ଏହି ୪ଟି ମୂର୍ତ୍ତି ହେଇପାରେ ଆପଣଙ୍କ ଘରପାଇଁ ଅଭିଶାପ ! ଯଦି ଆପଣଙ୍କ ଘରେ ଅଛି ତେବେ ତୁରନ୍ତ ବାହାର କରିଦିଅନ୍ତୁ ।

Spread the love

ବେଳେବେଳେ ନ ଜାଣି ଲୋକମାନେ ଘରେ କିଛି ଏଭଳି ମୂର୍ତ୍ତି ରଖିଥାନ୍ତି; ଯାହାକି ଘରେ ରଖିବା ଉଚିତ ନୁହେଁ । ଏହା ଘରର ସବୁ ସୁଖ, ଶାନ୍ତିକୁ ସବୁଦିନ ପାଇଁ ନଷ୍ଟ କରିଦେଇ ଥାଏ ।

ସବୁ ହିନ୍ଦୁ ଘରମାନଙ୍କରେ ଭଗବାନଙ୍କ ପାଇଁ ଗୋଟିଏ ବିଶେଷ ସ୍ଥାନ ଥାଏ । ଯାହାକୁ ପୂଜା କକ୍ଷ ବୋଲି କୁହାଯାଏ । ଘରେ ଛୋଟ ଛୋଟ ମନ୍ଦିର କରିଥାନ୍ତି କିନ୍ତୁ ସଠିକ୍ ତଥ୍ୟ ନଥିବା ଯୋଗୁଁ ଆମେ କିଛି ଏଭଳି ଭୁଲ୍ କରିଥାଉ, ଯାହାକି ଅଶୁଭ ଅଟେ । ବସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ କବାଟ, କକ୍ଷ, ରନ୍ଧା କକ୍ଷ, ମନ୍ଦିର କକ୍ଷ ମଧ୍ୟ ବସ୍ତୁ ଦୋଷରୁ ମୁକ୍ତ ରହିବା ଆବଶ୍ୟକ । ଘରର ସବୁ ସ୍ଥାନ ମହତ୍ୱପୂର୍ଣ ଅଟେ । ମନ୍ଦିର ବାଲା ସ୍ଥାନ ଘରର ସବୁଠାରୁ ଶୁଭ ସ୍ଥାନ ଅଟେ । ତେଣୁ ସବୁବେଳେ ଧ୍ୟାନ ଦେବେ କି, ଘରେ ମନ୍ଦିର କକ୍ଷ କରିବା ସମୟରେ କିଛି ବସ୍ତୁ ଦୋଷ ନ ରହୁ ।

ବସ୍ତୁ ଶାସ୍ତ୍ର ଓ ମନ୍ଦିରର ନିୟମ –

● ଘରେ ମନ୍ଦିର ସ୍ଥାପିତ କରିବାର ମଧ୍ୟ କିଛି ନିୟମ ଥାଏ । ଯଦି ବିନା ନିୟମ ମନ୍ଦିର କରାଯାଏ, ତେବେ ସେଥିରେ କିଛି ମଧ୍ୟ ଫଳ ପ୍ରାପ୍ତି ହେବନାହିଁ । ଘରେ ମନ୍ଦିରର ସ୍ଥାନ ବହୁତ ମହତ୍ୱପୂର୍ଣ ଅଟେ । କେବଳ ସ୍ଥାନ ହିଁ ନୁହେଁ ଦିଗ ଓ କେଉଁ କେଉଁ ବସ୍ତୁ ରଖିବା ଉଚିତ ତାହା ମଧ୍ୟ ବହୁତ ମହତ୍ୱପୂର୍ଣ ଅଟେ ।

● ଘରର ମନ୍ଦିର ସବୁବେଳେ ସଫାସୁତରା ରହିବା ଉଚିତ । ମନ୍ଦିରରେ କୌଣସି ଧୂଳି, ମାଟି, ଅଳିଆ ବ୍ୟାପିବା ଉଚିତ ନୁହେଁ । ମନ୍ଦିରରେ କେବେ ମଧ୍ୟ ଅନ୍ଧାର ରହିବା ଉଚିତ ନୁହେଁ । ଏଠାରେ ସବୁବେଳେ ଉଜ୍ଜ୍ୱଳ ରହିବା ଆବଶ୍ୟକ । ମନ୍ଦିରର କକ୍ଷ ଅନ୍ଧାର ହେଇ ରହିବା, ଅଶୁଭ ବୋଲି କୁହାଯାଏ । କେବଳ ଏତିକି ହିଁ ନୁହେଁ ସେଠାରେ ଖଣ୍ଡନ ମୂର୍ତ୍ତିକୁ ମଧ୍ୟ ରଖିବା ଉଚିତ ନୁହେଁ । ମୂର୍ତ୍ତି ପାଇଁ କିଛି ବିଶେଷ ତଥ୍ୟ ଅଛି ଯାହାକୁ ଆମ ସମସ୍ତଙ୍କୁ ଜାଣିବା ଆବଶ୍ୟକ । କେଉଁ କେଉଁ ମୂର୍ତ୍ତି ପୂଜା କକ୍ଷରେ ରଖିବା ଉଚିତ ନୁହେଁ ଆସନ୍ତୁ ଜାଣିବା ।

୧) ଭୈରବ ଦେବ –

ଭୈରବ ଦେବ ଶିବ ଭଗବାନଙ୍କର ହିଁ ଏକ ଅବତାର ବୋଲି ମାନିଥାଉ । କିନ୍ତୁ ଏହି ମୂର୍ତ୍ତି କେବେ ମଧ୍ୟ ପୂଜା କକ୍ଷରେ ରଖିବା ଉଚିତ ନୁହେଁ । କାରଣ ଭୈରବ ଦେବ ତନ୍ତ୍ର ବିଦ୍ୟାର ଦେବତା ଅଟନ୍ତି । ତେଣୁ ଏହି ମୂର୍ତ୍ତିକୁ ଘର ଭିତରେ ନୁହେଁ ବରଂ ଘର ବାହାରେ ପୂଜା କରିବା ଆବଶ୍ୟକ ।

୨) ନଟରାଜ –

ଆପଣ ଅଧିକାଂଶ ସମୟରେ ଦେଖିଥିବେ କି କେତେକ ଘରେ ମନ୍ଦିର କକ୍ଷରେ ନଟରାଜ ମୂର୍ତ୍ତିକୁ ରଖିଥାନ୍ତି । ଏହା ଦେଖିବାକୁ ବହୁତ ସୁନ୍ଦର ଅଟେ କିନ୍ତୁ ଏହାକୁ କେବେ ମଧ୍ୟ ଘରର ମନ୍ଦିର କକ୍ଷରେ ରଖିବା ଉଚିତ ନୁହେଁ । ନଟରାଜ ଶିବ ଭଗବାନଙ୍କ ରୁଦ୍ର ରୂପ ଅଟେ, ଅର୍ଥାତ କ୍ରୋଧିତ ଅବସ୍ଥା ଅଟେ । ଏହାକୁ ପୂଜା କକ୍ଷରେ ରଖିଲେ ଘରେ ଅଶାନ୍ତି ସୃଷ୍ଟି ହେଇଥାଏ ।

୩) ଶନି ଦେବ –

ସୂର୍ଯ୍ୟ ଭଗବାନଙ୍କ ପୁତ୍ର ଶନି ଦେବଙ୍କ ମୂର୍ତ୍ତି ମଧ୍ୟ ଘରର ପୂଜା କକ୍ଷରେ ରଖିବା ଉଚିତ ନୁହେଁ । ଶନି ଦେବଙ୍କ ପୂଜା ସବୁବେଳେ ବାହାର ମନ୍ଦିରରେ ହିଁ ପୂଜା କରିବା ଆବଶ୍ୟକ । ଘରେ ଶନି ଦେବଙ୍କ ମୂର୍ତ୍ତି ସ୍ଥାପିତ କରନ୍ତୁ ନାହିଁ ।

୪) ରାହୁ ଓ କେତୁ –

ରାହୁ-କେତୁଙ୍କ ମୂର୍ତ୍ତି ମଧ୍ୟ ଘରେ ରଖିବା ଅଶୁଭ ହେଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି, ରାହୁ ଓ କେତୁକୁ ପାପୀ ଗ୍ରହ କହିଛନ୍ତି । ଏମାନଙ୍କର ପୂଜା କରିଲେ ଘରେ ସୁଖ, ଶାନ୍ତି ବଢିଥାଏ, କିନ୍ତୁ ଘର ବାହାରେ ପୂଜା କରନ୍ତୁ, ଭିତରେ ନୁହେଁ ।