ଏହି ୧୦ଜଣ ଅରବପତି ବ୍ୟବସାୟୀଙ୍କ ପତ୍ନୀମାନେ ସୁନ୍ଦର ଏବଂ ବୁଦ୍ଧିମାତୀ ଅଟନ୍ତି । ପତିଙ୍କ ଅର୍ଥରୁ ସମାଜ ସେବା କରନ୍ତି ।

Spread the love

ଭାରତରେ ଅନେକ ବ୍ୟବସାୟୀମାନେ ଅଛନ୍ତି, ଯେଉଁମାନେ ଅରବପତି ଅଟନ୍ତି । ଏପରି ସେମାନଙ୍କୁ ବିବାହ କରୁଥିବା ମହିଳାମାନଙ୍କୁ ମଧ୍ୟ ବିତ୍ତଶାଳୀଙ୍କ ମଧ୍ୟରେ ଆସି ଥାଆନ୍ତି । ଆମ ମଧ୍ୟରୁ ଅନେକଙ୍କ ଧାରଣା ଥାଏ ଯେ, ଏହି ବିତ୍ତଶାଳୀ ବ୍ୟବସାୟୀଙ୍କ ପତ୍ନୀମାନେ ଘରେ ବସି ନିଜ ପତିଙ୍କ ଅର୍ଥକୁ ଆରାମ ସୌଖୀନରେ ଖର୍ଚ୍ଚ କରିଥାନ୍ତି । ଏମାନଙ୍କୁ କୌଣସି କାମ କରିବାକୁ ଆବଶ୍ୟକ ପଡୁନଥାଏ । କିନ୍ତୁ ସମସ୍ତଙ୍କର ଚିନ୍ତାଧାରା ସମାନ ନଥାଏ । ଏହି ଅରବପତି ମହିଳାମାନଙ୍କ ମଧ୍ୟରୁ କିଛି ଏହି ଦେଶ ଏବଂ ସମାଜ ପ୍ରତି ତାଙ୍କର କର୍ତ୍ତବ୍ୟକୁ ବୁଝିଥାନ୍ତି । ଆଜି ଆମେ ଏମିତି କିଛି ଅରବପତି ମହିଳାମାନଙ୍କ ବିଷୟରେ କହିବୁ, ଯେଉଁମାନେ ସୁନ୍ଦର ଏବଂ ବୁଦ୍ଧିମାତି ହେବା ସହ ନିଜର ଅର୍ଥକୁ ସଠିକ ଭାବରେ ବ୍ୟବହାର କରିବା ମଧ୍ୟ ଜାଣିଛନ୍ତି ।

ନିତା ଅମ୍ବାନୀ (ମୁକେଶ ଅମ୍ବାନୀଙ୍କ ପତ୍ନୀ) :

ନିତା ଏବଂ ମୁକେଶଙ୍କର ଯୋଡି ବ୍ୟବସାୟ ତାଲିକାରେ ଲୋକପ୍ରିୟ ଅଟେ । ନିତା ଅମ୍ବାନୀ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ମଧ୍ୟ ଅଟନ୍ତି । ନିତାଙ୍କ ପାଖରେ ବର୍ତ୍ତମାନ ୭,୯୮୩ କୋଟି ଟଙ୍କାର ସମ୍ପତି ଅଛି । ନିତାଙ୍କ ବାର୍ଷିକ ଆୟ ୭୨ କୋଟି ଟଙ୍କା ଅଟେ । ନିତା ଭାରତର ସବୁଠାରୁ ଧନୀ ମହିଳା ଅଟନ୍ତି । ମୁମ୍ବାଇରେ ଥିବା ଧିରୁଭାଇ ଅମ୍ବାନୀ ଇଣ୍ଟର୍ନେସନାଲ ସ୍କୁଲର ମୁଖ୍ୟ ଅଟନ୍ତି । ସେ ଅଭାବୀ ଏବଂ ଗରିବ ଲୋକଙ୍କ ପାଇଁ ଅନେକ ସମାଜ ସେବା ମଧ୍ୟ କରନ୍ତି ।

ଟିନା ଅମ୍ବାନୀ (ଅନୀଲ ଅମ୍ବାନୀଙ୍କ ପତ୍ନୀ) :

ବଲିଉଡରେ କିଛି ବର୍ଷ ସଫଳ ହେବାପରେ ଟିନା ରିଲାଏନ୍ସ ଗ୍ରୁଫର ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ସହ ବିବାହ କରିଥିଲେ । ଟିନାଙ୍କ ପାଖରେ ବର୍ତ୍ତମାନ ୨୩୩୧ କୋଟି ଟଙ୍କା ଅଛି । ଟିନା କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲର ମୁଖ୍ୟ ଅଟନ୍ତି । ଏହା ସହ ସେ ସିଲଭର ଫାଉଣ୍ଡେସନ ଏବଂ ହାର୍ମନୀ ଆର୍ଟ ଫାଉଣ୍ଡେସନର ଅଧ୍ୟକ୍ଷ ଅଟନ୍ତି । ଟିନା ଯୁବା କଳାକାରଙ୍କ କାମକୁ ପ୍ରୋତ୍ସାହନ କରିବା ସହ ଅନେକ ସମାଜ ସେବା ମଧ୍ୟ କରନ୍ତି ।

କିରଣ ନାଦର (ଶିବ ନାଦରଙ୍କ ପତ୍ନୀ) :

କିରଣ ଏଚସିଏଲ ଟେକନୋଲୋଜି ଶିବ ନାଦରଙ୍କ ପତ୍ନୀ ଅଟନ୍ତି । ସେ ମ୍ୟୁଜିଅମ ଅଫ୍ ଆର୍ଟର ଅଧ୍ୟକ୍ଷ ଅଟନ୍ତି । ଏହା ସହ ସେ ଶିବ ନାଦର ଫାଉଣ୍ଡେସନର ଟ୍ରଷ୍ଟି ଅଛନ୍ତି । ଏହା ମାଧ୍ୟମରେ ସେ ଅନେକ ସମାଜସେବା ମଧ୍ୟ କରନ୍ତି । ବର୍ତ୍ତମାନ କିରଣଙ୍କ ପାଖରେ ୨୦,୧୨୦ କୋଟିର ସମ୍ପତି ଅଛି ।

ସୁଧା ମୂର୍ତି (ନାରାୟଣ ମୂର୍ତିଙ୍କ ପତ୍ନୀ) :

ସୁଧା, ଇନଫୋସିସ କମ୍ପାନୀର ମାଲିକ ନାରାୟଣ ମୂର୍ତିଙ୍କ ପତ୍ନୀ ଅଟନ୍ତି । ସେ କମ୍ପୁଟର ସାଇନଟିଷ୍ଟ ରୂପରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଆଜି ସେ ଇନଫୋସିସ କମ୍ପାନୀର ଅଧ୍ୟକ୍ଷ ଏବଂ ଗେଟ୍ସ ଫାଉଣ୍ଡେସନର ସଦସ୍ୟ ଅଟନ୍ତି । ଏହି ଫାଉଣ୍ଡେସନ ପବ୍ଲିକ ହେଲଥ ସେକ୍ଟରରେ ସମାଜ ସେବାର କାର୍ଯ୍ୟ କରେ । ସୁଧାଙ୍କ ପାଖରେ ସମୁଦାୟ ୨୪୮୦ ଟଙ୍କାର ସମ୍ପତି ଅଛି ।

ମୋନିକା ବର୍ମନ (ବିବେକ ବର୍ମନଙ୍କ ପତ୍ନୀ) :

ମୋନିକା ଡାବର ଇଣ୍ଡିଆର ଅଧ୍ୟକ୍ଷ ବିବେକ ବର୍ମନଙ୍କ ପତ୍ନୀ ଅଟନ୍ତି । ମୋନିକାଙ୍କ ପାଖରେ ୨୨୬୦ କୋଟିର ସମ୍ପତି ଅଛି । ସେ ଏକ ଗୃହିଣୀ ଅଟନ୍ତି । ନିଜର ଦୁର୍ଲଭ ଡିଜାଇନର ଶାଢ଼ୀ ଏବଂ ଦାମିକା ଅଳଙ୍କାର ପାଇଁ ଜଣା ଯାଆନ୍ତି । ନିଜ ପରିବାରକୁ ନେଇ ଚାଲିବା ସହ ଅନେକ ସମାଜ ସେବା ମଧ୍ୟ କରନ୍ତି ।

ଉଷା ମିତ୍ତଲ (ଲଷ୍ମୀ ମିତ୍ତଲଙ୍କ ପତ୍ନୀ ) :

ଉଷା, ଦୁନିଆର ସବୁଠାରୁ ବଡ଼ ଷ୍ଟିଲ ଉତ୍ପାଦନ କରୁଥିବା କମ୍ପାନୀ Arcelor Mittal କମ୍ପାନୀର ମାଲିକ ଲଷ୍ମୀ ମିତ୍ତଲଙ୍କ ପତ୍ନୀ ଅଟନ୍ତି । ସେ ମହିଳା ଶିକ୍ଷାକୁ ପ୍ରୋତ୍ସାହନ ଦେବା ସହ ଉଷା ମିତ୍ତଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ଭାଗୀଦାରୀ ଅଟନ୍ତି ।

ୟାସ୍ମୀନ ପ୍ରେମଜି (ଆଜମ ପ୍ରେମଜୀଙ୍କ ପତ୍ନୀ) :

ୟାସ୍ମିନ, ବିପ୍ରୋ କମ୍ପାନୀର ମାଲିକ ଆଜମ ପ୍ରେମଜୀଙ୍କ ପତ୍ନୀ ଅଟନ୍ତି । ସେ ଆଜମ ପ୍ରେମଜୀ ଫାଉଣ୍ଡେସନ ମାଧ୍ୟମରେ ଚେରିଟି ସମ୍ପର୍କିତ କାମ କରନ୍ତି ।

କମଲ ହୀରାନନ୍ଦାନୀ (ନିରଞ୍ଜନ ହୀରାନନ୍ଦାନୀଙ୍କ ପତ୍ନୀ) :

କମଲ ହୀରାନନ୍ଦାନୀ ଗ୍ରୁଫର ଅରବପତି ବାଲିକ ନିରଞ୍ଜନ ହୀରାନନ୍ଦାନୀଙ୍କ ପତ୍ନୀ ଅଟନ୍ତି । କମଲ ଏହି ଗ୍ରୁଫର ବିଭିନ୍ନ କମ୍ପାନିର ସଦସ୍ୟ ହେବା ସହ କାଯ୍ୟଭାର ସମ୍ଭାଳୁଛନ୍ତି । ସେ ସମାଜ ସେବା ମଧ୍ୟ କରନ୍ତି ।

ନତାସା ପୁନାବାଲା (ଆଦର ପୁନାବାଲାଙ୍କ ପତ୍ନୀ) :

ନତାସା ସୀରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ମାଲିକ ଆଦର ପୁନାବାଲାଙ୍କ ପତ୍ନୀ ଅଟନ୍ତି । ସେ ବହୁତ ଲାବଣ୍ୟବତୀ ଅଟନ୍ତି । ତାଙ୍କର ବିଲ୍କୁ ପୁନାବାଲା ନାମରେ ଏକ ଫାଉଣ୍ଡେସନ ଅଛି ଏବଂ ଏହା ମାଧ୍ୟମରେ ସେ ଚେରିଟି କାମ କରନ୍ତି ।

ନୟନ ମିତ୍ତଲ (ସୁନୀଲ ମିତ୍ତଳଙ୍କ ପତ୍ନୀ) :

ନୟନ ଭାରତୀ ଇଣ୍ଟରପ୍ରାଇଜେସର ମାଲିକ ସୁନୀଲ ମିତ୍ତଳଙ୍କ ପତ୍ନୀ ଅଟନ୍ତି । ଭାରତୀ ଏୟାରଟାଲ ମଧ୍ୟ ଏହି କମ୍ପାନୀର ଅଟେ । ନୟନ ଏବଂ ତାଙ୍କ ପତି ଭାରତୀ ଫାଉଣ୍ଡେସନ ମାଧ୍ୟମରେ ଗ୍ରାମରେ ଗରିବ ପିଲାମାନଙ୍କୁ ମାଗଣା ଶିକ୍ଷା ଦେଉଛନ୍ତି । ଏହା ବ୍ୟତୀତ ଏମାନେ ନିଜ ବାର୍ଷିକ ଆୟର ୧୦ ପ୍ରତିଶତ ସମାଜ ସେବାର ଖର୍ଚ୍ଚ କରନ୍ତି ।