ଜୀବନରେ ଏହି ୯ଟି କଥାକୁ ସର୍ବଦା ଗୁପ୍ତା ରଖନ୍ତୁ । ନଚେତ ଅସୁବିଧାରେ ପଡ଼ିପାରିବେ !

Spread the love

ଆମେ ଜୀବନରେ କେଉଁ କଥା ଗୁଡ଼ିକୁ ଗୁପ୍ତରେ ରଖିବା ଉଚିତ ଓ କାହାକୁ ବି କହିବା ଉଚିତ ନୁହେଁ ସେହି ବିଷୟରେ ଆଜି ଆମେ ଭଲ ଭଲ ଟିପ୍ସ ଜାଣିବା ଆସନ୍ତୁ ।

ସଭିଁଙ୍କ ଜୀବନରେ ବହୁତ କିଛି ଘଟଣା ଘଟିଥାଏ । ଦୁଃଖ, ସୁଖର ସମୟ ପ୍ରତ୍ୟେକ ଲୋକଙ୍କ ଜୀବନରେ ଆସିଥାଏ । ପାର୍ଥକ୍ୟ କେବଳ ଏତିକି ଥାଏ, କି କେତେକ ଲୋକଙ୍କ ଜୀବନରେ ଖୁସିର ସମୟ ଅଧିକ ଦିନ ଥାଏ, ତ କେତେକ ଲୋକଙ୍କ ଜୀବନରେ ଦୁଃଖର ସମୟ ଅଧିକ ଥାଏ । ସୁଖ ଓ ଦୁଃଖ ନିଜେ କରିଥିବା କର୍ମ ଅନୁଯାୟୀ ପ୍ରାପ୍ତ ହୋଇଥାଏ । କିନ୍ତୁ ଅଧିକାଂଶ ଲୋକମାନେ ଜଣା ବା ଅଜଣାରେ କିଛି ଏଭଳି କଥା ଅନ୍ୟ ଲୋକଙ୍କ ଆଗରେ ପ୍ରକାଶ କରିଦିଅନ୍ତି, ଯେଉଁଥି କାରଣରୁ ସେମାନେ ଅନେକ ଲୋକଙ୍କ ଆଗରେ ଅସମ୍ମାନ ହୋଇଥାନ୍ତି । ଆସନ୍ତୁ ଏହି ବିଷୟରେ ଆଜି ଆମେ ସମ୍ପୁର୍ଣ ରୂପେ ଜାଣିବା ।

୧) କରିଥିବା ଧର୍ମ –

ଆପଣ ଯେଉଁସବୁ ଧର୍ମ କାମ କରିଛନ୍ତି; ତାହାକୁ କେବେ ବି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । ନଚେତ ଧର୍ମ କାମ କରିଥିବା ଯୋଗୁଁ ଯେଉଁ ପୁଣ୍ୟ ମିଳିବାର ଥିବ ସବୁ ନଷ୍ଟ ହୋଇଯିବ । ତେଣୁ ଜୀବନରେ କେବଳ ଧର୍ମ କାମ କରି ଚାଲିବା ଉଚିତ କିନ୍ତୁ କରିଥିବା ଧର୍ମ କାର୍ଯ୍ୟକୁ ସଭିଁଙ୍କ ଆଗରେ ପ୍ରକାଶ କରିଲେ ସବୁ ବ୍ୟର୍ଥରେ ଯିବ ।

୨) ନିଜ ଦୁର୍ବଳତା –

ଯଦି ଆପଣ କୌଣସି କାମ କରିବାରେ ସକ୍ଷମ ନୁହଁନ୍ତି ବା ସେହି କାମ କରିବାରେ ଭୟ ଲାଗିଥାଏ, ତେବେ ସେହି କଥା ଅନ୍ୟ କାହାକୁ କୁହନ୍ତୁ ନାହିଁ । କାରଣ ଆପଣ କହିଥିବା କଥା ଗୁଡ଼ିକୁ ସେହି ଲୋକମାନେ ଅନ୍ୟମାନଙ୍କ ଆଗରେ କହି ଆପଣ ଉପରେ ଉପହାସ କରିବେ । ଯେଉଁଥି କାରଣରୁ ଆପଣଙ୍କ ଅସମ୍ମାନ ହୋଇପାରେ । ତେଣୁ ନିଜର ଦୁର୍ବଳତାକୁ ନିଜ ପାଖରେ ହି ଗୁପ୍ତ କରି ରଖିବା ସର୍ବତ୍ତମ ।

୩) ନିଜ ଆୟ କରିଥିବା ଧନ –

ଆପଣ ଦେଖନ୍ତୁ ବେଳେବେଳେ ଆପଣଙ୍କୁ କେହି ପଚାରିଥାନ୍ତି, ଆପଣ ସର୍ବମୋଟ କେତେ ଟଙ୍କା ବ୍ୟାଙ୍କରେ ରଖିଛନ୍ତି ବା ଆପଣଙ୍କର ଧନ ସମ୍ପତ୍ତି କେତେ ଅଛି ? ଏହି କଥା କେବେ ବି କାହାକୁ ସମ୍ପୂର୍ଣ ସତ୍ୟତା କୁହନ୍ତୁ ନାହିଁ । କାରଣ ଏହା ଆପଣଙ୍କ ପାଇଁ ଭବିଷ୍ୟତରେ ଅସୁବିଧାରେ ପକାଇ ପାରେ ।

୪) ମନ୍ତ୍ର ଦୀକ୍ଷା –

ଆପଣ କୌଣସି ଗୁରୁଙ୍କ ଠାରୁ ଯଦି ମନ୍ତ୍ର ଦୀକ୍ଷା ନେଇଛନ୍ତି ବା ଆପଣଙ୍କୁ କୌଣସି ମନ୍ତ୍ର ଭଲ ଲାଗୁଥିଲେ ଆପଣଙ୍କୁ ତାହା ଜପ କରିବାକୁ ଇଚ୍ଛା ହୁଏ ବା ଜପ କରନ୍ତି; ତେବେ ସେହି ମନ୍ତ୍ରଟି ଅନ୍ୟ କାହା ଆଗରେ ପ୍ରକାଶ କରିବା ଆଦୌ ଉଚିତ ନୁହେଁ ।

୫) ଦାନ କରିବା –

ଆପଣ ଜୀବନରେ କିଛି ନା କିଛି ଦାନ କରନ୍ତି, ସେହି ଦାନକୁ କାହା ଆଗରେ ପ୍ରକାଶ କରିବା କେବେ ବି ଠିକ୍ ନୁହେଁ । ଆପଣଙ୍କ ଧର୍ମ ସମ୍ବନ୍ଧୀୟ ବିଷୟରେ କାହା ଆଗରେ ପ୍ରକାଶ କରିବା ଆବଶ୍ୟକ ନୁହେଁ । କାହା ଆଗରେ ପ୍ରକାଶ କରିବା ଦ୍ଵାରା ଆପଣ ମନରେ ଏଥିପ୍ରତି ଏକାଗ୍ରତା କମି ଯାଇଥାଏ ଓ ସେଥିପ୍ରତି ନିଷ୍ଠା ମଧ୍ୟ କମି ଯାଇଥାଏ ।

୬) ବିବାଦୀୟ ଘଟଣା –

ଆପଣଙ୍କ ଗୃହର ଯଦି କାହାର ବିବାଦୀୟ ଘଟଣା ଅଛି, ଯାହା ଅନ୍ୟମାନେ ଜାଣିଲେ ଖରାପ ହୋଇପାରେ; ତେବେ ସେଭଳି ବିଷୟକୁ କାହା ଆଗରେ ମଧ୍ୟ କହିବା ଠିକ ନୁହେଁ ।

୭) ଗୃହ ସମ୍ବନ୍ଧୀୟ ସମସ୍ୟା –

ଗୃହ ସମ୍ବନ୍ଧୀୟ ଯେକୌଣସି ବି ସମସ୍ୟା ଅନ୍ୟ ଆଗରେ କହିବା ଉଚିତ ନୁହେଁ । କାରଣ ଆପଣ ଯେଉଁମାନଙ୍କ ଆଗରେ କହିଥାନ୍ତି, ସେମାନେ ଆପଣଙ୍କୁ ତୁଛ ଦୃଷ୍ଟିରେ ଦେଖିଥାନ୍ତି । ତେଣୁ ଏଭଳି ବିଷୟ ଗୁଡ଼ିକୁ କାହାକୁ ବି କହିବ ଉଚିତ ନୁହେଁ ।

୮) ଧନର କ୍ଷତି –

ଯଦି ଆପଣ କରୁଥିବା ବ୍ୟବସାୟରେ କ୍ଷତି ହୋଇଛି, ଚାକିରୀ ଚାଲିଯାଇଛି ବା କୌଣସି କାରଣରୁ ଧନର ହାନୀ ହୋଇଛି କିମ୍ବା ଟଙ୍କା ନିଜ ପାଖରେ ନଥାଏ, ତେବେ ଏହି କଥା କାହାକୁ ବି କୁହାନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣ ବହୁତ ବଡ଼ ବିପଦରେ ପଡ଼ି ପାରନ୍ତି । ଏହାକୁ ଯଦି ଆପଣ ସଭିଙ୍କ ପାଖରେ ପ୍ରକାଶ କରିଦେ, ଆପଣଙ୍କୁ କେହି ସମ୍ମାନ ଦୃଷ୍ଟିରେ ଦେଖିବେ ନାହିଁ ଓ ଆପଣଙ୍କୁ କେହି ସାହାଯ୍ୟ ମଧ୍ୟ କରିବେ ନାହିଁ । କାରଣ ସେମାନେ ଜାଣିଥାନ୍ତି କି, ଏହି ବ୍ୟକ୍ତି ପାଖରେ କିଛି ବି ଟଙ୍କା ନାହିଁ । ଏହିପରି ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ବୃଥା ବୋଲି ଭାବିଥାନ୍ତି ।

୯) ରୋଗ –

ଯଦି ଆପଣଙ୍କୁ କୌଣସି ରୋଗ ହୋଇଛି, ତେବେ ଏହାକୁ ଆପଣ ଗୁପ୍ତରେ ରଖନ୍ତୁ । କେବେ ଯଦି କେହି ଆପଣଙ୍କୁ ଏହି ବିଷୟରେ ବିସ୍ତୃତ ବିବରଣୀ କହିବାକୁ ପଡିଥାଏ, ଯଦି ଆପଣ କହିଦିଅନ୍ତି; ଆପଣ ମନେ ରଖନ୍ତୁ ସେହି ବ୍ୟକ୍ତିଟି ଆପଣଙ୍କୁ ଛାଡ଼ି ଚାଲିଯିବ । ଯଦି ସେ ଆପଣଙ୍କ ପାଖରେ ରହିବ, ତେବେ ସେ ଆପଣଙ୍କ ଉପରେ ସର୍ବଦା ଖରାପ ଦୃଷ୍ଟିରେ ଦେଖିଥାଏ । ତେଣୁ ନିଜ ରୋଗ ବିଷୟରେ ମଧ୍ୟ ଗୁପ୍ତରେ ରଖନ୍ତୁ ।