ଶରୀର ପାଇଁ ହାନିକାରକ ହୋଇଥାଏ । ଏହି ୫ଟି ରୋଗରୁ ଦୂରେଇ ରୁହନ୍ତୁ ପୁରୁଷମାନେ ।

Spread the love

ଏକ ପରୀକ୍ଷାରୁ ଜଣାପଡିଛି ଭାରତରେ ଏକ କୋଟି ଅଶି ଲକ୍ଷ ପୁରୁଷଙ୍କ ସ୍ଲିପ୍ ଏପ୍ନିୟା ସମସ୍ୟା ରହିଛି ।

ଆମେରିକୀୟ ହେଲଥ ଏକ୍ସପୋର୍ଟ କେବିନ୍ ପୋଲସଲେ ନିଜ ଅଧ୍ୟୟନରେ ପୁରୁଷଙ୍କ ସ୍ୱାସ୍ଥ୍ୟର ୫ଟି ପ୍ରମୁଖ ଶତ୍ରୁ ବିଷୟରେ ଉଲ୍ଲେଖ କରିଛନ୍ତି । ଏହା ସହ ସେ ଏହି ଶତ୍ରୁଙ୍କ ଠାରୁ କିପରି ନିଜକୁ ରକ୍ଷା ପାଇପାରିବେ ସେହି ବିଷୟରେ ମଧ୍ୟ କହିଛନ୍ତି ।

ସ୍ଲିପ୍ ଏପ୍ନିୟା :

ଏକ ଅନୁମାନ ଅନୁସାରେ ଭାରତରେ ଏକ କୋଟି ଅଶି ଲକ୍ଷ ପୁରୁଷଙ୍କୁ ସ୍ଲିପ ଏପ୍ନିୟା ସମସ୍ୟା ଭୋଗୁଛନ୍ତି । ଏହାର ଲକ୍ଷଣ ହେଉଛି ଘୁଙ୍ଗୁଡ଼ି ଆସିବା, ରାତ୍ର ସମୟରେ ପରିସ୍ରା ତ୍ୟାଗ ପାଇଁ ବାରମ୍ବାର ଉଠିବା, ସକାଳେ ଉଠିବା ସମୟରେ ମୁଣ୍ଡ ପୀଡା ହେବା କିମ୍ବା ମୁହଁ ଶୁଖିବା ସମସ୍ୟା ଅଟେ । ଯାହାର ପରିଣାମ ସ୍ୱରୂପ ଦିନ ତମାମ ଥକ୍କାପଣ, ଅଳସୁଆପଣ ଦେଖା ଯାଇଥାଏ ।

ଏହିପରି ଲକ୍ଷଣ ଆପଣମାନଙ୍କୁ ଦେଖାଗଲେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରନ୍ତୁ ।

ଅତ୍ୟଧିକ କୋଲଷ୍ଟ୍ରଲ୍ :

କିଛି ଲୋକଙ୍କ କ୍ଷେତ୍ରରେ ଏହା ଏକ ବଂଶାନୁଗତ ରୋଗ ଅଟେ । ଏହାର ଅର୍ଥ ଏହା ନୁହେଁ ଯେ, ପରିବାରରେ କାହାକୁ ଅତ୍ୟଧିକ କୋଲଷ୍ଟ୍ରଲ୍ ଥିଲେ ଆପଣଙ୍କୁ ମଧ୍ୟ ହୋଇପାରେ ।

ଠିକ୍ ଖାଦ୍ୟପେୟ ଏବଂ ବ୍ୟାୟାମ ଫଳରେ ଏଥିରୁ ଆପଣ ମୁକ୍ତି ମିଳି ପାରିବ । ଯଦି ଏହି ରୋଗ ଆପଣଙ୍କ ପାଇଁ ଆନୁବଂଶିକ ହୋଇଥାଏ; ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

କୋଲନ୍ କ୍ୟାନସର୍ :

ପୁରୁଷମାନଙ୍କ ମୃତ୍ୟୁର ବଡ କାରଣ ରୂପେ କୋଲନ୍ କ୍ୟାନସର୍ ଦାୟୀ ଅଟେ । ଠିକ ସମୟରେ ଏହା ଜଣାପଡି ଯାଇଥିଲେ, ଏଥିରୁ ଆପଣ ମୁକ୍ତି ପାଇପାରିବେ ।

୫୦ ବର୍ଷ ବୟସ ପରେ ପ୍ରତି ୧୦ ବର୍ଷରେ କୋଲୋନସ୍କାପି କରାଇ ନେବା ଉଚିତ୍ । ଆନୁବଂଶିକ ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ମାନି ଚାଲିବା ଉଚିତ୍ ।

ହୃଦରୋଗ :

ମହିଳାଙ୍କ ତୁଳନାରେ ପୁରୁଷଙ୍କ କ୍ଷେତ୍ରରେ ହୃଦରୋଗ ପ୍ରାୟତଃ ଦେଖା ଯାଇଥାଏ । ଏହା ଆନୁବଂଶିକ ହୋଇଥିଲେ, ଆପଣଙ୍କୁ ବହୁତ ସବଧାନ ହୋଇ ରହିବା ଉଚିତ୍ ।

ନିୟମିତ ବ୍ୟାୟାମ କରନ୍ତୁ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତୁ, ଦରକାର ପଡିଲେ ପରୀକ୍ଷା କରାଇ ନିଅନ୍ତୁ ।

ଉଚ୍ଚ ରକ୍ତଚାପ :

ମୋଟାପଣ ଏବଂ ଆନୁବଂଶିକ ଏହାର କାରଣ ଅଟେ । ଅତ୍ୟଧିକ ଚିନ୍ତିତ ହେଲେ ମଧ୍ୟ ଆପଣଙ୍କୁ ଉଚ୍ଚ ରକ୍ତଚାପ ହୋଇପାରେ ।

ଓଜନ କମାନ୍ତୁ । ଲୁଣର କମ ବ୍ୟବହାର କରନ୍ତୁ । ଏକ ସୁସ୍ଥ ଜୀବନଚର୍ଯ୍ୟାର ପାଳନ କରନ୍ତୁ । ଠିକ ସମୟରେ ଶୁଅନ୍ତୁ, ଠିକ ଖାଦ୍ୟ ଖାଆନ୍ତୁ, ଲମ୍ବା ସମୟ ପର୍ଯ୍ୟନ୍ତ ଶୋଇ ଚିନ୍ତା ମୁକ୍ତ ହେଲେ ଆପଣ ଉଚ୍ଚ ରକ୍ତଚାପରୁ ମୁକ୍ତି ପାଇ ପାରିବେ ।