ଥାଇରାଇଡ଼ ହେବା ପୂର୍ବରୁ ଏହି ୧୦ ଲକ୍ଷଣ ଶରୀରରେ ଦେଖା ଯାଇଥାଏ । ଭୁଲରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ ।

Spread the love

ବର୍ତ୍ତମାନ ସମୟରେ ଥାଇରାଇଡ଼ ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି । ଏହା ଏପରି ଏକ ରୋଗ ଅଟେ, ଯାହାର ଲକ୍ଷଣ ଧୀରେ ଧୀରେ ଶରୀରରେ ଦେଖାଇଥାଏ । ପ୍ରାୟତଃ ଏହି ରୋଗ ପୁରୁଷଙ୍କ ଅପେକ୍ଷା ନାରୀଙ୍କ ଠାରେ ଅଧିକ ମାତ୍ରାରେ ଦେଖାଯାଇ ଥାଏ । ଏକ ପରୀକ୍ଷାରୁ ଜଣାପଡିଛି, ପୁରୁଷଙ୍କ ତୁଳନାରେ ମହିଳା ମାନଙ୍କ ପାଖରେ ଥାଇରଏଡ଼ ସମସ୍ୟା ୯ ଗୁଣ ଅଧିକ ଦେଖା ଯାଇଥାଏ । ଥାଇରଏଡ଼ ଗ୍ରନ୍ଥି ଗଳାର ଶ୍ଵାସ ନଳୀ ଉପରେ ବୋକଲ କାର୍ଡର ଦୁଇ ପାର୍ଶ୍ୱରେ ଦୁଇ ଭାଗରେ ରହିଥାଏ । ଏହାର ଆକାର ପ୍ରଜାପତି ସଦୃଶ୍ୟ ହୋଇଥାଏ । ଥାଇରାଏଡ଼ ଯୋଗୁଁ ବହୁତ ସମୟରେ ଗ୍ରନ୍ଥି ଗୁଡିକ ହରମୋନ ଛାଡି ନଥାଏ । ଏହାକୁ ହର୍ମୋଥାଇରଏଡ଼ କୁହାଯାଏ । ଆଜି ଆମେ ଆପଣଙ୍କୁ ଥାଇରାଏଡ଼ର ମୁଖ୍ୟ ଲକ୍ଷଣ ଗୁଡିକ ବିଷୟରେ ଜଣାଇବୁ ।

1.ଦୁର୍ବଳତା ଏବଂ ଥକ୍କାପଣ :

ଶରୀରରେ ଥାଇରାଏଡ଼ ହେବା ଫଳରେ ଥକ୍କାପଣ ଲାଗିବା ଏକ ମୁଖ୍ୟ ଲକ୍ଷଣ ଅଟେ । ମେଟାବୋଲିଜିୟମ ଏବଂ ଥାୟରୋକିସନ୍ସର ପ୍ରଭାବରେ ଖାଦ୍ୟ ପୂର୍ଣ୍ଣ ମାତ୍ରାରେ ଶକ୍ତିରେ ପରିଣତ ହୋଇପାରେ ନାହିଁ ଏବଂ ଶରୀରର ଶକ୍ତି କମ ହେବାରେ ଲାଗିଥାଏ । ଯାହା ଫଳରେ ଆପଣଙ୍କୁ ଥକାପଣ ଏବଂ ଦୁର୍ବଳତା ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

2.ନିଦ ନ ଆସିବା :

ବର୍ତ୍ତମାନ ସମୟରେ ନିଦ ନ ଆସିବା ସମସ୍ୟା ସାଧାରଣ ହୋଇଯାଇଛି, ପ୍ରତ୍ୟେକ ଲୋକ ଏହି ସମସ୍ୟାରେ ପୀଡିତ । ଥାଇରଏଡ଼ ରୋଗ ହେଲେ ନିଦ କମ ହୋଇ ଯାଇଥାଏ । ଏହାଫଳରେ ଆପଣଙ୍କୁ ଅଳସୁଆପଣ ଲାଗିଯାଇଥାଏ । ବିଳମ୍ବ ରାତି ପର୍ଯ୍ୟନ୍ତ ନିଦ ନ ହେବା କାରଣରୁ ମୁଣ୍ଡ ପୀଡ଼ା ହୋଇଥାଏ ।

3. ବାରମ୍ବାର ଖାଇବା ଅଭ୍ୟାସ :

ଥାଇରାଏଡ଼ ଯୋଗୁଁ ରୋଗୀକୁ କିଛି କିଛି ସମୟ ମଧ୍ୟରେ ଭୋକ ଲାଗିଥାଏ । ଖାଦ୍ୟ ଖାଇବାର କିଛି ସମୟ ପରେ ହିଁ ରୋଗୀକୁ ଭୋକ ଲାଗିଥାଏ । ଏହାଫଳରେ ବ୍ୟକ୍ତି ଅଳ୍ପ ସମୟ ମଧ୍ୟରେ ଖାଦ୍ୟ ଖାଇବା ଅଭ୍ୟାସ ବଢି ଯାଇଥାଏ ।

4. ଓଜନ ନ ବଢିବା:

ଥାଇରଏଡ ସମସ୍ୟାରେ ପୀଡିତ ରୋଗୀକୁ ଭୋକ ଅଧିକ ଲାଗିଥାଏ କିନ୍ତୁ ରୋଗୀ ବାରମ୍ବାର ଖାଇବା ସ୍ୱତେ ମଧ୍ୟ ଓଜନ ବଢ଼ିନଥାଏ । ଥାଇରଏଡ ଭଳି ସମସ୍ୟାରେ ପୀଡିତ ବ୍ୟକ୍ତି ଯାହା ଖାଇଲେ ମଧ୍ୟ ଶରୀରରେ ନ ଲାଗିବା ଅର୍ଥାତ ଖାଦ୍ୟ ଖାଇଲେ ଶରୀରକୁ ଶକ୍ତି ମିଳି ନ ଥାଏ । ଏହି କାରଣରୁ ରୋଗୀର ଓଜନ ବଢ଼ିନଥାଏ ।

5. ବିଷାଦ (Depression) :

ଚିନ୍ତାଗ୍ରସ୍ତ ହେବା ଥାଇରାଏଡ଼ର ଅନ୍ୟ ଏକ ମୁଖ୍ୟ କାରଣ ଅଟେ । ବ୍ୟକ୍ତିର ଜୀବନଶୈଳୀ ପରିବର୍ତନ ହେତୁ ବ୍ୟକ୍ତି ଚିନ୍ତାଗ୍ରସ୍ତ ହୋଇପଡ଼ିଥାଏ । ଯଦି ଥାଇରାଏଡ଼ ଗ୍ରନ୍ଥି କମ ମାତ୍ରାରେ ଥାଇରାକିନ୍ସ ଉତ୍ପନ କରିଥାଏ, ତେବେ ଚିନ୍ତାଗ୍ରସ୍ତ ହରମୋନ ସକ୍ରିୟ ହୋଇପଡ଼ିଥାଏ ।

6. ଅନିୟମିତ ଋତୁସ୍ରାବ :

ପ୍ରାୟତଃ ମହିଳାଙ୍କ ଅନିୟମିତ ଋତୁସ୍ରାବ ଦେଖା ଯାଇଥାଏ । ଯଦି କୌଣସି ମହିଳା ଥାଇରାଇଡ଼ର ଶିକାର ହୋଇଥାନ୍ତି, ତେବେ ସେହି ମହିଳାଙ୍କ ଅନିୟମିତ ଋତୁସ୍ରାବ ହୋଇଥାଏ । ଏଥିପାଇଁ ୨୮ ଦିନ ଅପେକ୍ଷା ବିଳମ୍ବରେ ଋତୁସ୍ରାବ ହୋଇଥାଏ ।

7. ସହନଶୀଳତା କମ ହୋଇଯାଏ :

ଋତୁ ପରିବର୍ତ୍ତନର ପ୍ରଭାବ ଥାଇରାଏଡ଼ ରୋଗୀକୁ ଖୁବ ଶୀଘ୍ର ପଡିଥାଏ । ଋତୁ ପରିବର୍ତ୍ତନ ଫଳରେ ରୋଗୀକୁ ଶୀଘ୍ର ଥଣ୍ଡା କିମ୍ବା ଗରମ ଲାଗିଥାଏ । ଯଦି ଆପଣଙ୍କୁ ଥାଇରାଏଡ଼ ହୋଇଥାଏ, ତେବେ ଆପଣ ଥଣ୍ଡା କିମ୍ବା ଗରମ ସହ୍ୟ କରିପାରିବେ ନାହିଁ ।

8. ଛାତିରେ ପୀଡ଼ା ଅନୁଭଵ କରିବା :

ହାଇପରଥାୟରାଇଡ଼ିଜିମ୍ ହେବା ଫଳରେ ଶରୀରକୁ ଗମ୍ଭୀର ରୂପରେ ଏହାର ପରିଣାମ ଭୋଗିବା ପାଇଁ ପଡିଥାଏ । ଏହା ପ୍ରାୟତଃ ହୃଦୟ ସ୍ପନ୍ଦନକୁ ପ୍ରଭାବିତ କରିଥାଏ ।ଯାହାଫଳରେ ହୃଦୟ ସ୍ପନ୍ଦନରେ ଅନିୟମତା ଦେଖା ଯାଇଥାଏ । ଏହି କରଣରୁ ଛାତିରେ ପୀଡ଼ା ଦେଖାଯାଇଥାଏ ।

9. ପେଟରେ ସମସ୍ୟା ଦେଖାଯାଏ :

ଆଜିକାଲିର ଜୀବନଚର୍ଯ୍ୟା ଫଳରେ ପେଟ ସମସ୍ୟା ସାଧାରଣ ହୋଇଗଲାଣି । ଥାଇରଏଡ଼ ରୋଗୀର ପେଟ ସମସ୍ୟା ଦେଖା ଯିବା ପ୍ରମୁଖ ଲକ୍ଷଣ ଅଟେ । ଥାଇରାଏଡ଼ ହେବା ଫଳରେ ଖାଦ୍ୟ ହଜମ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଯାହାଫଳରେ ପେଟ ସମସ୍ୟା ଦେଖା ଯାଇଥାଏ ।

10. ଭାବନାଶକ୍ତି କମ ହୋଇଯାଇଥାଏ :

ଥାଇରାଏଡ଼ ରୋଗୀର ଭାବନା ଶକ୍ତି ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ଯାହାଫଳରେ ଭାବନା ଶକ୍ତି ଦୁର୍ବଳ ହୋଇପଡ଼ିଥାଏ । ରୋଗୀ ଧୀରେ ଧୀରେ ଚିଡ଼ଚିଡା ପଣର ଶିକାର ହୋଇପଡନ୍ତି । ଭାବନା ଶକ୍ତି ଦୁର୍ବଳ ହେବା ଫଳରେ ରୋଗୀ ସବୁକିଛି ଭୁଲିବାରେ ଲାଗନ୍ତି ।

ଆଶା କରୁଛୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଅନୁଛେଦଟିକୁ ନିଜ ବନ୍ଧୁ ଓ ପରିବାର ବର୍ଗ ମଧ୍ୟରେ ସେୟାର କରନ୍ତୁ । ସେୟାର କରିବା ପୂର୍ବରୁ ଗୋଟିଏ ଲାଇକ କରନ୍ତୁ ଓ ନିଜ ମତାମତ କମେଣ୍ଟ ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ ।