ଶରୀରରୁ ପ୍ରାଣ ବାହାରି ଯିବା ପୂର୍ବରୁ ଲୋକଙ୍କୁ ମିଳିଥାଏ, ଏହି ୪ଟି ସଂକେତ ! ଛାଇ ମଧ୍ୟ ହାତ ଛାଡି ଦିଏ….

Spread the love

ଜୀବନ ଆଉ ମରଣ, ଜୀବନର ଏପରି ଏକ ଚକ୍ର ଅଟେ; ଯାହାଠାରୁ କିଛି ମଧ୍ୟ ଅବର୍ଣ୍ଣନୀୟ ରୁହେ ନାହିଁ । ବିଧିର ବିଧାନ ଏହା ଯେ, ଯେ କେହି ବ୍ୟକ୍ତି ହେଉ ନା କାହିଁକି ଏହି ପୃଥିବୀ ମାଟିରେ ଯିଏ ଜନ୍ମ ନିଏ, ତାକୁ ଏହି ପୃଥିବୀ ମାଟିରେ ହିଁ ମିଶିବାକୁ ପଡିଥାଏ । ମନୁଷ୍ୟର ଶରୀର ମାଟିରେ ନିର୍ମିତ । ଯେ ପର୍ଯ୍ୟନ୍ତ ସେଥିରେ ପ୍ରାଣ ଥାଏ, ସେ ପର୍ଯ୍ୟନ୍ତ ସେ କାର୍ଯ୍ୟ କରି ଚାଲିଥାଏ । ନଚେତ ସେ ସେହି ମାଟିରେ ହିଁ ମିଶି ଯାଇଥାଏ । ଆମେ ମାନୁଛୁ ଯେ, ବିଜ୍ଞାନ ଆଜି ବହୁତ ପ୍ରଗତି କରିଛି, କିନ୍ତୁ ବିଧିର ବିଧାନକୁ କେହି ହେଲେ ମଧ୍ୟ ବଦଳାଇ ପାରିନାହାଁନ୍ତି । ଯିଏ ଜନ୍ମ ନେଇଛି, ତାର ମୃତ୍ୟୁ ନିଶ୍ଚିତ ଅଟେ ।

କୁହାଯାଏ ଯେ, ଯାହାର ମୃତ୍ୟୁ ଯେପରି ଲେଖା ହୋଇଥାଏ, ଠିକ ସେହିପରି ତାର ମୃତ୍ୟୁ ହୋଇଥାଏ । କାହାକୁ ରୋଗ ମାଡି ଆସେ ତ କାହାର ସହ କିଛି ଅଘଟଣ କିମ୍ବା ଦୁର୍ଘଟଣା ଘଟି ଯାଇଥାଏ । କେବେ କିଏ ବଡରୁ ବଡ ବିପଦରୁ ବଞ୍ଚି ଯାଆନ୍ତି ତ ଆଉ କେହି ନିଜର ଏକ ଛୋଟ ପାହୁଣ୍ଡ ତାକୁ ମୃତ୍ୟୁର ରାସ୍ତାରେ ନେଇ ଯାଇଇଥାଏ । କୁହାଯାଏ ଯେ, ଯାହା ଲେଖା ହୋଇଛି ତାକୁ କେହି ହେଲେ ବଦଳାଇ ପାରବେ ନାହିଁ । ମୃତ୍ୟୁକୁ ସୁଯୋଗ ଦରକାର ଥାଏ ଏବଂ ସେ କୌଣସି ଉପାୟରେ ମଧ୍ୟ ଆସି ଯାଇଥାଏ । କୁହାଯାଏ ଯେ, ଯେଉଁ ବ୍ୟକ୍ତିର ମୃତ୍ୟୁ ଆସିବାର ଥାଏ ତାକୁ ଏହି ବିଷୟରେ ଆଭାସ ପ୍ରଥମରୁ ମିଳି ଯାଇଥାଏ ।

ଛାଇ ମଧ୍ୟ ହାତ ଛଡା ଦେଇଥାଏ :

ଏପରି ମାନ୍ୟତା ଅଛି ଯେ, ମୃତ୍ୟୁର ପୂର୍ବରୁ ବ୍ୟକ୍ତିକୁ ଏପରି କିଛି ସଂକେତ ମିଳିଥାଏ, ଯାହା ଦ୍ୱାରା ମରିବା ବ୍ୟକ୍ତିଙ୍କୁ ଆଭାସ ହୋଇଯାଇଥାଏ । ତା’ହେଲେ ଚାଲନ୍ତୁ ଏବେ ଆପଣଙ୍କୁ କହିବୁ ସେହି ସଂକେତ ବିଷୟରେ’, ଯାହା ମୃତ୍ୟୁର କିଛି ସମୟ ପୂର୍ବରୁ ମନ୍ୟୁଷକୁ ଆସିଥାଏ । ଏହା ଜାଣି ଆପଣ ଆଶର୍ଯ୍ୟ ନିଶ୍ଚୟ ହେବେ ଯେ, ଯେତେବେଳେ ମଣିଷର ମୃତ୍ୟୁ ପାଖେଇ ଆସେ କିମ୍ବା ସେ ମରିବାକୁ ଥାଏ, ସେତେବେଳେ ତାହାର ଛାଇ ତା’ ସହିତ ରହିନଥାଏ ବୋଲି କୁହାଯାଏ । ଆହୁରି ମଧ୍ୟ କୁହାଯାଏ ଯେ, ମରିବା ବ୍ୟକ୍ତିକୁ ତାହାର ମୃତ୍ୟୁର କିଛି ସମୟ ପୂର୍ବରୁ ଯଦି ସେହି ବ୍ୟକ୍ତିର ମୁଖକୁ ପାଣି କିମ୍ବା ତୈଳର ପାତ୍ରରେ ଦେଖାଯାଏ, ତାହାହେଲେ ତାର ଛାଇ ଦେଖାଯାଏ ନାହିଁ ।

ଆଖିର ଆଲୋକ ଶକ୍ତି ମଧ୍ୟ ଚାଲି ଯାଇଥାଏ :

ଆହୁରି ମଧ୍ୟ କୁହାଯାଏ ଯେ, ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହେବାକୁ ଥିବ, ତାହାର ଆଖିର ଦୃଷ୍ଟି ଶକ୍ତି ଚାଲିଯାଏ ଏବଂ ସେ ସ୍ପଷ୍ଟ ଭାବେ ଦେଖିପାରେ ନାହିଁ । ଆହୁରି ମଧ୍ୟ ସେ ସ୍ପଷ୍ଟ ଭାବେ କହି ପାରେନି ଏବଂ ତାହାର କଣ୍ଠ ସ୍ୱର ମଧ୍ୟ ଧିର ଶୁଣାଯାଏ । ନିଜ ଶରୀର ମଧ୍ୟ ନିଜ ସହିତ ରହିବା ବନ୍ଦ କରିଦିଏ ଏବଂ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇ ଯାଇଥାଏ ।

ଦର୍ପଣରେ ନିଜ ପରିବର୍ତ୍ତେ ଅନ୍ୟର ମୁଖ ଦେଖାଯାଏ :

ଆହୁରି କୁହାଯାଏ ଯେ, ଯେବେ ଦର୍ପଣରେ, ବ୍ୟକ୍ତିର ନିଜ ମୁଖ ବଦଳରେ ଅନ୍ୟର ମୁଖ ଦେଖାଯାଏ, ତେବେ ସେହି ବ୍ୟକ୍ତିର ମୃତ୍ୟୁ ସମୟ ନିକଟ ଅଟେ । କେବଳ ଏତିକି ନୁହଁ, ଯେତେବେଳେ ମନ୍ୟୁଷର ମୃତ୍ୟୁ ପାଖେଇ ଆସେ, ସେତେବେଳେ ତାକୁ ସୂର୍ଯ୍ୟ ଆଉ ଚନ୍ଦ୍ରର ଆଲୋକ ଦେଖାଯାଏ ନାହିଁ ।