ଚାଣକ୍ୟ ନୀତି ଅନୁସାରେ ଏହି ୧୧ଟି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ବଡ଼ ମୂର୍ଖ କୁହାଯାଇ ଥାଏ । ଜାଣନ୍ତୁ ମୂର୍ଖମାନଙ୍କ ଲକ୍ଷଣ ।

Spread the love

ଆଚାର୍ଯ୍ୟ ଚାଣକ୍ୟ ଏକ ବହୁତ ଭଲ ନୀତିକାର ଥିଲେ । ସେ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ବହୁତଗୁଡିଏ ବିଷୟ ଉଲ୍ଲେଖ କରିଛନ୍ତି । ଯଦି କୌଣସି ବ୍ୟକ୍ତି ଏହି ଉଲ୍ଲେଖନୀୟ ବିଷୟଗୁଡିକୁ ପାଳନ କରେ; ତେବେ ସେ ନିଜ ଜୀବନକୁ ସୁଖମୟ କରିବା ସହ ନିଜ ଜୀବନରେ ସଫଳତା ପ୍ରାପ୍ତ କରିଥାଏ । ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜାତି ସହ ସମ୍ପୃକ୍ତ କିଛି କଥା ନିଜ ନୀତିଗୁଡିକରେ ଉଲ୍ଲେଖ କରିଛନ୍ତି । ଯାହା ଦ୍ଵାରା ଆମେ ନିଜର ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ପାରିବା । ଏହି ନୀତି ଗୁଡିକରେ ସଫଳତାର ରହସ୍ୟ ଲୁକ୍କାୟିତ ରହିଛି । କିନ୍ତୁ ଚାଣକ୍ୟ ନୀତିରେ କିଛି ଏପରି କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି; ଯଦି କୌଣସି ବ୍ୟକ୍ତି ଏହି କାର୍ଯ୍ୟ ଗୁଡିକୁ କରେ ତେବେ ସେହି ବ୍ୟକ୍ତକୁ ମୂର୍ଖ ବୋଲି କୁହାଯାଇଥାଏ । ଆଜି ଆମେ ଆପଣଙ୍କୁ ମୂର୍ଖ ବ୍ୟକ୍ତିଙ୍କ କିଛି ସଂକେତ ବିଷୟରେ କହିବା ପାଇଁ ଚାହୁଁଛୁ । ଯଦି ଆପଣ କିମ୍ବା ଆପଣଙ୍କ ଆଖପାଖର କୌଣସି ବ୍ୟକ୍ତି ତଳେ କୁହାଯାଇଥିବା କାର୍ଯ୍ୟକୁ କରିଥାଏ; ତେବେ ଜାଣି ରଖନ୍ତୁ ସେହି ବ୍ୟକ୍ତି ସବୁଠୁ ବଡ଼ ମୂର୍ଖ ଅଟେ ।

ଏହି ବ୍ୟକ୍ତିମାନେ ହୋଇଥାନ୍ତି ସବୁଠୁ ବଡ଼ ମୂର୍ଖ :

• କିଛି ଲୋକ ଏହିଭଳି ହୋଇଥାନ୍ତି; ଯେଉଁମାନଙ୍କୁ ଜ୍ଞାନ ନଥାଏ କିନ୍ତୁ ବହୁତ ଗର୍ଵ ଥାଏ । ଏହି କାରଣରୁ କେହି ଯଦି ବିନା ଜ୍ଞାନରେ ଗର୍ଵ ଅନୁଭଵ କରୁଥାଏ; ତେବେ ସେହି ବ୍ୟକ୍ତି ସବୁଠୁ ବଡ଼ ମୂର୍ଖ ହୋଇଥାଏ ।

• ଯେଉଁ ବ୍ୟକ୍ତି ଦରିଦ୍ର ହୋଇ ମଧ୍ୟ ବଡ଼ ବଡ଼ ସ୍ୱପ୍ନ ଦେଖିଥାଏ ଏବଂ ବିନା କୌଣସି ପରିଶ୍ରମ କରି ଧନୀ ହେବା ପାଇଁ ଚାହିଁଥାଏ; ଏହି ପ୍ରକାରର ଲୋକ ମୂର୍ଖ ହୋଇଥାଏ ।

• କିଛି ବ୍ୟକ୍ତିଙ୍କ ଅଭ୍ୟାସ ହୋଇଥାଏ; ନିଜ କାମ ଛାଡ଼ି ଅନ୍ୟର କାର୍ଯ୍ୟରେ ଲିପ୍ତ ହୋଇଥାନ୍ତି । ଚାଣକ୍ୟଙ୍କ ଅନୁସାରେ ଏହିପରି ବ୍ୟକ୍ତିମାନେ ମୂର୍ଖ ହୋଇଥାନ୍ତି ।

• ଯେଉଁମାନେ ଖରାପ କାର୍ଯ୍ୟ କରିଥାନ୍ତି କିମ୍ବା ଖରାପ ଲୋକଙ୍କ ସହ ମିଶିଥାନ୍ତି; ଏହି ଲୋକମାନେ ମୂର୍ଖ ହୋଇଥାନ୍ତି ।

• ଆବଶ୍ୟକୀୟ ଜିନିଷ କିଣିବା ନିହାତି ଉଚିତ୍ କିନ୍ତୁ ଯେଉଁ ବ୍ୟକ୍ତି ବ୍ୟର୍ଥରେ କୌଣସି ଜିନିଷ କିଣି ଥାଏ; ସେହି ବ୍ୟକ୍ତି ସବୁଠୁ ବଡ଼ ମୂର୍ଖ ହୋଇଥାଏ ।

• କିଛି ଲୋକ ଜାଣିଶୁଣି ନିଜ ଠାରୁ ସବଳ ବ୍ୟକ୍ତିଙ୍କ ସହ କଳି କରିଥାନ୍ତି, ଯେଉଁମାନେ ଏହିପରି କରିଥାନ୍ତି; ସେହି ବ୍ୟକ୍ତିମାନେ ମୁର୍ଖ ହୋଇଥାନ୍ତି ।

• ଯେଉଁମାନେ ଶତ୍ରୁକୁ ମିତ୍ର କରି ଦେଇଥାନ୍ତି ଏବଂ ନିଜ ମିତ୍ର ସହ ଶତ୍ରୁତା କରିଥାନ୍ତି; ସେହିପରି ବ୍ୟକ୍ତିମାନେ ମୁର୍ଖ ହୋଇଥାନ୍ତି ।

• ଯେଉଁମାନେ ସାରାଦିନ ଖରାପ କାର୍ଯ୍ୟ କରିଥାନ୍ତି, ଯେଉଁ ମାନଙ୍କ ମନ ଖରାପ କାର୍ଯ୍ୟରେ ଲିପ୍ତ ହୋଇଥାଏ; ସେହି ବ୍ୟକ୍ତିମାନେ ମୁର୍ଖ ହୋଇଥାନ୍ତି ।

• ଯେଉଁମାନେ ଅନ୍ୟ ସାମ୍ନାରେ ନିଜର କାର୍ଯ୍ୟର ଭେଦ ଖୋଲି ଦେଇଥାନ୍ତି ଏବଂ ବିନା କୌଣସି କାରଣରେ ଅନ୍ୟ ଉପରେ ସନ୍ଦେହ କରିଥାନ୍ତି; ସେହି ବ୍ୟକ୍ତିମାନେ ମୁର୍ଖ ହୋଇଥାନ୍ତି । ଏହା ବ୍ୟତୀତ ଯେଉଁମାନେ ଅନ୍ୟ ଉପରେ ଅଧିକ ବିଶ୍ୱାସ କରିଥାନ୍ତି; ସେହି ବ୍ୟକ୍ତିମାନେ ମଧ୍ୟ ମୁର୍ଖ ହୋଇଥାନ୍ତି ।

• ଯେଉଁ ମାନଙ୍କର ଭଗବାନଙ୍କ ଉପରେ ଆସ୍ଥା ନଥାଏ; ସେମାନଙ୍କୁ ନାସ୍ତିକ କୁହାଯାଇଥାଏ । ଭଗବାନଙ୍କୁ ନ ମାନିବା ବ୍ୟକ୍ତି ଏବଂ ଭଗବାନଙ୍କ ଅପମାନ କରୁଥିବା ବ୍ୟକ୍ତି ମଧ୍ୟ ମୁର୍ଖ ହୋଇଥାଏ ।

• ଅଳସୁଆ ବ୍ୟକ୍ତି, ଯେଉଁମାନଙ୍କୁ ସମୟର ଜ୍ଞାନ ନ ଥାଏ ସେହିମାନେ ମଧ୍ୟ ମୁର୍ଖ ହୋଇଥାନ୍ତି । ଏହା ବ୍ୟତୀତ ଯେଉଁମାନେ ଅନାବଶ୍ୟକ କାର୍ଯ୍ୟ କରିଥାନ୍ତି; ସେହି ବ୍ୟକ୍ତିମାନେ ମଧ୍ୟ ମୁର୍ଖ ହୋଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିବ । ପସନ୍ଦ ହୋଇଥିଲେ ନିଜ ମତ ତଳ କମେଣ୍ଟ ବକ୍ସରେ ଦେବା ପାଇଁ ଭୁଲନ୍ତୁ ନାହିଁ ।