ଏହି ୪ଜଣ ଲୋକପ୍ରିୟ କଳାକାରମାନେ ଛାଡ଼ପତ୍ର ପରେ ମଧ୍ୟ ଦ୍ଵିତୀୟ ବିବାହ କରି ନାହାଁନ୍ତି, ଦ୍ଵିତୀୟ ନମ୍ବର ଜଣଙ୍କ ସମସ୍ତଙ୍କର ଅତିପ୍ରିୟ ଅଟନ୍ତି ।

Spread the love

ବଲିଉଡର ଦୁନିଆରେ ବହୁତ ଗୁଡିଏ କଳାକାରମାନେ ରହିଛନ୍ତି, ସେମାନଙ୍କର ଫେନ୍ସ ଫୋଲଇଙ୍ଗ ଏତେ ଅଧିକ ଅଛନ୍ତି ଯେ, ଲୋକେ ସେମାନଙ୍କର ପେଶାଗତ ଠାରୁ ଆରମ୍ଭ କରି ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଉତ୍ସାହିତ ରହୁଛନ୍ତି । ନିଜର ପସନ୍ଦିତ କଳାକାରଙ୍କ ବିଷୟରେ ଜାଣିବା ପାଇଁ ସମସ୍ତେ ଇଛୁକ ଥାଆନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି ତାରକାଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କର ପେଶାଗତ ଜୀବନ ଠାରୁ ସେମାନଙ୍କର ବ୍ୟକ୍ତିଗତ ଜୀବନ ବହୁତ ଶୋଚନୀୟ ରହିଛି । ଏହି ତାରକାମାନେ ନିଜ ବ୍ୟକ୍ତିଗତ ଜୀବନରେ ବହୁତ ଦୁଃଖ ସହ୍ୟ କରିବା ପରେ ଆଜି ସେମାନେ ବହୁତ ଖୁସିରେ ରହିଛନ୍ତି । ତେବେ ଚାଲନ୍ତୁ ଜାଣିବା ଆଜିର ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ ଅଛି ?

ସାଧାରଣ ଲୋକଙ୍କ ଭଳି କଳାକାରମାନେ ମଧ୍ୟ ସଫଳତାର ସିଢି ଚଢିବା ପରେ ବିବାହ ବନ୍ଧନରେ ବନ୍ଧା ହେବା ପାଇଁ ଚାହାଁନ୍ତି । ବିବାହ ବନ୍ଧନରେ ବାନ୍ଧି ହେବା ପରେ କେତେକ କଳାକାର ମାନଙ୍କର ବିହାହିତ ଜୀବନ ସୁଖମୟ ହୋଇଥିବା ବେଳେ ଅନ୍ୟ କେତେଙ୍କର ବିହାହିତ ଜୀବନ ସେତେ ଭଲ ହୋଇ ନଥାଏ । ଆଜି ଆମେ ଆପଣଙ୍କୁ ଏପରି କଳାକାର ମାନଙ୍କର ବିଷୟରେ କହିବୁ ଯେଉଁମାନଙ୍କର ବିବାହ ବିଛେଦ ହୋଇ ଯାଇଥିଲେ ମଧ୍ୟ ସେମାନେ ଏପର୍ଯ୍ୟନ୍ତ ଦ୍ଵିତୀୟ ବିବାହ କରି ନାହାନ୍ତି । ଯେଉଁଠି ଛାଡ଼ପତ୍ର ପରେ କଳାକାରମାନେ ଦ୍ଵିତୀୟ ବିବାହ କରିଥିବା ବେଳେ ଅନ୍ୟ କିଛି କଳାକାର ଦ୍ଵିତୀୟଥର ବିବାହର ସମ୍ପର୍କ ଉପରେ ବିଶ୍ୱାସ କରନ୍ତି ନାହିଁ । ତେବେ ଚାଲନ୍ତୁ ଜାଣିବା ଏହି ଶ୍ରେଣୀରେ କେଉଁ କେଉଁ କଳାକାର ମାନେ ଅନ୍ତର୍ଭୁକ୍ତ ଅଟନ୍ତି ?

କରିସ୍ମା କପୁର :

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୁର ବର୍ତ୍ତମାନ ସମୟରେ ଫିଲ୍ମରେ କାମ କରୁ ନାହାଁନ୍ତି କିନ୍ତୁ ଆଜି ମଧ୍ୟ ତାଙ୍କର ଫେନ୍ସ ଫୋଲୋଇଙ୍ଗ କମି ନାହାଁନ୍ତି । ସେ ଦିଲ୍ଲୀର ବ୍ୟବସାୟୀ ସଞ୍ଜୟଙ୍କ ସହ ବିବାହ କରିଥିଲେ କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ସେମାନଙ୍କ ବିବାହ ତିଷ୍ଠି ରହି ପାରିଲା ନାହିଁ । କରିସ୍ମା ଛାଡ଼ପତ୍ର ଦେବା ପରେ ନିଜର ଦୁଇଟି ସନ୍ତାନଙ୍କ ସହ ଜୀବନ ଚଳାଉଛନ୍ତି ଏବଂ ତାଙ୍କର ଦ୍ଵିତୀୟ ବିବାହ କରିଥବା ପାଇଁ କୌଣସି ଇଛା ନାହିଁ ।

ରିତିକ ରୋଶନ ଏବଂ ସୁଜେନ ଖାନ :

ରିତିକ ରୋଶନ ଏବଂ ସୁଜେନ ଖାନଙ୍କ ବିବାହ ୧୭ବର୍ଷ ପରେ ଭାଙ୍ଗି ଯାଇଥିଲା । ଏହି ଯୋଡିର ଉଦାହରଣ ପୁରା ବଲିଉଡରେ ଦିଆ ଯାଉଥିଲା କିନ୍ତୁ ହଠାତ ସେମାନଙ୍କର ଛାଡ଼ପତ୍ରର ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା । ଛାଡ଼ପତ୍ର ପରେ ସେମାନଙ୍କର ସମ୍ପର୍କ ଅନ୍ୟମାନଙ୍କ ସହ ନିକତଟର ହୋଇଥିବାର ଖବର ଶୁଣା ଯାଉଥିଲେ ମଧ୍ୟ ଦୁହେଁ ଏପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି । ସେମାନେ ଅତିଶୀଘ୍ର ଅନ୍ୟ କାହାରି ସହିତ ବିବାହ କରିପାରନ୍ତି କିନ୍ତୁ ଏହାର କୌଣସି ପୃଷ୍ଟି ହୋଇନାହିଁ ।

ଅମୃତା ସିଂ :

ସେଫ ଅଲ୍ଲୀ ଖାନଙ୍କ ସହ ବିବାହ ବିଛେଦ ପରେ ଗୋଟିଏ ପଟେ ସେଫ ଅଲ୍ଲୀ ବିବାହ କରିଲେ କିନ୍ତୁ ଅନ୍ୟ ପଟେ ଅମୃତା ଆଜି ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି । ସେଫ ଅଲ୍ଲୀ ବଲିଉଡର ବେବୋ କରିନାଙ୍କ ସହ ବିବାହ କରି ଖୁସିରେ ଜୀବନ କାଟୁଥିବା ବେଳେ, ଅନ୍ୟ ପକ୍ଷରେ ଅମୃତା ନିଜର ସନ୍ତାନମାନଙ୍କ ସହ ଜୀବନ ବିତାଉଛନ୍ତି । ଦ୍ଵିତୀୟ ବିବାହ କରିବା ପାଇଁ ଅମୃତା ଚିନ୍ତା କରନ୍ତି ନାହିଁ ।

ମନୀଷା କୋରାଲା :

ମନୀଷା କୋରାଲା ୨୦୧୦ରେ ନେପାଲର ବ୍ୟବସାୟୀଙ୍କ ସହ ବିବାହ କରିଥିଲେ କିନ୍ତୁ ଦୁଇ ବର୍ଷ ପରେ ସେମାନଙ୍କର ବିବାହ ବିଛେଦ ହୋଇଯାଇଥିଲା । ବିବାହ ବିଛେଦ ପରେ ସେ ଦ୍ଵିତୀୟ ବିବାହ କରି ନାହାଁନ୍ତି । ଏହା ଛଡା, ସେ ନିଜର ବ୍ୟକ୍ତିଗତ ଜୀବନରେ ଆଗ ଅପେକ୍ଷା ବହୁତ ଖୁସି ଅଛନ୍ତି । ମଝିରେ ତାଙ୍କର ଅବୈଧ ସମ୍ପର୍କର ଖବର ସାମ୍ନାକୁ ଆସିଥିଲା କିନ୍ତୁ ସେ ଏହି ସବୁ ବିଷୟରେ ମନା କରିଥିଲେ ।