ପୁରୁଣାରୁ ଅତି ପୁରୁଣା ବାତ ରୋଗରୁ ମଧ୍ୟ ଆଶ୍ଵସ୍ତି ମିଳିଥାଏ ଓ ଚନ୍ଦା ମୁଣ୍ଡରେ ନୂଆ କେଶ ଆସିବାକୁ ଲାଗିବ !

Spread the love

ଆଜିକାଲି ସମୟରେ ଆପଣ ଅନେକ ଲୋକଙ୍କ ଠାରୁ କହୁଥିବା ଶୁଣିଥିବ କି, ବାତ ରୋଗ, ଆଣ୍ଠୁ ବ୍ୟଥା, ରକ୍ତନଳୀ ବନ୍ଦ ହେବା, ସାଇଟିକ ଏଭଳି ରୋଗ ମାନଙ୍କରେ ଆକ୍ରାନ୍ତ ହେଇଥିବା ବିଷୟରେ । ଆଜି ଆମେ ଆପଣଙ୍କୁ ଗୋଟିଏ ଏଭଳି ଔଷଧ ବିଷୟରେ କହିବାକୁ ଯାଉଛୁ ଯାହାକି ଏସବୁ ଅସୁବିଧା ଗୁଡିକରୁ ମୁକ୍ତି କରିଥାଏ । ତାହା ହେଉଛି ଗଙ୍ଗ ଶିଉଳି ଗଛ ଏହା ବହୁତ ବଡ଼ ହୋଇନଥାଏ ଓ ଏହାର ବୀଜ ଦେଖିବାକୁ ଗୋଲ ଆକାରର । ଏହି ଗଛର ଫୁଲ ବହୁତ ସୁଗନ୍ଧିତ ଅଟେ ।

ଆୟୁର୍ବେଦ ରେ ଏହି ଫୁଲର ଅନେକ ଫାଇଦା ଅଛି –

ବାତ ରୋଗ :

Google

ଏହି ଗଛର ୫ଟି ପତ୍ରକୁ ନେଇ ପଥରରେ ଘଷି ପେଷ୍ଟ କରନ୍ତୁ ଓ ଏହାକୁ ପାଣିରେ ମିଶାଇ ଏତେ ପରିମାଣରେ ଗରମ କରିବ କି, ସେହି ପାଣି ଗରମ ହେଇ ଅଧା ହେଇଯିବ । ତାହା ପରେ ଏହାକୁ ଥଣ୍ଡା ହେବାକୁ ଦିଅ ଓ ଏହାକୁ ପିଅନ୍ତୁ । ଏହା ଆପଣଙ୍କ ଶରୀରରେ ବାତ ରୋଗ ପାଇଁ ହେଉଥିବା ୨୦ ବର୍ଷ ତଳର ବ୍ୟଥା ଗୁଡିକ ମଧ୍ୟ ଠିକ ହେଇଯିବ ।

ଆଣ୍ଠୁର ଚିକଣତା :

Google[/caption

ଏହା ଯୋଗୁଁ ଗଣ୍ଠି ମାନଙ୍କରେ ସବୁବେଳେ ବ୍ୟଥା ରହିଥାଏ । ତେବେ ଏହି ଗଛର ୧୦/୧୨ ଟି ପତ୍ରକୁ ଭଲରୁପେ ପେଷ୍ଟ କରି ପାଣିରେ ମିଶାନ୍ତୁ ଏବଂ ଚାରି ଭାଗେ ରୁ ଏକ ଭାଗ ପାଣି ରହିବା ପର୍ଯ୍ୟନ୍ତ ଗରମ କରିବେ । ଏହା ଥଣ୍ଡା ହେବାପରେ ଏହାକୁ ପିଅନ୍ତୁ । ଏହି ଭଳି ଯଦି ଆପଣ ୯୦ ଦିନ ପିଇବେ ତେବେ ଆପଣଙ୍କର ଚିକଣତା ପୁଣିଥରେ ଭଲ ହେବାକୁ ଲାଗିବ ।

ସାଇଟିକା :

ଏହି ଗଛର ପତ୍ରକୁ ପାଣି ମିଶାଇ ଭଲରୁପେ ଅଳ୍ପ ନିଆଁରେ ଗରମ କରନ୍ତୁ । ଏହାକୁ ସାଇଟିକା ରେ ଆକ୍ରାନ୍ତ ହେଇଥିବା ବ୍ୟକ୍ତିକୁ ଦେଲେ ଲାଭ ମିଳିଥାଏ । ଏହା ବନ୍ଦ ହେଇଥିବା ରକ୍ତର ନଳୀକୁ ପୁଣି ଖୋଲି ଦିଏ । ଏହି କାରଣରୁ ଏହା ସାଇଟିକା ପାଇଁ ଲାଭଦାୟକ ଅଟେ । (Sciatica ଜଙ୍ଘ ଓ ଗୋଡ଼ରେ ସ୍ନାୟୁ ଜନିତ ଯନ୍ତ୍ରଣା) ।

କେଶ ଝଡ଼ିବା ବା ଚନ୍ଦା :

ଆଜିକାଲି ସମୟରେ ଅଧିକାଂଶ ଲୋକମାନେ ଚନ୍ଦାପଣର ଶିକାର ହେଉଛନ୍ତି । ତେବେ ଆପଣଙ୍କ ପାଇଁ ବହୁତ ଅଦ୍ଭୁତ ଔଷଧ ହେଉଛି ଏହି ଗଛର ବୀଜକୁ ଅଳ୍ପ ପାଣି ମିଶାଇ ଭଲରୁପେ ପେଷ୍ଟ କରନ୍ତୁ ଓ ଏହାକୁ ଚନ୍ଦା ଜାଗାରେ ଲଗାଇଲେ ସେଠାରେ ପୁଣି ନୂଆ କେଶ ବାହାରି ଥାଏ ।