କ୍ରିକେଟ ଜଗତର ଏହି ୫ଜଣ ଖେଳାଳିଙ୍କ ପ୍ରେମ କାହାଣୀ ପୂରାପୂରି ଚଳଚିତ୍ର ପରି ଅଟେ ।

Spread the love

କ୍ରିକେଟ ଦୁନିଆର କିଛି ଖେଳାଳି ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି ତ ଆଉ କିଛି ଖେଳାଳି ଅଛନ୍ତି ଯେଉଁମାନେ ନିଜ ସାଥି ଖେଳାଳିଙ୍କ ପତ୍ନୀଙ୍କୁ ବିବାହ କରିଛନ୍ତି ଏବଂ ଆଉ କିଛି ଏପରି କ୍ରିକେଟର ଅଛନ୍ତି ଯେଉଁମାନେ ନିଜ ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିବା ପାଇଁ ପଛେଇ ନାହାନ୍ତି । କିଛି ଏପରି କ୍ରିକେଟର ଅଛନ୍ତି ଯେଉଁମାନଙ୍କୁ ନିଜ ଘର ଲୋକଙ୍କ ମଧ୍ୟରୁ ଜଣକୁ ପ୍ରେମ ହୋଇଯାଇଥିଲା ଓ ସେ ମହାନ କ୍ରିକେଟର ବିବାହ ମଧ୍ୟ କରିଥିଲେ ।

ଆଜି ଆମେ ଆପଣଙ୍କୁ ସେହି ସମସ୍ତ କ୍ରିକେଟ ଖେଳାଳିଙ୍କ ବିଷୟରେ କହିବୁ; ଯେଉଁମାନେ ଏହିପରି ଭାବରେ ବିବାହ କରିଛନ୍ତି । ଏହି ତାଲିକାରେ ଭାରତୀୟ, ଶ୍ରୀଲଙ୍କା ଓ ପାକିସ୍ତାନର ଖେଳାଳିମାନେ ଅଛନ୍ତି । ଏହି କ୍ରିକେଟରମାନେ ନା କେବଳ ପ୍ରେମ କରିଛନ୍ତି ପରେ ଏମାନେ ବିବାହ କରି ଖୁସିରେ ଜୀବନ ମଧ୍ୟ ବିତାଉଛନ୍ତି ।

ବିରେନ୍ଦ୍ର ସେହେବାଗ :

ଭାରତୀୟ ଦଳର ପୂର୍ବତମ ବ୍ୟଟ୍ସମ୍ୟାନ୍ ବିରେନ୍ଦ୍ର ସେହେବାଗଙ୍କ ପ୍ରେମ କାହାଣୀ କୌଣସି ବଲିଉଡ ଚଳଚିତ୍ର ଠାରୁ କମ ନୁହେଁ । ବିରେନ୍ଦ୍ର ସେହେବାଗଙ୍କୁ ପ୍ରେମ କୌଣସି ଅଭିନେତ୍ରୀଙ୍କୁ ନୁହେଁ କିମ୍ବା ତାଙ୍କ ସହପାଠୀ ଜୀବନର କୌଣସି ବନ୍ଧୁଙ୍କ ସହ ହୋଇନଥିଲା । ସେହେବାଗ ଆରତୀ ଅଗ୍ରୱାଲ୍ ଙ୍କ ସହ ବିବାହ କରିଛନ୍ତି । କିନ୍ତୁ ବହୁତ କମ ଲୋକ ଜାଣିଥିବେ ଆରତି ବିରେନ୍ଦ୍ର ସେହେବାଗଙ୍କ ସମ୍ପର୍କୀୟ ଭଉଣୀ ଅଟନ୍ତି ।

ଆରତୀଙ୍କ ବଡ ଭଉଣୀ ଏକ ସାକ୍ଷାତକରରେ କହିଛନ୍ତି; ବିରେନ୍ଦ୍ର ସେହେବାଗ ଓ ଆରତୀଙ୍କ ଦେଖା ସାକ୍ଷାତ ଏକ ବିବାହ ଭୋଜିରେ ହୋଇଥିଲା । କହିବ ପାଇଁ ଚାହୁଞ୍ଚୁ; ଆରତୀଙ୍କ ପିଉସୀଙ୍କ ବିବାହ ସେହେବାଗଙ୍କ ପରିବାରରେ ହୋଇଥିଲା । ସେ କାରଣରୁ ଦୁହେଁଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା ଓ ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ଦୁହେଁ ଦୁହିଁଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଥିଲେ ଓ ସେହେବାଗ ମଜାକରେ ଆରତିଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଓ ଆରତୀ ମଧ୍ୟ ଏଥିରେ ରାଜି ହୋଇ ଯାଇଥିଲେ । ୨୦୦୪ରେ ଦୁହେଁ ବିବାହ କରିଥିଲେ ଓ ବର୍ତ୍ତମାନ ଦୁହିଁଙ୍କର ୨ଟି ପୁଅ ଅଛନ୍ତି ।

ମୁରଲୀ ବିଜୟ :

ଭାରତୀୟ ଦଳର ବ୍ୟଟ୍ସମ୍ୟାନ୍ ମୁରଲୀ ବିଜୟ, ନିକିତାଙ୍କ ସହ ବହୁ ବାଦବିବାଦରେ ବିବାହ କରିଥିଲେ । ବିବାଦ ଏଥିପାଇଁ ଯେ, ପ୍ରଥମେ ନିକିତା, ମୁରଲିଙ୍କ ସାଥି ଖେଳାଳି ଦିନେଶ କାର୍ତିକଙ୍କ ସହ ବିବାହ କରିଥିଲେ । ଯେଉଁ ସମୟରେ ନିକିତା ଓ ମୁରୁଳିଙ୍କ ବିବାହ ହୋଇଥିଲା, ସେହି ସମୟରେ ନିକିତା ଗର୍ଭବତୀ ଥିଲେ ।

ନିକିତା ଦିନେଶ କାର୍ତିକଙ୍କ ପିଲାର ମାଆ ହେବ ପାଇଁ ଯାଉଥିଲେ । ବିବାହ ପରେ ମୁରଲୀ ବିଜୟ ଉଭୟ ନିକିତା ଓ କାର୍ତିକଙ୍କ ପିଲାକୁ ଆପଣାଇ ନେଇଥିଲେ । ନିକିତା ଓ ମୁରୁଳିଙ୍କ ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହୋଇଯାଇ ଥିଲା, ସେମାନେ ଜାଣି ପାରିନଥିଲେ । ପରେ ଦିନେଶ ଓ ନିକିତାଙ୍କ ଛାଡପତ୍ର ହୋଇଥିଲା ଓ ମୁରଲୀ ଓ ନିକିତା ବିବାହ କରିଥିଲେ ।

ଉପଲ ଥରଙ୍ଗା :

ଶ୍ରୀଲଙ୍କାର ବ୍ୟଟ୍ସମ୍ୟାନ୍ ଉପୁଲ ଥରଙ୍ଗା, ନୀଳାଙ୍କା ବିଦାଜେଙ୍କ ସହ ବିବାହ କରିଛନ୍ତି । ନିଲିଙ୍କାଙ୍କ ବିବାହ ପ୍ରଥମେ ଉପୁଲ ତରଙ୍ଗାଙ୍କ ସାଥି ଖେଳାଳି ତିଳକ୍ ରତନେ ଡିଲସନଙ୍କ ସହ ହୋଇଥିଲା ।

ପରେ ନିଲିଙ୍କା ଓ ଉପୁଲଙ୍କ ମଧ୍ୟରେ ବନ୍ଧୁତା ହୋଇଯାଇଥିଲା ଓ ପରେ ପ୍ରେମ ହୋଇଥିଲା । ଡିଲସାନଙ୍କୁ ଯେତେବେଳେ ଏହି ବିଷୟ ଜଣା ପଡିଥିଲା, ସେହି ସମୟରେ ସେ ନିଜ ପତ୍ନୀ ନୀଳିକାଙ୍କୁ ଛାଡପତ୍ର ଦେଇଥିଲେ । ଏହାପରେ ଉପୁଲ ଓ ନିଲିଙ୍କା ବିବାହ କରିଥିଲେ ।

ସଇଦ ଅନୱର :

ପାକିସ୍ତାନର ପୂର୍ବତନ କ୍ରିକେଟର ସଇଦ ଅନୱର ନିଜର ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିଥିଲେ । ସହିଦ ଅନୱରଙ୍କ ପତ୍ନୀଙ୍କ ନାମ ଲିବାନ ଆପଶ ଅଟେ ଓ ସେ ଜଣେ ଡାକ୍ତରୀ ଅଟନ୍ତି ।

ସାହିଦ ଆଫ୍ରିଦି :

ପାକିସ୍ତାନର ପୂର୍ବ କ୍ରିକେଟର ସାହିଦ ଆଫ୍ରିଦୀଙ୍କ ନାମ, ମଡେଲ ଅର୍ଶୀ ଖାନ ଓ ବୀନା ମଲିକଙ୍କ ସହ ଯୋଡି ହୋଇସାରିଛି । ସାହିଦ ଆଫ୍ରିଦୀଙ୍କ ପତ୍ନୀ ନାଦିୟା ଆଫ୍ରିଦୀ, ସାହିଦଙ୍କ ସମ୍ପର୍କୀୟ ଭଉଣୀ ଅଟନ୍ତି । ନଦିଆ, ସାହିଦଙ୍କ ମାଉସୀଙ୍କ ଝିଅ ଅଟନ୍ତି । ଦୁହିଙ୍କ ୪ଜଣ ଝିଅ ଅଛନ୍ତି ।