୧ ଫେବୃୟାରୀରୁ ବନ୍ଦ ହେବାକୁ ଯାଉଛି (LIC) ଏଲ.ଆଇ.ସିର ୨୩ଟି ଉତ୍ତମ ବୀମା ଯୋଜନା, ୩୧ ଜାନୁୟାରୀ ପୂର୍ବରୁ କରନ୍ତୁ ଏଥିରେ ନିବେଶ ।

Spread the love

ଭାରତୀୟ ଜୀବନ ବୀମା ନିଗମକୁ ଏସିଆର ସବୁଠାରୁ ବଡ଼ ବୀମା କମ୍ପାନୀ କୁହାଯାଏ । ଏଲ॰ଆଇ.ସି ଦ୍ୱାରା କେତେଗୁଡ଼ିଏ ନୂତନ ବୀମା ବେଳେବେଳେ ସମ୍ମୁଖକୁ ଆସିଥାଏ ଯାହା ସାହାଯ୍ୟରେ କୌଣସି ବ୍ୟକ୍ତି ନିଜ ଭବିଷ୍ୟତକୁ ସୁରକ୍ଷିତ କରିପାରନ୍ତି । ଯଦି ଆପଣ ମଧ୍ୟ ଏଲ॰ଆଇ॰ସିର କୌଣସି ଜୀବନ ବୀମା ପଲିସି କ୍ରୟ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଲେଖାକୁ ନିଶ୍ଚିତ ଭାବରେ ପଢ଼ନ୍ତୁ । କାରଣ ଏଲ॰ଆଇ॰ସି ଶୀଘ୍ର ହିଁ ନିଜର କେତେ ଗୁଡିଏ ଯୋଜନାକୁ ବନ୍ଦ କରି ଦେବାକୁ ଯାଉଛି । ଇନସୋରେନ୍ସ ରେଗୁଲେଟରୀ ବଡ଼ ଇନସୋରେନ୍ସ ରେଗୁଲେଟରି ଏଣ୍ଡ ଅଥରିଟି ଅଫ ଇଣ୍ଡିଆ ତରଫରୁ ଜାରି କରାଯାଇଥିବା ଦିଶା ନିର୍ଦ୍ଦେଶ ଅନୁଯାୟୀ ଏଲ॰ଆଇ॰ସି ନିଜର ୨୩ଟି ପଲିସିକୁ ବନ୍ଦ କରିବାକୁ ଚାହୁଁଛନ୍ତି । ରିପୋର୍ଟ ଅନୁଯାୟୀ ଏଲ॰ଆଇ॰ସିର ଏହି ୨୩ଟି ପଲିସି ୧ ଫେବୃୟାରୀ ଠାରୁ ବନ୍ଦ କରି ଦିଆଯିବ ଏବଂ ଏହି ପଲିସି ଗୁଡ଼ିକୁ ନୂତନ ରୂପରେ ଲଞ୍ଚ କରାଯିବ । ନୂତନ ଜୀବନ ଆନନ୍ଦ, ଜୀବନ ଉମଙ୍ଗ ଓ ଜୀବନ ଲକ୍ଷ୍ୟ ପଲିସି ଏଲ॰ଆଇ॰ସିର ପ୍ରମୁଖ ପଲିସି ଅଟେ ଏବଂ ଏହି ଯୋଜନା ଗୁଡିକୁ ମଧ୍ୟ ୧ ଫେବୃୟାରୀ ଠାରୁ ବନ୍ଦ କରି ଦିଆଯିବ ।

ଏହି ପଲିସି ଗୁଡ଼ିକୁ ବନ୍ଦ କରିବାକୁ ଯାଉଛି ଏଲ॰ଆଇ॰ସି

ଏଲ॰ଆଇ॰ସି ଯେଉଁ ପଲିସି ଗୁଡ଼ିକୁ ବନ୍ଦ କରିବାକୁ ଯାଉଛି, ସେଗୁଡ଼ିକର ନାମ ହେଲା –

*ନନ ଲିଙ୍କଡ଼ ଇଣ୍ଡିଭିଜୁଆଲ ଇନସୋରେନ୍ସ ପ୍ଲାନ,

*ୟୁନିଟ ଲିଙ୍କଡ଼ ଇଣ୍ଡିଭିଜୁଆଲ ଇନସୋରେନ୍ସ ପ୍ଲାନ,

*ଗୋଟିଏ ରାଇଡର ପ୍ଲାନ ଏବଂ ତିନୋଟି ନନ ଲିଙ୍କଡ଼ ଗ୍ରୁପ ଇନସୋରେନ୍ସ ପ୍ଲାନ ସାମିଲ ଅଟେ ।

*ସିଙ୍ଗଲ ପ୍ରିମିୟମ ଏଣ୍ଡୋମେଣ୍ଟ ପ୍ଲାନ,

*ନିୟୁ ଏଣ୍ଡୋମେଣ୍ଟ ପ୍ଲାନ,

*ନ୍ୟୁ ମନି ବେକ – ୨୦ ଇୟର୍ସ, ନ୍ୟୁ ବା ନୂତନ ଜୀବନ ଆନନ୍ଦ, ଅନମୋଲ ଜୀବନ – ୨,

*ଲିମିଟେଡ଼ ପ୍ରିମିୟମ ଏଣ୍ଡୋମେଣ୍ଟ ପ୍ଲାନ,

*ନ୍ୟୁ ଚିଲଡ଼ରନ୍ସ ମନି ବେକ ପ୍ଲାନ ବା ନୂତନ ଶିଶୁ ଟଙ୍କା ଫେରସ୍ତଯୋଜନା,

*ଜୀବନ ଲକ୍ଷ୍ୟ,

*ଜୀବନ ତରୁଣ,

*ଜୀବନ ଲାଭ,

*ନୂତନ ଜୀବନ ମଙ୍ଗଳ,

*ଭାଗ୍ୟ ଲକ୍ଷ୍ମୀ ଯୋଜନା,

*ଆଧାର ପିଲର,

*ଆଧାର ଶିଳା,

*ଜୀବନ ଉମଙ୍ଗ,

*ଜୀବନ ଶିରୋମଣି,

*ବୀମା ଶ୍ରୀ ଏବଂ ଏଲ ଆଇ ସି ମାଇକ୍ରୋ ସଞ୍ଚୟ ।

*ବୃଦ୍ଧି ହୋଇପାରେ ପ୍ରିମିୟମ

ରିପୋର୍ଟ ଅନୁଯାୟୀ, ଏଲ॰ଆଇ॰ସି ଦ୍ୱାରା ଯେଉଁ ନୂତନ ପଲିସି ଉନ୍ମୋଚନ କରାଯିବ ସେଥିରେ ପ୍ରିମିୟମକୁ ବୃଦ୍ଧି କରାଯାଇପାରେ ଏତଦ ବ୍ୟତୀତ ନୂତନ ପଲିସିରେ ରିଟର୍ଣ୍ଣକୁ କମ କରିଦିଆଯାଇପାରେ । ଏଲ॰ଆଇ॰ସି ଅନୁସାରେ ଯେଉଁ ଲୋକମାନେ ଏହି ପଲିସି କ୍ରୟ କରିବା ବିଷୟରେ ଚିନ୍ତା କରୁଛନ୍ତି ସେମାନେ ୩୧ ଜାନୁଆରୀ ପୂର୍ବରୁ ଏହି ପଲିସିରେ ନିବେଶ କରିନିଅନ୍ତୁ । କାରଣ ଏଥିରୁ ସେମାନଙ୍କୁ ଅଧିକ ରିଟର୍ଣ୍ଣ ମିଳି ପାରିବ ।

ବନ୍ଦ ହୋଇଯିବ ୟୁନିଟ ଲିଙ୍କଡ଼ ପ୍ଲାନ ଏବଂ ନ୍ୟୁ ଏନଡାଉମେଣ୍ଟ ପ୍ଲସ

newstrend.news

୨୩ଟି ଯୋଜନାକୁ ବନ୍ଦ କରିବା ବ୍ୟତୀତ ଏଲ॰ଆଇ॰ସି ନିଜର ଏଲ॰ଆଇ॰ସି ପ୍ରିୟିୟମ ୱେବର ବେନିଫିଟ ରାଇଡର, ୟୁନିଟ ଲିଙ୍କଡ଼ ପ୍ଲାନ ଏବଂ ନ୍ୟୁ ଏନଡାଉମେଣ୍ଟ ପ୍ଲସକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

୩୦ ନଭେମ୍ବର ୨୦୧୯ରେ ବନ୍ଦ ହେବାର ଥିଲା ଏହି ପଲିସି ଗୁଡିକ ।

ଇନସୋରେନ୍ସ ରେଗୁଲେଟରୀ ଏଲ ଆଇ ସି ଏହି ସମସ୍ତ ଯୋଜନା ଗୁଡ଼ିକୁ ବନ୍ଦ କରିବା ପାଇଁ ୩୦ ନଭେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ଯଦିଓ ଲାଇଫ ଇନସୋରେନ୍ସ କାଉନସିଲ ଇନସୋରେନ୍ସ ରେଗୁଲେଟରୀ ଠାରୁ ଟିକିଏ ସମୟ ନେଇ ଏହି ଯୋଜନା ଗୁଡ଼ିକୁ ୩୦ ନଭେମ୍ବର ଛଡ଼ା ୩୧ ଜାନୁଆରୀ ୨୦୨୦ କୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ଯାହା ପରେ ଏହି ସମୟ ସୀମା ବୃଦ୍ଧି ହୋଇ ୩୧ ଜାନୁଆରୀ କରିଦିଆଯାଇଛି ।