ଜୁଲାଇ ୧ରୁ ବଦଳି ଯିବ ଏହି ୫ଟି ଜରୁରୀ ଜିନିଷ । ଏହାର ସିଧା ପ୍ରଭାବ ଜନସାଧାରଣଙ୍କ ଉପରେ ପଡିବ ।

Spread the love

ଆସନ୍ତା ମାସରେ ବ୍ୟାଙ୍କ, ରୋଷେଇ ଏବଂ ଟଙ୍କା ସହ ଜଡିତ ଅନେକ ବଡ଼ ପରିବର୍ତ୍ତନ ହେବାର ଆଶଙ୍କା ରହିଛି, ଯାହାର ସିଧା ପ୍ରଭାବ ଜନସାଧାରଣଙ୍କ ପକେଟ ଉପରେ ପଡିବ । ହଁ ଆଜ୍ଞା, ଜୁଲାଇ ୧ରୁ ଅନେକ ଜିନିଷର ଦାମ ବଢ଼ିପାରେ ଏବଂ କିଛି ନିୟମ ମଧ୍ୟ ବଦଳିପାରେ । ଯାହାର ପ୍ରଭାବ ରୋଷେଇ ଠାରୁ ଆରମ୍ଭ କରି ପକେଟ ଉପରେ ମଧ୍ୟ ପଡିପାରେ । ମିଡ଼ିଆ ଖବର ଅନୁଯାୟୀ ଜୁଲାଇ ୧ରୁ ୫ଟି ଜିନିଷରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହି ସବୁ ଜିନିଷରେ ଆପଣଙ୍କ ରୋଷେଇ ଘର ମଧ୍ୟ ସାମିଲ ଅଛି, ଯାହାର ପ୍ରଭାବ ଆପଣଙ୍କ ପରିବାର ଉପରେ ମଧ୍ୟ ପଡିବ । ତେବେ ଚାଲନ୍ତୁ ଜାଣିବା, କଣ କଣ ସେହି ଜିନିଷ ସବୁ, ଯାହା ଜୁଲାଇ ୧ରୁ ବଡ଼ ପରିବର୍ତ୍ତନର ଆଶଙ୍କା ରହିଛି ।

ଗ୍ୟାସ ସିଲିଣ୍ଡର ହେବ ମହଙ୍ଗା :

ସବୁ ମାସ ଭଳି ଜୁଲାଇ ମାସରେ ମଧ୍ୟ ଗ୍ୟାସ ସିଲିଣ୍ଡରର ଏକ ନୂଆ ଦାମ ବିଦ୍ୟମାନ କରାଯିବ, ଯାହା ଅନୁସାରେ ରୋଷେଇ ଗ୍ୟାସର ଦାମ ବଢ଼ିପାରେ । ଆପଣଙ୍କୁ କହି ରଖୁଛୁ ଯେ, ଜୁନ ମାସରେ ମଧ୍ୟ ରୋଷେଇ ଗ୍ୟାସର ଦାମ ବଢିଥିଲା କିନ୍ତୁ ଏବେ ପୁଣିଥରେ ଜୁଲାଇ ୧ରୁ ଏହାର ବୃଦ୍ଧି ହେବ, ଯାହାର ପ୍ରଭାବ ଜନସାଧାରଣଙ୍କ ଉପରେ ସିଧା ପଡିବ ।

ବ୍ୟାଙ୍କରେ ବଦଳିବ ଏହି ନିୟମ :

ଆରବିଆଇ ନୂଆ ଗାଇଡ଼ ଲାଇନ ବିଦ୍ୟମାନ କରିବା ସହିତ ଗ୍ରାହକଙ୍କ ଚେକ୍ ବୁକ୍ ଏବଂ ସୁବିଧାମାନ ଦେବା ପାଇଁ ବ୍ୟାଙ୍କମାନଙ୍କୁ ଆଦେଶ ଦେଇଛି । ଏହା ଅନୁସାରେ ବ୍ୟାଙ୍କ ଗ୍ରାହକଙ୍କୁ ନ୍ୟୁନତମ ଅର୍ଥ ରଖିବା ପାଇଁ କହି ପାରିବେ ନାହିଁ । ଅର୍ଥାତ ସ୍ପଷ୍ଟ ଏହା ଯେ, ଏବେ ଚେକ୍ ବୁକ୍ ନେବା ପାଇଁ ଆପଣଙ୍କୁ ବ୍ୟାଙ୍କର ନିୟମ ଅନୁସାରେ ନ୍ୟୁନତମ ଅର୍ଥ ରାଖିବାକୁ ପଡିବ ନାହିଁ ।

ସୁଧ ହେବ କମ :

ଯଦି ଆପଣ ଛୋଟ ଛୋଟ ଜମା କରି ବହୁତ ଲାଭ କରୁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ଝଟକା ଲାଗିବ । ହଁ ଆଜ୍ଞା, ଜୁଲାଇ ୧ରୁ ଛୋଟ ଛୋଟ ଜମାରେ ସୁଧ ମିଳିବା କମିଯିବ, ଯେଉଁଥିରେ ଆପଣଙ୍କ ଲାଭ ମଧ୍ୟ କମ ହେବ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ମୋଦୀ ସରକାର “ସ୍ମଲ୍ ସେଭିଂସ ସ୍କିମ”ରେ ସୁଧ ଦର କମେଇବାକୁ ଚେଷ୍ଟା ଚଲେଇଛନ୍ତି, ଯାହାର ପ୍ରଭାବ ସାଧାରଣ ନାଗରିକଙ୍କ ଉପରେ ପଡିବ । ଏହା ଦେଶର ଅର୍ଥବ୍ୟବସ୍ଥାକୁ ସୂଚାର ରୂପେ ଚଲେଇବା ପାଇଁ କରାଯାଇଛି, ଯାହାକୁ ନେଇ ମୋଦି ସରକାର ଶୀଘ୍ର ହିଁ ଘୋଷଣା କରିବେ ।

କାର ହେବ ମହଙ୍ଗା :

ଯଦି ଆପଣ କାର କିଣିବା ପାଇଁ ଯୋଜନା କରୁଛନ୍ତି, ତେବେ ଶୀଘ୍ର କିଣି ନିଅନ୍ତୁ । ନଚେତ ଜୁଲାଇ ୧ରୁ କାରର ଦାମ ବଢିଯିବ ଏବଂ ଆପଣଙ୍କୁ ଅଧିକ ଅର୍ଥ ଦେବାକୁ ପଡିବ । ପ୍ରକୃତରେ ଅଟୋମୋବାଇ କମ୍ପାନୀ “ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା” ତାଙ୍କର ପାସେଞ୍ଜର ବେଇକେଲସର ଦାମରେ ୩୬,୦୦୦ ଟଙ୍କା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ସେଥିପାଇଁ ଏହି କମ୍ପାନୀର କାର ଇତ୍ୟାଦି ସବୁ ମହଙ୍ଗା ହୋଇଯିବ ଏବଂ ଆପଣଙ୍କୁ ନୂଆ ଦାମ ଅନୁସାରେ ଟଙ୍କା ଦେବାକୁ ପଡିବ ।

RTGS ଏଣ୍ଡ NEFTକୁ ନେଇ ନୂଆ ପରିବର୍ତ୍ତନ :

ଯଦି ଆପଣ ଅନଲାଇନରେ ନେଣଦେଣ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସୀ ଖବର । ହଁ ଆଜ୍ଞା, ଏବେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଅନୁଯାୟୀ ଟ୍ରାନ୍ସଫର କରିବା ପାଇଁ ଆପଣଙ୍କୁ ଜୁଲାଇ ୧ରୁ ଚାର୍ଜ ଦେବାକୁ ପଡିବ ନାହିଁ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆରବିଆଇ ଟଙ୍କା ଟ୍ରାନ୍ସଫର କରିବାର ଶୁକ୍ଳ ଜୁଲାଇ ୧ରୁ ବନ୍ଦ କରିବା ପାଇଁ ଘୋଷଣା କରିଛି । ଯାହାଫଳରେ ଏବେ ଡିଜିଟାଲ ନେଣଦେଣରେ ବୃଦ୍ଧି ହେବ ଓ ନୂଆ ଭାରତ ଡିଜିଟାଲ ଇଣ୍ଡିଆ ଦିଗକୁ ଏକ ପାଦ ଆଗେଇବ ।