ସିଜରିୟାନ ଡେଲିଭରି ପରେ ମାସିକ ଧର୍ମରେ ହୋଇଥାଏ ଏହି ୫ଟି ପରିବର୍ତ୍ତନ ! ମହିଳାମାନେ ନିଶ୍ଚୟ ଜାଣନ୍ତୁ ଏହି ବିଷୟରେ…..

Spread the love

ସାମାନ୍ୟ ଡେଲିଭରି ବ୍ୟତୀତ ଯଦି କୌଣସି ଛୁଆର ଜନ୍ମ ସର୍ଜରୀ ଦ୍ୱାରା ହୋଇଥାଏ, ତେବେ ଏହି ପ୍ରକ୍ରିୟାକୁ ସିଜରିୟାନ ଡେଲିଭରି କୁହାଯାଏ । ଏହି ପ୍ରକ୍ରିୟାରେ ଗର୍ଭବତୀ ମହିଳାଙ୍କ ପେଟର ତଳ ଭାଗ ଓ ଗର୍ଭାଶୟରେ ଛେଦନ (ଚିରା) କରାଯାଇ ଶିଶୁର ଜନ୍ମ କରାଯାଇଥାଏ । ସିଜରିୟାନ ଡେଲିଭରିରେ ଛୁଆ ଓ ମାଆକୁ ବହୁତ ବିପଦ ରହିଥାଏ । ସାମାନ୍ୟ ଡେଲିଭରି ତୁଳନାରେ ସିଜରିୟାନ ଡେଲିଭରିରେ ମହିଳାଙ୍କ ଶରୀରରେ ବହୁତ କିଛି ପରିବର୍ତ୍ତନ ଆସିଥାଏ । ହରମୋନରେ ପରିବର୍ତ୍ତନ ଆସିଥାଏ ଓ ଘା’ ଭରିବାର ପ୍ରକ୍ରିୟା ଆରମ୍ଭ ହୋଇଥାଏ ।

ସିଜରିୟାନ ଡେଲିଭରି ପରେ ମହିଳାଙ୍କୁ ମାସିକ ଧର୍ମ (ପିରିୟଡ଼) ସମ୍ଭନ୍ଧିତ ବହୁତ ଅସୁବିଧା ହୋଇଥାଏ । ସିଜରିୟାନ ଡେଲିଭରି ପରେ ହେଉଥିବା ସମସ୍ୟା ଗୁଡ଼ିକୁ ଧ୍ୟାନରେ ରଖି ଆଜି ଆମେ ମାସିକ ଧର୍ମ (ପିରିୟଡ଼) ବିଷୟରେ ବିସ୍ତାର ପୂର୍ବକ ଆପଣଙ୍କୁ କିଛି ତଥ୍ୟ କହିବୁ । ଏହା ସହିତ ଆମେ ଏହା ବି କହିବୁ ଯେ, ସିଜରିୟାନ ଡେଲିଭରି ପରେ ପିରିୟଡ଼ ହେବାର ସମୟ, ଏଥିରେ ହେବାର ପରିବର୍ତ୍ତନ ଓ ଏହାର ପ୍ରଭାବ ବିଷୟରେ !

୧- ପିରିୟଡ଼ ଡେରିରେ ହେବା :

ସିଜରିୟାନ ଡେଲିଭରି ପରେ ପ୍ରଥମ ଥର ପିରିୟଡ଼ ଆସିବା ଡେରି ହୋଇପାରେ । ଏପରି ସବୁଥର ହେବା ଜରୁରୀ ନୁହଁ, ବହୁତ ଥର ସିଜରିୟାନ ଡେଲିଭରି ପରେ ପିରିୟଡ଼ ବହୁତ ବା କମ ମଧ୍ୟ ହୋଇଥାଏ ।

୨- ହରମୋନରେ ପରିବର୍ତ୍ତନ :

ସିଜରିୟାନ ଡେଲିଭରି ପରେ ମହିଳାଙ୍କ ଶରୀରରେ ବହୁତ କିଛି ପରିବର୍ତ୍ତନ ଆସିଥାଏ, ଯେଉଁ କାରଣରୁ ପିରିୟଡ଼ରେ ମଧ୍ୟ ପରିବର୍ତ୍ତନ ଆସିବାର ସମ୍ଭାବନା ଥାଏ । ଯଦି ସିଜରିୟାନ ଡେଲିଭରି ହେବାର ୩ ମାସ ଭିତରେ ପିରିୟଡ଼ ହୁଏନାହିଁ, ତେବେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରିବା ଦରକାର ।

୩- ଅଧିକ ରକ୍ତ ସ୍ରାବ ହେବା :

ସିଜରିୟାନ ଡେଲିଭରି ପରେ ଯଦି ଆପଣଙ୍କର ସାମାନ୍ୟରୁ ଅଧିକ ବା ଅଧିକ ରକ୍ତସ୍ରାବ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ । ଏହି ବିଷୟରେ ଜାଣନ୍ତୁ ଓ ଗମ୍ଭୀର ସମସ୍ୟାରୁ ନିଜକୁ ରକ୍ଷା କରନ୍ତୁ ।

୪- ପିରିୟଡ଼ ସମୟରେ ଜ୍ୱର ହେବା :

ଯଦି ସିଜରିୟାନ ଡେଲିଭରି ପରେ ଆପଣଂକୁ ପିରିୟଡ଼ ସମୟରେ ଜ୍ୱର ହୁଏ, ତେବେ ଏହି ସ୍ଥିତିରେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଏହି ସମୟରେ ଜ୍ୱର ହେବା ଦ୍ୱାରା ଶରୀର ଦୁର୍ବଳ ହୋଇଯାଏ ଓ ଏହା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ ହୋଇପାରେ ।

୫- ଲମ୍ବା ସମୟ ପର୍ଯ୍ୟନ୍ତ ପିରିୟଡ଼ ରହିବା :

ଅଧିକାଂଶ ସମୟରେ ଦେଖାଯାଏ ଯେ, ସିଜରିୟାନ ଡେଲିଭରି ପରେ ପିରିୟଡ଼ ଯଦି ୭ ଦିନରୁ ଅଧିକ ରହିଥାଏ, ତେବେ ଆପଣ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ୭ ଦିନରୁ ଅଧିକ ସମୟ ପିରିୟଡ଼ ରହିବା ଦ୍ୱାରା ଶରୀରରେ ରକ୍ତର ପରିମାଣ କମିଯାଏ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ Comment ଜରିଆରେ ନିଜ ମତାମତ ଆମକୁ ପ୍ରଦାନ କରନ୍ତୁ । ଧନ୍ୟବାଦ !