ଏହି ୫ଟି ମହଙ୍ଗା ଜିନିଷର ମାଲିକ ଅଟନ୍ତି ସାହାରୁଖ ଖାନ, ୩ ନମ୍ବର ଜିନିଷର ଦାମ ହେଉଛି ୧୭୨ କୋଟି ଟଙ୍କା ।

Spread the love

ବଲିଉଡର ବାଦଶା ସାରୁଖ ଖାନଙ୍କ ନାମ ନା କେବଳ ଭାରତରେ, ବିଦେଶରେ ମଧ୍ୟ ପ୍ରସିଦ୍ଧ ଅଟେ । ଭାରତରେ ବହୁତ କମ ଲୋକ ଥିବେ ଯେଉଁମାନେ ସାହାରୁଖ ଖାନଙ୍କୁ ଜାଣିନଥିବେ । ସାହାରୁଖ ଖାନ ଆଜି ଯେଉଁ ପ୍ରସିଦ୍ଧି ଲାଭ କରିଛିନ୍ତି; ତାହା ନିଜ କାର୍ଯ୍ୟ ଅନୁସାରେ ପାଇଛନ୍ତି । ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେବାପରେ ତାଙ୍କୁ ବଲିଉଡର କିଙ୍ଗର ଉପାଧି ମିଳିଛି । ସାହାରୁଖ ଖାନ ଜୀବନରେ ଅନେକ ଫିଲ୍ମରେ ଅଭିନୟ କରି ଅନେକ ଟଙ୍କା ଉପାର୍ଜନ କରିଛନ୍ତି । “ରେଡ୍ ଚିଲ୍ଲି” ନାମକ ନିଜସ୍ଵ ପ୍ରଡକସନ ହାଉସ ରହିଛି । ଅନ୍ୟ ପକ୍ଷରେ ବିଜ୍ଞାପନ, ଇଭେଣ୍ଟ, ଆୱାର୍ଡ଼ ଶୋ’ରୁ ଭଲ ଟଙ୍କା ଉପାର୍ଜନ କରନ୍ତି । ଆମେ କହି ପାରିବା ସାହାରୁଖ ଖାନଙ୍କ ପାଖରେ ବହୁତ ସମ୍ପତି ରହିଛି । ଏହି କାରଣରୁ ସାହାରୁଖଙ୍କ ପାଖରେ ଦାମୀ ଜିନିଷ ରହିବା ସ୍ଵାଭାବିକ । ଏହି ପରିପ୍ରେକ୍ଷୀରେ ଆମେ ଆଜି ୫ଟି ସେହି ଦାମୀ ଜିନିଷ ବିଷୟରେ କହିବୁ ଯାହାର ସାହାରୁଖ ଖାନ ମାଲିକ ଅଟନ୍ତି ।

ଦୁବାଇର ବିଲା – ଯାହାର ମୂଲ୍ୟ ୧୦୦କୋଟି ଟଙ୍କା :

ସାହାରୁଖ ଖାନଙ୍କ ଏକ ବିଲା ଦୁବାଇର ପ୍ରେଷ୍ଟିଜୀୟାସ ପାଖରେ ଥିବା ଜୁମିରହରେ ରହିଛି । ସାହାରୁଖ ଖାନ ଏହାକୁ ୧୦୦କୋଟି ଟଙ୍କା ଦେଇ କିଣିଥିଲେ । ଯେତେବେଳେ ସେ ଫିଲ୍ମ ଏବଂ ମିଡିଆରୁ ଦୂରେଇ ଅବକାଶ ସମୟ ଅତିବାହିତ କରିବା ପାଇଁ ଚାହଁନ୍ତି, ସେହି ସମୟରେ ଏଠାରେ ଆସି ସମୟ ବିତାନ୍ତି ।

ବୁଗାଟି ବେୟାରୋ (Bugatti Veyron) – ଯାହାର ମୂଲ୍ୟ ୧୪କୋଟି ଟଙ୍କା :

କହିବାକୁ ଗଲେ ସାହାରୁଖ ଖାନଙ୍କ ପାଖରେ ଅନେକ ଦାମୀ ଏବଂ ଲଗଜ୍ୟୁରି କାର ରହିଛି କିନ୍ତୁ ଏହି ସବୁ କାର ଗୁଡିକ ମଧ୍ୟରୁ ସବଠୁ ସୁନ୍ଦର କାର ହେଉଛି ବୁଗାଟି ବେୟାରୋ । ସାହାରୁଖ ଖାନ ଏହି ଦାମୀ କାରକୁ ୧୪କୋଟି ଟଙ୍କାରେ କିଣିଥିଲେ ।

ଲଣ୍ଡନରେ ଘର – ଯାହାର ମୂଲ୍ୟ ୧୭୨କୋଟି ଟଙ୍କା :

ସାହାରୁଖ ଖାନ ୨୦୦୯ ମସିହାରେ ଲଣ୍ଡନରେ ଏକ ଘର କିଣିଥିଲେ । ଏହି ଘରଟି ପାର୍କ ଲେନ ଅଞ୍ଚଳରେ ନିର୍ମିତ ହୋଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ, ଏହି ଅଞ୍ଚଳରେ ହଲିଉଡ ଫିଲ୍ମର ତାରକାମାନେ ଏବଂ ବଡ ବଡ ବ୍ୟବସାୟୀ ମାନଙ୍କ ଘର ରହିଛି । ସେହି ସମୟରେ ସାହାରୁଖ ଖାନ ଏହାକୁ ୧୭୨କୋଟି ଟଙ୍କାରେ କିଣିଥିଲେ ।

Rolls Royce coupe କାର – ମୂଲ୍ୟ ୪.୧ କୋଟି ଟଙ୍କା :

ସାହାରୁଖ ଖାନଙ୍କ ପାଖରେ Rolls Royce coupe ନାମକ ଏକ କାର ରହିଛି, ଯାହାର ଭାରତୀୟ ବଜାର ଭିତ୍ତିକ ମୂଲ୍ୟ ୪ କୋଟି ୧୦ ଲକ୍ଷ ଟଙ୍କା ଅଟେ ।

ଲଗଜ୍ୟୁରି ଭେନ – ଯାହାର ମୂଲ୍ୟ ୩ କୋଟି ୮୦ ଲକ୍ଷ ଟଙ୍କା :

କେବଳ ଲଗଜ୍ୟୁରି କାର ନୁହେଁ ସାହାରୁଖଙ୍କ ପାଖରେ ଲଗଜ୍ୟୁରି ଭେନ ମଧ୍ୟ ରହିଛି । ପ୍ରାୟତଃ ଫିଲ୍ମ ତାରକାମାନେ ଭେନର ବ୍ୟବହାର ଫିଲ୍ମ ଶୁଟିଙ୍ଗ ସମୟରେ ଆରମ କରିବା ପାଇଁ କିମ୍ବା ମେକଅପ ପାଇଁ ବ୍ୟବହାର କରିଥାନ୍ତି । ସାଧାରଣତଃ ଜଣେ ତାରକାଙ୍କ ପାଖରେ ଏକ ସାମାନ୍ୟ ଏବଂ କମ ସୁବିଧାଯୁକ୍ତ ଭେନ ରହିଥାଏ । କିନ୍ତୁ ସାହାରୁଖ ବଲିଉଡର ବାଦଶାହ ଅଟନ୍ତି; ତେଣୁ ତାଙ୍କ ପାଖରେ ଦାମୀ ଏବଂ ଲଗଜ୍ୟୁରି ଭେନ ରହିଛି ।

ଆପଣ ଦେଖିଥିବେ ସାହାରୁଖଙ୍କ ପାଖରେ କେତେ ସମ୍ପତି ରହିଛି । ଏଠାରେ ଧ୍ୟାନ ଦେବା ଭଳି ବିଷୟ ହେଉଛି, ଏହି ସମ୍ପତ୍ତି ସେ ବାପା ଜେଜେଙ୍କ ଠାରୁ ପାଇ ନାହାଁନ୍ତି ବରଂ ସେ ଏହି ସମ୍ପତ୍ତି ନିଜେ ଉପାର୍ଜନ କରିଛନ୍ତି । ଏତେ ସମ୍ପତ୍ତି ଥାଇ ମଧ୍ୟ ସାହାରୁଖ ଖାନ୍ ବହୁତ ବିନମ୍ର ଏବଂ ସାଧାରଣ ସ୍ୱଭାବର ଅଟନ୍ତି । ଏହି କାରଣରୁ ସାଧାରଣ ଜନତା ଠାରୁ ଆରମ୍ଭ କରି ବାଲିଉଡ଼ ତାରକାମାନେ ମଧ୍ୟ ସାହାରୁଖ ଖାନଙ୍କୁ ପସନ୍ଦ କରନ୍ତି ।