ଶାସ୍ତ୍ର ଅନୁସାରେ 10 ପ୍ରକାରର ସ୍ତ୍ରୀ ସାକ୍ଷାତ ଲକ୍ଷ୍ମୀଙ୍କ ରୂପର ହୋଇଥାନ୍ତି । ଏମାନେ ଶୋଭାଗ୍ୟଶାଳୀ ଅଟନ୍ତି ।

Spread the love

ଭାରତୀୟ ସଂସ୍କୃତି ଅନୁସାରେ ସ୍ତ୍ରୀମାନେ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ଗୃହଣୀ ମାନଙ୍କୁ ଘରର ଭାଗ୍ୟ ବଦଳାଇବାର ବରଦାନ ମିଳିଛି । ଶାସ୍ତ୍ର ଅନୁସାରେ ଯେଉଁ ଯେଉଁ ଘର ଗୁଡିକରେ ସ୍ତ୍ରୀଙ୍କୁ ମର୍ଯ୍ୟାଦା ଦିଆଯାଏ ସେଠାରେ ଦେବତାଙ୍କ ବାସ ହୋଇଥାଏ । ସୁଗୁଣ ସମ୍ପର୍ଣ୍ଣ ନାରୀ ସର୍ବଦା ଘରକୁ ଯୋଡି ରଖିଥାଏ । ବିଭିନ୍ନ ଶାସ୍ତ୍ରରେ ନାରୀଙ୍କୁ ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଛି ।

ଶୋଭାଗ୍ୟଶାଳୀ ନାରୀଙ୍କ କିଛି ଲକ୍ଷଣ :

୧. ଶାସ୍ତ୍ର ଅନୁସାରେ ଯେଉଁ ନାରୀଙ୍କ ମନ ସୁନ୍ଦର ହୋଇଥାଏ, କେବେ ମଧ୍ୟ କାହାକୁ ଦୁଃଖ ଦେଇନଥାନ୍ତି, ସେହି ନାରୀ ମାନେ ଭଲ ଅଟନ୍ତି ।

୨. ଯେଉଁ ନାରୀ ସର୍ବଦା ମିଠା ବଚନ କହିଥାନ୍ତି, ଉଚ୍ଚ ସ୍ୱରରେ କଥା ହୁଅନ୍ତି ନାହିଁ ଧୀର ସ୍ୱରରେ କଥା ହୁଅନ୍ତି, ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୩. ସେବ ମନୋଭାବ ରଖୁଥିବା, କ୍ଷମାଶୀଳ, ଦାନଶୀଳ, ବୁଦ୍ଧିମତୀ, ଦୟାବାନ ଏବଂ କର୍ତ୍ତବ୍ୟ ପରାୟଣ, କର୍ମକୁ ନିଷ୍ଠାର ସହକାରେ ପୁରଣ କରୁଥିବା ନାରୀ ଲକ୍ଷ୍ମୀବନ୍ତ ହୋଇଥାନ୍ତି ।

୪. ଯେଉଁ ନାରୀ ଅତିଥିଙ୍କ ଆଦରସତ୍କାର କରିଥାନ୍ତି, ସେହିପରି ନାରୀମାନେ ଲକ୍ଷ୍ମୀ ସ୍ଵରୂପା ହୋଇଥାନ୍ତି ।

୫. ଅନ୍ୟର ଦୁଃଖରେ ଦୁଃଖିତ ହେଉଥିବା ଏବଂ ନିଜ ସାମର୍ଥ୍ୟ ଅନୁସାରେ ଅନ୍ୟକୁ ସାହାଯ୍ୟ କରିପାରୁଥିବା ନାରୀ ସର୍ବଦା ଭାଗ୍ୟଶାଳୀ ହୋଇଥାନ୍ତି ।

୬. ଯେଉଁ ନାରୀ ରୋଷେଇ ସମୟରେ ଭେଦଭାବ ଦେଖନ୍ତି ନାହିଁ, ସେମାନେ ଭାଗ୍ୟଶାଳୀ ।

୭. ଯେଉଁନାରୀ ପ୍ରତିଦିନ ସ୍ନାନ କରି ରୋଷେଇ ଘରକୁ ଯାଇଥାନ୍ତି; ସେହି ନାରୀମାନେ ଭାଗ୍ୟବତୀ ହୋଇଥାନ୍ତି ।

୮. ସକାଳ ସନ୍ଧ୍ୟାରେ ଦେବୀ ଦେବତାଙ୍କ ପାଖରେ ଧୂପଦୀପ ଦିଅନ୍ତି, ପୂଜାପାଠ କରନ୍ତି ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୯. ଯେଉଁ ନାରୀମାନେ ପତିବ୍ରତ ପାଳନ କରନ୍ତି ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୧୦. ଧର୍ମର ମାର୍ଗରେ ଚାଲୁଥିବା ଏବଂ ଘରର ସଦସ୍ୟ ମାନଙ୍କୁ ଧର୍ମର ରାସ୍ତାରେ ଯିବା ପାଇଁ କହୁଥିବା ନାରୀ ଭାଗ୍ୟଶାଳୀ ହୋଇଥାନ୍ତି ।