ନରେନ୍ଦ୍ର ମୋଦୀଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ଟିପ୍ପଣୀ :- “ମୋଦୀଙ୍କର କୌଣସି ବଂଶ ନାହିଁ” !

ନରେନ୍ଦ୍ର ମୋଦୀଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ଟିପ୍ପଣୀ :- “ମୋଦୀଙ୍କର କୌଣସି ବଂଶ ନାହିଁ” !
ପି ॰ଏମ ମୋଦୀ ବୁଧୁବାର ଦିନ ବଂଶଗତ ରାଜନୀତି ଉପରେ ଗୋଟିଏ ବ୍ଲଗ ଲେଖିଛନ୍ତି । ଯେଉଁଥିରେ ସେ କହିଛନ୍ତି ସବୁଠୁ ଅଧିକ କ୍ଷତି ସଂସ୍ଥା ଗୁଡିକୁ ହୋଇଛି ।
ନୂଆ ଦିଲ୍ଲୀ /କଟୀହାର :- ଏନସିପି ଛାଡି କଂଗ୍ରେସରେ ଯୋଗ ଦେଇଥିବା କଟୀହାରରୁ ସାଂସଦ ତାରିକ ଅନୱର ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ନେଇ ଏହା ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ବଂଶଗତ ରାଜନୀତିକୁ ନେଇ ଦେଇଥିବା ବ୍ଲଗ ଉପରେ ପ୍ରତିକ୍ରିୟା ଦେଇ ତାରିକ ଅନୱର କହିଛନ୍ତି ଯେ, “ହୋଇ ଥାଇପାରେ ତାଙ୍କର କୌଣସି ବଂଶ ନାହିଁ ।”
#WATCH Tariq Anwar, Congress on PM Modi's tweet, says, "Narendra Modi Ji is saying this as he does not come from a dynasty. How can one who who does not come from a dynasty say this? Tell me one profession where dynasty is not encouraged." pic.twitter.com/HHtjwXD12Z
— ANI (@ANI) March 20, 2019
ପି॰ଏମ ମୋଦୀ ବୁଧୁବାର ଦିନ ବଂଶଗତ ରାଜନୀତି ଉପରେ ଗୋଟିଏ ବ୍ଲଗ ଲେଖିଥିଲେ । ସେଥିରେ ଲେଖା ଯାଇଥିଲା, ସବୁଠୁ ଅଧିକ କ୍ଷତି ଏଥିରେ ସଂସ୍ଥା ଗୁଡିକୁ ହୋଇଛି । ପି॰ଏମ କହିଛନ୍ତି ପ୍ରେସ୍ ରୁ ଆରମ୍ଭ କରି ପାର୍ଲ୍ଯମେଣ୍ଟ ପର୍ଯ୍ୟନ୍ତ, ସୈନିକମାନଙ୍କ ଠାରୁ ଆରମ୍ଭ କରି ଖୋଲା ଭାଷଣ ପର୍ଯ୍ୟନ୍ତ, ନିୟମା ବଳି ଠାରୁ ଆରମ୍ଭ କରି ନ୍ୟାୟଳୟ ପର୍ଯ୍ୟନ୍ତ କାହାରିକୁ ମଧ୍ୟ ବଂଶଗତ ରାଜନୀତି ଛାଡି ନାହିଁ ।
वंशवाद की राजनीति से सबसे अधिक नुकसान संस्थाओं को हुआ है।
प्रेस से पार्लियामेंट तक।
सोल्जर्स से लेकर फ्री स्पीच तक।
कॉन्स्टिट्यूशन से लेकर कोर्ट तक।
कुछ भी नहीं छोड़ा।
कुछ विचार साझा कर रहा हूं…https://t.co/7zbt24FtFP
— Narendra Modi (@narendramodi) March 20, 2019
ପି॰ ଏମ ମୋଦୀଙ୍କ ବ୍ଲଗର ପ୍ରତିକ୍ରିୟା ଦେଇ ତାରିକ ଅନୱର କହିଛନ୍ତି ଯେ କାଳେ ନରେନ୍ଦ୍ର ମୋଦୀଙ୍କର କୌଣସି ବଂଶ ହିଁ ନାହିଁ, ନ ହେଲେ କୌଣସି ବ୍ୟକ୍ତି ଏହିପରି କହିନଥାନ୍ତି । ତାରିକ କହିଛନ୍ତି ଏହା (ବଂଶଗତ ରାଜନୀତି) ସାରା ଦୁନିଆରେ ହେଉଛି, ବହୁତ ଦେଶରେ ଏପରି ହେଉଛି ଯେଉଁଠି ନିଜ ବଂଶକୁ ଆଗକୁ ବଢାଯାଇ ଥାଏ । ଆଗକୁ ଆହୁରି ମଧ୍ୟ ତାରିକ କହିଛନ୍ତି ବ୍ୟବସାୟରେ ଏହା (ବଂଶଗତ ରାଜନୀତି ) ମଧ୍ୟ ହୋଇଥାଏ । ଏପରି କିଛି ବ୍ୟବସାୟର ନାମ କୁହନ୍ତୁ ଯେଉଁଠି ଲୋକମାନେ ନିଜ ବଂଶକୁ ଆଗକୁ ବଢାଇ ନଥାନ୍ତି, ସେମାନେ ରାଜନୀତିକୁ ମଧ୍ୟ ଆସନ୍ତି ଓ ନିଜ ଯୋଗଦାନ ମଧ୍ୟ ଦିଅନ୍ତି ।