ଶରୀର ପାଇଁ ଘାତକ ସାଜିପାରେ ଗର୍ଭନିରୋଧକ ବଟିକା ! ଖାଇବା ପୂର୍ବରୁ ଦଶଥର ଭାବନ୍ତୁ ! ଜାଣନ୍ତୁ ୫ଟି କୁ-ପ୍ରଭାବ !

Spread the love

ଖୁବ୍ କମ୍ ଲୋକ ହିଁ ଜାଣିଛନ୍ତି କି ଦୁନିଆର ୧୦ କୋଟିରୁ ଅଧିକ ଯୁବତୀ ଗର୍ଭନିରୋଧକ ବଟିକାର ବ୍ୟବହାର କରନ୍ତି । ଯେଉଁଥିରୁ ୧ କୋଟି ଭାରତର । ଗର୍ଭନିରୋଧକ ବଟିକାକୁ ନେଇ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଠେ । ଅଧିକ ଲୋକ ଏହା ବି ଜାଣିନଥାନ୍ତି କି ଏହି ବଟିକା ଦେହ ପାଇଁ ଲାଭଦାୟକ ହୋଇଥାଏ ନା ହାନିକାରକ । ତେବେ ଆପଣ ଯଦି ଭାବୁଛନ୍ତି ଯେ ଏହି ବଟିକା ଖାଇଲେ କିଛି ଅସୁବିଧା ହୋଇନଥାଏ ତେବେ ଏହା ଆପଣଙ୍କ ଭୁଲଧାରଣା । ଆଜି ଆମେ ଆପଣଙ୍କୁ ଏଭଳି ୫ଟି କଥା କହିବାକୁ ଯାଉଛୁ ଯାହା ଏହି ବଟିକା ଖାଇବା ଦ୍ୱାରା ଶରୀର ଭୋଗିଥାଏ ।

ଏହା ଛଡା ଯେଉଁ ମହିଳାମାନେ ଯକୃତ (ଲିବର୍) ଜନିତ କୌଣସି ରୋଗରେ ପୀଡିତ ଅଛନ୍ତି, ତେବେ ସେହି ମହିଳା ଡାକ୍ତରଙ୍କ ବିନା ଅନୁମତିରେ ଗର୍ଭ ନିରୋଧକ ବଟିକା ସେବନ କରିବା ଅନୁଚିତ ଅର୍ଥାତ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । କିମ୍ଭା କୌଣସି ମହିଳା ପ୍ରଥମରୁ ହିଁ କୌଣସି ଔଷଧ ସେବନ କରୁଛନ୍ତି; ସେହି ମହିଳାମାନେ ଯଦି ଡାକ୍ତରଙ୍କ ବିନା ଅନୁମତିରେ ଗର୍ଭ ନିରୋଧକ ବଟିକା ସେବନ କରନ୍ତି; ତେବେ ବିପରୀତ ଅର୍ଥାତ ଶରୀର ପ୍ରତି କୁପ୍ରଭାବ ପଡିବା ଯଥେଷ୍ଟ ସମ୍ଭାବନା ରହିଛି ।

ଓଜନ : ଯେଉଁ ଯୁବତୀମାନେ ଲଗାତାର ଗର୍ଭନିରୋଧକ ବଟିକାର ସେବନ କରିଥାନ୍ତି ସେମାନଙ୍କ ଓଜନ ସାଧାରଣ ଠାରୁ ଅଧିକ ବଢିଯାଏ । ବେଳେବେଳେ ଓଜନ ଏତେ ଅଧିକ ବଢିଯାଏ ଯେ ଯୁବତୀଙ୍କୁ ଅନେକ ରୋଗର ଶିକାର ହେବାକୁ ପଡେ । ତେଣୁ ଡାକ୍ତରଙ୍କ ଅନୁମତି ବିନା ଏହି ବଟିକାକୁ ଖାଇବାର ଭୁଲ୍ କରନ୍ତୁ ନାହିଁ ।

ରକ୍ତର ଅଶୁଦ୍ଧତା : ଗର୍ଭନିରୋଧକ ବଟିକାର ଲଗାତାର ସେବନ ରକ୍ତର ଅଶୁଦ୍ଧତାର ବି ଏକ ବଡ କାରଣ ହୋଇଥାଏ । ଯଦି କୌଣସି ଯୁବତୀଙ୍କ ରକ୍ତରେ ଅଶୁଦ୍ଧତା ଦେଖାଦିଏ ତେବେ ଅଳ୍ପ କ୍ଷତ ହେବା କ୍ଷଣି ଅଧିକ ରକ୍ତ ବୋହିବା ଭଳି ଅସୁବିଧା ଦେଖାଦିଏ ।

ରୋଗପ୍ରତିରୋଧକ କ୍ଷମତା : ଗର୍ଭନିରୋଧକ ବଟିକାର ଆଉ ଏକ ଖରାପ ଗୁଣ ହେଉଛି ଏହାକୁ ଯେତେ ଅଧିକ ବ୍ୟବହାର କରିବେ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମିଯାଏ । ଇମ୍ୟୁନିଟି ସିଷ୍ଟମ କମିଯିବା ପରେ ମହିଳାଙ୍କୁ ଅଧିକ ରୋଗ ମଧ୍ୟ ହୋଇଥାଏ ଏବଂ ଏହି ରୋଗ ଶୀଘ୍ର ମଧ୍ୟ ଠିକ୍ ହୋଇନଥାଏ ।

ମାସିକ ଋତୁସ୍ରାବରେ ଅନିୟମିତତା : ଗର୍ଭନିରୋଧକ ବଟିକାର ସେବନ କରିବା ଫଳରେ ମାସିକ ଋତୁସ୍ରାବରେ ଅନିୟମିତତା ପର୍ଯ୍ୟଲକ୍ଷିତ ହୋଇଥାଏ । ଏହା ସଙ୍ଗେ ସଙ୍ଗେ ଶରୀରରେ ଥିବା ହୋରମନଗୁଡିକୁ ଅସନ୍ତୁଳିତ କରିଦେଇଥାଏ । ଯଦି ମାସିକ ଋତୁସ୍ରାବରେ ଅନିୟମିତତା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଛୁଆ ଜନ୍ମ କରିବା କ୍ଷମତା କମିଯିବା : ଗର୍ଭନିରୋଧକ ବଟିକାର ଅଧିକ ସେବନ କରିବାଦ୍ୱାରା ମୁଣ୍ଡବ୍ୟଥା ଏବଂ ଥକ୍କାପଣ ଭଳି ସମସ୍ୟା ଦେଖାଯାଏ । ବେଳେବେଳେ ସମସ୍ୟା ଏତେ ବଢିଯାଏ ଯେ ବନ୍ଧ୍ୟାପଣରେ ମଧ୍ୟ ଆକ୍ରାନ୍ତ ହେବାକୁ ପଡେ ।

ଆଶା କରୁଛୁ, ଅନୁଛେଦଟିରେ ପ୍ରଦାନ କରାଯାଇଥିବା ତଥ୍ୟ ସହ ଆପଣଙ୍କ ସହମତ ହେବେ । ତେଣୁ ବହୁମାତ୍ରାରେ Share କରି ଅନ୍ୟଙ୍କୁ ଜାଣନ୍ତୁ ।