୩୨ ବର୍ଷପରେ ଆଜି ଏଭଳି ଦେଖାଯାଉଛନ୍ତି, ରାମାୟଣ ସିରିଏଲର ଏହି ୪ ଜଣ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା କଳାକାର; ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

୮୦ ଦଶକରେ ପ୍ରସାରଣ ହେଉଥିବା ଟିଭି ଧାରାବାହିକ ରାମାୟଣ, ଟିଭି ଧାରାବାହିକ ଜଗତରେ ଇତିହାସର ସବୁଠାରୁ ଅଧିକ ଲୋକପ୍ରିୟ ଧାରାବାହିକ ଥିଲା । ସେହି ସମୟରେ ଏହି ଧାରାବାହିକ ଅନେକ ରେକର୍ଡ ମଧ୍ୟ କରିଥିଲା । କୁହାଯାଏ କି ଯେତେବେଳେ ଏହି ରାମାୟଣ ଧାରାବାହିକ ଟିଭିରେ ପ୍ରସାରଣ ହେଉଥିଲା, ସେତେବେଳେ ସେହି ଧାରାବାହିକ ଦେଖିବାକୁ ଲୋକଙ୍କ ଭିଡ଼ ବହୁତ ରହୁଥିଲା । ସମସ୍ତେ ଯେମିତି ହେଲେ ବି ରାମାୟଣ ଧାରାବାହିକ ଦେଖିବାକୁ ଚାହୁଁଥିଲେ । ଏହି ଧାରାବାହିକ ଟିଭିରେ ପ୍ରସାରଣ ହେବା ଫଳରେ ପ୍ରାୟ ପ୍ରତ୍ୟେକ ଲୋକଙ୍କ ଘରେ ଘରେ ଟିଭି ମଧ୍ୟ ରହିଲା ନଚେତ ଏହା ପୂର୍ବରୁ କେବଳ କେତେକ ଧନୀ ଗୋଷ୍ଟୀର ଲୋକଙ୍କ ଘରେ ହିଁ ଟିଭି ରହିଥିଲା । ଏହି ସିରିଏଲର କଳାକାର ଅନେକ ଘରମାନଙ୍କରେ ବହୁତ ଲୋକ ପ୍ରିୟ ହୋଇଯାଇଥିଲେ । ଏପରିକି ଲୋକମାନେ ଏହି କଳାକାର ମାନଙ୍କୁ ସ୍ୱୟଂ ଭଗବାନ ରୋପାର ପୂଜା ମଧ୍ୟ କରୁଥିଲେ ।

କଣ ଆପଣଙ୍କୁ ଜଣାଅଛି କି, ଆଜି ଏହି ଲୋକପ୍ରିୟ କଳାକାରମାନେ କେଉଁଠାରେ ଅଛନ୍ତି ଓ କିଭଳି ଦେଖାଯାନ୍ତି । ତେବେ ଆସନ୍ତୁ ସେମାନଙ୍କ ବିଷୟରେ ଆମେ ସମ୍ପୁର୍ଣ ରୂପେ ଜାଣିବା ।

୧) ଅରୁଣ ଗୋୱିଲ –

ଅଭିନେତା ଅରୁଣ ଗୋୱିଲଙ୍କୁ ରାମାୟଣ ଧାରାବାହିକରେ ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରିବାର ଦେଖିଥିଲୁ । ତାଙ୍କୁ ପରଦାରେ ଦେଖି ଲୋକମାନେ ତାଙ୍କୁ ଭଗବାନ ଭାବି ପୂଜା ମଧ୍ୟ କରୁଥିଲେ । କାରଣ ସେ ରାମଙ୍କ ଚରିତ୍ରରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ସେହି ସୁନ୍ଦର ରୂପ ସଭିଙ୍କୁ ବହୁତ ଆକର୍ଷିତ କରିଥିଲା । ବର୍ତ୍ତମାନ ସେ ୬୧ ବର୍ଷରେ ପଦାର୍ପଣ କରିଲେଣି । ତାଙ୍କ ନିଜର ଏକ ପ୍ରଡ଼କ୍ସନ କମ୍ପାନୀ ଅଛି । ସେ ଅନେକ ଟିଭି ସିରିଏଲ ପାଇଁ ପ୍ରଡ୍ୟୁସ୍ କରନ୍ତି ।

୨) ସୁନୀଲ ଲେହେରି –

ରାମାୟଣ ଧାରାବାହିକରେ ସୁନୀଲ ଲେହେରି ଲକ୍ଷ୍ମଣଙ୍କ ଚରିତ୍ର ଅଭିନୟ କରିଥିଲେ । ଆଜି ରାମାୟଣର ଲକ୍ଷ୍ମଣ ବହୁତ ବଦଳି ଯାଇଛନ୍ତି ।

୩) ଦୀପିକା ଚିଖଲିଆ –

ରାମାୟଣ ଧାରାବାହିକରେ ମାଆ ସୀତାଙ୍କ ଚରିତ୍ରରେ ଅଭିନୟ କରିଥିଲେ । କହିବାକୁ ଗଲେ ସେ ନିଜ କ୍ୟାରିୟର ପ୍ରଥମେ ବଲିଉଡ ଚଳଚିତ୍ରରୁ ଆରମ୍ଭ କରିଥିଲେ । କିନ୍ତୁ ରାମାୟଣ ଧାରାବାହିକ ତାଙ୍କର ସମ୍ପୂର୍ଣ ଜୀବନକୁ ହିଁ ବଦଳେଇ ଦେଇଥିଲା ।

୪) ଅରବିନ୍ଦ ତ୍ରିବେଦୀ –

ଯଦି ଆମେ ରାମାୟଣର ରାବଣଙ୍କ କଥା କହିବା, ତେବେ ଏହି ଚରିତ୍ର ଅରବିନ୍ଦ ତ୍ରିବେଦୀ ଅଭିନୟ କରିଥିଲେ । ୯୦ ଦଶକ ପରେ ଅରବିନ୍ଦ ତ୍ରିବେଦୀ ଟିଭି ଧାରାବାହିକରେ କାମ କରିବା ଛାଡ଼ି ଦେଇଥିଲେ । ସେ ରାଜନୀତିରେ ପାଦ ଦେଇଥିଲେ ଓ ଲୋକସଭା ନିର୍ବାଚନ ଲଢ଼ି ବିଜୟ ମଧ୍ୟ ହୋଇଥିଲେ । ବର୍ତ୍ତମାନ ସେ ଅଭିନୟ ଦୁନିଆରୁ ବହୁତ ଦୂରରେ ଅଛନ୍ତି ।

ବନ୍ଧୁଗଣ ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।