ଫିଲ୍ମରେ ମାଆର ଭୂମିକାରେ ସୁନ୍ଦର ଅଭିନୟ କରୁଥିବା ଏହି ୫ଜଣ ଅଭିନେତ୍ରୀ ବାସ୍ତବରେ ସନ୍ତାନହୀନ ! କାହାର ମଧ୍ୟ ନିଜର ସନ୍ତାନ ନାହିଁ ।

Spread the love

ବଲିଉଡ ଏକ ଏପରି ମାୟା ନଗର ଅଟେ; ଯିଏ ଏଠି କାମ କରୁଛନ୍ତି ଖାଲି ସେମାନେ ନୁହେଁ ବରଂ ଯେଉଁମାନେ ଏହି ବଲିଉଡ ଜଗତରେ ଦେଖାଯାଇନ୍ତି, ସେମାନେ ମଧ୍ୟ ଏଠି ହଜି ଯାଆନ୍ତି । କିଛି ଏମିତି ଚଳଚ୍ଚିତ୍ର ଥାଏ, ଯାହାକୁ ଦେଖିଲା ପରେ ଦର୍ଶକ ନିଜକୁ ସଂଯୋଗ କରିଦିଅନ୍ତି ଏବଂ ବାସ୍ତବ ଜୀବନରେ ମଧ୍ୟ ନିଜକୁ ସେପରି କରିବା ପାଇଁ ଚେଷ୍ଟା କରନ୍ତି । ଏଠାରେ ଆମେ ଆଜି କିଛି ମାଆମାନଙ୍କ ବିଷୟରେ କହିବୁ, ଯେଉଁମାନେ ପରଦାରେ ସୁନ୍ଦର ଭାବେ ମାଆର ଭୁମିକାରେ ଅଭିନୟ କରିଛନ୍ତି । ହେଲେ ବାସ୍ତବ ଜୀବନରେ ତାଙ୍କୁ ମାଆ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇ ନାହିଁ । ମାଆ ହେବା ସବୁ ସ୍ତ୍ରୀଙ୍କ ପାଇଁ ବହୁତ ଖୁସିର କଥା ହୋଇଥାଏ କିନ୍ତୁ ସେହି ସ୍ତ୍ରୀମାନଙ୍କ ଅବସ୍ଥା କଣ ଯାହାକୁ ସନ୍ତାନର ସୁଖୀ ମିଳିନଥାଏ ? ଚଳଚ୍ଚିତ୍ରରେ ମାଆର ଭୂମିକାରେ ସୁନ୍ଦର ଭାବେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ମାନେ ବାସ୍ତବ ଜୀବନରେ ସନ୍ତାନହୀନ ଅଛନ୍ତି, ଆସନ୍ତୁ କିଏ ସେହି ଅଭିନେତ୍ରୀ ମାନେ ଜାଣିବା ?

ଚଳଚ୍ଚିତ୍ରରେ ମାଆର ଭୂମିକାରେ ସୁନ୍ଦର ଭାବେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ମାନେ ବାସ୍ତବ ଜୀବନରେ ସନ୍ତାନହୀନ :

ଫିଲ୍ମ ଜଗତରେ କାମ କରୁଥିବା କିଛି କଳାକାରଙ୍କର ସ୍ଥିର ହୋଇଥାଏ ଯେ,ସେମାନେ ସେହି ଭୂମିକାକୁ ଅଲଗା ଅଲଗା ଭାବେ କରିବେ । ସେହି ଭୂମିକା ମାଆର ହେଉ, ବାପାର ହେଉ, ଭଉଣୀର ହେଉ ଅଥବା ପତ୍ନୀର । ଏମିତି ହିଁ କିଛି ଅଭିନେତ୍ରୀଙ୍କ ବିଷୟରେ କହିବା ଯେଉଁଥିରେ ସେମାନେ ଅଧିକାଂଶ କେବଳ ମାଆର ଭୂମିକାରେ ପରଦାରେ ଅଭିନୟ କରିଛନ୍ତି । ହେଲେ ବାସ୍ତବ ଜୀବନରେ ମଧ୍ୟ ତାଙ୍କର କୌଣସି ସନ୍ତାନ ନାହିଁ ।

ସବାନା ଆଜମି :

ଅଭିନେତ୍ରୀ ସବାନା ଆଜମି ଲେଖକ ଜାବେଡ଼ ଅଖତରଙ୍କ ସହ ବିବାହ କରିଥିଲେ । କିନ୍ତୁ ତାଙ୍କୁ ନିଜର ସନ୍ତାନ ନାହିଁ, ହେଲେ ଜାବେଡ଼ ଅଖତରଙ୍କ ପ୍ରଥମ ବିବାହରୁ ଦୁଇଟି ସନ୍ତାନ ଫରହାନ ଓ ଜୋୟା, ସବାନାକୁ ନିଜ ମାଆ ମାନନ୍ତି କିନ୍ତୁ ସବାନାଙ୍କ ନିଜର କୌଣସି ସନ୍ତାନ ନାହିଁ । ସେ ଅନେକ ଫିଲ୍ମରେ ମାଆର ଚମତ୍କାର ଭୁମିକା କରିଛନ୍ତି; ଯାହା ମଧ୍ୟରୁ “ମାସୁମ” ଫିଲ୍ମ ସବୁଠୁ ଅଧିକ ଲୋକପ୍ରିୟ । “ନିରଜା” ଫିଲ୍ମରେ ମଧ୍ୟ ସେ “ସୋନମ କପୁର”ଙ୍କ ମାଆଙ୍କ ଭୂମିକାରେ ଅଭିନୟ କରିଛନ୍ତି ।

ରେଖା :

ବହୁତ ବଡ଼ ଅଭିନେତ୍ରୀ ରେଖା “ସଂସାର”, “ଛୋଟି ସି ଭୁଲ୍” ଓ “କୋଇ ମିଲ୍ ଗୟା” ଭଳି ଫିଲ୍ମରେ ମାଆର ଭୂମିକାରେ ଅଭିନୟ କରିଛନ୍ତି । ସେହି ଭୂମିକା ଲୋକଙ୍କ ହୃଦୟରେ ରହିଯାଇଛି । ତାଙ୍କର ବିବାହ ୧୯୯୦ରେ ହୋଇଥିଲା କିନ୍ତୁ ବିବାହର ଏକ ବର୍ଷ ପରେ ହିଁ ତାଙ୍କ ସ୍ୱାମିର ଦେହାନ୍ତ ହୋଇଯାଇଥିଲା । ଏହାପରେ ସେ ଆଉ ବିବାହ କରି ନାହାନ୍ତି ଏବଂ ଆଜି ପର୍ଯ୍ୟନ୍ତ ସନ୍ତାନ ସୁଖରୁ ମଧ୍ୟ ବଞ୍ଚିତ ଅଛନ୍ତି ।

ତବୁ :

୪୫ ବର୍ଷୀୟ ଅଭିନେତ୍ରୀ ତବୁ ଆଜି ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି । ତେବେ ମାଆ ହେବାର ପ୍ରଶ୍ନ ହିଁ ନାହିଁ । କିନ୍ତୁ ତବୁ “ଲାଇଫ୍ ଅଫ୍ ପାଇ”, “ନେମସେକ”, “ହୈଦର”ରେ ମାଆର ଚମତ୍କାର ଭୂମିକାରେ ଅଭିନୟ କରିଥିଲେ, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ କିନ୍ତୁ ସେ ବାହା ହୋଇ ନାହାଁନ୍ତି କି ମାଆ ମଧ୍ୟ ହୋଇ ନାହାଁନ୍ତି ।

ବିଦ୍ୟା ବାଲନ :

“କହାନୀ”, “କହାନୀ-୨”, “ହାମାରି ଅଧୁରୀ କହାନୀ” ଏବଂ “ପା” ଯେଭଳି ଫିଲ୍ମରେ ମାଆ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ବିଦ୍ୟା ବାଲନ ମଧ୍ୟ ଆଜି ପର୍ଯ୍ୟନ୍ତ ମାଆ ହୋଇ ନାହାଁନ୍ତି । ତାଙ୍କର ବିବାହ ସିଦ୍ଧାର୍ଥ ରୋୟ କପୁରଙ୍କ ସହ ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ହୋଇନାହିଁ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ବିଦ୍ୟା ବାଲନ “ପା” ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନଙ୍କ ମାଆର ଭୂମିକାରେ ଅଭିନୟ କରିଥିଲେ ।

କିରଣ ଖେର :

“ଓଁ ଶାନ୍ତି ଓଁ”, “ଦୋସ୍ତାନା”, “ମେ ହୁଁ ନା” ଏବଂ ଆହୁରି ଅନେକ ଫିଲ୍ମରେ ମାଆ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଏବଂ ସାଂସଦ କିରଣ ଖେର ବାସ୍ତବ ଜୀବନରେ ମାଆ ହୋଇପାରି ନାହାଁନ୍ତି । ତାଙ୍କର ବିବାହ ଅନୁପମ ଖେରଙ୍କ ସହ ହୋଇଥିଲା ଏବଂ ବିବାହର ଅନେକବର୍ଷ ପରେ ମଧ୍ୟ ତାଙ୍କୁ ମାଆ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇ ନାହିଁ । ହେଲେ ଏହି ଦମ୍ପତି ଏକ ପୁତ୍ରକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିଲେ, ଯାହାର ନାମ ସିକନ୍ଦର ଖେର ଅଟେ । କିନ୍ତୁ ଅନୁପମ ଖେର ଓ କିରଣ ଖେରଙ୍କ ନିଜର କୌଣସି ସନ୍ତାନ ନାହିଁ ।