ଆଇମା, ଜେଜେମା ବୟସରେ ଏହି ୪ଜଣ ଅଭିନେତ୍ରୀମାନେ ବିବାହ କରିଥିଲେ, ଜଣଙ୍କର ବୟସ ୬0 ବର୍ଷ ଥିଲା ।

Spread the love

ଆଇମା, ଜେଜେମା ବୟସରେ ଏହି ଅଭିନେତ୍ରୀମାନେ ବିବାହ କରିଥିଲେ ।

ବଲିଉଡରେ ନିଜର କ୍ୟାରିୟର ଗଠନ କରିବା ପରେ କଳାକାରମାନେ ବିବାହ କରିବା ପାଇଁ ଚିନ୍ତା କରନ୍ତି । ଯେଉଁଥିପାଇଁ ଅନେକ କଳାକାରଙ୍କ ବିବାହ ବହୁତ ବୟସ ବିତିଗଲା ପରେ ହୋଇଥାଏ । କହିବାକୁ ଗଲେ, ବଲିଉଡର ଦୁନିଆରେ ବିବାହର ବୟସ ନିର୍ଦ୍ଧାରିତ ନୁହେଁ । ସେଥିପାଇଁ କଳାକାରମାନେ ୩୦ବୟସ ପରେ ବିବାହ ପାଇଁ ଚିନ୍ତା କରୁଛନ୍ତି । କେବଳ ଏତିକି ହିଁ ନୁହଁ, ଅନେକ କଳାକାରମାନେ ନିଜ କ୍ୟାରିୟରରେ ସ୍ଥିର ହେବା ପରେ ବିବାହ ପାଇଁ ଇଛା ମଧ୍ୟ କରନ୍ତି ନାହିଁ ଏବଂ ଜୀବନସାରା ଅବିବାହିତ ରୁହନ୍ତି । ଏହି ସଂଯୋଗରେ ଆମେ ଆଜି ଆପଣଙ୍କୁ ସେହି ଅଭିନେତ୍ରୀ ମାନଙ୍କର ବିଷୟରେ କହିବୁ, ଯେଉଁମାନେ ଆଇମା, ଜେଜେମା ହେବା ବୟସରେ ବିବାହ କରିଥିଲେ । ତେବେ ଚାଲନ୍ତୁ ଜାଣିବା, ଆମର ଆଜିର ଲେଖାରେ ଆପଣଙ୍କ ପାଇଁ କଣ ଅଛି ?

୧. ନିନା ଗୁପ୍ତା :

ବଲିଉଡର ଜଣାଶୁଣା ଅଭିନେତ୍ରୀ ନୀନା ଗୁପ୍ତା ୱେଷ୍ଟଇଣ୍ଡିଜର କ୍ରିକେଟ ଖେଳାଳି ବିବିୟନ ରିଚଡ଼ର୍ସଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରୁଥିଲେ କିନ୍ତୁ କୌଣସି କାରଣ ଯୋଗୁଁ ଦୁହେଁ ବିବାହ କରି ପାରିନଥିଲେ । ଯାହାଫଳରେ ନୀନା ଗୁପ୍ତା ୫୪ ବୟସରେ ବିବେକ ମେହରାଙ୍କ ସହ ବିବାହ କରିଥିଲେ । ସୂଚନା ଅନୁସାରେ, ନୀନା ଗୁପ୍ତା ୨୦୦୮ ମସିହାରେ ବିବେକ ମେହରାଙ୍କ ସହ ବିବାହ କରିଥିଲେ ଏବଂ ସେତେବେଳେ ତାଙ୍କୁ ୫୪ବର୍ଷ ହୋଇଥିଲା । ଉଭୟ ପ୍ରେମ ବିବାହ କରିଥିଲେ, ବିବାହ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ବଢି ଯାଇଥିଲା, ଯାହା ଫଳରେ ଜୀବନର ଗାଡି ଆଗକୁ ଚାଲିଥିଲା ।

୨. ଉର୍ମିଳା ମାଟୋଣ୍ଡକର :

ବଲିଉଡର ଅଭିନେତ୍ରୀ ଏବଂ କଂଗ୍ରେସ ନେତ୍ରୀ ଉର୍ମିଳା ମାଟୋଣ୍ଡକର ୪୨ ବୟସରେ ମୋହସିନ ଅଖତରଙ୍କ ସହ ବିବାହ କରିଥିଲେ । ବିବାହ ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଜୀବନ ବହୁତ ଭଲରେ କଟୁଛି ଏବଂ ସେ ବର୍ତ୍ତମାନ ରାଜନୀତିରେ ପ୍ରବେଶ କରି ଲୋକସଭା ନିର୍ବାଚନ ମଧ୍ୟ ଲଢ଼ିଛନ୍ତି । ଉର୍ମିଳା ମାଟୋଣ୍ଡକର ଏକ ମୁସଲମାନ ସହ ବିବାହ କରିଥିବାରୁ ଏବେ ପର୍ଯ୍ୟନ୍ତ ତାଙ୍କୁ ଲୋକେ ସମାଲୋଚନା କରୁଛନ୍ତି କିନ୍ତୁ ସେ ସବୁବେଲେ ଉତ୍ତର ଦେଉଛନ୍ତି ।

୩. ପ୍ରିତୀ ଜିଣ୍ଟା :

ବଲିଉଡର ଲୋକପ୍ରିୟ ଅଭନେତ୍ରୀ ପ୍ରିତୀ ଜିଣ୍ଟା ଆଇପିଏଲରେ ପଞ୍ଜାବ ଟିମର ମାଲିକାଣୀ ଅଟନ୍ତି । ପ୍ରିତୀ ବଲିଉଡରେ ବହୁତ ନାମ ଅର୍ଜନ କରିଥିବା ବେଳେ ବର୍ତ୍ତମାନ ଆଇପିଏଲରେ ମଧ୍ୟ ନାମ ଅର୍ଜନ କରୁଛନ୍ତି । ପ୍ରିତୀ ଜିଣ୍ଟା ୨୦୧୬ ମସିହାରେ ଜିନୀ ଗୁଡ଼ଙ୍କ ସହ ଗୁପ୍ତଭାବରେ ବିବାହ କରିଥିଲେ । ସେତେବେଳେ ପ୍ରୀତିଙ୍କୁ ମାତ୍ର ୪୧ ବର୍ଷ ହୋଇଥିଲା । ବିବାହ ପୂର୍ବରୁ ତାଙ୍କର ନାମ ଅନେକ କଳାକାରଙ୍କ ସହ ଜଡିତ ଥିଲା । ତାଙ୍କ ଜୀବନରେ ବହୁତ ଜୁଆର ଓ ଭଟ୍ଟା ଆସିଥିଲା ଏବଂ ଆଇପିଏଲରେ ସେ ବହୁତ ବିବାଦରେ ଘେରି ଯାଇଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ତାଙ୍କୁ ନେଇ ଏବେ କୌଣସି ଚର୍ଚ୍ଚା ନାହିଁ ।

୪. ସୁହାସିନୀ ମୂଲେ :

ବଲିଉଡର ଜଣାଶୁଣା ଅଭିନେତ୍ରୀ ସୁହାସିନୀ କେବେ ମଧ୍ୟ ମୁଖ୍ୟ ଭୂମିକାରେ କାମ କରି ନାହାନ୍ତି କିନ୍ତୁ ନିଜର ଅଭିନୟ ଦ୍ଵାରା ସେ ଲୋକଙ୍କ ହୃଦୟ ଜିଣି ପାରିଛନ୍ତି । ସୁହାସିନୀ ମୂଲେ ବିବାହ ପୂର୍ବରୁ ଅନେକ ଅଭିନେତାଙ୍କ ସହ ଡେଟ କରିଥିଲେ କିନ୍ତୁ ଶେଷରେ ୬୦ ବର୍ଷ ବୟସରେ ଅତୁଲ ଗୁଡ଼ଡୁଙ୍କ ସହ ବିବାହ କରିଥିଲେ । ଏହି ଦୁଇ ଜଣ ୨୦୧୧ ମସିହାରେ ବିବାହ କରିଥିଲେ ଏବଂ ସେହି ସମୟରେ ଉଭୟଙ୍କ ବୟସ ପାଖାପାଖି ୬୦ବର୍ଷ ହୋଇଥିଲା । ଆପଣମାନେ ଜାଣି ନିଅନ୍ତୁ ଯେ, ସୁହାସିନୀଙ୍କୁ ଉତ୍ତମ ସାଥି (Best supporting character) କଳାକାର ରୁପରେ ସମସ୍ତେ ଜାଣନ୍ତି ।

ଆଶା କରୁଛୁ ଯେ, ଆମର ଏହି ଅନୁଛେଦ ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିବା ପରେ ଏହାକୁ ଲାଇକ ଏବଂ ସେୟାର ନିଶ୍ଚୟ କରନ୍ତୁ ।