ଏହି ପାଞ୍ଚୋଟି ଅଭ୍ୟାସ ସମୟ ପୂର୍ବରୁ ଆପଣଙ୍କୁ ବାର୍ଦ୍ଧକ୍ୟତା ଆଡକୁ ଟାଣି ନେଇଥାଏ । ଶୀଘ୍ର ତ୍ୟାଗ କରି ନିଅନ୍ତୁ ଏହି ଅଭ୍ୟାସ ଗୁଡିକ ।

Spread the love

ଯୁବକ ଏବଂ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହିଁଥାନ୍ତି, ଏଥିପାଇଁ ଲୋକେ ଯଥା ସମ୍ଭାବ ପ୍ରୟାସ କରିଥାନ୍ତି । କିନ୍ତୁ ସମୟ ପୂର୍ବରୁ ହିଁ ଲୋକେ ବୃଦ୍ଧ ଦେଖା ଯାଇଥାନ୍ତି ।ଏହାର ମୁଖ୍ୟ କାରଣ ଅଟେ ଆଜିର ଚିନ୍ତାଗ୍ରସ୍ତ ଜୀବନ । ଆଜିର ଚିନ୍ତାଗ୍ରସ୍ତ ଜୀବନ ଯୋଗୁଁ ଲୋକେ ଅଶାନ୍ତିରେ ଜୀବନ ବିତାନ୍ତି; ଯାହାର ପ୍ରଭାବ ସେମାନଙ୍କ ଚେହେରାରୁ ଜଣା ପଡିଥାଏ । ଏହା ସହ ଆଜିର ଖାଦ୍ୟପେୟ ଯୋଗୁଁ ମଧ୍ୟ ବାର୍ଦ୍ଧକ୍ୟତା ମନୁଷ୍ୟ ଚେହେରାରେ ଦେଖା ଯାଇଥାଏ । ଆଜି ଆମେ ଆପଣଙ୍କୁ କିଛି ଅଭ୍ୟାସ ବିଷୟରେ କହିବୁ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଆଜିର ସମୟରେ ବର୍ଗର୍, ପିଜା, ରୋଲ, ଫ୍ରେଞ୍ଚ ଫ୍ରାଇ ପରି ଜଙ୍କ ଫୁଡ଼ ସହରର ପ୍ରତି ଗଳି-କନ୍ଦିରେ ମିଳିଥାଏ । ଏହାକୁ ପ୍ରତି ଯୁବକ ଏବଂ ପିଲା ଖାଇବା ପାଇଁ ପସନ୍ଦ କରିଥାନ୍ତି । ଜଙ୍କ ଫୁଡ଼ ଯୋଗୁଁ ଓଜନ ବଡ଼ିଥାଏ; ଯାହା ଫଳରେ ମନୁଷ୍ୟ ବୃଦ୍ଧ ଦେଖା ଯାଇଥାଏ । ଜଙ୍କ ଫୁଡ଼ ଖାଇବା ଦ୍ୱାରା ସ୍ଵାସ୍ଥ୍ୟ ବିଷାକ୍ତ ହୋଇଥାଏ ଏବଂ ପେଟ ସମସ୍ୟା ମଧ୍ୟ ଦେଖା ଯାଇଥାଏ । ବିଷାକ୍ତ ଖାଦ୍ୟ ଦ୍ୱାରା ରକ୍ତ ମଧ୍ୟ ଦୂଷିତ ହୋଇଥାଏ । ଯାହାଫଳରେ ଆଖିତଳେ କଳା ଦାଗ ଦେଖା ଯାଇଥାଏ । ଏହି କାରଣରୁ ସମୟ ପୂର୍ବରୁ ମନୁଷ୍ୟ ବୃଦ୍ଧ ଦେଖା ଯାଇଥାଏ । ଏହିପରି ପ୍ୟାକେଟ ଖାଦ୍ୟ ଖାଇବା ଦ୍ୱାରା ଶରୀର ରୋଗାଗ୍ରସ୍ତ ହେବା ସହ ମନୁଷ୍ୟ ଅସୁନ୍ଦର ଦେଖା ଯାଇଥାଏ ।

ଆଜିର ସମୟରେ ବ୍ୟକ୍ତି ବିଳମ୍ବରେ ରାତିରେ ଶୋଇଥାଏ; ଯାହାଫଳରେ ବ୍ୟକ୍ତିର ନିଦ ପୁରା ହୋଇନଥାଏ ଏବଂ ବ୍ୟକ୍ତି ଥକ୍କାପଣ ଅନୁଭଵ କରିପାରେ ଏବଂ ବ୍ୟକ୍ତିର ରକ୍ତ ସଂଚାର ପ୍ରଣାଳି ଠିକ ରୂପେ କାର୍ଯ୍ୟ କରିନଥାଏ । ଏହାସହ ନିଦ ପୁରା ନ ହେବା କାରଣରୁ ଆଖିତଳେ କଳାଦାଗ ସୃଷ୍ଟି ହୋଇଥାଏ । ଅନ୍ୟପକ୍ଷରେ ନିଦ ପୁରା ନ ହେବା କାରଣରୁ ବ୍ୟକ୍ତି ଅଳସୁଆ ମଧ୍ୟ ଅନୁଭଵ କରିଥାଏ ।

ଆଜିର ପ୍ରତିଯୋଗିତା ମୂଳକ ଜୀବନରେ ପ୍ରତିବ୍ୟକ୍ତି ଜଞ୍ଜାଳର ବୋଝରେ ଲଦି ହୋଇ ରହିଥାଏ । ଜୀବନରେ ସଫଳତା ପାଇବା ପାଇଁ ଲୋକେ ଚିନ୍ତାଗ୍ରସ୍ତ ହୋଇପଡ଼ନ୍ତି । ଯାହାଫଳରେ ଏହାର ସିଧାସିଧା ପ୍ରଭାବ ବ୍ୟକ୍ତିର ଚେହେରାରେ ପଡିଥାଏ । ଏହି ପରିପ୍ରେକ୍ଷୀରେ ବ୍ୟକ୍ତିକୁ ଯଥା ସମ୍ଭବ ଚିନ୍ତା ମୁକ୍ତ ରହିବା ଆବଶ୍ୟକ ଅଟେ । ଚିନ୍ତା ମୁକ୍ତ ହେବା ପାଇଁ ଆପଣ ଧ୍ୟାନ କରିପାରିବେ ।

ଆଜିର ଦୁନିଆରେ ଲୋକଙ୍କୁ ଏକୁଟିଆ ରହିବା ପାଇଁ ପସନ୍ଦ କରିଥାନ୍ତି । ବାସ୍ତବରେ ଏକୁଟିଆ ରହିବା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହିତକାରକ ନୁହେଁ । ଅନ୍ୟମାନଙ୍କ ସହ ମିଳାମିଶା କରିବା ଅପେକ୍ଷା ଘରେ ଏକୁଟିଆ ରହିବା ଫଳରେ ବ୍ୟକ୍ତିର ମସ୍ତିସ୍କ ମଧ୍ୟ ସୁସ୍ଥ ରହିଥାଏ ଏବଂ ଏହାର ପ୍ରଭାବ ମନୁଷ୍ୟର ଚେହେରାରେ ପଡିଥାଏ ।

ମଦ ଏବଂ ସିଗାରେଟ ମନୁଷ୍ୟର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ମଦ ଏବଂ ସିଗାରେଟର ସେବନ ଦ୍ୱାରା ମନୁଷ୍ୟ ଶରୀରର ଏଞ୍ଜାଇମ ସକ୍ରିୟ ହୋଇପଡେ ଯାହା ଶରୀରର ପ୍ରାକୃତିକ ଚମକତା ନଷ୍ଟ କରି ଦେଇଥାଏ । ଏହାଦ୍ୱାରା ମନୁଷ୍ୟର ଶରୀର ମଳିନ ପଡିଥାଏ ଏବଂ ବ୍ୟକ୍ତି ବୃଦ୍ଧ ଦେଖା ଯାଇଥାଏ ।