ନିଜର ପ୍ରଥମ ଚଳଚିତ୍ରରେ ପ୍ରଶଂସା ସାଉଁଟି ଥିବା ଏହି ତାରକାମାନଙ୍କୁ ଆଜି କେହି ମନେ ରଖି ନାହାଁନ୍ତି ।

Spread the love

ସେହି ଚଳଚିତ୍ର ତାରକା ଗୁଡିକ ରାତାରାତି ସଫଳତା ପାଇଥିଲେ କିନ୍ତୁ ପରେ ବଲିଉଡର ଚାକଚକ୍ୟରୁ ଦୁରେଇ ଯାଇଛନ୍ତି ।

ବଲିଉଡରେ ସମସ୍ତେ ଗୋଟିଏ ସୁଯୋଗ ପାଇବା ପାଇଁ ଚେଷ୍ଠା କରିଥାନ୍ତି କିନ୍ତୁ ଅଳ୍ପ କିଛି ବ୍ୟକ୍ତିଙ୍କୁ ଏହିପରି ସୁଯୋଗ ମିଳି ଯାଇଥାଏ । ଏମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ସଫଳତାର ଶିଖରରେ ପହଞ୍ଚିବାରେ ସକ୍ଷମ ହୋଇଥାନ୍ତି ଏବଂ କିଛି ବ୍ୟକ୍ତିଙ୍କୁ ସଫଳତା ନ ମିଳିବାରୁ ସେମାନେ ବଲିଉଡର ଚାକଚକ୍ୟରୁ ଦୁରେଇଯାନ୍ତି । ଆମେ ଆଜି ଆପଣଙ୍କୁ ବଲିଉଡର ସେହିମାନଙ୍କ ବିଷୟରେ କହିବୁ ଯେଉଁମାନେ ସଫଳତା ପାଇବା ପରେ ମଧ୍ୟ ବଲିଉଡର ଚାକଚକ୍ୟରୁ ଦୁରେଇ ଯାଇଛନ୍ତି । କିଛି ବ୍ୟକ୍ତି ଅସଫଳ ହେବା ପରେ ନିଜ ବୃତି ବଦଳାଇ ଦେଇଛନ୍ତି ତ କିଛି ବିବାହ କରି ସୁଖୀ ଜୀବନ ବିତାଉଛନ୍ତି । ନିଜର ପ୍ରଥମ ଚଳଚିତ୍ରରେ ରାତାରାତି ସଫଳତା ସାଉଁଟି ଥିବା ଏହି ୫ଟି ବଲିଉଡ ତାରକା ବର୍ତ୍ତମାନ କଣ କରୁଛନ୍ତି ଆମେ ଆଜି ଆପଣମାନଙ୍କୁ କହିବୁ ।

ପ୍ରଥମ ଚଳଚିତ୍ରରେ ରାତାରାତି ସଫଳ ହୋଇଥିଲେ ଏହି ପାଞ୍ଚ ଜଣ ବଲିଉଡ ତାରକା :

ବଲିଉଡର ଅନେକ ତାରକା ଯେଉଁମାନେ ନିଜ କ୍ୟାରିଅର ଆରମ୍ଭ ହେବା ପୂର୍ବରୁ ହିଁ ଶେଷ ହୋଇ ଯାଇଥିଲା ଏବଂ ଆଜି ଅନ୍ୟ କିଛି କାମ କରି ଜୀବନ ଅତିବାହିତ କରୁଛନ୍ତି । ଏହି ତାରକାମାନେ ନିଜର ପ୍ରଥମ ଚଳଚିତ୍ରରେ ସଫଳତା ହାସଲ କରିଥିଲେ କିନ୍ତୁ ପରେ ସେମାନଙ୍କୁ ସେମିତି କିଛି ଚଳଚିତ୍ର ନ ମିଳିବା କାରଣରୁ ଦର୍ଶକ ସେମାନଙ୍କୁ ଭୁଲି ଗଲେଣି । ଆଜି ଆମେ କହିବୁ ପାଞ୍ଚ ଜଣ ତାରକାଙ୍କ ବିଷୟରେ ।

୧) ଗ୍ରେସି ସିଂ :

୨୦୦୧ ମସିହାରେ ହିଟ୍ ଚଳଚିତ୍ର “ଲଗାନ୍”ରୁ ନିଜର ଅଭିନୟ ଆରମ୍ଭ କରିଥିବା “ଗ୍ରେସି ସିଂ” ପରେ “ମୁନ୍ନା ଭାଇ ଏମବିବିଏସ୍”, “ଗଙ୍ଗା ଜଳ” ଏବଂ ଅନ୍ୟ କିଛି ଚଳଚିତ୍ରରେ ଅଭିନୟ କରି ପରେ ବାଲିଉଡ଼ରୁ ଦୁରେଇ ଯାଇଥିଲେ । ଏକ ବର୍ଷ ପୂର୍ବରୁ ସେ ଟିଭି ଧାରାବାହିକ “ସନ୍ତୋଷୀ ମାଆ”ରେ ନଜରକୁ ଆସିଥିଲେ କିନ୍ତୁ ସେ ବର୍ତ୍ତମାନ ଆଉ ଦେଖିବା ପାଇଁ ମିଳୁନହାନ୍ତି ।

୨) କୁମାର ଗୌରବ :

ବଲିଉଡ ଜଗତର ଜଣାଶୁଣା ଅଭିନେତା ରାଜେନ୍ଦ୍ର କୁମାରଙ୍କ ପୁତ୍ର ହେଉଛନ୍ତି କୁମାର ଗୌରବ । ଅଶି ଦଶକରେ “ଲଭ୍ ଷ୍ଟୋରି” ଚଳଚିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଟି ସଫଳତା ପାଇଥିଲା । ଏହା ପରେ କୁମାର ଗୌରବ ଚଳଚିତ୍ର ନାମରେ ସଞ୍ଜୟ ଦତ୍ତଙ୍କ ସହ ଅଭିନୟ କରିଥିଲେ ଏବଂ କିଛି ବର୍ଷ ପରେ “କାଣ୍ଟେ” ଚଳଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । କିନ୍ତୁ ଧୀରେ ଧୀରେ କୁମାର ଗୌରବ ଅଭିନୟ ଦୁନିଆରୁ ଦୁରେଇ ଯାଇଥିଲେ । ବର୍ତ୍ତମାନ ସେ ଲଣ୍ଡନରେ ନିଜର ବ୍ୟବସାୟରେ ବ୍ୟସ୍ତ ଅଛନ୍ତି ।

୩) ରାହୁଲ ରାଏ :

୨୦୧୮ରେ ରାହୁଲ ରାଏ ବିଜେପିରେ ଯୋଗ ଦେଇଥିଲେ । ନିଜର ପ୍ରଥମ ଚଳଚିତ୍ର ୧୯୯୦ରେ ଆସିଥିଲା ଏବଂ ଚଳଚିତ୍ରଟିର ନାମ ହେଉଛି “ଆଶିକି” । ପରେ ସେ କିଛି ବଛାବାଛି ଚଳଚିତ୍ରରେ କାମ କରିଥିଲେ, ଯାହା ବକ୍ସ ଅଫିସରେ ସଫଳତା ପାଇ ପାରିନଥିଲା । ଯାହାଫଳରେ ରାହୁଲ ବଲିଉଡ଼ରୁ ଦୁରେଇ ଯାଇ ଦୁବାଇରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ ।

୪) ରାଜୀବ କପୁର :

ରାଜ କପୁରଙ୍କ ଦ୍ଵିତୀୟ ସନ୍ତାନ ହେଉଛନ୍ତି ରାଜୀବ କପୁର । “ରାମ ତେରୀ ଗଙ୍ଗା ମେଲି” ଚଳଚିତ୍ରରେ ସଫଳତା ପାଇ ଥିଲା । ଏହି ଚଳଚ୍ଚିତ୍ରର କାମ ରାଜ କପୁର ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ମୃତ୍ୟୁ ପରେ ତାଙ୍କ ବଡ଼ ପୁଅ ରଣଧୀର କପୁର ଏହି ଚଳଚ୍ଚିତ୍ରର ଅବଶିଷ୍ଟ ଅଂଶ କାମ ପୁରଣ କରିଥିଲେ । ଚଳଚ୍ଚିତ୍ରଟି ୧୯୯୧ରେ ଆସିଥିଲା କିନ୍ତୁ ପରେ ରାଜୀବ କପୁର ଅନ୍ୟ କୌଣସି ଚଳଚିତ୍ରରେ କାମ କରିବା ଦେଖିବା ପାଇଁ ମିଳି ନଥିଲେ ।

୫) ଭୂମିକା ଚାଵଲା :

“ତେରେ ନାମ” ଚଳଚିତ୍ର ଜରିଆରେ ବଲିଉଡରେ ପାଦ ଦେଇଥିବା ଭୂମିକା ଚାଵଲା ପରେ ଅନ୍ୟ କୌଣସି ଚଳଚିତ୍ରରେ ଦର୍ଶକଙ୍କ ନଜରକୁ ଆସି ନାହାଁନ୍ତି । ଭୂମିକା ଅନେକ ଚଳଚିତ୍ରରେ କାମ କରିଛନ୍ତି କିନ୍ତୁ ସେପରି ସଫଳତା ତାଙ୍କୁ ମିଳି ପାରିନଥିଲା । ପରେ ସେ ବଲିଉଡ଼ରୁ ଦୁରେଇ ଯାଇଥିଲେ ।