ଏହି ୪ଟି ନାମଧରି ପୁରୁଷ ନିଜ ପତ୍ନୀଙ୍କ ପ୍ରେମରେ ପାଗଳ, ନିଜଠୁ ମଧ୍ୟ ଅଧିକ ଭଲ ପାଆନ୍ତି ପତ୍ନୀ ।

Spread the love

ଏମାନଙ୍କ ବୁଝିବା ଦକ୍ଷତା ମଧ୍ୟ ଖୁବ୍ ଅଧିକ, ଏହି କାରଣରୁ ଏମାନେ ଜାଣି ପାରନ୍ତି ପତ୍ନୀଙ୍କ ମନର କଥା ।

ବିବାହ ପୂର୍ବରୁ ବର ଓ କନ୍ୟାଙ୍କ କୁଣ୍ଡଳୀ ମିଳନ କରାଯାଇଥାଏ ଓ ଏହା ଏକ ପୁରୁଣା ପ୍ରଥା ଅଟେ । କିନ୍ତୁ ଆଜିକାଲି ଲୋକେ ଭଲ ପାଇବାକୁ ଗୁରୁତ୍ୱ ଦିଅନ୍ତି । ଆମର ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର ଗୁରୁତ୍ୱ ରହିଛି । ନାମର ପ୍ରଥମ ଅକ୍ଷରରୁ ରାଶି ନିର୍ଦ୍ଧାରିତ କରାଯାଇଥାଏ ଓ କୁଣ୍ଡଳୀ ତିଆରି କରାଯାଏ । ପ୍ରତି ବ୍ୟକ୍ତି, ସେ ନାରୀ କିମ୍ବା ପୁରୁଷ ଗୋଟିଏ ସମୟ ଏପରି ଆସିଥାଏ; ଯେତେବେଳେ ସେ କାହାକୁ ନା କାହାକୁ ପସନ୍ଦ କରିଥାନ୍ତି । ଯେତେବେଳେ ଜଣେ ଝିଅର ବିବାହ ହୋଇଥାଏ, ତେବେ ସେ ନୂତନ ସମ୍ପର୍କକୁ ନେଇ ଅନେକ ସପ୍ନ ଦେଖିଥାଏ । ସେ ଭାବିଥାଏ ତା ଜୀବନସାଥୀ ତାକୁ ବହୁତ ଭଲ ପାଉ, ସମ୍ମାନ ଦେଉ, ତାର ପ୍ରତି କଥା ରଖୁ ଇତ୍ୟାଦି…. । କିଛି ଭାଗ୍ୟବାନ ଝିଅଙ୍କୁ ନିଜ ପସନ୍ଦର ଜୀବନସାଥୀ ମିଳିଥାଏ । ଆଜିର ଲେଖାରେ ପତିଙ୍କ ନାମର ପ୍ରଥମ ଅକ୍ଷରରୁ କିପରି ଜାଣି ହେବ; ସେମାନଙ୍କ ସ୍ୱଭାବ ସେହି ବିଷୟରେ କହିବୁ ।

A ନାମରେ ଆରମ୍ଭ ହୋଇଥିବା ନାମ :

ଏହି ଅକ୍ଷରରେ ଆରମ୍ଭ ହୋଇଥିବା ନାମଧାରୀ ପୁରୁଷ ନିଜ ପତ୍ନୀଙ୍କୁ ବହୁତ ଭଲ ପାଆନ୍ତି ଓ ନିଜ ପତ୍ନୀଙ୍କ ସର୍ବଦା ସାହାଯ୍ୟ କରିଥାନ୍ତି । ଯେ କୌଣସି ପରିସ୍ଥିତିରେ ମଧ୍ୟ ନିଜ ପତ୍ନୀଙ୍କୁ ସାହାଯ୍ୟ କରିବା ପାଇଁ ପଛ ଗୁଞ୍ଚା ଦିଅନ୍ତି ନାହିଁ । ଏମାନେ ସବୁବେଳେ ନିଜ ପତ୍ନୀଙ୍କ ଆଗ ପଛରେ ବୁଲୁଥାନ୍ତି ।

K ନାମରେ ଆରମ୍ଭ ହୋଇଥିବା ପୁରୁଷ :

ଯେଉଁ ପୁରୁଷମାନଙ୍କ ନାମ K ଅକ୍ଷରରେ ଆରମ୍ଭ ହୋଇଥାଏ; ସେମାନେ ଜିଦଖୋର ହୋଇଥାନ୍ତି କିନ୍ତୁ ନିଜ ଜୀବନସାଥୀକୁ ବହୁତ ଭଲ ପାଆନ୍ତି । ନିଜ ସ୍ଵଭାଵରେ ବିବାହ ପୂର୍ବରୁ ଯେପରି ଥାଏ, ବିବାହ ପରେ ସେହି ସ୍ଵଭାଵ ବଦଳି ଯାଇଥାଏ । ଏମାନେ ନିଜ ପତ୍ନୀଙ୍କ ସବୁ କଥା ଶୁଣନ୍ତି ଓ ନିଜ ପତ୍ନୀଙ୍କ ପାଇଁ କିଛି ମଧ୍ୟ କରି ପାରନ୍ତି ।

P ଅକ୍ଷରରେ ଆରମ୍ଭ ହୋଇଥିବା ନାମ :

ଏହି ଅକ୍ଷରରେ ଆରମ୍ଭ ହୋଇଥିବା ନାମଧାରୀ ପୁରୁଷମାନେ ନିଜ ପତ୍ନୀଙ୍କ ପ୍ରତି ସଚ୍ଚୋଟ ହୋଇଥାନ୍ତି । ଏମାନଙ୍କ ଉପସ୍ଥିତ ବୁଦ୍ଧି ଖୁବ ପ୍ରଖର ହୋଇଥାଏ ।ସେଥିପାଇଁ ଏମାନେ ନିଜର ପତ୍ନୀଙ୍କ ମନ କଥାକୁ ବୁଝି ଯାଇ ପାରନ୍ତି ।

R ଅକ୍ଷରରେ ଆରମ୍ଭ ହୋଇଥିବା ନାମ :

R ଅକ୍ଷରରେ ଆରମ୍ଭ ହୋଇଥିବା ନାମଧାରୀ ପୁରୁଷମାନେ ନିଜ ପତ୍ନୀଙ୍କ ଛୋଟରୁ ଛୋଟ କଥାକୁ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି । ନିଜ ପତ୍ନୀଙ୍କ ପାଇଁ ଏମାନେ କିଛି ମଧ୍ୟ କରି ପାରନ୍ତି ।

ଯଦି ଆପଣଙ୍କ ପତିଙ୍କ ନାମ ଏହି ଚାରି ଅକ୍ଷରରେ ଆରମ୍ଭ ହୋଇଥାଏ ତେବେ ଆପଣ ବହୁତ ସୌଭାଗ୍ୟଶାଳୀ ଅଟନ୍ତି ।ଆପଣଙ୍କ ପତି ଆପଣଙ୍କୁ ଖୁସିରେ ରଖିବେ ।