଟାମିନ୍-ଏ, ଭିଟାମିନ୍-ସି, ପୋଟେସିଅମ୍ ଓ ଆଇରନ୍ ଭଳି ଆବଶ୍ୟକ ପୋଷକ ତତ୍ତ୍ୱ ମିଳିଥାଏ ଓ ଶରୀରରେ ବହୁତ ପରିବର୍ତ୍ତନ ଆସିଥାଏ । ତେବେ ଆସନ୍ତୁ ଜାଣିବା କିସମିସ୍ ସେବନ କରିଲେ କେଉଁ ୫ଟି ଅଦ୍ଭୁତ ଫାଇଦା ମିଳିବ ସେ ବିଷୟରେ ଜାଣିବା ।

୧) କିସମିସ୍ ସେବନ କରିଲେ ଭରପୁର ଆଇରନ୍ ମିଳିଥାଏ । ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ଥାଏ, ତେବେ କିସମିସ୍ ସେବନ କରିବା ଦ୍ୱାରା ରକ୍ତର ମାତ୍ରା ବଢିଥାଏ । କିସମିସ୍ ସେବନ କରିଲେ ହିମୋଗ୍ଲୋବିନ ମଧ୍ୟ ବଢିଥାଏ ।

୨) କିସମିସ୍ ସେବନ କରିଲେ ଭରପୁର ଫାଇବର ମିଳିଥାଏ । ଯାହାକି ଆମ ପାଚନ ତନ୍ତ୍ର ଠିକ୍ ରୂପରେ କାମ କରିବା ଭଳି ସହାୟତା କରିଥାଏ । ଆଜିକାଲିର ଦୈନନ୍ଦିନ ଖାଦ୍ୟପେୟ ସେବନ ଯୋଗୁଁ ପେଟରେ ଅନେକ ମଇଳା ଜମିଯାଏ । ଯାହାକି କିସମିସ୍ ସେବନ କରିବା ଦ୍ୱାରା ତାହା ବାହାରକୁ ଆସିଯାଏ । କିସମିସ୍ ସେବନ କରିବା ଦ୍ୱାରା ପେଟ ଓ ଅନ୍ତ୍ର ସଫା ହୋଇଥାଏ ।

୩) କିସମିସ୍ ରେ କିଛି ଏଭଳି ତତ୍ତ୍ୱ ପାଇଥାଉ ଯାହାକି ଆମ ଦାନ୍ତ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । କିସମିସ୍ ସେବନ କରିବା ଦ୍ୱାରା ଦାନ୍ତର ମାଢି ମଜବୁତ ହେବା ସହ ସେଠାରୁ ରକ୍ତ ବାହାରୁ ଥିଲେ, ତାହା ମଧ୍ୟ ବନ୍ଦ ହୋଇଯାଏ ।

୪) କିସମିସ୍ ରେ ପାଉଥିବା ଭରପୁର ଫାଇବର ଓ ପ୍ରୋଟିନ ଶରୀରର ମେଟାବୋଲିଜମ୍ ଠିକ୍ କରିଥାଏ । ପତଳା ଲୋକ ନିଜ ଶରୀରର ଓଜନ ବଢାଇବା ପାଇଁ କିସମିସ୍ ସେବନ କରନ୍ତୁ ।

୫) କିସମିସ୍ ରେ ଭିଟାମିନ୍-ଏ ଓ ଭିଟାମିନ୍-ସି ଭଳି ପୋଷକ ତତ୍ତ୍ୱ ପାଇଥାଉ । ଯାହା କି ଆଖି ଓ ତ୍ୱଚା ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଯେଉନମାନଙ୍କ ମୁହଁରେ ଚିହ୍ନ, ବ୍ରଣ ଥାଏ ସେମାନେ ନିରନ୍ତର କିସମିସ୍ ସେବନ କରନ୍ତୁ ।

କିସମିଶ ସେବନ କରିବାର ସଠିକ ନିୟମ –

କିସମିସ୍ କୁ ସଠିକ ନିୟମରେ ସେବନ କରିଲେ ହିଁ ଫାଇଦା ମିଳିଥାଏ । ତେଣୁ ରାତିରେ ଶୋଇବା ବେଳେ ୧୦ ରୁ ୧୨ଟି କିସମିସ୍ କୁ ପାଣିରେ ବତୁରାଇ ଦିଅନ୍ତୁ । ସକାଳେ ଉଠି ଖାଲି ପେଟରେ ପ୍ରଥମେ ସେହି ପାଣିକୁ ପିଅନ୍ତୁ ଓ ପରେ ସେହି କିସମିସ୍ ସେବନ କରନ୍ତୁ ।