ବଲିଉଡର ଏହି ୫ଟି ଯୋଡି ଚଳଚ୍ଚିତ୍ର ସୁଟିଂ ସମୟରେ ହିଁ ପ୍ରେମରେ ପଡି ଯାଇଥିଲେ । ଚତୁର୍ଥ ନମ୍ବର ଯୋଡିଟି ସମସ୍ତଙ୍କ ପ୍ରିୟ ଅଟେ ।

Spread the love

ବନ୍ଧୁଗଣ ଚଳଚ୍ଚିତ୍ରରେ ଆପଣ ଅନେକ ଥର ଦେଖିଥିବେ ଯେ, ଏକା ସହିତ ରହୁଥିବା କିମ୍ବା କାମ କରୁ କରୁ ଦୁଇଜଣଙ୍କୁ ପରସ୍ପର ସହ ପ୍ରେମ ହୋଇଯାଏ ଓ ଦୁହେଁ ଦୁଇଜଣଙ୍କ ପ୍ରେମରେ ହଜି ଯାଆନ୍ତି । ପ୍ରେମ କାହାଣୀ ତ ବହୁତ ଦେଖିବାକୁ ମିଳେ । ପ୍ରତ୍ୟେକ ଚଳଚ୍ଚିତ୍ରରେ ଏକ ଭିନ୍ନ ପ୍ରେମ କାହାଣୀ ଓ ଯୋଡି ପରଦାରେ ନଜର ଆସନ୍ତି । କିନ୍ତୁ ଆଜି ଆପଣଙ୍କୁ କିଛି ଏମିତି କଳାକାରମାନଙ୍କ ବିଷୟରେ କହିବୁ ଯେଉଁମାନେ ଚଳଚ୍ଚିତ୍ରରେ ଏକାଠି କାମ କରୁ କରୁ ପ୍ରେମରେ ପଡିଯାନ୍ତି ଓ ଦୁହେଁ ଦୁଇଜଣଙ୍କ ପାଇଁ ସବୁ କିଛି ଆହୁତି ଦେବାକୁ ପ୍ରସ୍ତୁତ ହୋଇଯାଆନ୍ତି । ଆଜି ଆମେ ଆପଣଙ୍କୁ କିଛି ଏମିତି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ; ଯେଉଁମାନଙ୍କ ମଧ୍ୟରୁ କେତେକଙ୍କୁ ନିଜର ସଚ୍ଚୋଟ ପ୍ରେମ ମିଳିଗଲା ତ ଆଉ କେତେଜଣଙ୍କ ହୃଦୟ ଭାଙ୍ଗିଗଲା ।

ସୁନୀଲ ସେଟ୍ଟୀ ଓ ସୋନାଲି ବେନ୍ଦ୍ରେ :

ବଲିଉଡର ପ୍ରସିଦ୍ଧ ଅଭିନେତା ସୁନୀଲ ସେଟ୍ଟୀ ଓ ସୁନ୍ଦର ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ଚଳଚ୍ଚିତ୍ର “ଭାଇ”ର ସୁଟିଂ ସମୟରେ ପ୍ରେମ ହୋଇ ଯାଇଥିଲା । ଦୁହେଁ ପରସ୍ପରକୁ ଭଲ ପାଇବାର ପ୍ରକାଶ କରିବାକୁ ଥିଲେ କିନ୍ତୁ ଅଭିନେତା ସୁନୀଲ ସେଟ୍ଟୀ ବିବାହିତ ଥିବା ଯୋଗୁଁ ଦୁହେଁ ଏକ ହୋଇ ପାରିଲେ ନାହିଁ ।

ଅଭିଷେକ ବଚ୍ଚନ ଓ ଐଶ୍ଵର୍ୟା ରାୟ :

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ୱରିୟା ରାୟ ଦୁଇଜଣ ଏକା ସାଥିରେ ଅନେକ ଗୁଡିଏ ଚଳଚ୍ଚିତ୍ରରେ କାମ କରିଛନ୍ତି । ଏହା ମଧ୍ୟରେ ଐଶ୍ୱରିୟା ରାୟ ଓ ଅଭିଷେକ ବଚ୍ଚନ ଦୁହିଁଙ୍କୁ ପରସ୍ପର ସହିତ ପ୍ରେମ ହୋଇ ଯାଇଥିଲା । ଯାହାପରେ ଦୁଇଜଣ ଧୁମ-୨, ଉମରାଓ ଜାନ, ଗୁରୁ ଇତ୍ୟାଦି ସେଟରେ ଏକା ସହିତ ସମୟ ବିତାଇବାକୁ ଆରମ୍ଭ କରି ଦେଇଥିଲେ ଏବଂ ଦୁଇଜଣଙ୍କ ବିବାହ ହୋଇ ଯାଇଥିଲା ।

କରିନା କପୁର ଓ ହ୍ରିତିକ ରୋଶନ :

ବଲିଉଡର ବେବୋ ଗାର୍ଲ ଅଭିନେତ୍ରୀ କରିନା କପୁର ଖାନ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ସହ ବିବାହ କରିଛନ୍ତି । କିନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଚଳଚ୍ଚିତ୍ର ‘ମେ ପ୍ରେମ କି ଦିୱାନି ହୁଁ’ର ସୁଟିଂ ସମୟରେ ହିଁ କରିନା ହ୍ରିତିକକୁ ଭଲ ପାଇ ବସିଥିଲେ । କିନ୍ତୁ ହ୍ରିତିକ ସୁଜେନ ଖାନଙ୍କୁ ପ୍ରେମ କରୁଥିଲେ । ସେଥିପାଇଁ ଦୁଇଜଣଙ୍କ ଅଫେର ଆଗକୁ ବଢି ପାରିଲା ନାହିଁ ।

ରଣବୀର ସିଂହ ଓ ଦୀପିକା ପାଦୁକୋଣ :

ବଲିଉଡର ପ୍ରସିଦ୍ଧି ଅଭିନେତ୍ରୀ ଦୀପିକା ପାଦୁକୋଣ ଓ ଅଭିନେତା ରଣବୀର ସିଂହ କେତେଗୁଡିଏ ଚଳଚ୍ଚିତ୍ରରେ ଏକା ସହିତ କାମ କରିଛନ୍ତି । ଏହି ଦୁଇଜଣ ମଧ୍ୟ କାମ କରୁ କରୁ ପ୍ରେମ ହୋଇଯାଇଥିଲା ଏବଂ ଏହାପରେ ଦୁହେଁ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଯାଇଥିଲେ । ଚଳଚ୍ଚିତ୍ର ‘ଗୋଳିୟୋ କି ରାସଲୀଳା ରାମଲୀଳା’ରୁ ହିଁ ଦୁଇଜଣଙ୍କ ମଧ୍ୟରେ ଅଫେରର ଖବର ଆସିବାକୁ ଲାଗିଲା । ଦୁହେଁଙ୍କୁ ଅନେକ ଥର ଏକାଠି ଦେଖିବାକୁ ମଧ୍ୟ ମିଳିଥିଲା ।

ରିତେଶ ଦେଶମୁଖ ଓ ଜେନିଲିଆ ଡିସୁଜା :

ବଲିଉଡରେ ଜେନିଲିଆ ଓ ରିତେଶଙ୍କ ଯୋଡିକୁ ଶ୍ରେଷ୍ଠ ଦମ୍ପତି ଭାବେ ଗ୍ରହଣ କରାଯାଏ । ଚଳଚ୍ଚିତ୍ର ‘ତେରେ ନାଲ ଲଭ ହୋ ଗୟା’ରେ ରିତେଶ ଦେଶମୁଖ ଓ ଜେନିଲିଆ ଡିସୁଜା ଏକା ସହିତ କାମ କରିଥିଲେ । ଏହା ମଧ୍ୟରେ ଦୁଇଜଣ ପରସ୍ପରକୁ ସତରେ ଭଲ ପାଇ ବସିଥିଲେ । କିନ୍ତୁ ତାଙ୍କର ଏହି ପ୍ରେମ କାହାଣୀ ଆଗକୁ ବଢି ଥିଲା ଏବଂ ଦୁହେଁ ୨୦୧୨ରେ ବିବାହ ମଧ୍ୟ କରିଥିଲେ । ଦୁଇଜଣ ଚଳଚ୍ଚିତ୍ର ‘ତୁଝେ ମେରୀ କସମ’ରୁ ବଲିଉଡରେ ଡେବ୍ୟୁ କରିଥିଲେ ଓ ସେଠାରୁ ହିଁ ଏମାନଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ।