ଓଡ଼ିଶାକୁ ନାହିଁ ବାତ୍ୟାର ଭୟ, ୨୪ ଏବଂ ୨୫ରେ ରାଜ୍ୟରେ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ଆପଣ ମାନେ ଏବେ ସୋସିଆଲ ମିଡିଆରେ ହାଇଲାଇଟ ହେଉଥିବା ଖବର ଯାହା ହେଉଛି ବାତ୍ୟାକୁ ନେଇ , ତେବେ ଆଜି ବାତ୍ୟ କୁ ନେଇ ଓଡିଶା ବାସୀ ଙ୍କ ମନ ରେ ଯେଉଁ ଭୟ ରହିଥିଲା ତାହା ଏବେ ଅନ୍ତ ଘଟିଛି ।

ତେବେ ଆଗକୁ ନାହିଁ ବାତ୍ୟା ଭୟ , ତେବେ ଏପରି ଆସ୍ୱସ୍ଥି କର ଖବର ଦେଇଛି ପାଣି ପାଗ ବିଭାଗ । ହେଲେ ପୂର୍ବାନୁମାନ ଅନୁଯାଇ ଏ ବର୍ଷ ରେ ଆସୁଥିବା ଦୀପାବଳି ବର୍ଷା ରେ ଧୋଇଯିବ , କାରଣ 24 ଏବଂ 25 ରେ ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣି ପାଗ ବିଭାଗ । ଦଶହରା ତ ଏ ବର୍ଷ ବର୍ଷା ବର୍ଷା ରେ କଟିଗଲା ଆଉ ଏବେ ଦିପାବଳୀ ବି ବର୍ଷା ରେ ବତରି ଯିବ ।

rain 1

ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳ ରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ର ପ୍ରଭାବ ରେ ବାତ୍ୟା ସୃଷ୍ଟି ହେବ । ହେଲେ ଓଡିଶା ଉପରେ ଏହାର କିଛି ପ୍ରଭାବ ରହିବ ନାହିଁ । ସମ୍ଭାବ୍ୟ ବାତ୍ୟା ଓଡିଶା ଉପକୂଳ ଛୁଇଁବା ର ସମ୍ଭାବନା ନାହିଁ । ଓଡିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମ ବଙ୍ଗ ଓ ବାଙ୍ଗାଲାଦେଶ ଉପକୂଳ ଆଡକୁ ସାମ୍ଭାବ୍ୟ ବାତ୍ୟା ଟି ମୁହାଁଇବ ବୋଲି ସୂଚନ ଦେଇଛନ୍ତି ଆଇଏମଡି ର ମହାନ ନିର୍ଦ୍ଦେଶକ ମୃତ୍ୟୁଞୟ ମହାପାତ୍ର ।

ତେବେ ଅନ୍ୟ ପଟେ ଦେଖିବାକୁ ଗଲେ ରାଜ୍ୟ ରେ ଅପସାରଣ ପକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ର ଅଧିକାଂଶ ଅଞ୍ଚଳ ରେ ମୈସୁମୀ ଫେରି ଯାଇଥିବା ପାଣି ପାଗ ବିଭାଗ ର ଅଧିକାରୀ ମାନେ କହିଛନ୍ତି । ରାଜ୍ୟ ରେ 19 ଟି ଜିଲ୍ଲା ରୁ ମୈସୁମୀ ଅପସରି ଯାଇଛି । ତେବେ ବନ୍ଧୁଗଣ ଏହା ରହିଥିଲା ଦିପାବଳୀ ଅବସର ରେ ପାଣି ପାଗ କୁ ନେଇ କିଛି ଖାସ ଖବର ଯାହାକି ଓଡିଶା ବାସୀ ସମସ୍ତ ଙ୍କ ର ଜାଣିବା ନିହାତି ଦରକାର କାରଣ ଦିପାବଳୀ ଅବସର ରେ ଯେଉଁ ବାତ୍ୟା ର ଭୟ ରହିଥିଲା ତାହା ଏବେ ଆଉ ରହି ନାହିଁ ।

କିନ୍ତୁ ବାତ୍ୟା ର ଭୟ ନାହିଁ ସତ କିନ୍ତୁ ଏହି ଦିପାବଳୀ ଅବସର ରେ ବର୍ଷା ହେବା ର ସମ୍ଭାବନା ରହିଛି ତାହା ବି ପୁଣି ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣି ପାଗ ବିଭାଗ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *