ଏହି ଚାରୋଟି ଅଦ୍ଭୁତ ଜିନିଷ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ, ଏହାକୁ ଘରେ ରଖିବା ପରେ ସଫଳତା ଆପଣଙ୍କ ପାଦ ଛୁଇଁବ ।

Spread the love

ପ୍ରତ୍ୟେକ ବ୍ୟକ୍ତି ଆଜିର ଦୁନିଆରେ ସଫଳ ହେବା ପାଇଁ ଚାହିଁଥାନ୍ତି । ନିଜର ସଫଳତା ପାଇବା ପାଇଁ କିଛି ନୂଆ ନୂଆ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ କିଛି ଏପରି ଉପାୟ ବିଷୟରେ କହିବୁ, ଯାହା ଆପଣେଇବା ପରେ ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ । ଯଦି ଆପଣ ନିଜ ଜୀବନରେ ସଫଳତା ପାଇବା ପାଇଁ ଚାହୁଁଛନ୍ତି; ତେବେ ଏହି ଅଦ୍ଭୁତ ଜିନିଷ ଗୁଡିକ ଆପଣନ୍ତୁ ଦେଖିବେ ସଫଳତା ଆପଣଙ୍କ ପାଦ ଛୁଇଁବ । ତେବେ ଆସନ୍ତୁ ଜାଣିବା ସେହି ତିନୋଟି ଅଦ୍ଭୁତ ଜିନିଷ :

1. ଶୁଭ ଯୋଡ଼ା :

ଯଦି ବାସ୍ତୁଶାସ୍ତ୍ରକୁ ଅନୁଧ୍ୟାନ କରିବା ତେବେ ଘରେ ହଂସ କିମ୍ବା ହରିଣଙ୍କ ଯୋଡା ରଖିଲେ ଚମତ୍କାରିକ ଶୁଭଫଳ ମିଳିଥାଏ । ଏହା ଫଳରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଏହା ସହ ଭାଗ୍ୟ ମଧ୍ୟ ଚମକି ଉଠିଥାଏ । ଘରେ ଖୁସିର ବାତାବରଣ କାଏମ ରହିଥାଏ ।

2. ମୟୁର ପଙ୍ଖ :

ମୟୁର ପଙ୍ଖ ଆପଣ ଭଗବାନ ବିଷ୍ଣୁଙ୍କ ମୁଣ୍ଡରେ ଦେଖିଥିବେ । ମୟୁର ନାଚ କରିବା ସମୟରେ ନିଜ ପଙ୍ଖ ମେଲାଇ ନାଚ କରିବା ଦୃଶ୍ୟ ଖୁବ୍ ମନୋରମ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ! ଏହି ମୟୁର ପଙ୍ଖ ଆପଣଙ୍କ ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିଥାଏ । ଆପଣଙ୍କ ଘରେ ଯଦି ମୟୁର ପଙ୍ଖ ଥାଏ, ତେବେ ଆପଣଙ୍କ ଘରକୁ କୀଟପତଙ୍ଗ ଏବଂ ଝିଟିପିଟି ଆସି ନଥାନ୍ତି । ଏହା ଭୁତପ୍ରେତ ପରି ଖରାପ ଆତ୍ମା ବା ନକରାତ୍ମକ ପ୍ରଭାବକୁ ଘରଠୁ ବଞ୍ଚାଇ ଥାଏ । ଯଦି ସମ୍ଭବ ତେବେ ମୟୁର ପଙ୍ଖକୁ ନିଜ ଘରେ ରଖନ୍ତୁ ।

3. ଧାତଵ କଇଁଛ :

ସୁନା, ରୁପା, ତମ୍ବା କିମ୍ବା ଅନ୍ୟ କୌଣସି ଧାତୁରେ ତିଆରି କଇଁଛ ନିଜ ଘରେ ରଖିବା ଫଳରେ ଆପଣଙ୍କ ଭାଗ୍ୟ ଚମକି ଉଠିଥାଏ । ଏହାକୁ ନିଜ ଘରେ ରଖିବା ଫଳରେ ଆପଣଙ୍କୁ ସଫଳତା ମିଳିଥାଏ । କଇଁଛ ଭଗବାନ ବିଷ୍ଣୁଙ୍କ ଏକ ରୂପ ଅଟେ । କିଛି ଲୋକ ମାଛ ଟ୍ୟାଙ୍କିରେ ଜୀବିତ କଇଁଛ ରଖିବା, ଆପଣମାନେ ଦେଖିଥିବେ । ଏହା ଆପଣଙ୍କୁ ଶୁଭଫଳ ଦେଇଥାଏ ।

4. ଧଳା ପଥର :

ସର୍ବ ପ୍ରଥମେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅଣ୍ଡାକୃତିର ଧଳା ପଥର ବହୁତ ଶୁଭଦାୟକ ଅଟେ । ଯେଉଁ ଘରମାନଙ୍କରେ ଅଣ୍ଡାକୃତିର ଧଳା ପଥର ରହିଥାଏ, ସେହି ଘରେ ସ୍ଵୟଂ ଲକ୍ଷ୍ମୀ ବିରାଜମାନ କରିଥାନ୍ତି ଏବଂ ଘରେ ସୁଖ ଶାନ୍ତି କାଏମ ରହିଥାଏ ।

ଆପଣଙ୍କୁ ଯଦି ଆମର ଏହି ଲେଖାଟି ପସନ୍ଦ ଆସିଥାଏ, ତେବେ ଆପଣ ତଳ କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ ଯାହାଫଳରେ ଆମେ ଆପଣଙ୍କ ପାଇଁ ନୂଆଁ ନୂଆଁ ଲେଖା ଆଣି ପାରିବୁ ।