ବଲିଉଡର ଏହି ଏଗାର ଜଣ ଅଭିନେତ୍ରୀ ଅବିଭାହିତ ରହି ଯାଇଛନ୍ତି । କେହି କେହି ଦୁନିଆରୁ ଚାଲି ଯାଇଥିବା ବେଳେ କିଛି ଅଭିନେତ୍ରୀ ଜୀବନର ମଜା ନେଵାର ଭୁଲି ଗଲେଣି ।

Spread the love

ବିବାହ, ଜୀବନରେ ଏକ ମହତ୍ୱପୂର୍ଣ କାର୍ଯ୍ୟ ଅଟେ । ଜୀବନରେ ଏପରି ଏକ ସମୟ ଆସିଥାଏ, ଯେତେବେଳେ ବ୍ୟକ୍ତିକୁ ଵିଵାହ କାଟିବା ପାଈଁ ପଡିଥାଏ । ପ୍ରାୟତଃ ଝିଅ ମାନଙ୍କୁ କମ ବୟସରେ ଵିଵାହ କରାଇ ଦିଆଯାଇ ଥାଏ । ଭାରତୀୟ ପିତା ମାତାଙ୍କର ମାନ୍ୟତା ରହିଛି, ପ୍ରତି ଝିଅର ଵିଵାହ ଶୀଘ୍ର କରାଇ ଦେବା ଫଳରେ ଝିଅଟି ଖୁସିରେ ଜୀବନ ଯାପନ କରି ପାରିବ । କିନ୍ତୁ ବଲିଉଡର ଏହିପରି କିଛି ଅଭିନେତ୍ରୀ ମାନେ ଅବିବାହିତ ରହି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀ ବାର୍ଦ୍ଧକ୍ୟ ଅବସ୍ଥା ରହିଥିବା ବେଳେ କିଛି ଅଭନେତ୍ରୀଙ୍କର ମୃତ୍ୟୁ ହୋଇଯାଇଛି । କିଛି ଅଭିନେତ୍ରୀ ୪୦ ବର୍ଷ ଅତିକ୍ରମ କାରିବା ପରେ ମଧ୍ୟ ଅବିବାହିତ ହୋଇ ରହି ଯାଇଛନ୍ତି । ଆଜିର ଏହି ଲେଖାରେ ଆମେ ଅପଣଙ୍କୁ କିଛି ଅଭିନେତ୍ରୀଙ୍କ ବିଷୟରେ କହିବା ପାଇଁ ଯାଉଛି, ଯେଉଁମାନଙ୍କ ଭାଗ୍ୟରେ ବିବାହର ସୁଖ ମିଳିପାରି ନାହିଁ ।

ଅନୁ ଅଗ୍ରୱାଲ :

ଅନୁ ଅଗ୍ରୱାଲଙ୍କୁ ଲୋକେ ମହେଶ ଭଟ୍ଟଙ୍କ ଫିଲ୍ମ “ଆଶିକ” ପାଇଁ ମନେ ରଖିଛନ୍ତି । ଏହି ଫିଲ୍ମ ବଲିଉଡ ଇଣ୍ଡଷ୍ଟ୍ରିର ସୁପେର ହିଟ୍ ଚଳଚିତ୍ର ମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ଏହି ଫିଲ୍ମଟିକୁ ବାଦ ଦେବା ପରେ “ଅନୁ”ଙ୍କର ଅନ୍ୟ କୌଣସି ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇ ପାରିନଥିଲା । କହିବା ପାଇଁ ଚାହୁଁଛୁ, ଅନୁଙ୍କର ଏକ ଦୁର୍ଗଟଣା ହୋଇଯାଇଥିବା କାରଣରୁ ଅନୁ ବର୍ତ୍ତମାନ ପର୍ଯ୍ୟନ୍ତ ଅବିବାହିତ ହୋଇ ରହି ଯାଇଛନ୍ତି ।

ଆଶା ପାରେଖ :

୭୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଆଶା ପାରେଖ ବର୍ତ୍ତମାନ ପର୍ଯ୍ୟନ୍ତ ଅବିବାହିତ ହୋଇ ରହିଛନ୍ତି । କିନ୍ତୁ ତାଙ୍କର ଆତ୍ମ ଜୀବନିରେ ବର୍ଣ୍ଣିତ ହୋଇଛି, ସେ ନିର୍ଦ୍ଦେଶକ ନାଶୀର ହୁସେନଙ୍କୁ ପ୍ରେମ କରୁଥିଲେ । ଏହି କାରଣରୁ ସେ ବିବାହ କରିନାହାନ୍ତି ।

ପରବିନ ବାବି :

ପରବିନ ବାବି ୭୦ ଏବଂ ୮୦ ଦଶକର ଜଣେ ସଫଳ ଅଭିନେତ୍ରୀ ଥିଲେ । ପରବିନ ବାବିଙ୍କ ନାମ ଅନେକ ଗୁଡିଏ କଳାକାରଙ୍କ ସହ ଜଡିତ ହୋଇଥିଲା କିନ୍ତୁ ସେ କାହାରି ସହ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇ ନ ଥିଲେ । ରିପୋର୍ଟ ଅନୁସାରେ ପରବିନ ବାବି ମହେଶ ଭଟ୍ଟଙ୍କୁ ବହୁତ ପ୍ରେମ କରୁଥିଲେ । ମହେଶ ଭଟ୍ଟ ପୂର୍ବରୁ ବିବାହିତ ହୋଇଥିବା କାରଣରୁ ପରବିନ ବାବିଙ୍କୁ ବିବାହ କରି ନଥିଲେ । ଯାହା ଫଳରେ ପରବିନ ବାବି ଆଜୀବନ ଅବିବାହିତ ହୋଇ ରହି ଯାଇଥିଲେ ।

ସୁସ୍ମିତା ସେନ :

ପୂର୍ବତନ ମିସ୍ ୟୁନିଭର୍ସ ଏବଂ ଅଭିନେତ୍ରୀ ସୁସ୍ମିତା ସେନ ଆଜି ପର୍ଯ୍ୟନ୍ତ ଅବିବାହିତା ହୋଇ ରହି ଯାଇଛନ୍ତି । ସୁସ୍ମିତା ସେନ ନିଜର ଦୁଇ ଜଣ ପୋଷ୍ୟ କନ୍ୟାଙ୍କ ସହ ରହୁଛନ୍ତି । ବର୍ତ୍ତମାନ ଶୁଣିବା ପାଇଁ ମିଳୁଛି ଭବିଷ୍ୟତରେ ସେ ଵିଵାହ କରିବେ ବୋଧେ ।

ତବୁ :

ମିଡ଼ିଆ ରିପୋର୍ଟ ଅନୁସାରେ ତବୁଙ୍କ ନିର୍ବନ୍ଧ ସାଜିଦ ନାଦିୟା ଦବାଲଙ୍କ ସହ ହୋଇଥିଲା । କନ୍ତୁ ଏହି ଖବରର କୌଣସି ସତ୍ୟାସତ୍ୟ ମିଳି ନାହିଁ । କିନ୍ତୁ ତବୁ ବର୍ତମାନ ପର୍ଯ୍ୟନ୍ତ ଅବିବାହିତ ହୋଇ ରହିଛନ୍ତି । କହିବା ପାଇଁ ଚାହୁଁଛୁ, ସାଜିଦ ନାଦିୟା ଦବାଲଙ୍କ ଜଣେ ଫିଲ୍ମ ନିର୍ମାତା ଅଟନ୍ତି ।

ନଗମା :

ଫିଲ୍ମରେ ଅଭିନୟ ପରେ ନଗମା ବର୍ତ୍ତମାନ ରାଜନୀତିରେ କାର୍ଯ୍ୟରତ ଅଟନ୍ତି । ୪୦ ବର୍ଷରେ ପଦାର୍ପଣ କରିବା ସ୍ୱତେ ନଗମା ଆଜି ମଧ୍ୟ ଅବିବିବାହିତ ହୋଇ ରହିଛନ୍ତି । ଏକଦା ନଗମାଙ୍କ ନାମ ସୌରଭ ଗାଙ୍ଗୁଲି ସହ ଯୋଡି ହୋଇଥିଲା । ଦୁହେଁଙ୍କ ନାମ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା ।

ନନ୍ଦା :

ଅଭିନେତ୍ରୀ ନନ୍ଦାଙ୍କ ନିର୍ବନ୍ଧ ନିର୍ଦ୍ଦେଶକ ମନ ମୋହନ ଦେଶାଇଙ୍କ ସହ ହୋଇଥିଲା । କିନ୍ତୁ ଵିଵାହ ପୁର୍ବରୁ ମନ ମୋହନ ଦେଶାଇଙ୍କ ମୃତ୍ୟୁ ହୋଇଯିବା କାରଣରୁ ନନ୍ଦା ଅବିବାହିତ ହୋଇ ରହି ଯାଇଥିଲେ ।

ସୁରେୟା :

ଏକଦା ଅଭିନେତ୍ରୀ ସୁରେୟା ଏବଂ ଦେବାନନ୍ଦଙ୍କ ପ୍ରେମ କାହାଣୀ ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ଥିଲା । ରିପୋର୍ଟରଙ୍କ ଅନୁସାରେ, ସୁରେୟାଙ୍କ ମାଆ ଦେବାନନ୍ଦଙ୍କୁ ପସନ୍ଦ କରୁ ନଥିଲେ । ଯାହା ଫଳରେ ଦୁହିଁଙ୍କ ବିବାହ ହୋଇ ନ ଥିଲା ଏବଂ ସୁରେୟା ଜୀବନ ତମାମ ଅବିବାହିତା ହୋଇ ରହି ଯାଇଥିଲେ ।

ଅମିଶା ପଟେଲ :

ଅମିଶା ପଟେଲ ନିଜର ବଲିଉଡ କ୍ୟାରିଅର ୨୦୦୦ ମସିହାରେ ସୁପେର ହିଟ୍ ଫିଲ୍ମ “କୋହନା ପ୍ୟାର ହେ” ରୁ ପ୍ରାରମ୍ଭ କଟିଥିଲେ । ବର୍ତ୍ତମାନ ଅମିଶା ୪୦ ବର୍ଷରେ ପଦାର୍ପଣ କରି ସାରିଲେଣି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅବିବାହିତା ହୋଇ ରହି ଯାଇଛନ୍ତି । ଅମିଶା ବିକ୍ରମ ଭଟ୍ଟଙ୍କ ପ୍ରେମ ସମ୍ପର୍କରେ ରହି ଚର୍ଚ୍ଚା ସାଉଁଟିଥିଲେ ।

ଦିବ୍ୟା ଦତ୍ତା :

ଦିବ୍ୟାଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଜି ପର୍ଯ୍ୟନ୍ତ ଶୁଣିବା ପାଇଁ ମିଳି ନାହିଁ । ୪୦ ବର୍ଷ ପୂର୍ତ୍ତି ଯାଇଥିଲେ ମଧ୍ୟ ଦିବ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ଅବିବାହିତ ହୋଇ ରହିଛନ୍ତି । ଆସନ୍ତା ସମୟରେ ଦିବ୍ୟା ବିବାହ କରିବାର କୌଣସି ଯୋଜନା ରଖି ନାହାଁନ୍ତି ।

ନର୍ଗିସ ଫାକରି :

ଅନେକ ଲୋକଙ୍କ ସହ ନାମ ଜଡ଼ିତ ହେବା ସତ୍ତ୍ୱେ ନର୍ଗିସ ଫାକରି ଆଜି ମଧ୍ୟ ଅବିବାହିତ ହୋଇ ରହି ଯାଇଛନ୍ତି । ନର୍ଗିସ ଫାକରିଙ୍କ ନାମ ଉଦୟ ଚୋପ୍ରାଙ୍କ ସହ ଯୋଡି ହୋଇଥିଲା କିନ୍ତୁ ଦୁହିଁଙ୍କ ସମ୍ପର୍କରେ ପୂର୍ଣଛେଦ ପଡି ଯାଇଥିଲା । ଆଜିକାଲି ନର୍ଗିସ ଫାକରି ଆମେରିକାର ଫିଲ୍ମ ନିର୍ମାତାଙ୍କୁ ଡେଟ୍ କରୁଛନ୍ତି ।