ଏହି ଚାରି ଜଣ ଲୋକଙ୍କୁ ଭୁଲରେ ମଧ୍ୟ ଡାଲିମ୍ବ ଖାଇବା ଉଚିତ ନୁହେଁ ! ନ ହେଲେ ଅସୁବିଧା ହୋଇପାରେ :-

Spread the love

ଫଳ ପ୍ରକୃତି ଦ୍ୱାରା ମନୁଷ୍ୟକୁ ଏକ ଅମୁଲ୍ୟ ଦାନ । ଦୁନିଆରେ ବିଭିନ୍ନ ପ୍ରକାରର ଫଳ ଏବଂ ପରିବା ମିଳେ, ସେଥିମଧ୍ୟରୁ ଅନେକ ଫଳ ମନୁଷ୍ୟର ସ୍ୱାସ୍ଥ୍ୟ ଉନ୍ନତିରେ ସାହାଯ୍ୟ କରେ । ଖାଲି ଯେ କେବଳ ରୋଗରୁ ଦୂର ରଖେ ତା ନୁହେଁ ବରଂ କାର୍ଯ୍ୟ କରିବାକୁ କ୍ଷମତା ମଧ୍ୟ ଯୋଗାଏ । କେବଳ ସେଥିପାଇଁ ବୋଧହୁଏ ଡାକ୍ତରମାନେ ରୋଗୀମାନଙ୍କୁ ଫଳ ଖାଇବାକୁ ଉପଦେଶ ଦେଇଥାନ୍ତି । ଫଳ ମାନଙ୍କ ମଧ୍ୟରୁ ଡାଲିମ୍ବ ଦେଖିବାକୁ ଯେମିତି ଲାଲ, ତା ଠାରୁ ଅଧିକ ଅଧିକ ସ୍ୱାଦିଷ୍ଟ ମଧ୍ୟ । ଡାଲିମ୍ବ ରସ ସ୍ୱାସ୍ଥ୍ୟକୁ ମଜବୁତ ଏବଂ ସୁନ୍ଦରତା ପ୍ରଦାନ କରିଥାଏ । ଆଜିକା ସମୟରେ ବହୁତ ଲୋକ ଡାଲିମ୍ବ ଜୁସକୁ ନିଜ ନୀତିଦିନର ଖାଦ୍ୟ ଅଭ୍ୟାସରେ ସାମିଲ କରିଥାନ୍ତି । କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି ସ୍ୱାସ୍ଥ୍ୟ ବୃଦ୍ଧି କରୁଥିବା ଡାଳିମ୍ବ ମନୁଷ୍ୟ ପାଇଁ ହାନିକାରକ ମଧ୍ୟ ହୋଇଥାଏ ?

ମାନୁଛି ଏକଥା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏଇଟା ସତ କଥା । ଆଜି ଆମେ ଏହି ଅନୁଛେଦରେ ସେହି ଚାରି ଜଣ ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କ ପାଇଁ ଡାଲିମ୍ବ ସେବନ ବିଷ ପାନ କରିବା ସହିତ ସମାନ ହୋଇଥାଏ । ଖାଲି ଏତିକି ନୁହେଁ, ଏମାନେ ନିୟମିତ ଡାଲିମ୍ବ ସେବନ କଲେ ଜୀବନ ଯିବାର ବିପଦ ଦୁଇଗୁଣ ବଢ଼ିଯାଏ । ତେଣୁ ଚାଲନ୍ତୁ ଜାଣିବା, ଡାଲିମ୍ବ ଭଳି ମିଠା ଫଳ କେଉଁ କେଉଁ ଲୋକଙ୍କ ପାଇଁ ଖାଇବା ଠିକ ନୁହେଁ ।

ଲୋ-ବ୍ଲୋଡ଼ ପ୍ରେସର ଲୋକ ଡଳିିମ୍ବ ଖାଇବା ଉଚିତ ନୁହେଁ :-

ଆଜିକା ପିଢ଼ିର ଅଧାରୁ ଅଧିକ ଲୋକ ଲୋ-ବ୍ଲୋଡ଼ ପ୍ରେସରରେ ପୀଡିତ ହେଉଛନ୍ତି । ଯେଉଁମାନଙ୍କର ଉଚ୍ଚ ରକ୍ତ ଚାପ ସେମାନଙ୍କ ପାଇଁ ଡାଳିମ୍ବ ସେବନ କୌଣସି ଭଗବାନଙ୍କ ବର ଦାନ ଠାରୁ କମ ନୁହେଁ । ଏହା ଅପଣଙ୍କର ଉଚ୍ଚ ରକ୍ତ ଚାପକୁ କମ କରି ହାୟ ବ୍ଲୋଡ଼ ପ୍ରେସରକୁ ନିୟନ୍ତ୍ରିତ କରିଥାଏ । କିନ୍ତୁ ଯଦି ଆପଣ ଲୋ-ବ୍ଲୋଡ଼ ପ୍ରେସର ରୋଗୀ ହୋଇଥାନ୍ତି ଏବଂ ନିୟମିତ ଔଷଧ ସେବନ କରିଥାନ୍ତି; ତା’ହେଲେ ଡାଳିମ୍ବ ସେବନ ଅପଣଙ୍କ ପାଇଁ ବିଷାକ୍ତ ହୋଇପାରେ ।

ମାନସିକ ରୋଗୀ ଡାଳିମ୍ବ ଠାରୁ ଦୂରେଇ ରହିବା ଉଚିତ :-

ଗୋଟିଏ ଗବେଷଣା ଅନୁସାରେ ଯେଉଁ ଲୋକମାନେ ଏଡସ୍ କିମ୍ବା ଅନ୍ୟ କିଛି ମାନସିକ ରୋଗରେ ପୀଡିତ ହୋଇଥାନ୍ତି ଏବଂ ନିୟମିତ ଔଷଧ ସେବନ କରୁଛନ୍ତି; ତା’ହେଲେ ଡାଳିମ୍ବ ସେବନ ମାରାତ୍ମକ ହୋଇପାରେ । ତେଣୁ ଏମିତି ଲୋକଙ୍କୁ ଡାଳିମ୍ବ ସେବନ ଠାରୁ ଦୂରେଇ ରହିବା ଉଚିତ ।

ଥଣ୍ଡା – କାଶ ହେଉଥିବା ଲୋକଙ୍କ ପାଇଁ ମାରାତ୍ମକ :-

ଡାଳିମ୍ବର ପ୍ରଭାବରେ ଥଣ୍ଡା ହୋଇଥାଏ; ତେଣୁ ସାଧାରଣତଃ ଗ୍ରୀଷ୍ମ ଦିନରେ ସେବନ କରାଯାଏ । ଯେଉଁ ଲୋକମାନଙ୍କୁ ଥଣ୍ଡା, କାଶ, ଫ୍ଲୁ, କୋଷ୍ଠକାଠିନ୍ୟତା ଥାଏ, ସେମାନଙ୍କ ପାଇଁ ଡାଳିମ୍ବ ସେବନ ହାନିକାରକ ହୋଇଥାଏ । ଏମାନଙ୍କୁ ଡଳିିମ୍ବ ସେବନ ନକରି ଗରମ ଖାଦ୍ୟ ଖାଇବା ଉଚିତ ।

ଆଲେର୍ଜି ପାଇଁ ହାନିକାରକ :-

ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି; ଯେଉଁମାନଙ୍କୁ ଧୂଳି ମାଟି ଏମିତି ଅନେକେ କାରଣରୁ ଆଲେର୍ଜି ହୋଇଥାଏ । ଯଦି ଆପଣଙ୍କୁ ଏମିତି କିଛି କାରଣରୁ ଆଲେର୍ଜି ହୋଇଥାଏ, ତା’ହାଲେ ଡାଳିମ୍ବ ସେବନ ଠାରୁ ନିଜକୁ ଦୂରେଇ ରଖିବା ଭଲ । କାରଣ ଡାଳିିମ୍ବରେ ଏମିତି କିଛି ତତ୍ତ୍ୱ ଅଛି ଯାହା ଆଲେର୍ଜିକୁ ବଢ଼ାଇ ଦେଇଥାଏ ।

ତେଣୁ ଅନୁରୋଧ କରୁଅଛି କି ଯଦି ଆପଣ ମାନଙ୍କ ମଧ୍ୟରୁ କେହି ଉପରେ ଦିଆଯାଇଥିବା ସମସ୍ୟାରେ ଗ୍ରସ୍ତ ଅଛନ୍ତି; ତା’ହେଲେ ଆଜିଠାରୁ ହିଁ ଡାଳିିମ୍ବ ସେବନ ବନ୍ଦ କରିଦିଅନ୍ତୁ । ନହେଲେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।