୨୦୧୯ ମସିହାରେ ଟିଭିର ଏହି ୪ଜଣ ସୁନ୍ଦର ଯୋଡି ବିବାହ କରିବେ, ଦେଖନ୍ତୁ ଫୋଟଗୁଡିକ ।

Spread the love

ବିବାହ ଏପରି ଏକ ବନ୍ଧନ ଯାହା ଦୁଇଟି ଆତ୍ମାକୁ ଗୋଟିଏ ବନ୍ଧନରେ ବାନ୍ଧି ଦେଇଥାଏ ଏବଂ ସେ ଦୁହେଁଙ୍କ ସମ୍ପର୍କ ଜନ୍ମଜନ୍ମାନ୍ତ ପାଇଁ ହୋଇଯାଇଥାଏ । ସମସ୍ତେ ଅର୍ଥାତ ସେ ଧନୀ ହେଉ ଅବା ଗରିବ ନିଜ ବିବାହକୁ ଧୁମଧାମରେ କରିବା ପାଇଁ ଚାହିଁଥାଏ । ବଲିଉଡରେ ବିଗତ ବର୍ଷ ବିବାହ ବହୁତ ଧୁମ ଥିଲା । ଏହି ବର୍ଷ ନେହା ଧୁପିଆ, ସୋନମ କପୁର, ଦୀପିକା ଓ ପ୍ରିୟଙ୍କାଙ୍କ ସହ ଆଉ କେତେକ ଅଭିନେତ୍ରୀମାନେ ମଧ୍ୟ ବିବାହ କରିସାରିଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ହି ଯୋଡିମାନଙ୍କ ବିଷୟରେ କହିବାକୁ ଯାଉଛୁ, ସେମାନେ ଅତିଶୀଘ୍ର ହିଁ ବିବାହ କରିବେ । ୨୦୧୯ ମସିହାରେ ଏହି ଯୋଡିମାନେ ମଧ୍ୟ ବିବାହ ବନ୍ଧନରେ ବନ୍ଧା ହେବେ ।

୧) କୁନାଲ ବର୍ମା ଓ ପୂଜା ବାନାର୍ଜୀ :

କୁନାଲ ଏବଂ ପୂଜା ଅନେକ ଟିଭି ଧାରାବାହିକରେ ଏକତ୍ର କାମ କରିଛନ୍ତି ଓ ଏମାନେ ଟିଭି ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଯୋଡି ଅଟନ୍ତି । ଏମାନେ ଏକା ସହିତ ମଧ୍ୟ ଅନେକ ସିରିଏଲରେ କାମ କରିଛନ୍ତି । ପୂଜା ଟିଭି ସିରିଏଲ “ଦେବୋ କେ ଦେବ ମହାଦେବ”ରେ କାମ କରି ବହୁତ ପ୍ରସିଦ୍ଧ ହୋଇଥିଲେ । କୁନାଲ ଓ ପୂଜା ଦୁହେଁ ଦୁହିଁଙ୍କୁ ବହୁତ ସମୟ ଧରି ଡେଟ କରି ଆସୁଛନ୍ତି ଏବଂ ବର୍ତ୍ତମାନ ଏହି ବର୍ଷର ଶେଷ ଆଡକୁ ବିବାହ କରିପାରନ୍ତି ।

୨) ଆଶା ନେଗୀ ଏବଂ ରିତ୍ଵିକ ଧନଜାନୀ :

ଏହି ଦମ୍ପତି ଟିଭିର ସବୁଠାରୁ ସୁନ୍ଦର ଯୋଡି ମାନଙ୍କ ମଧ୍ୟରୁ ଗୋଟିଏ ଯୋଡି ଅଟନ୍ତି । ଏମାନେ ଅନେକ ଦିନରୁ ଉଭୟେ ଉଭୟଙ୍କୁ ଡେଟ କରୁଛନ୍ତି । ଏମାନେ ଟିଭି ଧାରାବାହିକ “ପବିତ୍ର ରିସ୍ତା”ରେ କାମ କରିଥିଲେ ଏବଂ ସେତେବେଳେ ଏ ଦୁହେଁଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା । ଏ ଦୁହେଁ କେତେକ ଟିଭିର ରିୟାଲିଟି ଶୋ’ରେ ମଧ୍ୟ ଏକାଠି ନଜର ଆସିଛନ୍ତି । କିଛିଦିନ ତଳେ ଖବର ଆସିଥିଲା ଯେ, ଦୁହେଁ ବିବାହ ପାଇଁ ଯୋଜନା କରୁଛନ୍ତି ଏବଂ ବର୍ତ୍ତମାନ ଏମିତି ଲାଗୁଛି ଯେ ଏହି ବର୍ଷ ହିଁ ଏ ଦୁହେଁ ବିବାହ କରିବେ ।

୩) କରନ କୁନ୍ଦ୍ରା ଓ ଅନୁଶା ଦାଣ୍ଡେକର :

ଅଭିନେତ୍ରୀ କୃତିକା କାମରା ସହ ବ୍ରେକଓପ ପରେ ବହୁ ଦିନ ହେବ କରନ, ଅନୁଶାଙ୍କ ସହ ବିବାହ କରିବା ପାଇଁ ଯୋଜନା କରୁଛନ୍ତି । ଆଉ ଏମିତି କୁହାଯାଏ ଯେ, ଏହି ବର୍ଷ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ।

୪) ପୂଜା ଗୌର ଓ ରାଜ ସିଂହ ଅରୋଡା :

ପୂଜା ଗୌର ଓ ରାଜ ସିଂହ ବହୁତ ଦିନରୁ ବିବାହର ଯୋଜନା କରୁଛନ୍ତି । ପ୍ରଥମେ ଶୁଣିବାକୁ ମିଳିଥିଲା ଯେ, ଦୁହେଁ ୨୦୧୮ର ଶେଷ ସୁଦ୍ଧା ବିବାହ କରିନେବେ । ଏହା ପୂର୍ବରୁ ଏମାନେ କିଛି ଦିନ ମଧ୍ୟ ଆମେରିକାରେ ଛୁଟି ବିତାଇ ଥିଲେ । କିନ୍ତୁ ବର୍ତ୍ତମାନ ଆଶା କରାଯାଉଛି ଯେ, ଏହି ବର୍ଷ ଏହି ଦୁଇଜଣ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ।