ଏହି ଚାରୋଟି ରାଶିର ବ୍ୟକ୍ତିଙ୍କ ଜୀବନରେ ସବୁଠୁ ଅଧିକ ଦୁଃଖ ଥାଏ । ଭାଗ୍ୟ ଏମାନଙ୍କ ସାଥି ଦେଇନଥାଏ ।

Spread the love

ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ସବୁଠୁ ଅଧିକ ଦୁଃଖ ଲେଖା ହୋଇଥାଏ ।

ଦୁଃଖ ଏକ ଏପରି ଜିନିଷ ଯାହା ଠାରୁ ଲୋକେ ଦୁରେଇ ରହିବା ପାଇଁ ଚାହିଁ ଥାନ୍ତି । କିନ୍ତୁ ଭାଗ୍ୟ ଏପରି ଏକ ଜିନିଷ ଯେଉଁଥିରେ ଦୁଃଖ ସର୍ବଦା ମନୁଷ୍ୟର ପିଛା କରିଥାଏ । କିଛି ରାଶି ଏପରି ଅଛି ଯେଉଁମାନଙ୍କ ଭାଗ୍ୟରେ ଜନ୍ମରୁ ହିଁ ଦୁଃଖ ଲେଖା ହୋଇ ରହିଛି । ଯେତେବେଳେ ମଧ୍ୟ ଏମାନଙ୍କ ଜୀବନରେ ସୁଖ ଆସିଥାଏ; ତାହା ବେଶି ସମୟ ପର୍ଯ୍ୟନ୍ତ ରହିନଥାଏ । ଏହାର ମୁଖ୍ୟ କାରଣ ହେଉଛି ଏମାନଙ୍କ ରାଶି ଏବଂ ସେହି ରାଶି ଗୁଡ଼ିକ ସହ ଜଡିତ ହୋଇଥିବା ଗ୍ରହ ନକ୍ଷେତ୍ର, ଯାହା ଏମାନଙ୍କ ଭାଗ୍ୟରେ ନକରାତ୍ମକ ଶକ୍ତି ସହ ଭାଗ୍ୟକୁ ଦୁର୍ବଳ କରି ଦେଇଥାଏ । ଯଦି ଆପଣଙ୍କ ଜୀବନରେ ଏପରି ଘଟୁଥାଏ; ତେବେ ଡ଼ରିବାର କିଛି କାରଣ ନାହିଁ ଏଥିରୁ ମୁକ୍ତି ପାଇବା ପାଇଁ ଉପାୟ ଆମେ ଆପଣଙ୍କୁ କହିବୁ ।

ମେଷ :

ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଖୁସି ବହୁ ଦିନ ପର୍ଯ୍ୟନ୍ତ ରହି ନଥାଏ । ଦୁଃଖ ଏମାନଙ୍କ ରାଶିରେ ମାଢି ବସିଥାଏ । ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଗୋଟିଏ ଦୁଃଖ ଯାଇନଥାଏ ଅନ୍ୟ ଏକ ଦୁଃଖ ଏମାନଙ୍କ ଜୀବନରେ ଚାଲି ଆସିଥାଏ । ଏହି ରାଶିର କିଛି ଲୋକଙ୍କୁ ଦୁଃଖର କଳା ମେଘ ମଧ୍ୟରେ ରହିବାର ଅଭ୍ୟାସ ହୋଇଯାଏ । ଏହି ଦୁଃଖକୁ ଦୂର କରିବା ପାଇଁ ପ୍ରତି ବୁଧବାର ଦିନ ଆପଣଙ୍କୁ ଗଣେଶଙ୍କୁ ପ୍ରସାଦ ଅର୍ପଣ କରିବା ଉଚିତ୍ । ଏହି ପ୍ରାସାଦକୁ ନିଜେ ଗ୍ରହଣ କରିବା ସହ ଖୋଲା ହୃଦୟରେ ଅନ୍ୟମାନଙ୍କୁ ମଧ୍ୟ ବଣ୍ଟନ କରିବା ଉଚିତ୍ । ଏହା ଦ୍ୱାରା ଆପଣଙ୍କ ଭାଗ୍ୟ ଉଦୟ ହୋଇପାରିବ ।

କର୍କଟ :

ଏହି ରାଶିର ବ୍ୟକ୍ତିମାନେ ମଧ୍ୟ ନିଜ ଭାଗ୍ୟକୁ ନେଇ ଚିନ୍ତାରେ ରହିଥାନ୍ତି । ଯେଉଁ ଜିନିଷ ପ୍ରତି ଏହି ରାଶିର ଲୋକେ ଡରିଥାନ୍ତି; ସେହି ଦୁଃଖ ଏମାନଙ୍କ ଜୀବନରେ ଚାଲି ଆସିଥାଏ । ନିଜର ଦୁର୍ବଳ ଭାଗ୍ୟ ଯୋଗୁଁ ଏମାନଙ୍କ କୌଣସି କାର୍ଯ୍ୟ ସଫଳ ହୋଇନଥାଏ । ଏହି ରାଶିର ବ୍ୟକ୍ତିମାନେ ଜୀବନରେ ଚିନ୍ତାମୁକ୍ତ ରହିବାର କମ ସୁଯୋଗ ମିଳିଥାଏ । ଏହି ରାଶିର ବ୍ୟକ୍ତିମାନେ ପ୍ରତି ଶନିବାର ଦିନ ହନୁମାନଙ୍କ ସାମ୍ନାରେ ତେଲ ଦୀପ ଲଗାଇ ହନୁମାନ ଚାଲିସା ପଢିବା ଉଚିତ୍ । ଏହା ଦ୍ୱାରା ଏମାନଙ୍କ ଜୀବନରୁ କିଛି ପରିମାଣର ଦୁଃଖ ଦୂର ହୋଇ ପାରିବ ।

କୁମ୍ଭ :

ଏମାନଙ୍କ ଜୀବନରେ ମଧ୍ୟ ଦୁଃଖର ଅଭାବ ନଥାଏ । ଭାଗ୍ୟ ଏମାନଙ୍କୁ ଅନେକ କଷ୍ଟ ଦେଇଥାଏ । ଏମାନେ ଜୀବନରେ ଖୁସିରେ ରହିବା ପାଇଁ ଚେଷ୍ଠା କରିଥାନ୍ତି କିନ୍ତୁ ପରିସ୍ଥିତି ଏମାନଙ୍କ ସପକ୍ଷରେ ରହିନଥାଏ । ଏମାନଙ୍କ ଭାଗ୍ୟ ପରିବର୍ତ୍ତନ କରିବା ପାଇଁ ପ୍ରତି ଗୁରୁବାର ଦିନ ଗାଈକୁ ଘିଆର ରୁଟି ଏବଂ ଗୁଡ଼ ଖାଇବାକୁ ଦେଲେ କିଛି ପରିମାଣର ଦୁଃଖ ଦୂର ହୋଇପାରିବ ।

ମୀନ :

ଏହି ରାଶିର ବ୍ୟକ୍ତିମାନେ କେବେ ମଧ୍ୟ ଜୀବନରେ ଶାନ୍ତିରେ ରହି ପାରନ୍ତି ନାହିଁ । ଏମାନଙ୍କ ଜୀବନରେ କିଛି ନା କିଛି ଅଶାନ୍ତି ଲାଗି ରହିଥାଏ । ବେଳେବେଳେ ଏମାନଙ୍କୁ ନିଜ ଜୀବନ ପ୍ରତି ଘୃଣା ଭାବ ଚାଲି ଆସିଥାଏ । ଏହି ରାଶିର ବ୍ୟକ୍ତି ଜୀବନରୁ ଦୁଃଖକୁ ଦୁରେଇବା ପାଇଁ ସୋମବାର ଦିନ ଶିବଙ୍କ ଆରାଧନା କରିବା ଉଚିତ୍ ଏବଂ ଶିବଲିଙ୍ଗରେ ଜଳାଭିଷେକ କରିବା ସଙ୍ଗେ ସଙ୍ଗେ ମହାଦେବଙ୍କ ସୋମବାର ବ୍ରତ ପାଳନ କରିବା ଉଚିତ୍ ।