କଣ ଆପଣ ଜାଣିଛନ୍ତି : ଏହି ବଲିଉଡର ୧୦ ଜଣ କଳାକାରମାନେ ପରସ୍ପରର ଭାଇ ଭଉଣୀ ଅଟନ୍ତି । ଏମାନଙ୍କ ଫୋଟ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

କଣ ଆପଣ ଜାଣିଛନ୍ତି : ଏହି ବଲିଉଡର ୧୦ ଜଣ କଳାକାରମାନେ ପରସ୍ପରର ଭାଇ ଭଉଣୀ ଅଟନ୍ତି । ଏମାନଙ୍କ ଫୋଟ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ବଲିଉଡ଼ ମନୋରଞ୍ଜନରେ ଭରପୂର ଏପରି ଏକ ବଡ଼ ଦୁନିଆ ଅଟେ ଯେଉଁଠାରେ ଅନେକ କଳାକାର ଥାଆନ୍ତି । କିଛି କଳାକାର ଏପରି ମଧ୍ୟ ଅଛନ୍ତି; ଯେଉଁମାନେ ଜଣେ ଅନ୍ୟ ଜଣଙ୍କୁ ଠାରୁ ଅଲଗା ହୋଇଥିବା ସତ୍ତ୍ୱେ ମଧ୍ୟ କୌଣସି ପ୍ରକାରେ ପରସ୍ପର ସହିତ ଜଡିତ ହୋଇ ରହିଥାନ୍ତି । କିନ୍ତୁ କେତେ ଲୋକଙ୍କୁ ଏହା ବିଷୟରେ ଜଣା ନାହିଁ । ଏଥିପାଇଁ ଆଜିର ଏହି ଲେଖାରେ ଆମେ ଆପଣମାନଙ୍କୁ ବଲିଉଡ଼ର ୧୦ଟି କଳାକାରଙ୍କ ବିଷୟରେ ଜଣାଇବାକୁ ଯାଉଛୁ; ଯେଉଁମାନେ ପ୍ରକୃତ ଜୀବନରେ ପରସ୍ପରର ଭାଇ ଭଉଣୀ ଅଟନ୍ତି କିମ୍ବା ଦୀର୍ଘ ସମୟ ଧରି ସେ ପରସ୍ପର ସହିତ ଭାଇ ଭଉଣୀର ସମ୍ପର୍କ ସ୍ଥାପନ କରିଛନ୍ତି ।

ଏହି ବଲିଉଡ଼ କଳାକାରମାନେ ଅଟନ୍ତି ପରସ୍ପରର ଭାଇ ଭଉଣୀ :-

ସୋନମ କପୂର ଓ ରଣବିର ସିଂ :

ଆପଣମାନଙ୍କୁ ଜଣାଇଦେଉଛୁ ଯେ, ସୋନମ କପୂର ଏବଂ ରଣବିର ସିଂଙ୍କ ଦ୍ୱିତୀୟ କଜନ ଅଟନ୍ତି । ପ୍ରକୃତରେ, ରଣବିରଙ୍କ ଜେଜେମା ଏବଂ ସୋନମଙ୍କ ନାନୀ ମାଆ ଗୋଟିଏ ମାଆର ସନ୍ତାନ ଅଟନ୍ତି । ଏହି ହିସାବରେ ରଣବିର ଏବଂ ସୋନମ ଭାଇ ଭଉଣୀ ଅଟନ୍ତି ।

ଇମ୍ରାନ ହାସମୀ ଏବଂ ଆଲିୟା ଭଟ୍ଟ :

ଇମ୍ରାନ ହାସମୀ ଏବଂ ଆଲିୟା ଭଟ୍ଟ ମଧ୍ୟ ପ୍ରଥମ କଜନ ଅଟନ୍ତି । ଆଲିୟାଙ୍କ ମାଆ ଏବଂ ଇମ୍ରାନଙ୍କ ପିତା ଗୋଟିଏ ମାଆର ହିଁ ସନ୍ତାନ ଅଟନ୍ତି ।

ଜୋୟା ଅଖତର ଏବଂ ସାଜିଦ ଖାଁ :

ଆପଣମାନଙ୍କୁ ଜଣାଇଦେଉଛୁ ଯେ, ଫରହାନ-ଜୋୟା ଅଖତର ଏବଂ ସାଜିଦ-ଫରହା ଖାଁ ପ୍ରଥମ କଜନ ଅଟନ୍ତି । ପ୍ରକୃତରେ, ସାଜିଦ-ଫରହାଙ୍କ ମାତା ଏବଂ ଫରହାନ ଅଖତରଙ୍କ ମାତା ଗୋଟିଏ ମାଆର ହି ସନ୍ତାନ ଅଟନ୍ତି ।

ଐଶ୍ଚର୍ଯ୍ୟା ଏବଂ ସୋନୁ ସୁଦ :

ଐଶ୍ଚର୍ଯ୍ୟା ରାୟ ସୋନୁ ସୁଦଙ୍କୁ ନିଜର ଭାଇ ବୋଲି କହିଛନ୍ତି ଏବଂ ଭାଇ ମାନନ୍ତି । ଚଳଚ୍ଚିତ୍ର ‘ଜୋଧା ଆକବର’ ପରେ ହିଁ ଦୁହିଁଙ୍କ ମଧ୍ୟରେ ଏହି ସମ୍ପର୍କ ସ୍ଥାପନ ହୋଇଛି ।

ଅର୍ଜୁନ କପୂର ଏବଂ କଟ୍ରିନା କୈଫ :

ହଁ, ଅର୍ଜୁନ କପୂର କଟ୍ରିନା କୈଫଙ୍କୁ ନିଜର ଭଉଣୀ ମାନନ୍ତି । ଯେବେ ଠାରୁ କଟ୍ରିନା ବଲିଉଡ଼କୁ ଆଗମନ କରିଛନ୍ତି; ସେହି ଦିନ ଠାରୁ ସେ ଅର୍ଜୁନଙ୍କୁ ନିଜର ଭାଇ କରିଥିଲେ ।

ମୋହନିଶ ବହଲ ଏବଂ କାଜଲ :

ବହୁତ କମ ଲୋକ ଜାଣନ୍ତି ଯେ, ମୋହନିଶ ବହଳ ଏବଂ କାଜଲ ଭାଇ ଭଉଣୀ ଅଟନ୍ତି । ପ୍ରକୃତରେ, ମୋହନିଶଙ୍କ ମାଆ ନୂତନ ଏବଂ କାଜଲଙ୍କ ମାଆ ତନୁଜା ସମ୍ପର୍କରେ ଭଉଣୀ ଅଟନ୍ତି । ଏହି ହିସାବରେ ଏହି ଦୁଇଜଣ ମଧ୍ୟ କଜନ ଭାଇ ଭଉଣୀ ଅଟନ୍ତି ।

ଏହି କଳାକାର ମାନେ ମଧ୍ୟ ଅଟନ୍ତି ପରସ୍ପରର ସମ୍ପର୍କୀୟ :-

ଶ୍ରଦ୍ଧା କପୂର ଓ ଲତା ମଙ୍ଗେସକର :

ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରଦ୍ଧା କପୂର ସମ୍ପର୍କରେ ସ୍ୱର କୋକିଳା ଲତା ମଙ୍ଗେସକରଙ୍କ ଭାଣୀଜି ଅଟନ୍ତି । ଆପଣମାନଙ୍କୁ ଜଣେଇ ଦେଉଛୁ ଯେ, ଲତା ମଙ୍ଗେସକରଙ୍କ ଚାଚାଙ୍କର ପୁଅ ଶ୍ରଦ୍ଧା କପୂରଙ୍କ ଦାଦା ଥିଲେ ।

କରନ ଜୋହର ଏବଂ ଆଦିତ୍ୟ ଚୋପଡ଼ା :

ନିର୍ଦେଶକ କରନ ଜୋହର ଏବଂ ଆଦିତ୍ୟ ଚୋପଡ଼ା ପରସ୍ପରର ପ୍ରଥମ କଜନ ଅଟନ୍ତି । ପ୍ରକୃତରେ କରନଙ୍କ ମାତା ଏବଂ ଆଦିତ୍ୟଙ୍କ ପିତା ଗୋଟିଏ ମାଆର ସନ୍ତାନ ଅଟନ୍ତି ।

ତବୁ ଏବଂ ଶବାନା ଆଜମୀ :

ପ୍ରସିଦ୍ଧ ଅଭିନେତ୍ରୀ ତବୁ ନିଜ ସମୟର ଲୋକପ୍ରିୟ ଅଭିନେତ୍ରୀ ଶବାନା ଆଜମୀଙ୍କ ଭାଣୀଜି ଅଟନ୍ତି । ପ୍ରକୃତରେ ତବୁଙ୍କ ପିତା ଶବାନା ଆଜମୀଙ୍କ ଭାଇ ଥିଲେ ।