ମସ୍ତିଷ୍କକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦିଏ ଆପଣଙ୍କର ଏହି ୩ଟି ଭୂଲ, ତୃତୀୟ ଭୂଲଟିକୁ ଅଧିକାଂଶ ଲୋକ କରନ୍ତି ।

Spread the love

ଆମ ଶରୀରର ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ ହେଉଛି ମସ୍ତିଷ୍କ । ଶରୀରର ସମସ୍ତ ଅଙ୍ଗ ମସ୍ତିଷ୍କ ଦ୍ଵାରା ନିୟନ୍ତ୍ରଣ ହୋଇଥାଏ । ତେଣୁ ମସ୍ତିଷ୍କ ସବୁବେଳେ କ୍ଷିପ୍ର ଏବଂ ସୁସ୍ଥ ରହିବା ଦରକାର । କିନ୍ତୁ ଆଜିକାଲି ଅଧିକାଂଶ ଲୋକ ନିଜ ଦୈନନ୍ଦିନ ଜୀବନରେ ଏମିତି କିଛି ଭୂଲ୍ କରନ୍ତି; ଯାହା ପାଇଁ ତାଙ୍କ ମସ୍ତିଷ୍କ ଦିନକୁ ଦିନ ଦୁର୍ବଳ ହୋଇଯାଉଛି । ଯାହାଫଳରେ ସେମାନଙ୍କ ସ୍ମରଣ ଶକ୍ତି ମଧ୍ୟ କମିବାରେ ଲାଗୁଛି । ଆସନ୍ତୁ ଜାଣିବା ସେହି ଭୂଲ୍ ଅଭ୍ୟାସଗୁଡିକ ବିଷୟରେ ଯାହା ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ । ଆପଣଙ୍କର ଏହି ୩ଟି ଭୂଲ ମସ୍ତିଷ୍କକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରି ଦେଇପାରେ, ତୃତୀୟ ଭୂଲଟିକୁ ଅଧିକାଂଶ ଲୋକ କରନ୍ତି ।

୧. କମ ସମୟ ଶୋଇବା :

ଆଜିକାଲିର ଏହି ବିଶୃଙ୍ଖଳା ଜୀବନରେ ଲୋକେ ସମ୍ପୂର୍ଣ୍ଣ ନିଦ୍ରା ନେଇ ପାରନ୍ତି ନାହିଁ । ମନୁଷ୍ୟ ସଫଳତାର ଶିଖରରେ ପହଞ୍ଚି ଓ ସମାଜ ଓ ପରିବାର ମଧ୍ୟରେ ଏକ ସମ୍ମାନିତ ବ୍ୟକ୍ତି ରୂପରେ ପରିଗଣିତ ହେବ ପାଇଁ ଅହରହ ପରିଶ୍ରମ କରିଥାଏ, ଏପରିକି ରାତ୍ର ଅନିଦ୍ରା ରହି ମଧ୍ୟ କାମ କରିଥାଏ । କିନ୍ତୁ ନିଦ କମ ହେବା ଫଳରେ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ମସ୍ତିଷ୍କ ଦିନକୁ ଦିନ ଦୁର୍ବଳ ହେବାକୁ ଲାଗେ । ଗୋଟେ କ୍ଷିପ୍ର ଏବଂ ସୁସ୍ଥ ମସ୍ତିଷ୍କ ପାଇଁ ଦିନକୁ ୬ ରୁ ୭ ଘଣ୍ଟା ଶୋଇବା ଦରକାର ।

୨. ଧୂମ୍ରପାନ କରିବା :

ଆଜିକାଲି ଦୁନିଆରେ ଅଧିକାଂଶ ଲୋକ ଧୂମ୍ରପାନ ଅଭ୍ୟାସରେ ପୀଡିତ ଅଛନ୍ତି । ଧୂମ୍ରପାନ ଏକ ଖରାପ ଅଭ୍ୟାସ ଏହା ଶରୀର ସହିତ ମସ୍ତିଷ୍କକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ଧୂମ୍ରପାନର ଅତ୍ୟାଧିକ ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କର ଶିର ଦୁର୍ବଳ ହୋଇଯାଏ ଏବଂ ସ୍ମରଣଶକ୍ତି ମଧ୍ୟ କମିଯାଏ ।

୩. ସ୍ମାର୍ଟଫୋନର ଅତ୍ୟାଧିକ ବ୍ୟବହାର କରିବା :

ଆଜିକାଲି ଦୁନିଆରେ ସ୍ମାର୍ଟଫୋନ ବ୍ୟବହାର କରିବା ଲୋକମାନଙ୍କ ପାଇଁ ଏକ ସାଧାରଣ କଥା ହୋଇଯାଇଛି । ସ୍ମାର୍ଟଫୋନର ଅତ୍ୟାଧିକ ବ୍ୟବହାର ମସ୍ତିଷ୍କ ପାଇଁ କ୍ଷତିକାରକ ଅଟେ । କାରଣ ସ୍ମାର୍ଟଫୋନରୁ ହାନିକାରକ ରେଡିଏସନ ବାହାରେ । ଯାହା ମସ୍ତିଷ୍କର ଭାବ ବିଚାର କରିବା କ୍ଷମତାକୁ ପ୍ରଭାବିତ କରିଥାଏ ।

ଆପଣ ଦିନକୁ କେତେ ଘଣ୍ଟା ମୋବାଇଲ ବ୍ୟବହାର କରନ୍ତି ? କମେଣ୍ଟ ବକ୍ସରେ ଆପଣଙ୍କ ମତାମତ ଆମକୁ ନିଶ୍ଚିତ ଭାବେ ଦିଅନ୍ତୁ । ଏବଂ ସ୍ୱାସ୍ଥ୍ୟ ସହ ଜଡିତ ଏହିଭଳି ଅନେକ ଭଲ ଖବର ଜାଣିବା ପାଇଁ ଆମକୁ ଅନୁସରଣ କରନ୍ତୁ ।