ନିଜ ପତ୍ନୀଙ୍କୁ କଦାପି ଖୁସିରେ ରଖିପାରନ୍ତି ନାହିଁ ଏହି ତିନି ରାଶିର ବ୍ୟକ୍ତି ! କାରଣ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଜଣେ ପତି ପତ୍ନୀର ସମ୍ପର୍କ ଏକ ଭିନ୍ନ ଧାରଣ ହୋଇଥିବା ସଙ୍ଗେ ସଙ୍ଗେ ପବିତ୍ର ମଧ୍ୟ ହୋଇଥାଏ । ପତିପତ୍ନୀ ଦୁଃଖ ସୁଖର ସାଥି ହୋଇଥାନ୍ତି । ପତିପତ୍ନୀଙ୍କ କର୍ତ୍ତବ୍ୟ ହୋଇଥାଏ, ସୁଖଦୁଃଖରେ ପରସ୍ପରର ସହଯୋଗ କରିବା । ଏହାସହ ସେମାନଙ୍କ ସମ୍ପର୍କରେ ବିଶ୍ୱାସ ରହିବା ନିହାତି ଜରୁରୀ ଅଟେ । ବିନା ବିଶ୍ୱାସରେ ସମୟ ଅଧିକ ସମୟ ତିଷ୍ଠି ରହିପାରେ ନାହିଁ । ଏକ ଲୋକକଥା ଆପଣମାନେ ଶୁଣିଥିବେ “ପତିପତ୍ନୀଙ୍କ ଯୋଡି ସ୍ଵର୍ଗରେ ତିଆରି ହୋଇଥାଏ” । ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ । ଯାହା ଭାଗ୍ୟରେ ଯାହା ଲେଖା ହୋଇଥାଏ, ତାହା ହିଁ ପ୍ରାପ୍ତ ହୋଇଥାଏ । ବିଶ୍ୱାସ ସହ ପରସ୍ପର ମଧ୍ୟରେ ସମ୍ମାନ ପ୍ରଦର୍ଶନ କରିବା ପତିପତ୍ନୀଙ୍କ ସମ୍ପର୍କରେ ନିହାତି ଜରୁରୀ ହୋଇଥାଏ ।

ଆପଣ କାହାକୁ ପ୍ରେମ ସେହି ସମୟରେ କରିପାରିବେ, ଯେତେବେଳେ ଆପଣ ସେହି ବ୍ୟକ୍ତିଙ୍କୁ ସମ୍ମାନ କରିବେ ।ଯେତେବେଳେ ଦୁଇ ଜଣ ପରସ୍ପରର ସମ୍ମାନ କରିଥାନ୍ତି ଏବଂ ପରସ୍ପରର ଇଚ୍ଛାକୁ ଆଦର କରନ୍ତି; ସେହି ସମୟରେ ସମ୍ପର୍କ ଭଲ ହୋଇଥାଏ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପର୍କ ତିଷ୍ଟି ରହି ପାରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ରାଶି ମାଧ୍ୟମରେ ସେହି ବ୍ୟକ୍ତି ବିଷୟରେ ବହୁତ କିଛି ଜଣା ପଡିଥାଏ । ଶାସ୍ତ୍ରରେ ୩ଟି ଏହିପରି ରାଶିର ଉଲ୍ଲେଖ ରହିଛି; ଯେଉଁମାନେ ନିଜ ପତ୍ନୀଙ୍କ ସହ ଏକ ସୁଖଦ ଜୀବନ ବିତାଇ ପାରନ୍ତି ନାହିଁ । ଏହି ରାଶିର ବ୍ୟକ୍ତି ନିଜ ପତ୍ନୀଙ୍କୁ କଦାପି ସୁଖରେ ରଖିପାରନ୍ତି ନାହିଁ । ଆସନ୍ତୁ ଜାଣିବେ ସେହି ୩ଟି ରାଶିର ବ୍ୟକ୍ତିଙ୍କ ବିଷୟରେ ।

ମୀନ ରାଶି :

ରାଶି ଚକ୍ରର ଶେଷ ରାଶି ମୀନ ଅଟେ । ଏହି ରାଶିର ଲୋକେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି ଏବଂ ଭାବପ୍ରବଣ ହୋଇଥାନ୍ତି । ଭାବପ୍ରବଣ ହୋଇଥିବା କାରଣରୁ ଅନ୍ୟର ଦୁଃଖକୁ ଭଲ ରୂପରେ ବୁଝି ପାରନ୍ତି କିନ୍ତୁ ଏହି ରାଶିର ବ୍ୟକ୍ତି ନିଜ ପତ୍ନୀଙ୍କୁ ପ୍ରାୟତଃ ସୁଖୀ ରଖିବାରେ ଅସମର୍ଥ ହୋଇଥାନ୍ତି । ଏହି ରାଶିର ଜାତକ ସର୍ବଦା ମନା କରିବା ଅଭ୍ୟାସ ରହିଛି ଏବଂ ଏହି ଅଭ୍ୟାସ ସେମାନଙ୍କ ପତ୍ନୀଙ୍କୁ ପସନ୍ଦ ହୋଇନଥାଏ । ଏହି କାରଣରୁ ସେମାନଙ୍କ ସମ୍ପର୍କରେ ଛୋଟମୋଟ ଝଗଡା ଲାଗିରହିଥାଏ । ଏହି ଝଗଡା ଶୀଘ୍ର ସମାପ୍ତ ହୋଇଯାଏ କିନ୍ତୁ କିଛି ଲୋକଙ୍କ ପାଇଁ ବହୁତ ଖରାପ ପରିଣାମ ନେଇ ଆସିଥାଏ । ଏଥିପାଇଁ ଏହି ରାଶିର ଜାତକର ଚେଷ୍ଟା ରହିଥାଏ, ଏହି ଛୋଟଛୋଟ ଝଗଡା ଛୋଟରେ ହିଁ ରହିଯାଉ ।

ବୃଷ ରାଶି :

ଯେଉଁ ବ୍ୟକ୍ତିଙ୍କ ରାଶି ବୃଷ ହୋଇଥାଏ, ସେମାନେ ସ୍ୱଭାବରେ ଶାନ୍ତ ହୋଇଥାନ୍ତି । ସ୍ଵଭାବ ଶାନ୍ତ ହେବା କାରଣରୁ ଏମାନଙ୍କ ପ୍ରେମ କରିବା ପ୍ରଣାଳୀ ମଧ୍ୟ ଥଣ୍ଡା ହିଁ ହୋଇଥାଏ । ଏମାନେ ନିଜ ପତ୍ନୀଙ୍କୁ ବହୁତ ପ୍ରେମ କରନ୍ତି କିନ୍ତୁ ଠିକ ରୂପରେ ଦର୍ଶାଇ ପାରନ୍ତି ନାହିଁ । ଏହି ବିଷୟ ଏହି ରାଶିର ବ୍ୟକ୍ତିଙ୍କ ପତ୍ନୀଙ୍କୁ ପସନ୍ଦ ହୋଇନଥାଏ । ଯଦି ଆପଣ ଚାହାଁନ୍ତି; ଆପଣଙ୍କ ପତ୍ନୀ ସର୍ବଦା ଖୁସିରେ ରୁହଁନ୍ତୁ, ତେବେ ଆପଣ ନିଜର ପ୍ରେମ ସଠିକ୍ ରୂପରେ ଦର୍ଶାଇବା ଉଚିତ୍ । ଯଦି ଏହା ଆପଣଙ୍କୁ ଆସେ ନାହିଁ, ତେବେ କୌଣସି ଠାରୁ ଆପଣ ଶିକ୍ଷା ଗ୍ରହଣ କରିପାରିବେ । କାରଣ ପତ୍ନୀ ଖୁସିରେ ରହିଲେ, ଆପଣ ଖୁସିରେ ରହିପାରିବେ ।

କୁମ୍ଭ ରାଶି :

ଏହି ସୂଚୀରେ ତୃତୀୟ ନାମ କୁମ୍ଭ ରାଶିର ଆସିଥାଏ । ଯେଉଁ ପୁରୁଷଙ୍କ ରାଶି କୁମ୍ଭ ହୋଇଥାଏ, ସେମାନେ ପ୍ରାୟତଃ ନିଜ ପତ୍ନୀଙ୍କୁ ଖୁସିରେ ରଖିପାରନ୍ତି ନାହିଁ । ଏହାର ମୁଖ୍ୟ କାରଣ ହେଉଛି, ସେମାନେ ନିଜ ପତ୍ନୀଙ୍କ ଅପେକ୍ଷା ନିଜ ପରିବାରକୁ ବହୁତ ଗୁରୁତ୍ୱ ଦିଅନ୍ତି । ଯାହାଫଳରେ ଏମାନଙ୍କ ପତ୍ନୀ ଏମାନଙ୍କ ଉପରେ କ୍ରୋଧିତ ରୁହନ୍ତି । ଘରଲୋକଙ୍କୁ ଗୁରୁତ୍ୱ ଦେବା ଭୁଲ ନୁହେଁ କିନ୍ତୁ ପତ୍ନୀଙ୍କୁ ଏକୁଟିଆ ଛାଡିବା ଭୁଲ ଅଟେ । ଏହି ରାଶିର ବ୍ୟକ୍ତି ନିଜ ପତ୍ନୀଙ୍କୁ ବହୁତ ପ୍ରେମ କରନ୍ତି କିନ୍ତୁ ଭୁଲରେ ଏହି ରାଶିର ବ୍ୟକ୍ତି ନିଜ ପତ୍ନୀଙ୍କ ସହ କିଛି ଏହିପରି କରିଦିଅନ୍ତି; ଯାହାଫଳରେ ପତ୍ନୀ କ୍ରୋଧିତ ହୋଇଯାନ୍ତି । ଏହି କାରଣରୁ ନିଜ ପତ୍ନୀଙ୍କ ସମ୍ମାନ କରନ୍ତୁ । ଏହିପରି କରିବା ଦ୍ୱାରା ପତ୍ନୀ ଖୁସି ହେବା ସହ ପରିବାର ମଧ୍ୟ ଖୁସିରେ ରହିବେ ।

ଅନୁଛେଦରେ ପ୍ରଦାନ କରାଯାଇଥିବା ତଥ୍ୟ ଶତକଡା ୮୦% ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ପ୍ରଜୁର୍ଯ୍ୟ ଅଟେ । ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବା । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ ଏବଂ ନିଜ ମତାମତ Comment Boxରେ ପ୍ରଦାନ କରନ୍ତୁ ।