ଅକ୍ଷୟ କୁମାରଙ୍କ ଅତି ପସନ୍ଦିତ ଅଟନ୍ତି ଏହି ଦୁଇ ବଲିଉଡ୍ ଅଭିନେତ୍ରୀ ! ମିଡ଼ିଆ ଆଗରେ କରିଲେ ଚକିତ କରିଲା ଭଳି ପ୍ରକାଶ…

Spread the love

ଅକ୍ଷୟ କୁମାର ବଲିଉଡର ଏକ ଏମିତି ଅଭିନେତା ଅଟନ୍ତି ଯାହାକୁ ସବୁ ବୟସର ଦର୍ଶକମାନେ ପସନ୍ଦ କରିଥାନ୍ତି ।ସେ ପ୍ରତ୍ୟେକ ଥର ନିଜ ଫିଲ୍ମ୍ ରେ ସମସ୍ତଙ୍କୁ ଚକିତ କରାଇଥାନ୍ତି ।ତାଙ୍କର ସମସ୍ତ ଫିଲ୍ମର କଂସେପ୍ଟ ଅଲଗା ହୋଇଥାଏ ଏବଂ ସେ ସର୍ବଦା ଏହା ପ୍ରୟାସ କରିଥାନ୍ତି କି ସେ ଦର୍ଶକଙ୍କୁ କିଛି ନୂଆ ଦେଇପାରିବେ ।ଅକ୍ଷୟ ଆଜିକାଲି ସାମାଜିକ ବିଷୟବସ୍ତୁ ଉପରେ ଅଧିକାଂଶ ଫିଲ୍ମ୍ କରିଥାନ୍ତି ।ବର୍ତ୍ତମାନ ବୋକ୍ସ ଅଫିସ ରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ୍ “ମିଶନ ମଙ୍ଗଳ” ଧୁମ ଉପରେ କମାଇଥିଲା । ଅକ୍ଷୟଙ୍କ ଫିଲ୍ମ୍ ହିଟ ହେବା ଯୋଗୁଁ ତାଙ୍କ ଫେନ୍ସ ଙ୍କ ମଧ୍ୟରେ ଅଧିକ ଖୁସି ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଫୋର୍ସ ଦୁନିଆର ସବୁଠାରୁ ହାଇଏଷ୍ଟ ପେଏଡ ଅଭିନେତା ଲୀଷ୍ଟ ଜାରି କରିଥିଲେ ଏବଂ ଏହି ଲୀଷ୍ଟ ରେ ଅକ୍ଷୟ ୪ନମ୍ବର ରେ ଅଛନ୍ତି। ଅକ୍ଷୟ ଏକମାତ୍ର ଏଭଳି ଅଭିନେତା ଅଟନ୍ତି ଯାହାକୁ ଫୋର୍ସ ର ଟପ୍ ୧୦ ର ଲୀଷ୍ଟ ଏହି ବର୍ଷ ସ୍ଥାନ ମିଳିଛି ।

ପୂର୍ବ ବର୍ଷ ଫିଲ୍ମ୍ “ପେଡମେନ” ପାଇଁ ଅକ୍ଷୟ କୁମାର ଙ୍କୁ ରାଷ୍ଟ୍ରୀୟ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା ।ବର୍ତ୍ତମାନ ୯ସେପ୍ଟେମ୍ବର ରେ ଅକ୍ଷୟ କୁମାର ନିଜର ୫୨ତମ ଜନ୍ମ ଦିବସ ପାଳନ କରିଥିଲେ । ସାରା ଦୁନିଆରେ ଅକ୍ଷୟଙ୍କ ଲକ୍ଷ ଲକ୍ଷ କୋଟି କୋଟି ଫେନ୍ଶ ଅଛନ୍ତି ।ତାଙ୍କୁ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ ମଧ୍ୟ ପସନ୍ଦ କରୁଛନ୍ତି ।ଏମିତିରେ ତୋ ଅକ୍ଷୟ ବଲିଉଡ ର ଫେବରେଟ ଅଟନ୍ତି ଏବଂ ପାଖାପାଖି ସମସ୍ତ ହିରୋଇନ ତାଙ୍କ ସହ କାମ କରିବାକୁ ଚାହୁଁଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଅକ୍ଷୟ କୁମାରଙ୍କ ସବୁଠାରୁ ପାସନ୍ଦିତା ଅଭିନେତ୍ରୀ କିଏ ? ତେବେ ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ ଜଣାଇବୁ ।

ଏହି ଅଭିନେତ୍ରୀ ଅକ୍ଷୟଙ୍କ ପ୍ରଥମ ପସନ୍ଦ :

କିଛିଦିନ ପୂର୍ବରୁ ଅକ୍ଷୟ ଏକ ଫିଲ୍ମର ସ୍କ୍ରିନିଂ ସମୟରେ ନିଜର ପସନ୍ଦତା ହିରୋଇନ୍ ବିଷୟରେ କଥା ହେଇଥିଲେ । ଯେତେବେଳେ ଅକ୍ଷୟ ଙ୍କୁ ପଚରଗଲା ଆପଣଙ୍କ ପସନ୍ଦିତା ହିରୋଇନ କିଏ ସେତେବେଳେ ଅକ୍ଷୟ ଯେଉଁ ଜବାବ୍ ଦେଇଥିଲେ ତାହା ସତରେ ଚକିତ କରିବା ଭଳି ଥିଲା । ଆପଣଙ୍କୁ ଜଣାଇ ଦେଉଛୁ ଯେ ଅକ୍ଷୟ କୁମାର କହିଥିଲେ କି ତାଙ୍କର ଫେଭରେଟ ଅଭିନେତ୍ରୀ “ଦିବଂଗତ” ଅଭିନେତ୍ରୀ ଶ୍ରୀଦେବୀ ଅଟନ୍ତି । ଅକ୍ଷୟ କହିଥିଲେ ” ୯୦ଦଶକରେ ମୁଁ ତାଙ୍କର ଫିଲ୍ମ୍ ଦେଖିବାକୁ ବହୁତ୍ ପଶନ୍ଦ କରୁଥିଲି । ସେହି ସମୟରେ କେବଳ ଶ୍ରୀଦେବୀଙ୍କ ହିଁ ସମୟ ଥିଲା । ଆଜି ମଧ୍ୟ ତାଙ୍କର ସ୍ମୃତି ମୋ ମନ ମଧ୍ୟରେ ଅଛି ।ସେ ମୋର ଫେଭରେଟ ଅଭିନେତ୍ରୀ ଅଟନ୍ତି ଏବଂ ସର୍ବଦା ରହିବେ ” । ଜଣାଇ ଦେଉଛୁ ,୨୦୦୪ ମସିହାରେ ଫିଲ୍ମ୍ “ମେରୀ ବିୱୀ କା ଜବାବ ନେହିଁ ” ରେ ଅକ୍ଷୟ କୁମାର ଶ୍ରୀଦେବୀ ଙ୍କ ସହ ନଜର ଆସିଥିଲେ ।

ନୂତନ ଜେନେରେସେନରେ ପସନ୍ଦ ଅଟନ୍ତି ଏହି ଅଭିନେତ୍ରୀ

ଏହାପରେ ଯେତେବେଳେ ଅକ୍ଷୟଙ୍କ ପଚରାଗଲା କି ତାଙ୍କୁ ଆଜିର ଜେନେରେସେନ ରେ କେଉଁ ଅଭିନେତ୍ରୀ ପସନ୍ଦ ଅଟେ । ସେତେବେଳେ ଏହାର ଉତ୍ତର ଦେବାକୁ ଯାଇ ବିଳମ୍ବ ନକରି ବଲିଉଡ ର ବେଗମ କରିନା କାପୁରଂକ ନାମ କହିଥିଲେ ।ଜଣାଇ ଦେଉଛୁ, ଅକ୍ଷୟ କୁମାର ଏବଂ କରିନା ଅନେକ ଫିଲ୍ମ୍ ରେ ନଜର ଆସି ସାରିଛନ୍ତି ।ଶେଷରେ ସେ ଏହି କଥା ସଫା ସଫା କରି କହିଥିଲେ କି ଶ୍ରୀଦେବୀ ଏବଂ କରିବା ତାଙ୍କର ପସନ୍ଦ ତା ହିରୋଇନ ଅଟନ୍ତି । ଜଣାଇ ଦେଉଛୁ, ବର୍ତ୍ତମାନ ଅକ୍ଷୟ କୁମାର କରିନା କପୁରଙ୍କ ସହିତ ନିଜର ଆଗାମୀ ଫିଲ୍ମ୍ “ଗୁଡନ୍ୟୁଜ” ର ସୁଟିଙ୍ଗ କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ଦୁହେଁ ୨୦୦୯ ମସିହାରେ ଫିଲ୍ମ୍ ‘କମ୍ବକ୍ତ ଇସ୍କ’ରେ ଏକାସାଥିରେ ନଜର ଆସିଥିଲେ । ପୁରା ୧୦ବର୍ଷ ପରେ ବେବୋ ଏବଂ ଅକ୍ଷୟ କୁମାର ଏକସାଥିରେ କାମ କରୁଛନ୍ତି । ଏମିତିରେ ଦୁହିଁଙ୍କ ଫେନ୍ସ ତାଙ୍କ ଫିଲ୍ମକୁ ଧର୍ଯ୍ୟତାର ସହିତ ଅପେକ୍ଷା କରିଛନ୍ତି ।