ଭଗବାନ ଶିବଙ୍କ ଦ୍ୱାରରେ ଏହି ୧୨ଟି ପାପର କ୍ଷମା ନାହିଁ ! ଭୁଲ କଲେ କଠୋର ଦଣ୍ଡ ଭୋଗିବାକୁ ପଡିବ ।

Spread the love

ଭଗବାନ ଶିବଙ୍କ କ୍ରୋଧ ବିଷୟରେ କିଏ ବା ନ ଜାଣେ ! ଯେତେ ଶୀଘ୍ର ଶିବ ପ୍ରସନ୍ନ ହୁଅନ୍ତି, ସେତେ ଶୀଘ୍ର ହିଁ ବିନାଶ ମଧ୍ୟ କରିପାରନ୍ତି । କୁହାଯାଏ ଯେ, ଯେଉଁ ଦିନ ଭଗବାନ ଶିବ ନିଜର ତୃତୀୟ ନେତ୍ର ଖୋଲି ଦେବେ, ସେହି ଦିନ ସୃଷ୍ଟିର ବିନାଶ ନିଶ୍ଚିତ ହୋଇଯିବ । କେହି କିଛି ମଧ୍ୟ କରନ୍ତୁ ଅର୍ଥାତ କେହି ଭଲ କରନ୍ତୁ କିମ୍ବା ଖରାପ କରନ୍ତୁ, ଭଗବାନଙ୍କ ଠାରେ କିଛି ମଧ୍ୟ ଲୁଚି ରହେ ନାହିଁ । ବ୍ୟକ୍ତିଙ୍କୁ ତାହାର କର୍ମର ଦଣ୍ଡ ନିଶ୍ଚିତ ରୂପେ ମିଳିଥାଏ । ଶିବପୁରାଣରେ କାର୍ଯ୍ୟକ୍ରମ, ବ୍ୟବହାର ଏବଂ ଚିନ୍ତା ସମ୍ବନ୍ଧୀୟ ୧୨ଟି ପାପ ବିଷୟରେ ବର୍ଣ୍ଣନା କରାଯାଇଛି । କୁହାଯାଇଛି ଯେ, ଯଦି କୌଣସି ମନୁଷ୍ୟ ଏମାନଙ୍କ ମଧ୍ୟରୁ କୌଣସି ମଧ୍ୟ ପାପ କରନ୍ତି; ତେବେ ସେ କେବେହେଲେ ଖୁସିରେ ରହି ପାରିବେ ନାହିଁ । ଦୁଃଖ କଷ୍ଟ, କେବଳ କଥାବାର୍ତ୍ତା ଏବଂ ବ୍ୟବହାରରୁ ମିଳି ନଥାଏ । କାହାରି ପ୍ରତି ଯଦି ମନରେ ଦୁର୍ଭାବନା ରହିଛି, ତେବେ ତାହାକୁ ମଧ୍ୟ ପାପ ବୋଲି କୁହାଯାଏ । ଭଗବାନ ଶିବ ଏପରି ମନୁଷ୍ୟଙ୍କୁ କେବେ ମଧ୍ୟ କ୍ଷମା କରନ୍ତି ନାହିଁ । ଆଜି ଆମେ ଆପଣମାନଙ୍କୁ କହିବୁ ସେହି ୧୨ଟି ପାପ ବିଷୟରେ ଯାହାକୁ କରିବାରୁ ବଞ୍ଚିତ ରହିବା ଉଚିତ ।

ଏହି ୧୨ଟି ପାପ କରିଥିବା ବ୍ୟକ୍ତିଙ୍କୁ ଭଗବାନ ଶିବ କେବେ ମଧ୍ୟ କ୍ଷମା ପ୍ରଦାନ କରନ୍ତି ନାହିଁ ।

Google

୧. ବିବାହିତ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ରଖିବା ଆଦୌ ଉଚିତ ନୁହେଁ । ତାଙ୍କୁ ପାଇବାକୁ ଇଚ୍ଛା କରିବା କିମ୍ବା ସେମାନଙ୍କ ଠାରେ ଖରାପ ନଜର ରଖିବା ପାପ ସହିତ ସମାନ ଅଟେ ।

୨. ଅନ୍ୟ ବ୍ୟକ୍ତିର ଧନ-ସମ୍ପତ୍ତି ଉପରେ ନଜର ରଖିବା ଉଚିତ ନୁହେଁ, ଅନ୍ୟର ଧନ ଉପରେ ନଜର ରଖିବା ମଧ୍ୟ ପାପ ସଦୃଶ ଅଟେ ।

୩. କୌଣସି ନିର୍ଦ୍ଦୋଷୀକୁ ଦୁଃଖ କଷ୍ଟ ପହଞ୍ଚାଇବାରୁ ନିବୃତ୍ତ ରହିବା ଉଚିତ । ତା’କୁ କୌଣସି ପ୍ରକାରର କଷ୍ଟ ଦେବା କିମ୍ବା ତାହାର ମାର୍ଗରେ ବାଧା ଉତ୍ପନ୍ନ କରିବା ଘୋର ପାପ ଅଟେ । ଏପରି ବ୍ୟକ୍ତିଙ୍କୁ ଭଗବାନ ଶିବ କେବେ ମଧ୍ୟ କ୍ଷମା ପ୍ରଦାନ କରନ୍ତି ନାହିଁ ।

୪. ସର୍ବଦା ଭଲ ଏବଂ ସତ୍ୟର ମାର୍ଗ ଚୟନ କରିବା ଉଚିତ । ଭୁଲ ରାସ୍ତାରେ ଯିବା ଲୋକଙ୍କୁ ଭଗବାନ ଶିବ କେବେ ମଧ୍ୟ କ୍ଷମା କରନ୍ତି ନାହିଁ । ଜରୁରୀ ନୁହେଁ ଯେ, କାହାର ଖରାପ କେବଳ କୌଣସି କାର୍ଯ୍ୟ ଦ୍ୱାରା ହିଁ କରାଯାଇଥାଏ । କାହା ପ୍ରତି ମନରେ ଦୁର୍ଭାବନାକୁ ମଧ୍ୟ ନିଜ ମନରୁ ଦୂରେଇ ରଖିବା ଉଚିତ ।

Google

୫. ସେହି ମହିଳା ଯେଉଁମାନେ କି ଗର୍ଭବତୀ କିମ୍ବା ମାନସିକ ରୋଗଗ୍ରସ୍ତରେ ଅଛନ୍ତି, ତାଙ୍କୁ କଟୁ ଶବ୍ଦ କହିବା କିମ୍ବା ତାଙ୍କୁ ଦୁଃଖ ଦେବା ଭଗବାନ ଶିବଙ୍କ ନଜରରେ ଘୋର ଅପରାଧ ଅଟେ ।

୬. କାହାକୁ କଷ୍ଟ ପହଞ୍ଚାଇବା ବିଷୟରେ ଚିନ୍ତା କରିବା କିମ୍ବା ସେହି ବିଷୟରେ ମିଥ୍ୟା କହିବା ‘ଛଳ-କପଟ’ ଶ୍ରେଣୀରେ ଆସିଥାଏ । ଏପରି କରିବାରୁ ବଞ୍ଚିତ ହୁଅନ୍ତୁ ।

୭. ଯଦି ଆପଣ କାହାର ମାନ-ସମ୍ମାନ କିମ୍ବା ପ୍ରତିଷ୍ଠାକୁ ହାନି ପହଞ୍ଚାନ୍ତି; ତେବେ ଭଗବାନ ଶିବଙ୍କ ଦୃଷ୍ଟିରେ ଏହା ଏକ ଜଘନ୍ୟ ଅପରାଧ ଅଟେ । କାହାର ଅନିଷ୍ଠକୁ ତା’ ପିଠି ପଛରେ ଚର୍ଚ୍ଚା କରନ୍ତୁ ନାହିଁ ।

୮. ଧର୍ମ ଶାସ୍ତ୍ରରେ ଯେଉଁ ଜିନିଷ ଗୁଡ଼ିକ ଖାଇବା ନିଷେଧ ଅଟେ, ସେହି ଜିନିଷକୁ ସେବନ କରିବା ପାପ ଅଟେ । କେବଳ ଏତିକି ନୁହେଁ, ଧର୍ମର ବିପରୀତ କୌଣସି କାର୍ଯ୍ୟ କରିବା ଅପରାଧ ଅଟେ ।

୯. ନିଜ ଠାରୁ ଦୁର୍ବଳ ଲୋକଙ୍କ ଉପରେ ହିଂସା କରିବା ଉଚିତ ନୁହେଁ । ଶିଶୁ, ମହିଳା, ଜୀବଜନ୍ତୁ ଉପରେ ହିଂସା କରିବା ଲୋକ ଏବଂ ଅସାମାଜିକ କାର୍ଯ୍ୟରେ ସାମିଲ ହୋଇଥିବା ଲୋକଙ୍କୁ ଭଗବାନ ଶିବ କେବେ ମଧ୍ୟ କ୍ଷମା କରନ୍ତି ନାହିଁ ।

Google

୧୦. ଅନ୍ୟ କାହାର ସମ୍ପତ୍ତିକୁ ନିଜର କରିବାର ପ୍ରସାୟ କରିବା, ବ୍ରାହ୍ମଣ ଲୋକଙ୍କ କିମ୍ବା ମନ୍ଦିରର ସମ୍ପତ୍ତି ଚୋରାଇବା ଅପରାଧ ଶ୍ରେଣୀରେ ଆସିଥାଏ । ଏପରି ବିଚାରକୁ ମନରୁ ବାହାର କରି ଦିଅନ୍ତୁ ।

୧୧. ମନୁଷ୍ୟକୁ ନିଜ ମାତା-ପିତା, ଗୁରୁ ଏବଂ ପୂର୍ବଜଙ୍କ ଅପମାନ କେବେ ମଧ୍ୟ କରିବା ଉଚିତ ନୁହଁ । ସର୍ବଦା ଏହାକୁ ସମ୍ମାନ ଦିଅନ୍ତୁ । ଏମାନଙ୍କୁ ଅପମାନ କରିବା ଦ୍ଵାରା ଆପଣ ପାପର ଭାଗିଦାରୀ ମଧ୍ୟ ହୁଅନ୍ତି ।

୧୨. ନିଜର ଗୁରୁଙ୍କ ପତ୍ନୀଙ୍କ ସହିତ ସମ୍ବନ୍ଧ ରଖିବା, ମଦ୍ୟ ପାନ କରିବା କିମ୍ବା କୌଣସି ଦାନ କରିଥିବା ବସ୍ତୁକୁ ପୁଣିଥରେ ନେଇଯିବା, ଏହି ସବୁକିଛି ଘୋର ପାପ ଶ୍ରେଣୀରେ ଆସେ । ଏହି ସମସ୍ତ କାର୍ଯ୍ୟ କରିବାରୁ ବଞ୍ଚିତ ହୁଅନ୍ତୁ, ଅନ୍ୟଥା ଭଗବାନ ଶିବ କେବେ ମଧ୍ୟ କ୍ଷମା କରିବେ ନାହିଁ ।

ଅନୁଛେଦଟି ପସନ୍ଦ ଆସିଲେ ଅନ୍ୟମାନଙ୍କ ମଧ୍ୟରେ ଶେୟାର କରନ୍ତୁ !