ଏହି 4ଟି ଜିନିଷ: ବୃକକକୁ ଧୀରେ ଧୀରେ ଖରାପ କରି ଦେଇଥାଏ । ୩ୟ ନମ୍ବରଟି ମହିଳାମାନେ ଅତ୍ୟାଧିକ ବ୍ୟବହାର କରନ୍ତି ।

Spread the love

ବୃକକ ଆମ ଶରୀରର ମହତ୍ବପୂର୍ଣ ଅଙ୍ଗ ଅଟେ । ଶରୀର ଭିତରେ ଥିବା ଉତ୍ପନ୍ନ ହେଉଥିବା ସମସ୍ତ ଟକ୍-ସିନ୍ ଓ ଖରାପ ପଦାର୍ଥକୁ ରକ୍ତ ମଧ୍ୟରେ ହିଁ ସାଫା କରିବା ବୃକକର କାର୍ଯ୍ୟ ଅଟେ । ବୃକକ କୌଣସି କ୍ଷେତ୍ରରେ ଖରାପ ହେଲେ ଶରୀର ରୋଗଗ୍ରସ୍ତ ହୋଇ ପଡିଥାଏ । ଆମ୍ଭମାନଙ୍କର କିଛି ଅଭ୍ୟାସ ଫଳରେ ବୃକକ ଖରାପ ହେବାର ସମ୍ଭାବନା ରହିଥାଏ । ଆଜିର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଏହିପରି ଅଭ୍ୟାସ ବିଷୟରେ କହିବୁ, ଯଦି ଆପଣ ସେହି ସବୁ ଅଭ୍ୟାସରୁ ନିବୃତ ରହିବେ ତେବେ ଆପଣଙ୍କ ବୃକକ ଠିକ୍ ରହିପାରିବ ।

ମିଷ୍ଠାନ :

ଯଦି ଆପଣ ବହୁତ ମିଠା ଖାଆନ୍ତି, ତେବେ ଆପଣଙ୍କ ଶରୀରରେ ସୋଡିୟମ୍ ଓ ସୁଗାରର ମାତ୍ରା ବଢିବାର ଯଥେଷ୍ଟ ସମ୍ଭାବନା ରହିଥାଏ । ଯାହା ଫଳରେ ବୃକକ ଏହି ପଦାର୍ଥକୁ ସଫା କରିବା ପାଇଁ ଅଧିକ ଚାପ ସମ୍ଭାଳିବାକୁ ପଡିଥାଏ । ଯାହାଦ୍ୱାରା ବୃକକ ଉପରେ ନାକରାତ୍ମକ ପ୍ରଭାବ ପଡିବ ଓ ଆମେ ରୋଗଗ୍ରସ୍ତ ହେଉଛୁ ।

ଅତ୍ୟଧିକ ମାଂସ ଓ ମସଲାଯୁକ୍ତ ଖାଦ୍ୟ :

ମାଛମାଂସ ଖାଇବା ଦ୍ଵାରା ଆପଣଙ୍କ ଶରୀରକୁ ଲାଭ ମିଳିଥାଏ । କିନ୍ତୁ ଆବଶ୍ୟକରୁ ଅଧିକ ମାଛ ମାଂସ ଖାଇବା ଦ୍ଵାରା ବୃକକ ଉପରେ କୁପ୍ରଭାବ ପଡିଥାଏ । ଏଥିପାଇଁ ଆପଣ ସଜ ତଟକା ଫଳ ଓ ସବୁଜ ପନିପାରିବା ଖାଇବା ନିହାତି ଜରୁରୀ ଅଟେ ।

ଅତ୍ୟଧିକ ପରିମାଣର ପୀଡା ନିବାରକ ଔଷଧ ଖାଇବା :

ଆମ୍ଭେମାନଙ୍କ ମଧ୍ୟରୁ ଅନେକ ଡାକ୍ତରଙ୍କ ବିନା ପରାମର୍ଶରେ ଅନେକ ପ୍ରକାରର ଔଷଧ ସେବନ କରି ଦେଇଥାଉ । ବିଶେଷ ରୂପରେ ମହିଳାମାନେ ଗର୍ଭନିରୋଧକ ବଟିକା ଖାଇବା ଦ୍ଵାରା ବୃକକ ଖରାପ ହେବା ବିପଦ ସୃଷ୍ଟି ହୋଇଥାଏ । ଲମ୍ବା ସମୟ ପର୍ଯ୍ୟନ୍ତ ନିୟମିତ ରୂପରେ, ଏହି ପ୍ରକାରର ଔଷଧ ସେବନ ଦ୍ଵାରା ବୃକକ ସମସ୍ୟା ଦେଖା ଦେଇଥାଏ ।

ଧୂମ୍ରପାନ କରିବା ଦ୍ଵାରା :

ବିଡି ସିଗାରେଟର ଧୂଆଁ ଯେତେବେଳେ ଆମ ଶରୀର ମଧ୍ୟରେ ପ୍ରବେଶ କରିଥାଏ; ତାହା ଆମ ଶରୀରକୁ ବିଶାକ୍ତ କରିଥାଏ । ଯେତେବେଳେ ଆମ ବୃକକ ଶରୀରର ରକ୍ତକୁ ସଫା କରିଥାଏ, ଏହି ବିଷାକ୍ତ ପଦାର୍ଥ ଗୁଡିକୁ ସଫା କରିବାରେ ବୃକକକୁ କଷ୍ଟସାଧ୍ୟ ହୋଇଥାଏ । ବିଡି ସିଗାରେଟର ବ୍ୟବହାର ଶରୀର ପାଇଁ ଏକ Slow Poison ପରି କାର୍ଯ୍ୟ କରିଥାଏ । ଯାହା ଧୀରେ ଧିରେ ଆମର ବୃକକକୁ ନଷ୍ଟ କରିବାରେ ଲାଗିଥାଏ ।