ଲୋକମାନଙ୍କର ଏହି ୪ଟି ସାଧାରଣ ଅଭ୍ୟାସ କିଡନୀକୁ ଖରାପ କରିଥାଏ । ଆପଣ ବି ଏମିତି କାମ କରୁନାହାନ୍ତି ତ !

Spread the love

ଆଜିକାଲି ଅନେକ ଲୋକଙ୍କର କିଡନୀ ସମସ୍ୟା ରହିଛି । କିଡନୀରେ ପଥର ହେବା ଗୋଟିଏ ସାଧାରଣ କଥା ହୋଇଗଲାଣି । ପ୍ରାୟତଃ ଅନେକ ଲୋକଙ୍କୁ କିଡନୀ ସମସ୍ୟା ରହିଛି । ବିଶେଷକରି କିଡନୀ ସମସ୍ୟା, ଲୋକଙ୍କ ଭୂଲ ଖାଦ୍ୟ ପାନୀୟ ଦ୍ୱାରା ହୋଇଥାଏ । ଆଜିକାଲି ଶରୀରର ଅଧିକାଂଶ ସମସ୍ୟା ଖାଦ୍ୟ କାରଣରୁ ହିଁ ହେଉଛି । ମାତ୍ର ଲୋକମାନେ ଏଥିପ୍ରତି ଦୃଷ୍ଟି ହିଁ ଦେଉନାହାନ୍ତି । କୌଣସି ଭୟଙ୍କର ରୋଗ ଅପଣଙ୍କର ଖାଇବା ପିଇବା ଅଭ୍ୟାସ ଦ୍ୱାରା ହୋଇଥାଏ ଏବଂ ଖାଇବା ପିଇବାର ଠିକ ଭାବରେ ଯତ୍ନ ନେଲେ ସେହି ସମସ୍ୟାରୁ ମୁକ୍ତି ମଧ୍ୟ ମିଳିଯାଇପାରେ ।

ଏହି କଥା ବହୁତ କମ୍ ଲୋକଙ୍କୁ ଜଣା ଅଛି ଯେ, ଗୋଟିଏ ସାମାନ୍ୟ ଜୀବନ ପାଇଁ କିଡନୀର ୨୦ ପ୍ରତିଶତ କାମ କରିବା ହିଁ ଯଥେଷ୍ଟ ହୋଇଥାଏ । ସେଥିପାଇଁ କିଡନୀର ଖରାପ ହେବାର ଖବର ସମ୍ପୂର୍ଣ୍ଣ ଅନ୍ତରେ ହିଁ ଜଣା ପଡ଼ିଥାଏ । ସେଥିପାଇଁ ଲୋକଙ୍କୁ ସମୟ ସମୟରେ ନିଜର କିଡନୀର ଚେକ୍-ଅପ୍ କରିନେବା ଆବଶ୍ୟକ । ଆପଣମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଅନେକ ସମୟରେ ଲୋକଙ୍କର ସାମାନ୍ୟ ଖରାପ ଅଭ୍ୟାସ ପାଇଁ ମଧ୍ୟ କିଡନୀ ଖରାପ ହୋଇଥାଏ ।

ଯେତେବେଳେ ଆମେ କିଡନୀ ଖରାପ ହେବାର ଖବର ପାଇଥାଉ, ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ । ହୋଇପାରେ କିଡନୀ ଦୁଇଟି ଥାଏ ସେଥିପାଇଁ ଗୋଟିଏ କିଡନୀ ଖରାପ ହେବାପରେ ବି ଅନ୍ୟ କିଡନୀ ଦ୍ୱାରା ମଣିଷ ସାଧାରଣ ଜୀବନ ବଞ୍ଚିପାରେ । କିଡନୀ ଆମ ଶରୀରର ଗୋଟିଏ ମହତ୍ୱପୂର୍ଣ୍ଣ ଅଂଶ । ଏହା ହରମୋନ ତିଆରି, ରକ୍ତକୁ ଛାଣିବା, ମିନେରାଲସ ଅବଶୋଷଣ ଏବଂ ୟୁରିନ ତିଆରିରେ ସାହାଯ୍ୟ କରିଥାଏ । ଆଜି ଆମେ ଆପଣଙ୍କୁ ପ୍ରାୟ ସମସ୍ତ ବ୍ୟକ୍ତିଙ୍କର ୪ଟି ସାମାନ୍ୟ ଅଭ୍ୟାସ ବିଷୟରେ ଅବଗତ କରାଇବାକୁ ଯାଉଛୁ, ଯାହାଦ୍ୱାରା କିଡନୀର କ୍ଷତି ହୋଇଥାଏ ।

ଅପଣଙ୍କର ଏହି ୪ଟି ସାମାନ୍ୟ ଅଭ୍ୟାସ କିଡନୀକୁ ଖରାପ କରିପାରେ :

ପାଣି ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ । କିଡନୀ ସେତେବେଳେ ଭଲ ଭାବରେ କାମ କରିଥାଏ, ଯେତେବେଳେ ଆପଣଙ୍କ ଶରୀରରେ ପାଣି ପର୍ଯ୍ୟାପ୍ତ ପରିମାଣ ଥାଏ । ଭଲ ଭାବରେ ପାଣି ନ ପିଇବା କାରଣରୁ ରକ୍ତରେ ବିଷାକ୍ତତତ୍ତ୍ୱ ଜମା ହେବାକୁ ଲାଗେ । ଏକ ହିସାବ ଅନୁଯାୟୀ ପ୍ରତ୍ୟେକ ଲୋକଙ୍କୁ ପ୍ରତିଦିନ ୧୨ଟି ଗ୍ଲାସ ପାଣି ପିଇବା ଉଚିତ ।

ଆଜିର ସମୟରେ ବହୁତ ଲୋକଙ୍କ ବ୍ୟାୟାମ ପ୍ରତି ଜାଗ୍ରତ ହେଲେଣି, ମାତ୍ର ଅନେକ ଲୋକଙ୍କ ଆଳସ୍ୟ କାରଣରୁ ବ୍ୟାୟାମ କରନ୍ତି ନାହିଁ । ବ୍ୟାୟାମ ଆମ ଶରୀରକୁ ଫିଟ ରଖିବା ସହିତ କିଡନୀକୁ ମଧ୍ୟ ଠିକ ରଖିଥାଏ । ଓଜନ କମ୍ ରଖିଲେ କିଡନୀ ଖରାପ ହେବାର ସମ୍ଭାବନା ହ୍ରାସ ପାଇଥାଏ । ତେଣୁ ସ୍ୱାସ୍ଥ୍ୟ ଏବଂ କିଡନୀକୁ ଠିକ ରଖିବାକୁ ଚାହୁଁଥିବା ଲୋକଙ୍କୁ ବ୍ୟାୟାମ କରିବା ନିହାନ୍ତି ଆବଶ୍ୟକ ।

ଅନେକଥର ଲୋକମାନେ ସାଧାରଣ ଇନଫେକ୍ସନର ଶୀକାର ହୋଇଥାନ୍ତି । ଏହା ଜଣେ ବ୍ୟକ୍ତି ଠାରୁ ଅନ୍ୟ ଜଣକୁ ସଂକ୍ରମିତ ହୋଇଥାଏ । ଥଣ୍ଡା ଏବଂ ସର୍ଦ୍ଦି ଏହିପରି ସାଧାରଣ ସଂକ୍ରମିତ ରୋଗ, ଯାହାକୁ ଲୋକମାନେ କେବେ ଧ୍ୟାନ ଦିଅନ୍ତି ନାହିଁ । ପରେ ଏହା କିଡନୀ ଖରାପର କାରଣ ହୋଇଥାଏ । ଯେଉଁ ଲୋକମାନେ ଏହାର ଠିକ ଭାବରେ ଉପଚାର କରନ୍ତି ନାହିଁ କିମ୍ବା ବିଶ୍ରାମ କରନ୍ତି ନାହିଁ, ସେମାନଙ୍କର କିଡନୀ ଶୀଘ୍ର ଖରାପ ହୋଇଯାଇଥାଏ ।

କେବେ କେବେ ଲୋକମାନଙ୍କୁ ବାରମ୍ବାର ଶାରୀରିକ ବ୍ୟଥା ବା ଯନ୍ତ୍ରଣା ହୋଇଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଅଧିକ ପେନକିଲର ବ୍ୟବହାର କରିଥାନ୍ତି । ବାରମ୍ବାର ବ୍ୟଥା ପାଇଁ ପେନକିଲର ବ୍ୟବହାର କରିବା ମଧ୍ୟ ଆପଣଙ୍କ କିଡନୀ ପାଇଁ ସମସ୍ୟା କରିପାରେ । ତେଣୁ ଅଳ୍ପ ବ୍ୟଥା ପାଇଁ ପେନକିଲର ବ୍ୟବହାରକୁ ବାରଣ କରନ୍ତୁ ।

ଆଶା କରୁଛୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟିରେ ପ୍ରଦାନ କରାଯାଇଥିବା ତଥ୍ୟ ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ ! ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ! ଧନ୍ୟବାଦ !