ଏହି ଚାରୋଟି ରାଶିର ବ୍ୟକ୍ତିମାନେ ଜୀବନରେ ସବୁଠାରୁ ଅଧିକ ଦୁଃଖ ସହ୍ୟ କରନ୍ତି, ଭାଗ୍ୟ ମଧ୍ୟ ଏମାନଙ୍କର ସହିତ ରୁହେ ନାହିଁ ।

Spread the love

ଏହି ରାଶିର ବ୍ୟକ୍ତିମାନଙ୍କର ଜୀବନରେ ଅତ୍ୟଧିକ ଦୁଃଖ ଲେଖା ହୋଇଥାଏ ।

ଦୁଃଖ ଏକ ଏପରି ଜିନିଷ ଅଟେ, ସମସ୍ତେ ନିଜଠାରୁ ଏହାକୁ ଦୁରେଇ ରଖିବାକୁ ଚାହାଁନ୍ତି । ଏହି ଘୃଣ୍ୟ ଭାଗ୍ୟ ଏପରି ହୋଇଥାଏ ଯେ, ଯେତେ ଚେଷ୍ଟା କଲେ ମଧ୍ୟ ଆମକୁ ଛାଡ଼ି ନଥାଏ । କିଛି ଲୋକଙ୍କର ଏହାସହ ଜନ୍ମ-ଜନ୍ମାନ୍ତର ସମ୍ପର୍କ ଥାଏ । ଅର୍ଥାତ୍ ଏମାନଙ୍କର ଭାଗ୍ୟରେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଦୁଃଖ କଷ୍ଟ ଲେଖା ହୋଇଥାଏ । ଏମାନଙ୍କର ଜୀବନରେ ସୁଖ ଆସିଲେ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ରହିପାରେ ନାହିଁ । ଏପରି ହେବାର ଗୋଟିଏ କାରଣ ଏହା ଯେ, ଏମାନଙ୍କର ରାଶି ଏବଂ ଏହା ସହ ଜଡିତ ଥିବା ଗ୍ରହ ନକ୍ଷତ୍ର ସବୁବେଳେ କିଛି ଏପରି ଅବସ୍ଥାନରେ ରୁହନ୍ତି; ଯାହାକି ଏକ ନକରାତ୍ମକ ପ୍ରଭାବ ଉତ୍ପନ୍ନ କରେ । ଏହା ଭାଗ୍ୟକୁ ଦୁର୍ବଳ ଏବଂ ଦୁର୍ଭାଗ୍ୟକୁ ପ୍ରବଳ କରି ଦେଇଥାଏ । ଯଦି ଆପଣଙ୍କ ସହ ଏପରି କିଛି ହେଉଥାଏ, ତେବେ ଚିନ୍ତା କରନ୍ତୁନାହିଁ । ଆମେ ଏଥିରୁ ରକ୍ଷା ପାଇବା ପାଇଁ ଉପାୟ ବିଷୟରେ କହିବୁ ।

ମେଷ ରାଶି :

ଏହି ରାଶିର ଜାତକରେ ଖୁସି ବେଶି ଦିନ ପର୍ଯ୍ୟନ୍ତ ରହି ପାରେ ନାହିଁ । ଦୁଃଖ ଏମାନଙ୍କର ରାଶିର କୁଣ୍ଡଳିରେ ଜମାଟ ବାନ୍ଧି ବସିଥାଏ । ଗୋଟିଏ ସମସ୍ୟାର ସମାଧାନ ନ ହେଉଣୁ ଅନ୍ୟ ଗୋଟିଏ ସମସ୍ୟା ଚାଲି ଆସିଥାଏ । ଆଶ୍ଚର୍ଯ୍ୟର କଥା, ଏହି ରାଶିର କିଛି ଲୋକଙ୍କୁ ଏହି ଦୁଃଖର ଭିତରେ ରହିବାର ଅଭ୍ୟାସ ହୋଇ ଯାଇଥାଏ । ଏହି ଦୁଃଖର ନିବାରଣ ପାଇଁ ଆପଣଙ୍କୁ ପ୍ରତି ବୁଧବାର ଦିନ ଗଣେଶଙ୍କୁ ପ୍ରସାଦ ଅର୍ପଣ କରିବା ପାଇଁ ପଡିବ । ଏହି ପ୍ରସାଦକୁ ନିଜେ ଗ୍ରହଣ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଖୋଲା ହୃଦୟରେ ଦାନ କରିଲେ, ଆପଣଙ୍କ ଭାଗ୍ୟ ଉଦୟ ହେବ ।

କର୍କଟ ରାଶି :

ଏହି ରାଶିର ଲୋକମାନେ ନିଜର ଦୁର୍ଭାଗ୍ୟ ଯୋଗୁଁ ଚିନ୍ତିତ ଥାଆନ୍ତି । ସେମାନଙ୍କୁ ଯେଉଁ କଥାର ଭୟ ଥାଏ, ପ୍ରକୃତରେ ତାହା ହିଁ ସେମାନଙ୍କ ସମ୍ମୁଖରେ ଆସି ଯାଇଥାଏ । ସେମାନଙ୍କର ସବୁ କାମରେ ଦୁର୍ଭାଗ୍ୟ ବାଧା ସୃଷ୍ଟି କରି ଦେଇଥାଏ । ଏମାନଙ୍କୁ ଜୀବନରେ ଚିନ୍ତାମୁକ୍ତ ହେବା ପାଇଁ ସ୍ଵଳ୍ପ ସୁଯୋଗ ମିଳିଥାଏ । ଏହି ରାଶିର ଲୋକମାନଙ୍କୁ ପ୍ରତି ଶନିବାର ଦିନ ହନୁମାନଙ୍କ ସମ୍ମୁଖରେ ତେଲ ଦୀପ ଲଗାଇ, ହନୁମାନ ଚାଳିସା ପଢିବା ଉଚିତ । ଏହା ଦ୍ଵାରା ଏମାନଙ୍କର ଜୀବନରେ ଦେଖା ଦେଉଥିବା ଦୁଃଖର ମେଘ ଦୁର ହେଇଯିବ ।

କୁମ୍ଭ ରାଶି :

ଏହି ଜାତକର ଜୀବନରେ ଦୁଃଖର ଭଣ୍ଡାର ଲେଖା ହୋଇଥାଏ । ଜୀବନ, ଏମାନଙ୍କୁ ବହୁତ ନଚାଇଥାଏ । ଏମାନେ ଜୀବନରେ ଖୁସି ରହିବା ପାଇଁ ବହୁତ ଚେଷ୍ଟା କରନ୍ତି କିନ୍ତୁ ଅବସ୍ଥା ଏପରି ହୋଇଯାଏ ଯେ, ସ୍ଥିତି ନିୟନ୍ତ୍ରଣରେ ରୁହେ ନାହିଁ । ନିଜ ଜୀବନରେ ଖୁସି ରହିବା ପାଇଁ ଏମାନଙ୍କୁ ପ୍ରତି ଗୁରୁବାର ଦିନ ଗାଈକୁ ଘିଅରେ ତିଆରି ରୁଟି ସହ ଗୁଡ଼ ଖାଇବା ପାଇଁ ଦେବା ଉଚିତ୍ । ଏହା ଦ୍ଵାରା ଆପଣଙ୍କ ଜୀବନରେ ହଠାତ ଆସିବାକୁ ଥିବା ଅସୁବିଧା ଦୁର ହୋଇଯିବ ।

ମୀନ ରାଶି :

ଏମାନେ ଜୀବନରେ କେବେ ମଧ୍ୟ ଶାନ୍ତିରେ ନିଶ୍ଵାସ ନେଇ ପାରନ୍ତି ନାହିଁ । ଏମାନଙ୍କ ଜୀବନରେ ସବୁବେଳେ କିଛି ନା କିଛି ଘଟଣା ଘଟୁଥାଏ, ଯାହା ଏମାନଙ୍କୁ ଶାନ୍ତିରେ ରହିବାକୁ ଦିଏ ନାହିଁ । କେତେଥର ଏମାନଙ୍କର ନିଜ ଜୀବନ ଉପରେ ଘୃଣା ଭାବ ଜାତ ହୁଏ । ଶାନ୍ତି ପାଇବାକୁ ହେଲେ ଏମାନଙ୍କୁ ପ୍ରତି ସୋମବାର ଦିନ ଶିବଙ୍କୁ ଜଳ ଚଢାଇବା ସହ ତାଙ୍କ ସୋମବାର ବ୍ରତ ରଖିବାକୁ ପଡିବ ।

ଯଦି ଏହି ସୂଚନା ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଏହାକୁ ଅନ୍ୟମାନଙ୍କ ସହ ବାଣ୍ଟନ୍ତୁ, ତାହା ଦ୍ଵାରା ଅନ୍ୟମାନେ ମଧ୍ୟ ଏହି ଉପାୟ ଗୁଡିକ ଦ୍ଵାରା ନିଜର ଦୁଃଖ କଷ୍ଟ କମ୍ କରି ପାରିବେ ।