ଖାସ ବ୍ୟତୀତ ଏହି ୧୦ଟି ଲକ୍ଷଣ ମଧ୍ୟ ଟିବିର ସଂକେତ ଦେଇଥାଏ । ଜାଣନ୍ତୁ ଘରୋଇ ଉପଚାର ।

Spread the love

ଟିବି ବିଭିନ୍ନ ପ୍ରକାରର ହୋଇଥାଏ, ଯେପରି ଫୁସଫୁସ, ମସ୍ତିଷ୍କ, ୟୁଟ୍ରେସ୍ କିମ୍ବା ହାଡ଼କୁ ଆକ୍ରମିତ କରିଥାଏ ।

ଟିୟୁବରକୁଲସିସ୍ ମାନେ ଟିବି ମାୟକୋଇକଟିରିୟମ୍ ଟିୟୁବରକୁଲସିସ୍ ନାମକ ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ଏକ ରୋଗ ଅଟେ, ଯାହା ଖୁବ୍ ଶୀଘ୍ର ବ୍ୟାପି ଥାଏ । କୁହାଯାଏ ଟିବି ବାୟୁ ମାଧ୍ୟମରେ ଗୋଟିଏ ବ୍ୟକ୍ତି ଠାରୁ ଅନ୍ୟ ଗୋଟିଏ ବ୍ୟକ୍ତିକୁ ବ୍ୟାପିଥାଏ । କିନ୍ତୁ ଏହା ଫୁସଫୁସ୍ ଜନିତ ଟିବି ଅଟେ । କହିବାକୁ ଚାହୁଁଛୁ; ଟିବି ବିଭିନ୍ନ ପ୍ରକାରର ହୋଇଥାଏ । ଫୁସଫୁସ୍ ଜନିତ ଟିବି ଖୁବ୍ ଶୀଘ୍ର ବ୍ୟାପିଥାଏ । ଆସନ୍ତୁ ଜାଣିବେ ଆମର ଏହି ଲେଖାରେ କଣ ସବୁ ରହିଛି ଆପଣଙ୍କ ପାଇଁ ।

ଭାରତରେ ଖୁବ୍ ଶୀଘ୍ର ବ୍ୟାପିବାରେ ଲାଗିଛି ଟିବି :

ତାଜା ମେଡିକାଲ ରିପୋର୍ଟ ଅନୁସାରେ ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୨୧୧ ଜଣ ଟିବି ରୋଗରେ ସଂକ୍ରମିତ ବ୍ୟକ୍ତି ମିଳିଥାଆନ୍ତି । କେବଳ ଏତିକି ନୁହେଁ; ଏହି ରୋଗରେ ଭାରତରୁ ୪୨.୩ ଲକ୍ଷ ଲୋକ ମରିବାର ଖବର ମିଳିଛି । ଏହି ରିପୋର୍ଟ ଏହା ସୁଚାଉଛି ଯେ, ଭାରତରେ ଅନ୍ୟ ଦେଶ ତୁଳନାରେ ଅଧିକ ଲୋକ ଟିବି ବା ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରିଥାନ୍ତି । କାରଣ ଭାରତରେ ଲୋକ ଜାଗ୍ରତର ଅଭାବ ରହିଛି । ସାଧାରଣତଃ ଭାରତରେ ଲୋକେ ଟିବିର ଲକ୍ଷଣକୁ ଅଣଦେଖା କରିଥାନ୍ତି କିମ୍ବା ଲଜ୍ଜିତ ହେବା ଭୟରେ ଟିବି ପରି ଗମ୍ଭୀର ରୋଗକୁ ଅଣଦେଖା କରିଥାନ୍ତି ।

କିପରି ବ୍ୟାପିଥାଏ ଏହି ରୋଗ :

ଆମେ ପ୍ରଥମରୁ କହିସାରିଛୁ ଟିବି ବାୟୁ ମାଧ୍ୟମରେ ବ୍ୟାପିଥାଏ । ଏହି ପରିସ୍ଥିତିରେ ପୀଡିତ ବ୍ୟକ୍ତି ଖାସିବା, ଛିଙ୍କିବା କିମ୍ବା ହସିବା, ସମୟରେ ନିଜ ମୁହଁରେ ମାସ୍କ ପିନ୍ଧି ନେବା ଉଚିତ । କାରଣ ଏହି ସମୟରେ ଟିବିର ବ୍ୟାକ୍ଟେରିଆ ଖୁବ୍ ଶୀଘ୍ର ବ୍ୟାପିଥାଏ । କହିବା ପାଇଁ ଚାହୁଁଛୁ, ଟିବି ଫୁସଫୁସରୁ ଆରମ୍ଭ ହୋଇଥାଏ କିନ୍ତୁ ଏହା ଫୁସଫୁସରେ ସୀମିତ ନରହି ମସ୍ତିଷ୍କ, ୟୁଟ୍ରେସ, ହାଡ଼, ବୃକକ୍, କଳିଜା ଓ ଗଲାକୁ ମଧ୍ୟ ଆକ୍ରମିତ କରିଥାଏ । ଯାହାଫଳରେ ରୋଗୀକୁ ବହୁତ କଷ୍ଟ ଅନୁଭବ ହୋଇଥାଏ । ଏଠାରେ କହିବା ପାଇଁ ଚାହୁଁଛୁ; ଫୁସଫୁସ ଜନିତ ଟିବି ବ୍ୟାପିଥାଏ କିନ୍ତୁ ଅନ୍ୟ ଟିବି ଗୋଟିଏ ବ୍ୟକ୍ତି ଠାରୁ ଅନ୍ୟ ବ୍ୟକ୍ତିକୁ ବ୍ୟାପି ନଥାଏ ।

ଟିବିର ଲକ୍ଷଣ :

କହିବା ପାଇଁ ଚାହୁଁଛୁ; ବାନ୍ତି କିମ୍ବା କାଶ ହେଉଥିବା ସମୟରେ ରକ୍ତ ପଡିଲେ ଏହା ଟିବିର ଶେଷ ଅବସ୍ଥା ଅଟେ । ଏହା ପୂର୍ବରୁ ଲକ୍ଷଣ ଗୁଡିକ ଜାଣି ଚିକିତ୍ସା କରିନେବା ଉଚିତ୍ ଅଟେ । କାଶ ଯଦି ଦୁଇ ସପ୍ତାହରୁ ଅଧିକା ହୁଏ, ତେବେ ବିନା କୌଣସି ସଂକୋଚରେ ଟିବିର ପରୀକ୍ଷା କରାଇ ନେବା ଉଚିତ୍ ହେବ । କାରଣ ଏହା ଟିବିର ପ୍ରମୁଖ ଲକ୍ଷଣ ହୋଇପାରେ । ଏହା ବ୍ୟତୀତ କିଛି ଅନ୍ୟ ଲକ୍ଷଣ ରହିଛି, ଯାହା ତଳେ ଦିଆଯାଇଛି ସେହି ଲକ୍ଷଣ ଦେଖା ଗଲେ ଆପଣଙ୍କୁ ଟିବି ହୋଇପାରେ ।

୧. ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ।

୨. ଛାତିରେ ଭୀଷଣ ପୀଡ଼ା ଅନୁଭଵ କରିବା ।

୩. ଖାସିବା ସମୟରେ ପୀଡ଼ା ଅନୁଭବ କରିବା ।

୪. ଭୋକ କମ ହେବା ।

୫. ଦୁର୍ବଳ ଲାଗିବା ।

୬. ରାତିରେ ଝାଳ ବୋହିବା ।

୭. ବିନା କୌଣସି କାରଣରେ ଓଜନ କମିବା ।

୮. ଛେପର ରଙ୍ଗ ବଦଳିବା ।

୯. ହାଡ଼ରେ ପୀଡ଼ା ହେବା ।

୧୦. ସନ୍ଧ୍ୟା କିମ୍ବା ରାତିରେ ଜ୍ୱର ହେବା ।

ଟିବି ହୋଇଛି, କିପରି ଜାଣିବେ :

ଉପରୋକ୍ତ ଲକ୍ଷଣ ଦେଖାଗଲେ, ଶୀଘ୍ର ଯାଇ ଡାକ୍ତରଙ୍କୁ ସାକ୍ଷାତ କରନ୍ତୁ । ଡାକ୍ତର ଆପଣଙ୍କୁ ଫୁସଫୁସର ଏକ୍ସରା କରାଇବା ପାଇଁ କହିବେ, ପରେ ବଲଗମର ଯାଞ୍ଚ କରାଇବା ପାଇଁ କହିବେ । ଏହି ଦୁଇ ପରୀକ୍ଷା ଯଦି ସାଧାରଣ ରହିଛି; ତେବେ ଆପଣଙ୍କ ଶାନ୍ତି ପାଇଁ ଟିବି ଗୋଲଡ଼ର ପରୀକ୍ଷା କରାଇବା ପାଇଁ କହିବେ, ଯାହା ଏକ ରକ୍ତ ପରୀକ୍ଷା ଅଟେ । ଏହି ତିନୋଟି ମଧ୍ୟରୁ କୌଣସିଟି ଗୋଟିଏ ମଧ୍ୟ ପୋଜେଟିଭି ରୁହେ; ତେବେ ଆପଣଙ୍କ ମଧ୍ୟରେ ଟିବି ବ୍ୟାକ୍ଟେରିଆ ସକ୍ରିୟ ରହିଛି । ଏହାପରେ ଡାକ୍ତର ଆପଣଙ୍କୁ ଔଷଧ ଖାଇବା ପାଇଁ କହିବେ ଯାହା ୬ ରୁ ୯ ମାସ ପର୍ଯ୍ୟନ୍ତ ଚାଲୁ ରହିଥାଏ । କହିବା ପାଇଁ ଚାହୁଁଛୁ; କୌଣସି ପରିସ୍ଥିତିରେ ମଧ୍ୟ ଔଷଧ ଖାଇବା ବ୍ୟତିକ୍ରମ କରିବେ ନାହିଁ, ନଚେତ୍ ପରେ ଏହା ଆପଣଙ୍କୁ ଅସୁବିଧାରେ ପକାଇ ପାରେ ।

ଟିବିର ରୋଗୀଙ୍କୁ କଣ କରିବା ପାଇଁ ପଡିବ :

ଟିବି ରୋଗରେ ଆକ୍ରାନ୍ତ ଥିବା ରୋଗୀ ସର୍ବପ୍ରଥମେ ନିଜର ଔଷଧ ଓ ଖାଦ୍ୟପେୟକୁ ଧ୍ୟାନ ଦେବା ଉଚିତ୍ । କୌଣସି ପରିସ୍ଥିତିରେ ମଧ୍ୟ ନିଜ ଔଷଧ ଖାଇବା ବନ୍ଦ କରିବା ଉଚିତ୍ ନୁହେଁ । ଏହି ରୋଗୀ ବାହାରକୁ ଯିବା ଅନୁଚିତ କିନ୍ତୁ କୌଣସି ପରିସ୍ଥିତିରେ ଯଦି ବାହାରକୁ ଯିବା ପାଇଁ ପଡ଼େ, ତେବେ ମାସ୍କ ଲଗାଇ ଯିବା ଉଚିତ୍ । ଧ୍ୟାନ ରଖିବା ଜରୁରୀ ଅଟେ, ଖୋଲା ସ୍ଥାନରେ ଛେପ ପକାନ୍ତୁ ନାହିଁ ଓ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ପ୍ରୋଟିନଯୁକ୍ତ ଖାଦ୍ୟ ପ୍ରଚୁର ଖାଇବା ଉଚିତ୍ ।

ଟିବି ବା ଯକ୍ଷ୍ମା ରୋଗର ଘରୋଇ ଉପଚାର :

ଯଦି ଆପଣଙ୍କୁ ଟିବି ହୋଇଛି; ତେବେ ସର୍ବ ପ୍ରଥମେ ଡାକ୍ତର ପରାମର୍ଶ କରିଥିବା ଔଷଧ ଖାଆନ୍ତୁ । ଏହା ବ୍ୟତୀତ ତଳେ ଦିଆଯାଇଥିବା ଘରୋଇ ଉପଚାରକୁ ଆପଣେଇ ପାରିବେ ।

୧. କଦଳୀ – କଦଳୀକୁ ପଇଡ଼ ପାଣିରେ ଚକଟି ଦହି ଓ ମହୁ ସହ ଦିନରେ ୨ ରୁ ୩ ଥର ଖାଇଲେ ଉପଶମ ମିଳିଥାଏ ।

୨. ଅଂଳା – କଞ୍ଚା ଅଁଳା ସହ ମହୁ ମିଶାଇ ଖାଲି ପେଟରେ ପିଇଲେ ଉପଶମ ମିଳେ ।

୩. କମଳା – କମଳା ରସ ସହ କଳା ଲୁଣ ମିଶାଇ ପିଇଲେ ଉପଶମ ମିଳିଥାଏ ।

୪. ରସୁଣ – ରସୁଣ ପେଷ୍ଟ ସହ ଏକ କପ କ୍ଷୀର ଓ ଚାରି କପ ପାଣିକୁ ଗରମ କରନ୍ତୁ ଓ ଏହି ପାଣିକୁ ଦିନରେ ୩ ରୁ ୪ ଥର ପିଇଲେ ଉପଶମ ମିଳିବ ।

କିପରି ଟିବିରୁ ରକ୍ଷା ପାଇବେ :

ଛୁଆ ଜନ୍ମ ହେବା ପରେ ତାକୁ BCG ଟୀକା ଦେବାକୁ ଭୁଲନ୍ତୁ ନାହିଁ । ଯାହାଫଳରେ ଏହି ରୋଗ ବ୍ୟାପିବା ୮୦ ପ୍ରତିଶତ କମି ଯାଇଥାଏ ।ଯେତେବେଳେ ଭିଡ ଜାଗାକୁ ଯାଆନ୍ତି, ତେବେ ମାସ୍କ ପିନ୍ଧି ଯାଆନ୍ତୁ । ଖାଦ୍ୟରେ ପ୍ରୋଟିନ ଓ କ୍ୟାଲସିୟମ ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ ।