ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର ଅନୁସାରେ: ଏହି ୩ ଜଣ ବ୍ୟକ୍ତି କଦାପି ଧନୀ ହୋଇପାରିବେ ନାହିଁ । ଜାଣନ୍ତୁ ଏମାନଙ୍କ ବିଷୟରେ ।

Spread the love

ଚାଣକ୍ୟ ଜଣେ ମହାନ ବ୍ୟକ୍ତି ଥିଲେ ଏବଂ ଏହା ସହ ସେ ଜଣେ ଭଲ ନୀତିକାର ମଧ୍ୟ ଥିଲେ । ନିଜର ନୀତି ଗୁଡିକ ମାଧ୍ୟମରେ ବ୍ୟକ୍ତିର ଜୀବନକୁ ଖୁସି କରିବା ପାଇଁ ଚେଷ୍ଟା କରିଥିଲେ । ସେ ଅନେକ ଗୁଡିଏ ନୀତିର ଉଲ୍ଲେଖ କରିଛନ୍ତି । ସେ ନିଜ ନୀତି ମାଧ୍ୟମରେ ଅନେକ କଥା ଉଲ୍ଲେଖ କରିଛନ୍ତି, ଯାହା ଆଜିକାଲିର ସମୟରେ ଦେଖିବା ପାଇଁ ମିଳୁଛି । ଆଜି ଆମେ ଆମର ଏହି ଲେଖା ମାଧ୍ୟମରେ ଚାଣକ୍ୟଙ୍କ ନୀତିରେ ତିନି ଜଣ ବ୍ୟକ୍ତିଙ୍କ ବିଷୟରେ ଜଣାଇବୁ, ଯେଉଁମାନେ ଆଖି ରହି ମଧ୍ୟ ଅନ୍ଧ ଭଳି ଜୀବନ ବିତାଇଥାନ୍ତି । ଏହି ବ୍ୟକ୍ତିମାନେ କଦାପି ଜୀବନରେ ସଫଳତା ଅର୍ଜନ କରିପାରନ୍ତି ନାହିଁ ।

ଆସନ୍ତୁ ଜାଣିବେ ଏହି ତିନି ଜଣ ବ୍ୟକ୍ତିଙ୍କ ବିଷୟରେ :

ମାଦକତା ଦ୍ରବ୍ୟର ଲାଳସା :

ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ବଦ୍-ଅଭ୍ୟାସରେ ଲିପ୍ତ ରହିଥାଏ, ଯେଉଁ ବ୍ୟକ୍ତିକୁ ମାଦକତା ଦ୍ରବ୍ୟର ଲାଳସା ରହିଥାଏ, ସେହି ବ୍ୟକ୍ତିର ଆଖି ଥାଇ ମଧ୍ୟ ସେ ଅନ୍ଧ ହୋଇ ରହିଯାଏ । ଦୁନିଆରେ କଣ ଠିକ କଣ ଭୁଲ ଏହି ବ୍ୟକ୍ତି ମାନେ ଜାଣି ପାରନ୍ତି ନାହିଁ । ଏହି ବ୍ୟକ୍ତିମାନେ ସର୍ବଦା ଖରାପ ଅଭ୍ୟାସର ମାୟାଜାଲରେ ଛନ୍ଦି ହୋଇ ରହିଯାଆନ୍ତି । କୌଣସି କାର୍ଯ୍ୟ କରିବା ପୂର୍ବରୁ ଚିନ୍ତା କରିବା ପାଇଁ ଏମାନଙ୍କ ପାଖରେ ସମୟ ନଥାଏ । ଯାହାଫଳରେ ଏହି ବ୍ୟକ୍ତିମାନେ ଜୀବନରେ ଧନ, ସମ୍ପର୍କ ସବୁକିଛି ହରାଇ ଦେଇଥାନ୍ତି । ଯାହାଫଳରେ ନିଜେ ବର୍ବାଦ ହେବା ସହ ପରିବାର ମଧ୍ୟ ବର୍ବାଦ ହୋଇ ଯାଇଥାଏ । କିଛି ଭଲ ସବ୍ୟ ଵ୍ୟକ୍ତି ଏଭଳି ବ୍ୟକ୍ତିଙ୍କ ସହ ସମ୍ପର୍କରେ ଆସିବା ଫଳରେ ସେମାନଙ୍କ ମଧ୍ୟ ମାଦକତାର ଜାଲରେ ଛନ୍ଦି ହୋଇଯାଆନ୍ତି ।

କାମନାର ବଶବର୍ତ୍ତୀ :

ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି କାମ ବାସନାର ପୂର୍ଣ୍ଣତାରେ ମାଜି ରହିଥାନ୍ତି, ସେହିପରି ବ୍ୟକ୍ତିମାନେ ଅନ୍ଧ ସଦୃଶ ହୋଇଥାନ୍ତି । ଏହି ବ୍ୟକ୍ତି କାମବାସନାର ପ୍ରଭାବରେ ଆସି କଣ ଭୁଲ କଣ ଠିକ ହୋଇଥାଏ ନ ଜାଣି କିଛି ଏହିଭଳି କାର୍ଯ୍ୟ କରି ଦେଇଥାନ୍ତି; ଯାହା ଜଣେ ସ୍ୱାଭାବିକ ବ୍ୟକ୍ତି ମନରେ ଚିନ୍ତା ମଧ୍ୟ କରିନଥାଏ । ଏହି ଭଳି ବ୍ୟକ୍ତି ପାଇଁ ପ୍ରତିଟି ସମ୍ପର୍କ କେବଳ କାମ ବାସନା ପୂର୍ଣ ହୋଇଥାଏ । ଆଖିରେ ବାନ୍ଧି ହୋଇଥିବା କାମ ବାସନାର ପଟ୍ଟି ଯୋଗୁଁ ଏହିପରି ବ୍ୟକ୍ତିମାନେ ଜୀବନରେ ଅନେକ ଭୁଲ କାର୍ଯ୍ୟରେ ଲିପ୍ତ ରହିଥାନ୍ତି ।

ଧନର ଲାଳସା :

ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଧନର ଲାଳସା ରଖିଥାନ୍ତି, ସେହିପରି ବ୍ୟକ୍ତିମାନେ ମଧ୍ୟ ଆଖି ଥାଇ ଅନ୍ଧ ହୋଇଥାନ୍ତି । ଚାଣକ୍ୟଙ୍କ ଅନୁସାରେ ବ୍ୟକ୍ତିକୁ ଆବଶ୍ୟକତା ଠାରୁ ଅଧିକ ଲାଳସା ରଖିବା ବା କରିବା ଉଚିତ୍ ନୁହେଁ । ଅତ୍ୟଧିକ ଧନର ଲାଳସା ବ୍ୟକ୍ତିକୁ ଖରାପ କାମରେ ଲିପ୍ତ କରାଇଥାଏ ଏବଂ ଧୀରେ ଧୀରେ ବ୍ୟକ୍ତିକୁ ସେହି ଖରାପ କାର୍ଯ୍ୟ ଗୁଡିକ ଭଲ ଲାଗିଥାଏ ଏବଂ ଧନ ଉପାର୍ଜନ ନିମନ୍ତେ ବ୍ୟକ୍ତି ଅନ୍ୟର ଧନ ଲୁଟିବାରେ ପଛେଇ ନଥାଏ । ଧନର ଲାଳସାରେ ଆସି ବ୍ୟକ୍ତି ବିଶ୍ୱାସଘାତକତା କରିବା ପାଇଁ ମଧ୍ୟ ପଛେଇ ନଥାଏ । ଧନର ଲାଳସାରେ ଏହିଭଳି ବ୍ୟକ୍ତି ଯେ କୌଣସି ସମ୍ପର୍କକୁ ମଧ୍ୟ ଅଣଦେଖା କରିଥାଏ । ଏହି ବ୍ୟକ୍ତିର ମୁଖ୍ୟ ଲକ୍ଷ୍ୟ ରହିଥାଏ କିପରି ବିଶ୍ୱାସଘାତକତା କରି ଧନ କମାଇ ପାରିବ । ଏହିଭଳି ବ୍ୟକ୍ତିଙ୍କୁ ସର୍ବଦା ଖରାପ ବ୍ୟକ୍ତି ହିଁ ପସନ୍ଦ ଆସିଥାନ୍ତି କିନ୍ତୁ ଭବିଷ୍ୟତରେ ଏହି ବ୍ୟକ୍ତି ମାନଙ୍କୁ ନିଜର କୁକର୍ମର ଫଳ ମିଳିଥାଏ ।

ଆଶା କରୁଛୁ, ଚାଣକ୍ୟଙ୍କ ନୀତି ଉପରେ ଆଧିରିତ ଏହି ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବା । ଯଦି ପସନ୍ଦ ଆସେ ତେବେ ଗୋଟିଏ ଲାଇକ କରନ୍ତୁ ଓ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ଏବଂ ନିନ ବନ୍ଧୁ ଓ ପ୍ରିୟଜନଙ୍କ ମଧ୍ୟରେ ଶେୟାର କରନ୍ତୁ । ଧନ୍ୟବାଦ !