ଗୋଟିଏ ଧାରାବାହିକ ଯୋଗୁଁ ଖରାପ ହୋଇଗଲା ଏହି ୫ଟି ଅଭିନେତ୍ରୀଙ୍କ କ୍ୟାରିଅର, ୪ ନମ୍ବର ଥିଲେ ସମସ୍ତଙ୍କ ପ୍ରିୟ ବୋହୁ ।

Spread the love

ଟେଲିଭିଜନ ଦୁନିଆରେ କାମ କରୁଥିବା କଳାକାରମାନଙ୍କ କ୍ୟାରିୟର ଯେତିକି ତୀବ୍ରତା ସହ ଉଚ୍ଚକୁ ଉଠିଥାଏ ଠିକ୍ ସେତିକି ତୀବ୍ରତା ସହ ତଳକୁ ଚାଲି ଆସିଥାଏ । ଆଜ୍ଞା ହଁ, କେବଳ ଗୋଟିଏ ଧାରାବାହିକ ଦ୍ୱାରା ଘରେ ଘରେ ଲୋକପ୍ରିୟ ହୋଇଥିବା କଳାକାରଙ୍କ କ୍ୟାରିଅର କେବେ ଓ କେଉଁ ଧାରାବାହିକ ଜରିଆରେ ଖରାପ ହୋଇଯାଏ ଏହା କହିବା ଅସମ୍ଭବ । ଧାରାବାହିକ ମାଧ୍ୟମରେ ଘରେ ଘରେ ଲୋକପ୍ରିୟ ହୋଇଥିବା ତାରକା କେତେବେଳେ ଟେଲିଭିଜନ ଦୁନିଆରୁ ମାୟା ହୋଇଯାଆନ୍ତି କେହି ଜାଣିପାରନ୍ତି ନାହିଁ, ଏହି ବିଷୟରେ କିଛି ବି କହିବା କଷ୍ଟକର । ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ, ଯେଉଁମାନଙ୍କ କ୍ୟାରିୟର କେବଳ ଏକ ଧାରାବାହିକ ଯୋଗୁଁ ଖରାପ ହୋଇଯାଇଛି । ତେବେ ଚାଲନ୍ତୁ ଜାଣିବା ଆଜି ଆମର ଏହି ଆର୍ଟିକଲରେ ଆପଣମାନଙ୍କ ପାଇଁ କଣ ଖାସ୍ ଅଛି ।

ସନାୟା ଇରାନି :

ବହୁତଗୁଡିଏ ସୁପରହିଟ ଧାରାବାହିକରେ କାମ କରିଥିବା ସନାୟା ଇରାନିଙ୍କ ଏକ ଭୁଲ ନିଷ୍ପତ୍ତି ଯୋଗୁଁ ତାଙ୍କ କ୍ୟାରିଅର ନଷ୍ଟ ହୋଇଗଲା । ଆଜ୍ଞା ହଁ, ବହୁତ ଗୁଡିଏ ସୁପରହିଟ ଧାରାବାହିକରେ କାମ କରିବା ପରେ ସନାୟା ଇରାନି ଧାରାବାହିକ ‘ଛନଛନ’ରେ କାମ କରିଥିଲେ, ଯାହା କି ଫ୍ଲୋପ ହୋଇଗଲା । ଏହି ଧାରାବାହିକ ଫ୍ଲୋପ୍ ହେବା ପରେ ସନାୟାଙ୍କ କ୍ୟାରିଅର ବହୁତ ତଳକୁ ଚାଲିଗଲା ଓ ଆଜି ସନାୟାଙ୍କୁ କୌଣସି ବିଶେଷ ରୂପରେ ଦେଖା ଯାଉନାହିଁ ।

ଶିବାନୀ ତୋମାର :

ସୁପରହିଟ ଧାରାବାହିକ ‘ଇସ୍ ପ୍ୟାର କୋ କ୍ୟା ନାମ ଦୁ’ ରୁ ନିଜର ପରିଚୟ ବନାଇଥିବା ଶିବାନୀ ତୋମାର ଯେତେବେଳେ ଏହି ଧାରାବାହିକର ତୃତୀୟ ସିଜନ୍ ବା ତୃତୀୟ ଭାଗରେ ଅଭିନୟ କରିଥିଲେ, ତ ଦର୍ଶକଙ୍କୁ ତାଙ୍କର କାମ ପସନ୍ଦ ଆସି ନଥିଲା । ଯାହାପରେ ଶିବାନୀଙ୍କ କ୍ୟାରିଅର ତଳକୁ ଖସିବାର ହିଁ ନଜର ଆସୁଛି । କହିବାକୁ ଗଲେ ଶିବାନୀ ତୋମାର ଘରେ ଘରେ ଲୋକପ୍ରିୟତା ହାସଲ କରିଥିଲେ କିନ୍ତୁ ବର୍ତ୍ତମାନ ତାଙ୍କର କୌଣସି ଚାହିଦା ନାହିଁ ।

ତେଜସ୍ୱୀ ପ୍ରକାଶ :

ତେଜସ୍ଵୀ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି, ଯିଏକି ବହୁତ ଗୁଡିଏ ଧାରାବାହିକରେ କାମ କରିଛନ୍ତି । କିନ୍ତୁ ତାଙ୍କର ସଫଳତା କ୍ୟାରିୟର ଜୀବନରେ ଖଳନାୟକ ଏକ ଧାରାବାହିକ ସାଜିଥିଲା । ଆଜ୍ଞା ହଁ, ଧାରାବାହିକ ‘ପେହେରେଦାର ମେ ପିୟା କି’ରୁ ତେଜସ୍ଵୀଙ୍କ ଜୀବନରେ ଝଡ଼ ଆଣି ଦେଇଥିଲା ଓ ଏହାକୁ ଦର୍ଶକମାନେ ବହୁତ ଖରାପ ଭାବରେ ଟ୍ରଲ୍ କରିଥିଲେ । କେବଳ ଏତିକି ନୁହଁ, ଏହି ଧାରାବାହିକ ପରେ ତେଜସ୍ଵୀ ପ୍ରକାଶଙ୍କ କ୍ୟାରିଅର ପୁରାପୁରି ଫ୍ଲୋପ ହୋଇଗଲା ଓ ବର୍ତ୍ତମାନ ସେ ଏକ ସୁପରହିଟ ପ୍ରୋଜେକ୍ଟ ପାଇଁ ଅପେକ୍ଷା କରିଛନ୍ତି ।

ହିନା ଖାଁ :

ଟେଲିଭିଜନ ଦୁନିଆର ଟପ୍ ଅଭିନେତ୍ରୀମାନଙ୍କ ମଧ୍ୟରେ ହିନା ଖାଁଙ୍କ ନାମ ସର୍ଵ ପ୍ରଥମେ ନିଆଯାଏ । ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହେ’ ଜରିଆରେ ଅକ୍ଷରା ଭାବେ ଘରେ ଘରେ ପ୍ରସିଦ୍ଧି ଲାଭ କରିଥିବା ହିନା ଖାଁଙ୍କ ସବୁଠୁ ବଡ଼ ଭୁଲ ଏହା ଥିଲା ଯେ, ସେ ଏହି ଧାରାବାହିକକୁ ଛାଡି “ବିଗବୋଷ ଶୋ”ରେ ଯୋଗ ଦେଇଥିଲେ । ଯେଉଁଥିରେ ହିନାଙ୍କ କ୍ୟାରିୟର କିଛି ଉନ୍ନତି କରି ପାରିଲା ନାହିଁ । କେବଳ ଏତିକି ନୁହେଁ, ହିନା ଖାଁ ବର୍ତ୍ତମାନ କୋମଲିକାର ଭୂମିକାରେ ଅଭିନୟ କରୁଛନ୍ତି । କିନ୍ତୁ ହିନା ଖାଁଙ୍କୁ ସେହି ପରିଚୟ ମିଳିପାରିଲା ନାହିଁ, ଯାହାକୁ ସେ ଏହି ଭୂମିକା ଜରିଆରେ ଅଭିନୟ କରୁଥିଲେ ।

କ୍ରୀତିକା କାମରା :

ଧାରାବାହିକ ‘କିତନି ମୋହବତ୍ତ ହେ’ରୁ ହିଟ୍ ହୋଇଥିବା କ୍ରିତିକା କାମରାଙ୍କ କ୍ୟାରିୟର ସୋନି ଟିଭିର ସୋ ରିପୋର୍ଟର୍ସ ଖରାପ କରିଦେଲା । ଏହି ଧାରାବାହିକ ପୁରାପୁରି ଫ୍ଲୋପ୍ ହୋଇଯାଇଥିଲା ଓ କ୍ରୀତିକାଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସି ନଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କ୍ରୀତିକା କୌଣସି ଦମଦାର ଧାରାବାହିକରେ ନଜର ଆସିନାହାନ୍ତି ।