ଏହି ଚାରୋଟି ନାମ ବିଶିଷ୍ଟ ଝିଅମାନେ କେବେ ମଧ୍ୟ ନିଜ ପ୍ରେମୀଙ୍କୁ ଦିଅନ୍ତି ନାହିଁ ପ୍ରେମରେ ଧୋକ୍କା ଛଳନା ! ହୃଦୟରୁ ଅଟନ୍ତି ସ୍ୱଚ୍ଛ…

Spread the love

ଏହି ଚାରୋଟି ନାମ ବିଶିଷ୍ଟ ଝିଅମାନେ ହୃଦୟରୁ ସ୍ୱଚ୍ଛ ଅଟନ୍ତି, କେବେ ମଧ୍ୟ ନିଜ ପ୍ରେମୀଙ୍କୁ ପ୍ରେମରେ ଛଳନା କରନ୍ତି ନାହିଁ !

ଏହି ଦୁନିଆରେ ଜନ୍ମ ଗ୍ରହଣ କରିବା ପରେ ସମସ୍ତ ବ୍ୟକ୍ତିଙ୍କର ସର୍ବପ୍ରଥମେ ନାମକରଣ କରାଯାଇଥାଏ । ବ୍ୟକ୍ତିର ନାମ ହିଁ ତାର ପରିଚୟକୁ ଦର୍ଶାଇ ଥାଏ । ଆପଣମାନେ କେବେ ଭାବିଛନ୍ତି କି, ଯଦି କୌଣସି ବ୍ୟକ୍ତିର ନାମ ନ ଥାଏ, ତା’ହାଲେ ଆପଣ ତାଙ୍କୁ କଣ କହି ସମ୍ବୋଧନ କରିବେ ? ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନାମର ବିଶେଷ ମହତ୍ତ୍ୱ ରହିଛି । ଏହି ଦୁନିଆରେ ଦୁଇ ପ୍ରକାରର ଲୋକ ଅଛନ୍ତି, ଭଲ ଏବଂ ଖରାପ । ଭଲ ମନୁଷ୍ୟ ଚାହିଁଲେ ମଧ୍ୟ କେବେ କାହାର ଖରାପ କରି ନଥାନ୍ତି, କିନ୍ତୁ ଖରାପ ମନୁଷ୍ୟ ସବୁବେଳେ କୌଣସି ନା କୌଣସି ଉପାୟରେ ଅନ୍ୟ ଲୋକ ସହ ଶତ୍ରୁତା ନିଜେ ହିଁ ଖୋଜି ନେଇଥାଏ । ସେଠାରେ ଯଦି ଆମେ ଝିଅମାନଙ୍କ କଥା କହିବା, ତା’ହେଲେ ଅଧିକାଂଶ ଝିଅମାନେ ପ୍ରେମରେ ଛଳନା କରିଥାନ୍ତି । କିନ୍ତୁ ଏହି କଥା ମଧ୍ୟ ସତ୍ୟ ଯେ, ପୁଅମାନେ ମଧ୍ୟ ହୃଦୟ ଭାଙ୍ଗିବାରେ ଚତୁର ଅଟନ୍ତି । କିନ୍ତୁ ଝିଅମାନଙ୍କ ବ୍ୟବହାର ତାଙ୍କୁ ଏପରି କରିବାକୁ ବାଧ୍ୟ କରିଥାଏ । ଆଜି ଆମେ ଆପଣମାନଙ୍କୁ ଏହି ଚାରୋଟି ନାମ ଥିବା ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ କି ପ୍ରକୃତ ଭଲ ପାଇବାରେ ବିଶ୍ୱାସ କରନ୍ତି ଓ ଭୁଲରେ ମଧ୍ୟ ନିଜ ଭଲ ପାଇବା ସହିତ ଛଳନା କରନ୍ତି ନାହିଁ ।

ଏହି ନାମ ଥିବା ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏହି ଝିଅମାନେ ମନରୁ ବହୁତ ଶାନ୍ତଶିଷ୍ଟ ସ୍ଵଭାବର ହୋଇଥାଆନ୍ତି ଓ ସେମାନେ ଗୁରୁଜନଙ୍କୁ ସମ୍ମାନ କରିବା ଭଲ ଭାବରେ ଜାଣନ୍ତି । ହୃଦୟରୁ ସ୍ୱଚ୍ଛ ଥିବାରୁ ଏମାନେ କେବେ କାହାକୁ ମିଛ କହନ୍ତି ନାହିଁ ଏବଂ ଯାହା କିଛି ହୃଦୟରେ ଥାଏ; ତାହା ହିଁ ବ୍ୟକ୍ତ କରିଥାନ୍ତି । ଏହିପରି ଝିଅମାନେ ହଠାତ କାହାର ପ୍ରେମରେ ପଡନ୍ତି ନାହିଁ କିନ୍ତୁ ଯଦି ପ୍ରକୃତ ଭଲ ପାଇବା ମିଳିଯାଏ; ତେବେ ସେମାନଙ୍କ ଭଲ ପାଇବାକୁ ଜୀବନସାରା ଛାଡ଼ନ୍ତି ନାହିଁ । ଏପରି ଝିଅମାନେ ବହୁତ ଯତ୍ନବାନ ମଧ୍ୟ ଅଟନ୍ତି ଓ ସମସ୍ତ ପରିସ୍ଥିତିକୁ ସମ୍ଭାଳିବା ଭଲ ଭାବରେ ଜାଣିଥାନ୍ତି ।

ଯେଉଁ ଝିଅମାନଙ୍କ ନାମ “J” ଅକ୍ଷରରୁ ଆରମ୍ଭ ହୋଇଥାଏ, ତାଙ୍କ ଠାରେ ସର୍ବାଧିକ ସଚ୍ଚୋଟ ଗୁଣ ଦେଖା ଯାଇଥାଏ । ଏମାନେ ଯେବେ ଜଣଙ୍କୁ ଭଲ ପାଇଥାନ୍ତି; ତେବେ ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ହାତ ଛାଡ଼ନ୍ତି ନାହିଁ ଓ ତାଙ୍କ ପ୍ରତି ସବୁବେଳେ ନିଜ ସଚ୍ଚୋଟ ପଣିଆ ଦେଖାଇଥାନ୍ତି । ହୃଦୟରୁ ଏମାନେ ବହୁତ କୋମଳ ହୋଇଥାନ୍ତି । ଏଥିପାଇଁ ତାଙ୍କ ଚେହେରା ମଧ୍ୟ ସରଳ ସ୍ୱଭାବର ହୋଇଥାଏ । ନିଜ ଶାନ୍ତ ସ୍ଵଭାବ ଓ ମିଠା କଥା ଦ୍ୱାରା ଏମାନେ ଯେକୌଣସି ବ୍ୟକ୍ତିଙ୍କର ମଧ୍ୟ ହୃଦୟ ଜିଣି ପାରନ୍ତି । ଏମାନେ କେବଳ ନିଜ ଜୀବନ ସାଥୀ ସହ ଭଲ ନ ଥାନ୍ତି ବରଂ ସେ ନିଜ ସନ୍ତାନ ପ୍ରତି ମଧ୍ୟ ବହୁତ ସଚ୍ଚୋଟ ହୋଇଥାନ୍ତି ।

ଏହି ନାମର ଝିଅମାନେ ଯାହାକୁ ଭଲ ପାଆନ୍ତି ତାଙ୍କୁ ହିଁ ବିବାହ କରିବା ପାଇଁ ଚାହାଁନ୍ତି । ଏମାନଙ୍କୁ ଜାତି, ଧର୍ମ, ଧନୀ, ଗରିବର କିଛି ପ୍ରଭାବ ରଖନ୍ତି ନାହିଁ । ଏମାନଙ୍କୁ ଥରେ ଯାହା ସହିତ ପ୍ରେମ ହୋଇଯାଏ, ଏହା ପରେ ସେମାନେ ଅନ୍ୟ କାହା ବିଷୟରେ କେବେ ଚିନ୍ତା କରନ୍ତି ନାହିଁ । ଏମାନେ ଦେଖିବାକୁ ଯେପରି ସରଳ, ଠିକ ସେହିପରି କୋମଳ ସ୍ଵଭାବର ହୋଇଥାନ୍ତି । ପ୍ରେମ ନିଭେଇବା ଓ ନିଜ ସାଥି ପ୍ରତି ସଚ୍ଚୋଟ ପଣିଆ ଦେଖାଇବା, ଏମାନଙ୍କର ଉତ୍ତମ ଗୁଣ ଅଟେ । ଏମାନେ ସ୍ୱପ୍ନରେ ସୁଦ୍ଧା ନିଜ ସାଥୀଙ୍କ ପ୍ରତି ଛଳନା କରିବା କିମ୍ବା ତାଙ୍କୁ ଛାଡ଼ିବା ବିଷୟରେ ଭାବି ପାରନ୍ତି ନାହିଁ ।

ଏହି ନାମ ଥିବା ଝିଅମାନେ ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି । ଏମାନେ କାମ କରିବାକୁ ଭଲପାଆନ୍ତି । ଏମାନଙ୍କ କାମ ନା ଅଧିକ ବଡ଼ ହୋଇଥାଏ ନା ଅଧିକ ଛୋଟ । ଏମାନେ ପ୍ରେମରେ ବିଶ୍ଵାସ ରଖନ୍ତି ନାହିଁ ମାତ୍ର ଯଦି କିଏ ଏମାନଙ୍କ ହୃଦୟ ଜିଣିବାରେ ସକ୍ଷମ ହୁଅନ୍ତି; ତେବେ ଏମାନେ ତାଙ୍କ ବିନା ବଞ୍ଚିବା ଭାବି ପାରନ୍ତି ନାହିଁ । ଏମାନଙ୍କ ମଧୁର ବଚନରେ ସମସ୍ତେ ଆକର୍ଷିତ ହୁଅନ୍ତି । ଏମାନେ କେବେ ମଧ୍ୟ ନିଜ ପ୍ରେମିକୁ ଧୋକ୍କା ଦିଅନ୍ତି ନାହିଁ ।