ବହୁତ କମ ବୟସରୁ କୋଟିପତି ହୋଇପାରିଛନ୍ତି ଏହି ପାଞ୍ଚ ଜଣ ବଲିଉଡ ଅଭିନେତ୍ରୀ । ନମ୍ବର ୪ର ବୟସ ସବୁଠାରୁ କମ୍ ।

Spread the love

ଜୀବନରେ ଏକ ସଫଳତାର ସବୁ ବ୍ୟକ୍ତିଙ୍କୁ ମିଳିପାରେ ନାହିଁ ଏବଂ ସମସ୍ତଙ୍କର ଇଚ୍ଛା ମଧ୍ୟ ପୂରଣ ହୋଇପାରି ନଥାଏ । କେତେକ ବ୍ୟକ୍ତି ବହୁତ କମ ବୟସରେ ସଫଳ ହୋଇଥାନ୍ତି ତ କାହାକୁ ସଫଳତା ପାଇବାରେ ବହୁତ ବିଳମ୍ବ ମଧ୍ୟ ହୋଇଥାଏ । କିଛି ଲୋକ ଜୀବନ ସାରା ସଫଳତା ପାଇଁ କାର୍ଯ୍ୟ କରିଥାନ୍ତି ମାତ୍ର ସଫଳତା ସେମାନଙ୍କ ଭାଗ୍ୟରେ ନଥାଏ । କିନ୍ତୁ ଯେଉଁ ଲୋକମାନେ ପରିଶ୍ରମୀ ହୋଇଥାନ୍ତି ଏବଂ ଯେଉଁମାନେ ହାରି ମଧ୍ୟ ଜିତିବାର ଉଚ୍ଚ ଆଶା ଥାଏ, ସେମାନେ ନିହାତି ଜୀବନରେ ସଫଳତା ଲାଭ କରିଥାନ୍ତି । ମାତ୍ର କେତେକ କ୍ଷେତ୍ରରେ ନିଜର ଏକ ପରିଚୟ ତିଆରି କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ ।ଖାସକରି ଗ୍ଲେମରସ୍ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ସ୍ଵତନ୍ତ୍ର ଜାଗା ପ୍ରସ୍ତୁତ କରିବାକୁ ହେଲେ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ । କାରଣ ଏହା ଏକ ଏମିତି ଇଣ୍ଡଷ୍ଟ୍ରି ଯେଉଁଠାରେ ପ୍ରତିଦିନ ହଜାର ହଜାର ଲୋକ ନିଜର ପରିଚୟ ଗଢ଼ିବାକୁ ଆସନ୍ତି । ଯେଉଁଠାରେ କିଛି ଲୋକ ବହୁତ କମ ବୟସରୁ ନିଜର ପରିଚୟ ଗଢ଼ିଥାନ୍ତି ମାତ୍ର ଆଉ କିଛି ଲୋକଙ୍କୁ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ । ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବହୁତ କମ ବୟସରେ ହିଁ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ କୋଟି କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି ।

ଆଲିୟା ଭଟ୍ଟ :

ଆଲିୟା ଭଟ୍ଟ କିଛିଦିନ ଭିତରେ ହିଁ ବଲିଉଡର ଜଣେ ନାମକରା ଅଭିନେତ୍ରୀ ହୋଇପାରିଛନ୍ତି । ସେ ହାଇୱେ, ଡିୟର ଜିନ୍ଦେଗି, ହମ୍ପଟି ଶର୍ମା କି ଦୁଲହନୀୟା, ରାଜୀ, ଗଲୀ ବୟ, କଲଙ୍କ ଭଳି ଫିଲ୍ମରେ ବହୁତ ଭଲ ଅଭିନୟ କରିଛନ୍ତି । ଏହି ସବୁ ହିଟ୍ ଫିଲ୍ମ କରି ସେ ପ୍ରମାଣ କରିଦେଇଛନ୍ତି ଯେ, ବୟସରେ ବହୁତ କମ୍ ହେଲେ ମଧ୍ୟ ଅଭିନୟ କ୍ଷେତ୍ରରେ ସେ କାହା ଠାରୁ ପଛରେ ନାହାଁନ୍ତି । ୨୬ ବର୍ଷ ବୟସରେ ଆଲିୟା ୨୭ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ।

କିୟାରା ଆଡବାନୀ :

“କବୀର ସିଂହ” ଫିଲ୍ମରେ କାମ କରିବା ପରେ କିୟାରା ଆଡବାନୀ ବଲିଉଡର ଏକ ନମ୍ବର ଅଭିନେତ୍ରୀ ହୋଇଛନ୍ତି । ଏହି ଫିଲ୍ମ ଆଗରୁ କିୟାରା ଆଡବାନୀ “ଏମ.ଅସ୍ ଧୋନୀ : ଦି ଅନଟୋଲଡ଼ ଷ୍ଟୋରୀ”, “ମେସିନ” ଇତ୍ୟାଦି ଫିଲ୍ମରେ ନଜରକୁ ଆସି ସାରିଛନ୍ତି । କିଛି ଫିଲ୍ମରେ ହିଁ କାମ କରି କିୟାରା କୋଟି କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି । ୨୭ ବର୍ଷ ବୟସରେ କିୟାରା ୧୧ କୋଟି ଟଙ୍କାର ମାଲିକାଣୀ ।

ସାରା ଅଲୀ ଖାନ୍ :

ଲଗାତାର ଦୁଇଟି ଫିଲ୍ମରେ କାମ କରିବା ପରେ ସାରା ଅଲୀ ଖାନ୍ ବଲିଉଡର ଆଗାମୀ ଦିନର ଇଂପ୍ରେସନ ହୋଇଛନ୍ତି । କିଛିଦିନ ପୂର୍ବରୁ ରିଲିଜ ହୋଇଥିବା ତାଙ୍କର ଏକ ଫିଲ୍ମ “କେଦାରନାଥ” ବକ୍ସ୍ ଅଫିସରେ ସୁପରହିଟ୍ ହୋଇଥିଲା । ତା’ପରେ ତାଙ୍କର ଅନ୍ୟ ଏକ ଫିଲ୍ମ “ସିଂବା” ୩୦୦ କୋଟିରୁ ଅଧିକ କମାଇଥିଲା । ୨୪ ବର୍ଷ ବୟସରେ ସାରା ପାଖାପାଖି ୩୫ କୋଟି ଟଙ୍କାର ମାଲିକାଣୀ ହୋଇଛନ୍ତି ।

ଜାୟରା ବସୀମ :

ଜାୟରା ବସୀମ ଅମୀର ଖାନଙ୍କ ସହିତ ଫିଲ୍ମ “ଦଙ୍ଗଲ”ରେ ତାଙ୍କ ଝିଅ ଭାବରେ ଅଭିନୟ କରିଥିଲେ । ଜାୟରା ବସୀମ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିବା କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଜାୟରା କହିଥିଲେ ଯେ, ଫିଲ୍ମରେ କାମ କରିବା କାରଣରୁ ସେ ନିଜର ଧର୍ମ ଏବଂ ନିଷ୍ଠା ଠାରୁ ବହୁତ ଦୂରେଇ ରହୁଛନ୍ତି ।ସେଥିପାଇଁ ସେ ଇଣ୍ଡଷ୍ଟ୍ରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ୧୮ ବର୍ଷୀୟ ଜାୟରା ୭ କୋଟି ଟଙ୍କାର ମାଲିକାଣୀ ।

ଦିବ୍ୟା ଭାରତୀ :

ଦିବ୍ୟା ଭାରତୀ ବଲିଉଡ ଇଣ୍ଡଷ୍ଟ୍ରିର ଏମିତି ଏକ ଅଭିନେତ୍ରୀ ଯିଏ ବହୁତ କମ୍ ବୟସରୁ ନିଜର ପରିଚୟ ଗଢ଼ିଥିଲେ । ସେ କେତେକ ହିଟ୍ ଫିଲ୍ମରେ କାମ କରିଥିଲେ । ଦିବ୍ୟା ବହୁତ ସୁନ୍ଦରୀ ହେବା ସହ ଟ୍ୟାଲେନଟେଡ଼ ମଧ୍ୟ ଥିଲେ । ମାନୁଛୁ ଯେ, ତାଙ୍କର ଫିଲ୍ମ କ୍ୟାରିୟର ବହୁତ ଅଳ୍ପ ସମୟ ପର୍ଯ୍ୟନ୍ତ ଥିଲା ତଥାପି ସେ କେତେକ ହିଟ୍ ଫିଲ୍ମ କରିଛନ୍ତି । ୧୯ ବର୍ଷ ବୟସରେ ଦେହାନ୍ତ ହୋଇଥିବା ଦିବ୍ୟା କୋଟିପତି ଥିଲେ । ସେତେବେଳେ ତାଙ୍କ ପାଖରେ ପାଖାପାଖି ୧୮ କୋଟି ଟଙ୍କାର ସମ୍ପତ୍ତି ଥିଲା ।

ସୌଜନ୍ୟ : https://www.newstrend.news