ଏହି ୨ଟି କାମ କିଡନୀକୁ ସଂପୂର୍ଣ୍ଣ ରୂପରେ ଖରାପ କରି ଦେଇଥାଏ, ପ୍ରଥମ କାମଟି ପ୍ରାୟ ୯୦ ପ୍ରତିଶତ ଲୋକ କରୁଛନ୍ତି ।

Spread the love

ମନୁଷ୍ୟ ଶରୀରରେ ୨ଟି କିଡନୀ ଥାଏ । ଯେତେବେଳେ ଗୋଟେ ଖରାପ ହୋଇଯାଏ, ସେତେବେଳେ ଅନ୍ୟ କିଡନୀ ଭରସାରେ ମନୁଷ୍ୟ ଜୀବିତ ରହେ । କିନ୍ତୁ ଗୋଟିଏ କିଡନୀରେ ବଞ୍ଚିବା ବହୁତ କଷ୍ଟସାଧ୍ୟ ହୋଇଥାଏ ଏବଂ ଗୋଟିଏ କିଡନୀରେ ବଞ୍ଚିବା ଜୀବନ ପ୍ରତି ବିପଦ ମଧ୍ୟ ଥାଏ । କିଡନୀର କାର୍ଯ୍ୟ ମୁଖ୍ୟତଃ ବିଷାକ୍ତ ପଦାର୍ଥକୁ ଛାଣି ଶରୀରରୁ ବାହାରକୁ ନିଷ୍କାସିତ କରିବା । ଆଜି ଏହି ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କୁ ଦୁଇଟି କାର୍ଯ୍ୟ ବିଷୟରେ କହିବି, ଯାହାଦ୍ୱାରା କିଡନୀ ଖରାପ ହୁଏ । ତେବେ ଆସନ୍ତୁ ଜାଣିବା ସେ ଦୁଇଟି କାମ ବିଷୟରେ…

ଖରାପ ଜୀବନ ଶୈଳୀ :

ପ୍ରତ୍ୟକ ଦିନ ଜୀବନ ଅଭ୍ୟାସ ପରିବର୍ତ୍ତନ ଦ୍ୱାରା ମନୁଷ୍ୟର ଜୀବନଶୈଳୀ ଖରାପ ହୋଇଯାଏ । ସଠିକ୍ ସମୟରେ ନ ଖାଇବା, ଅତ୍ୟାଧିକ ଔଷଧ ସେବନ ଓ ପାଣି ପର୍ଯ୍ୟାପ୍ତ ପରିମାଣର ନ ପିଇବା ଦ୍ୱାରା କିଡନୀ ପ୍ରଭାବିତ ହୁଏ । ଏହା ଦ୍ଵାରା କିଡନୀ ଉପରେ ଅଧିକ ଚାପ ପଡେ ଏବଂ ଏହା କାମ କରିବା ବନ୍ଦ କରିଦିଏ । ବର୍ତ୍ତମାନ ସମୟରେ ୯୦% ଲୋକ ଏପରି ଜୀବନ ଅଭ୍ୟାସ ହୋଇଥାଏ ।

ମୋଟାପଣ ବୃଦ୍ଧି :

ବିଶ୍ୱରେ ୧୦% ଲୋକେ କେବେ ନା କେବେ କ୍ରୋନିକ କିଡନୀ ରୋଗର ଶିକାର ହୋଇଥାନ୍ତି । ଏହି ରୋଗରେ କିଡନୀକୁ ବହୁତ କ୍ଷତି ପହଞ୍ଚି ଥାଏ, ଯାହାଫଳରେ ବହୁତ ଥର ରୋଗୀଙ୍କୁ ନିଜ ଜୀବନ ହରାଇବାକୁ ପଡିଥାଏ । ନଚେତ୍ କେବଳ ଗୋଟିଏ କିଡନୀରେ ସାରା ଜୀବନ ଅତିବାହିତ କରିବାକୁ ପଡିଥାଏ । ପ୍ୟନ ଇଣ୍ଡିଆ ଖବର ଅନୁସାରେ ଭାରତରେ ୫୦ ପ୍ରତିଶତ ମୋଟାପଣ ବା ମେଦବୃଦ୍ଧି ଦ୍ୱାରା କିଡନୀ ରୋଗୀରେ ଆକ୍ରାନ୍ତିତ ହୋଇଥାନ୍ତି । କେତେ ଲୋକ ମୋଟା ନ ଥିବା ସ୍ଵତ୍ତ୍ବେ ସେମାନଙ୍କ ପେଟ ବଢିଯାଇଥାଏ । କ୍ରୋନିକ କିଡନୀ ରୋଗର ମୁଖ୍ୟ କାରଣ ପେଟର ମୋଟାପଣ । କିଡନୀ ରୋଗ ସେତେବେଳେ ସାମ୍ନାକୁ ଆସେ ଯେତେବେଳେ କିଡନୀର ଶତକଡା ୬୦ ରୁ ୬୫ ଭାଗ ନଷ୍ଟ ହୋଇଯାଇଥାଏ । ତେଣୁ ଏହାକୁ ସାଇଲେଣ୍ଟ କିଲ୍ଲର ବୋଲି କୁହାଯାଏ ।

ଆମ ଦ୍ୱାରା ଲେଖାଯାଇଥିବ ପୋଷ୍ଟଟି ଆପଣଙ୍କୁ କିପରି ଲାଗିଲା ଆପଣ କମେଣ୍ଟ ମାଧ୍ୟମରେ ଜଣେଇବେ।