କାର୍ ଦୁର୍ଘଟଣା କିମ୍ବା ବିମାନ ଦୁର୍ଘଟଣାରେ ନିଜର ଜୀବନ ହରେଇଛନ୍ତି ଏହି ୧୦ଟି କଳାକାର ।

Spread the love

୧୦ଟି କଳାକାର, ଯେଉଁମାନେ ଦୁର୍ଘଟଣା ଯୋଗୁଁ କମ ବୟସରୁ ହିଁ ଦୁନିଆରୁ ବିଦାୟ ନେଇଥିଲେ ।

ଗତ ଗୁରୁବାର ଦିନ ଟିଭି ଏବଂ ଫିଲ୍ମ ଜଗତର ଏକ ଶିଶୁ କଳାକାର ଶିବଲେଖ ସିଂ ଉର୍ଫ ଅନୁଙ୍କ ଏକ ସଡ଼କ ଦୁର୍ଘଟଣାରେ ନିଧନ ହୋଇଗଲା । ଶିବଲେଖ ନିଜ ପରିବାରଙ୍କ ସହିତ କାରରେ ଯାଉଥିବା ସମୟରେ ତାଙ୍କ ଗାଡ଼ିର ସାମନାରେ ଗୋଟିଏ ଟ୍ରେଲର ଆସି ଧକ୍କା ହୋଇଗଲା । ଏହି ଦୁର୍ଘଟଣାରେ ଶିବଲେଖ ସେହି ସ୍ଥାନରେ ହିଁ ନିଜର ଜୀବନ ହରେଇ ବସିଥିଲେ ଏବଂ ତାଙ୍କ ମାତା ପିତା ବହୁତ ଗୁରୁତର ଭାବରେ ଆହତ ହୋଇଥିଲେ । ଏମିତିରେ ଆଜି ଆମେ ଆପଣଙ୍କୁ ଆଉ କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ; ଯେଉଁମାନେ ସଡ଼କ ଦୁର୍ଘଟଣାରେ କିମ୍ବା ବିମାନ ଦୁର୍ଘଟଣାରେ ନିଜର ଜୀବନ ହରେଇ ବସିଥିଲେ ।

ସୌନ୍ଦର୍ଯ୍ୟା :

ଅମିତାଭ ବଚ୍ଚନଙ୍କ ସହିତ ‘ସୂର୍ଯ୍ୟ ବଂଶମ’ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ ଏବଂ ସୌନ୍ଦର୍ଯ୍ୟା ମାତ୍ର ୨୮ ବର୍ଷ ବୟସରେ ହିଁ ଦୁନିଆରୁ ବିଦାୟ ନେଇଥିଲେ । ଯେହେତୁ ସେ ୨୦୦୪ରେ ବେଙ୍ଗାଲୁରୁର ନିର୍ବାଚନ ପ୍ରଚାର ପାଇଁ ଯିବା ସମୟରେ ବିମାନରେ ଯାତ୍ରା କରିବା ବେଳେ ତାଙ୍କର ବିମାନ ଦୁର୍ଘଟଣା ଘଟିଥିଲା ।

ଦିବ୍ୟା ଭାରତୀ :

ଏପ୍ରିଲ ୧୯୯୩ରେ ଉପର ମହଲାରୁ ପଡିବା ଦ୍ୱାରା ଦିବ୍ୟା ଭାରତୀଙ୍କ ଜୀବନ ଚାଲିଯାଇଥିଲା । ସେହି ସମୟରେ ତାଙ୍କର ବୟସ କେବଳ ୧୯ ବର୍ଷ ଥିଲା । ଆରମ୍ଭରେ କିଛି ଲୋକ ଏହାକୁ ଆତ୍ମହତ୍ୟା ତ ଆଉ କେତେ ଲୋକ ତାଙ୍କ ପତି ଷଡଯନ୍ତ୍ର ବୋଲି କହୁଥିଲେ । ଯଦିଓ ୧୯୯୮ରେ ପୋଲିସ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କହିଥିଲେ ଏବଂ କେସକୁ ବନ୍ଦ କରି ଦେଇଥିଲେ ।

ଯଶପାଲ ଭଟ୍ଟୀ :

ହାସ୍ୟ କଳାକାର ଯଶପାଲ ଭଟ୍ଟୀଙ୍କ ନିଧନ ‘ପାୱାର କଟ’ ଚଳଚ୍ଚିତ୍ରର ପ୍ରଚାର ପାଇଁ ଯିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହି ଘଟଣାଟି ୨୦୧୨ ଅକ୍ଟୋବରର ଘଟିଥିଲେ । ଏହି ଘଟଣା ଜଲନ୍ଧରର ସାହକୋଟରେ ହୋଇଥିଲା । ସେତେବେଳେ ତାଙ୍କର ବୟସ ୫୭ ଥିଲା ।

ତରୁଣୀ ସଚଦେବ :

ରସନା ଗାର୍ଲ ଆଉ ‘ପା’ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସାଙ୍ଗ ଭୂମିକାରେ ଅଭିନୟ କରିଥିବା ତରୁଣୀ ସଚଦେବଙ୍କ ନିଧନ ନିଜର ୧୪ତମ ଜନ୍ମ ଦିବସରେ ହିଁ ହୋଇଥିଲା । ଏହି ଘଟଣାଟି ୧୪ ମେ ୨୦୧୨ର ଅଟେ । ତରୁଣୀ ପ୍ଲେନରେ ଚଢ଼ିବା ଆଗରୁ ତାଙ୍କ ସାଙ୍ଗମାନଙ୍କୁ ଥଟ୍ଟାରେ କହିଥିଲେ ଯେ, ଏହା ଆମର ଅନ୍ତିମ ଦେଖା ଅଟେ, ଯଦିଓ ଏହି କଥାଟି ପରେ ଦୁର୍ଭାଗ୍ୟ ବଶତଃ ସତ ହୋଇଗଲା ।

ଗଗନ କାଙ୍ଗ :

‘ମହାକାଳୀ’ ଧାରାବାହିକରେ ଇନ୍ଦ୍ର ଦେବ ଭୂମିକରେ ଅଭିନୟ କରିଥିବା ଗଗନ କାଙ୍ଗଙ୍କ ମୃତ୍ୟୁ ଗତ ବର୍ଷ ଗୋଟିଏ କାର ଦୁର୍ଘଟଣାରେ ହୋଇଥିଲା । ସେହି ସମୟରେ ତାଙ୍କୁ ୩୮ ବର୍ଷ ହୋଇଥିଲା । ଏହି ଦୁର୍ଘଟଣା ମୁମ୍ବାଇ ଓ ଅହମ୍ମଦାବାଦ ହାଇୱେ (ରାଜପଥ)ରେ ହୋଇଥିଲା ।

ଅଜିତ ଲବାନିୟା :

‘ମହାକାଳୀ’ରେ ନନ୍ଦୀର ଭୂମିକାରେ ଅଭିନୟ କରିଥିବା ଅଜିତ ଲବାନୀୟା ମଧ୍ୟ ଗଗନ କାନ୍ତଙ୍କ ସହିତ ସେହି ଗାଡ଼ିରେ ଥିଲେ । ଏହି ଦୁର୍ଘଟଣା ଦ୍ୱାରା ସେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ସମୟରେ ତାଙ୍କର ବୟସ ୩୦ ବର୍ଷ ହୋଇଥିଲା । ସେହି ସମୟରେ ଗାଡ଼ି ଗଗନ ଚଳାଉଥିଲେ ।

ସୋନିକା ଚୌହାନ :

ମଡେଲ, ଟିଭି ହୋଷ୍ଟ ଓ କଳାକାର ରହିଥିବା ସୋନିକା ଚୌହାନଙ୍କ ମୃତ୍ୟୁ ଏପ୍ରିଲ ମାସ ୨୦୧୭ରେ କାର ଦୁର୍ଘଟଣାରେ ହୋଇଥିଲା । ସେହି ସମୟରେ ତାଙ୍କୁ ୨୮ ବର୍ଷ ହୋଇଥିଲା ।

ରେଖା ସିନ୍ଧୁ :

୨୦୧୭ ମସିହା ମଇ ମାସ ଚେନ୍ନାଇ ବେଙ୍ଗାଲୁ ରାଜପଥରେ ହୋଇଥିଲା ଦୁର୍ଘଟଣା । ଏହି ସମୟରେ ଗୋଟିଏ କାର ଦୁର୍ଘଟଣାରେ ୨୨ ବର୍ଷର ତାମିଲ ଓ କନ୍ନଡ଼ ଟିଭିର ଅଭିନେତ୍ରୀ ରେଖା ନିଜର ଜୀବନ ହରେଇ ବସିଥିଲେ । ଏହି ଦୁର୍ଘଟଣାରେ ରେଖାଙ୍କ ସହ ଅତିରିକ୍ତ ଆଉ ତିନୋଟି ଜୀବନ ମଧ୍ୟ ଚାଲି ଯାଇଥିଲା ।

ଭୂପତି ଭରତ ରାଜ :

ଭୂପତି ଭରତ ରାଜ ଟଲିଉଡ଼ ଅଭିନେତା ରବି ତେଜାଙ୍କ ଭାଇ ଅଟନ୍ତି । ଜୁନ ମାସ ୨୦୧୭ରେ ତାଙ୍କ ଗାଡ଼ି ସଡକରେ ଥିବା ଏକ ଟ୍ରୋକ୍ ଭିତରକୁ ଚାଲି ଯାଇଥିଲା । ଏହି କାରଣରୁ ତାଙ୍କର ସେହି ସ୍ଥାନରେ ହିଁ ମୃତ୍ୟୁ ହୋଇଥିଲା । ସେତେବେଳେକୁ ତାଙ୍କୁ ବୟସ ୪୯ ବର୍ଷର ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପୋଲିସ ଭୂପତିଙ୍କ ଚେହେରା ମଧ୍ୟ ଚିହ୍ନି ପାରୁନଥିଲେ ।